Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳନ, ଜିଲ୍ଲାପାଳ କଲେ ପତାକା ଉତ୍ତୋଳନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିଜେବି ହାଇସ୍କୁଲ ପଡିଆରେ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଭାରତ ବର୍ଷର ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ପଥରେ ସଚେତନ ହେବା କୁ ଆହ୍ବାନ ଦେଇଥିଲେ। ସମସ୍ତେ ମିଳିମିଶି ଖୋର୍ଦ୍ଧା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସହଯୋଗର ହାତ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଏକ ସମୃଦ୍ଧ ଓ ଶାନ୍ତିପ୍ରିୟ ସୁନାର ଭାରତ ବର୍ଷର ଆକାଂକ୍ଷା କରିଥିଲେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ।

ପରେଡରେ ଆଇଟିବିପି , ୬ଷ୍ଠ ଆଇ.ଆର.ବି ଯବାନ, ଏ.ପି.ଆର , ହୋମ୍ ଗାର୍ଡ, ଏନ୍.ସି.ସି.,ସ୍କାଉଟ, ଗାଇଡ, ସିଭିଲିଆନ ପ୍ରମୁଖ ଯୋଗ ଦେଇଥିଲେ। ସେଥିମଧ୍ୟରୁ ଶୃଙ୍ଖଳା ପାଇଁ ପୋଲିସ ‌କାଡେଟ ପୁରସ୍କୃତ ହୋଇଥିଲେ। ଏଥିସହିତ ୪ ଟି କାର୍ଯ୍ୟାଳୟ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା। ସେଥି ମଧ୍ୟରୁ ପ୍ରଥମ ସ୍ଥାନ ସ୍ବଚ୍ଛତା ରଥ ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦଙ୍କୁ ‌ଏବଂ ଦ୍ଵିତୀୟ ସ୍ଥାନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପତ୍ନୀଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ହୋଇଥିବା କୃତି ପ୍ରତିଯୋଗୀଙ୍କୁ କପ୍ ପ୍ରଦାନ କରାଯାଇଥିଲା।

ଖୋର୍ଦ୍ଧା ଜିଲ୍ଲା ର‌ ଏକାମ୍ର ସରସ୍ଵତୀ ଶିଶୁ ମନ୍ଦିର ହାଇସ୍କୁଲ,ଭୀମଟାଙ୍ଗି, ଭୁବନେଶ୍ୱର ଛାତ୍ର ଆଶୁତୋଷ ନନ୍ଦଙ୍କୁ ସର୍ବାଧିକ ୫୮୫ ନମ୍ବର ରଖି ଜିଲ୍ଲା ସ୍ତରୀୟ ଟପର ହୋଇଥିବାରୁ ବିଜେବି ହାଇସ୍କୁଲ, ଖୋର୍ଦ୍ଧା ହାରାମଣି ମହାନ୍ତି ମେମୋରିଆଲ ଫଣ୍ଡ ତରଫରୁ ୧୦୦୦ ନଗଦ ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲାସ୍ତରୀୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ସେହିପରି ବକ୍ସି ଜଗବନ୍ଧୁ ଉଚ୍ଚ ମାଧ୍ୟମିକ +୨ କଳା ର ଛାତ୍ରୀ ଯାଜ୍ଞସେନୀ ମହାପାତ୍ରଙ୍କୁ ସର୍ବାଧିକ ୫୪୯ ନମ୍ବର ରଖି ଜିଲ୍ଲା ଟପ୍ପର ଭାବେ ପୁରସ୍କୃତ କରାଯାଇଥିଲା। ଉକ୍ତ ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ରୀ ବର୍ଷାରାଣୀ ସ୍ବାଇଁ ୫୬୪ ନମ୍ବର ରଖି ଜିଲ୍ଲା ଟପ୍ପର ଭାବେ ପୁରସ୍କୃତ ହୋଇଥିଲେ। କ୍ଷେତ୍ରବାସୀ ଦୟାନନ୍ଦ ଆଙ୍ଗ୍ଲୋଭେଦିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ବାଣିଜ୍ଯ ଛାତ୍ର ସଲାହୁଦିନ ଖାଁ ଦଳେଇ ସର୍ବାଧିକ ୫୫୯ ନମ୍ବର ରଖି ଜିଲ୍ଲା ଟପ୍ପର ଭାବେ ପୁରସ୍କୃତ ହୋଇଥିଲେ।

