ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ଅନୁସନ୍ଧାନକୁ ନେଇ ଆଜି ଦିଲ୍ଲୀ ଅବକାରୀ ନୀତି ମାମଲାରେ ତେଲେଙ୍ଗାନାରୁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି। ଗିରଫ ଆକାଉଣ୍ଟାଣ୍ଟ ପୂର୍ବରୁ କେ.ଆର.ସି.ଙ୍କ ଝିଅ କେ.କବିତାଙ୍କ ସହ କାମ କରୁଥିଲେ।
ସିବିଆଇ ସୂତ୍ରରୁ ପ୍ରକାଶ ଯେ, ହାଇଦ୍ରାବାଦ ସ୍ଥିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରଣ୍ଟଲାଙ୍କୁ ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ତାଙ୍କର ଭୂମିକା ଥିବାରୁ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।