Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ୭୦୪ କୋଟି ଯୋଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ କୋଇଲା ରାଜଭାଗ ଅନୁସାରେ ଏହି ଅର୍ଥ ପ୍ରଦାନ କରିଛି । ଏହା ଫଳରେ ଛ’ଟି କୋଇଲା ସମୃଦ୍ଧ ରାଜ୍ୟ ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଓ ପଶ୍ଚିମବଙ୍ଗ ଉପକୃତ ହେବେ । ଏହି ଅର୍ଥରାଶି ହସ୍ତାନ୍ତର ଦ୍ୱାରା ସମ୍ପୃକ୍ତ ଛ’ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ।

ଏହି ୭୦୪ କୋଟି ଟଙ୍କାର ଅର୍ଥ ସମ୍ପୃକ୍ତ ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ପ୍ରଥମ କିସ୍ତିରେ ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୮ଟି କୋଇଲା ଖଣିର ସଫଳ ନିଲାମ ହୋଇଥିଲା ସେ ବାବଦ ଲବ୍ଧ ଅର୍ଥରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦେଇଛି । ବ୍ୟାବସାୟିକ କୋଇଲା ଖଣିର ଷଷ୍ଠ ପର୍ଯ୍ୟାୟ ଏବଂ ପଂଚମ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ ଏହି ୧୮ଟି ଖଣି ନିଲାମ ହୋଇଥିଲା ।

କେଉଁ ରାଜ୍ୟକୁ କେତେ ଅର୍ଥ ଏ ବାବଦରେ ପ୍ରଦାନ କରାଯାଇଛି ତାହା ନିମ୍ନରେ ଦିଆଗଲା

 

କ୍ରମିକ ସଂଖ୍ୟା ରାଜ୍ୟ  ପ୍ରଥମ କିସ୍ତିର ଅଗ୍ରୀମ ଅର୍ଥର ପରିମାଣ
ଛତିଶଗଡ ୧, ୪୭, ୧୮,୩୦, ୬୨୫ ଟଙ୍କା
ଝାଡଖଣ୍ଡ ୧, ୩୦, ୯୯, ୧୦, ୬୮୪ ଟଙ୍କା
ମଧ୍ୟପ୍ରଦେଶ ୧,୮୮, ୮୫, ୯୨, ୭୮୧ ଟଙ୍କା
ମହାରାଷ୍ଟ୍ର ୧୮, ୭୫, ୦୦, ୦୦୦ ଟଙ୍କା
ଓଡିଶା   ୧, ୯୯, ୮୧, ୪୩,  ୭୯୫ ଟଙ୍କା
ପଶ୍ଚିମବଙ୍ଗ ୧୮,୭୫, ୦୦, ୦୦୦ ଟଙ୍କା

ସର୍ବମୋଟ         ୭, ୦୪, ୩୦, ୭୭, ୮୮୫ଟଙ୍କା

ଏ କ୍ଷେତ୍ରରେ କୋଇଲା ଖଣିର  ବିକାଶ ଓ ଉତ୍ପାଦନ ରାଜିନାମା (ସିଏମ୍‌ସିଡିଏ) ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସିଏମ୍‌ପିଡିଏ ଅନୁସାରେ ସଫଳ ନିଲାମଧାରୀ (ବିଡର) କୋଇଲା ମନ୍ତ୍ରଣାଳୟ ନିକଟରେ ଆଗୁଆ  ପ୍ରଥମ କିସ୍ତିର ରାଜସ୍ୱ ଦାଖଲ କରିଥିଲେ । ଏବେ ସମ୍ପୃକ୍ତ କୋଇଲାଖଣି  ନିଲାମଧାରୀମାନଙ୍କୁ ପରବର୍ତ୍ତୀ ତିନି କିସ୍ତି ସମ୍ପୃକ୍ତ କୋଇଲା ଖଣି ରାଜ୍ୟ ସରକାରମାନଙ୍କୁ ସିଧାସଳଖ  ହସ୍ତାନ୍ତର କରିବ । ଏହା ଦ୍ୱାରା  ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।

କୋଇଲା ଖଣି ନିଲାମ ଫଳରେ ରାଜ୍ୟ ସରକାର ଯେଉଁ ଉଲ୍ଲେଖନୀୟ ରାଜସ୍ୱ ପାଇବେ ଏହାକୁ ନିଜର ବିଭିନ୍ନ୍ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହି ଅର୍ଥ ଭିତ୍ତିଭୂମି ବିକାଶ, ଶିକ୍ଷା ସୁବିଧା ନିର୍ମାଣ, ସ୍ୱାସ୍ଥ୍ୟ ସେବା କାମ ଓ ଅନ୍ୟାନ୍ୟ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ ହୋଇପାରିବ । ଏହା ଦ୍ୱାରା ଲୋକେ ଉପକୃତ ହେବେ ଏବଂ ସେହି ରାଜ୍ୟର ଅଭିବୃଦ୍ଧି ବଢିବ ।