ବେଟି ବଚାଓ ବେଟି ପଢାଓ କାର୍ଯ୍ୟ କ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତରଫରୁ ଜିଲ୍ଲା ସ୍ତରରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ରୀମାନଙ୍କ ମଧ୍ୟରେ ସର୍ବୋଚ୍ଚ ତାଲିକା ରେ ଅଙ୍କିତା ମିଶ୍ର, ଉଚ୍ଚ ମାଧ୍ୟମିକ ସ୍ତରୀୟ +୨ କଳା ର ଛାତ୍ରୀ ଯାଜ୍ଞସେନୀ ମହାପାତ୍ର ,ଉଚ୍ଚ ମାଧ୍ୟମିକ ସ୍ତରୀୟ +୨ ବିଜ୍ଞାନ ଛାତ୍ରୀ ବର୍ଷାରାଣୀ ସ୍ବାଇଁ, ଉଚ୍ଚ ମାଧ୍ୟମିକ ସ୍ତରୀୟ +୨ ବାଣିଜ୍ଯ ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ପ୍ରମୁଖ ପ୍ରତ୍ୟେକ ଙ୍କୁ ୨୫୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ରୋଗୀମାନଙ୍କୁ ଜିଲ୍ଲାପାଳ ଫଳ ବଣ୍ଟନ କରିଥିଲେ। ଶେଷରେ ସଡ଼କ ସୁରକ୍ଷା ଉପରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା।

ଆଜି ସକାଳୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପୋୖର ପରିଷଦ ଅଞ୍ଚଳରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୭ଟାରେ କାର୍ଯ୍ୟନିର୍ବାହୀ ଅଧିକାରୀ, ପୋୖର ପରିଷଦଙ୍କ ତରଫରୁ ସ୍ଵାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ସକାଳ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ସମ୍ମିଳନୀ ସଭା

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୦ ଟା ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ସମ୍ମିଳନୀ ସଭା ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ସି. ଡ଼ି.ଏମ. ଓ, ଡ଼. ଆର୍ତ୍ତବନ୍ଧୁ ନାୟକ, ସ୍ୱାଗତ ଭାଷଣ ରଖିଥିଲା ବେଳେ ଡ଼ଃ ସୁଭାଶିଷ ମହାନ୍ତି, ID(VBD) କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଡେଙ୍ଗୁ ରୋଗକୁ କିପରି ପ୍ରତିରୋଧ କରାଯାଇ ପାରିବ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଘରକୁ ଘର ଯାଇ ଲୋକ ମାନଙ୍କୁ ସତର୍କ କରିବା, ପାଣି ଜମି ରହିବାକୁ ନଦେବା, ପରିବା ଭେନ୍ଦର ମାନଙ୍କୁ ସଚେତନ କରିବାକୁ, ପ୍ରତ୍ୟେହ ସକାଳେ ଓ ସନ୍ଧ୍ୟାରେ ଫୋଗିଙ୍ଗ ମେସିନ ବୁଲାଇବାକୁ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପଂଚାୟତ ଅଧିକାରୀଙ୍କୁ ଗ୍ରାମ ପଂଚାୟତ ମାନଙ୍କରେ ସଚେତନତା କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲିଫ ଲେଟ, ପୋଷ୍ଟର ମାଧ୍ୟମରେ ସଚେତନ କରାଇବାକୁ, ବସ ଷ୍ଟାଣ୍ଡ ମାନଙ୍କରେ ଅବ୍ୟବହୃତ ଗାଡି, ଗ୍ୟାରେଜ ମାନଙ୍କରେ ସଚେତନତା ବିଷୟରେ R. T. O ଙ୍କୁ INDUSTRY AREA ରେ ପାଣି ଜମିବାକୁ ନଦେବା ପାଇଁ DIC ଙ୍କୁ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି, ଶିକ୍ଷା ବିଭାଗ, କଂଟ୍ରାକଟର ମାନଙ୍କୁ ସଚେତନତା ବାର୍ତ୍ତା ପହଞ୍ଚେଇବା ପାଇଁ ବିଭାଗୀୟ ଅଧିକାରୀ DSWO, DEO, R&B ଙ୍କୁ ପରାମର୍ଶ ଦେଇଥଲେ।

ଲିଫ ଲେଟ, ପୋଷ୍ଟର ମାଧ୍ୟମରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଏଥିରେ ଡ଼ଃ ପ୍ରଶାନ୍ତ କୁମାର ଦାଶ DPHO, ଡ଼ଃ ରଘୁନାଥ ନାୟକ APDHO, ଏସ. କେ. ପରିଡା., CDAO, ରିଜ୍ୱାନା କାଭାବ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ପଂଚାୟତ ଅଧିକାରୀ, ଶ୍ୟାମଳେନ୍ଦୁ ନାୟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ. ଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।