Categories
ଆଜିର ଖବର ଜାତୀୟ ଖବର

Big Breaking: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ, ହଟିଲେ ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟ ଧରଣ ଅଦଳ ବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କଠାରୁ ଆଇନ ବିଭାଗ କାଢି ନିଆଯାଇଛି। ବର୍ତ୍ତମାନ ଆଇନ ବିଭାଗକୁ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ପ୍ରଦାନ କରାଯାଇଛି। ସେ ନିଜ ବିଭାଗ ସହିତ ଆଇନ ବିଭାଗକୁ ସ୍ବାଧୀନ ଭାବେ ତୁଲାଇବେ ବୋଲି କୁହାଯାଇଛି।

ସେହିପରି କିରଣ ରିଜିଜୁଙ୍କୁ କେବଳ ଆର୍ଥ ସାଇନସ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି। ଏହି ବିଭାଗର ଦାୟିତ୍ବରେ ଥିଲେ ମନ୍ତ୍ରୀ ଜିତେନ୍ଦ୍ର ସିଂ। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ହଠାତ ପ୍ରଧାନମନ୍ତ୍ରୀ ମୋଦୀ ଏପରି କାହିଁକି କଲେ ସେ ନେଇ କିଛି ଜଣାପଡି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡିଶାର ଭାଗ୍ୟ, ବାହାରିବେ ଜଣେ ପଶିବେ ଆଉ ଜଣେ

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ନେଇ ଜାତୀୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ତାଜା କରୁଛି। ସେହିପରି କେତେବେଳେ ମନ୍ତ୍ରୀ ରାଜନାଥ ସିଂ, କେତେବେଳେ ମନ୍ତ୍ରୀ ନୀତିନ ଗଡକରିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଏହି ଅଦଳବଦଳ ସନ୍ଦେହକୁ ଦୃଢିଭୂତ କରୁଛି।

ତେବେ ଜାତୀୟ ରାଜନୀତିରେ ଯେପରି ଚର୍ଚ୍ଚା ଚାଲିଛି ଓଡିଶା ରାଜନୀତିରେ ମଧ୍ୟ ଏହାକୁ ନେଇ ବେଶ କିଛି ଦିନ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ସେଥିମଧ୍ୟରେ ରହିଛି ଓଡିଶାରୁ ଜଣେ ମନ୍ତ୍ରୀ ହଟିବେ, ଆଉ ନୂଆ ଜଣେ ପଶିବେ। ତେବେ କିଏ ବାହାରିବେ କିଏ ପଶିବେ ସେ ନେଇ ଚାଲିଛି ଅଙ୍କ କଷା।

ବର୍ତ୍ତମାନ କେନ୍ଦ୍ରରେ ଓଡିଶାରୁ ଦୁଇଜଣ ମନ୍ତ୍ରୀ ଅଛନ୍ତି। ଜଣେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଆଉ ଜଣେ ପ୍ରତାପ ଷଡଙ୍ଗୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରୁ ଧର୍ମେନ୍ଦ୍ରଙ୍କ କେନ୍ଦ୍ରରେ ଦବଦବା ସବୁଠାରୁ ଅଧିକ। ସେଥିପାଇଁ ତାଙ୍କୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯାଇଛି। ନିକଟ ଭବିଷ୍ୟତରେ ତାଙ୍କ ଦବଦବାରେ କେହି ହାତ ମାରିବାର ନାହିଁ। ତେବେ ଯେଉଁ ମନ୍ତ୍ରୀ ହଟିବାର ଚର୍ଚ୍ଚା ହେଉଛି ସେ ହେଉଛନ୍ତି ପ୍ରତାପ ଷଡଙ୍ଗୀ।

ପ୍ରତାପ ଷଡଙ୍ଗୀଙ୍କୁ ହଟାଇବାର କାରଣରେ କୁହାଯାଉଛି ଯେ ତାଙ୍କର ଦକ୍ଷତା ଭଲ ନାହିଁ। ନିଜ ବିଭାଗକୁ ଠିକରେ ସମ୍ଭାଳିବାରେ ସେ ଅକ୍ଷମ। ତେବେ ସବୁଠାରୁ ଯେଉଁ ଗୁରୁତ୍ବପୂର୍ଣ୍ଣ କଥା ରହିଛି ତାହା ହେଲା ରାଜ୍ୟ ରାଜନୀତିରେ ବିଜେପିର ସେପରି କିଛି ପରିବର୍ତ୍ତନ ହୋଇପାରିଲା ନାହିଁ।

ପ୍ରତାପ ଷଡଙ୍ଗୀ ଯେତେବେଳେ କେନ୍ଦ୍ରମନ୍ତ୍ରୀ ହେଲେ ସେତେବେଳେ ଜାତୀୟ ଗଣମାଧ୍ୟମରେ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏପରିକି ତାଙ୍କୁ ଓଡିଶାର ଯୋଗୀ ଆଦିତ୍ୟନାଥ ବୋଲି କୁହାଗଲା। ଓଡିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ସେ ବହୁତ କିଛି କରିବେ ବୋଲି କେନ୍ଦ୍ରୀୟ ନେତା ଆଶା କରିଥିଲେ। ହେଲେ ପ୍ରତାପଙ୍କ ମନ୍ତ୍ରୀତ୍ବରେ ରାଜ୍ୟ ବିଜେପିର କୌଣସି ପରିବର୍ତ୍ତନ ହେଲା ନାହିଁ।

ତେବେ ସବୁଠାରୁ ବଡ ଝଟକା ହେଲା ବାଲେଶ୍ବର ଉପନିର୍ବାଚନ। ଏହି ନିର୍ବାଚନ ମଣ୍ଡଳିଟିରେ ପୂର୍ବରୁ ବିଜେପି ବିଧାୟକ ଥିଲେ, ବିଜେପିର ସଂଗଠନ ଥିଲା, ଏଥିସହିତ ତାହା ଖୋଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନ ମଣ୍ଡଳି। ଏପରି କ୍ଷେତ୍ରରେ ସେଠାରେ ବିଜେପି ପ୍ରାର୍ଥୀ ହାରିବା କେନ୍ଦ୍ରୀୟ ନେତୃବୃନ୍ଦ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି।

ପ୍ରତାପ ଷଡଙ୍ଗୀଙ୍କୁ ବଦଳାଇ ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ଚାଲିଛି। ଏହା ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ଅଶ୍ବନୀ ବୈଷ୍ଣବଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲି ହେବା ନିଶ୍ଚିତ ବୋଲି ଜଣାପଡିଛି।