ଦେଶରେ ବ୍ୟବସାୟିକ କୋଇଲା ଉତ୍ତୋଳନ ଆରମ୍ଭ ହେବା ପରେ କୋଇଲା ଉଦ୍ୟୋଗ ରାଜ୍ୟସରକାରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେ ନେଇ ରାଜସ୍ୱ ପ୍ରଦାନ କରିଆସୁଛି । ଆହୁରି ମଧ୍ୟ ଥରେ କୋଇଲା ଖଣି କାର୍ଯ୍ୟକ୍ଷମ ହେଲେ ତାହାର ରାଜଭାଗ (ରୟାଲିଟି) ଓ ମାସିକ ପ୍ରିମିୟମ ଆକାରରେ ସମ୍ପୃକ୍ତ ରାଜ୍ୟର ବିକାଶର ସହାୟତା ଯୋଗାଉଛି । ଏସବୁ ଖଣିରୁ ମିଳୁଥିବା ରାଜସ୍ୱକୁ ସମ୍ପୃକ୍ତ ରାଜ୍ୟ ସରକାର ନିଜର ବିକାଶମୂଳକ କାମ ପାଇଁ ବିନିଯୋଗ କରିପାରିବେ । ଏହା ମଧ୍ୟ ସେମାନଙ୍କ ଆର୍ଥିକ ସ୍ଥିତିକୁ  ସୁଦୃଢ କରିବେ ଓ ସେହି ଟଙ୍କା ଖର୍ଚ୍ଚ କରି ସେମାନେ ଅତ୍ୟାବଶ୍ୟକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିପାରିବେ । ସମ୍ପୃକ୍ତ ରାଜ୍ୟର ଅବହେଳିତ ଓ ବଂଚିତ ବର୍ଗର ଲୋକଙ୍କ କଲ୍ୟାଣ କାମରେ ଏହି ଅର୍ଥ  ବିନିଯୋଗ ହୋଇପାରିବ ଏବଂ ରାଜ୍ୟର ବିକାଶମୂଳକ ପ୍ରକ୍ରିୟା ମଧ୍ୟ ଏହା ଦ୍ୱାରା ତ୍ୱରାନ୍ୱିତ ହେବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚତୁର୍ଥ ପର୍ଯ୍ୟାୟ କୋଇଲା ଖଣି ନିଲାମର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ନୂଆଦିଲ୍ଲୀ: କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି 24 ଟି ନୂତନ ଖଣି ସମେତ 99 ଟି କୋଇଲା ଖଣି ନିଲାମର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ସଦ୍ୟତମ ପର୍ଯ୍ୟାୟର ଶୁଭାରମ୍ଭ କରି କୋଇଲା ଖଣିର ସଫଳ ନିଲାମଧାରୀ ନିବେଶକମାନଙ୍କୁ ତୁରନ୍ତ ଉତ୍ପାଦନ ଆରମ୍ଭ କରିବା ପାଇଁ ମନ୍ତ୍ରୀ ଆହ୍ବାନ କରିଛନ୍ତି ଯଦ୍ବାରା ଏହି କ୍ଷେତ୍ରରେ ଅଧିକ ଆତ୍ମନିର୍ଭରଶୀଳତାକୁ ସୁନିଶ୍ଚିତ କରାଯାଇପାରିବ। କୋଇଲା ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହୋଇଥିବା ସମ୍ପୂର୍ଣ୍ଣ ସ୍ବଚ୍ଛ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନ୍ତ୍ରୀ ନିବେଶକମାନଙ୍କୁ ଅନୁରୋଧ କରିଛନ୍ତି।

ପ୍ରଥମ ଦୁଇଟି ପର୍ଯ୍ୟାୟରେ 28 ଟି କୋଇଲା ଖଣିର ସଫଳ ନିଲାମ ପରେ ଏବଂ ସିଏମ୍ (ଏସପି) ଅଧିନିୟମର ପର୍ଯ୍ୟାୟ 13 ଅନ୍ତର୍ଗତ ଏବଂ ଏମଏମଡିଆର ଅଧିନିୟମର ପର୍ଯ୍ୟାୟ 3 ଅନୁଯାୟୀ 20 ଟି କୋଇଲା ଖଣି ପାଇଁ 53 ଟି ବିଡ୍ ପାଇବା ପରେ କୋଇଲା ମନ୍ତ୍ରଣାଳୟ ବର୍ତ୍ତମାନ 24 ଟି ନୂତନ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି (ସିଏମ (ଏସପି) ଆକ୍ଟର ପର୍ଯ୍ୟାୟ 14 ଅନୁଯାୟୀ 9 ଟି ନୂଆ ଖଣି ଓ ଏମଏମଡିଆର ଅଧିନିୟମର ପର୍ଯ୍ୟାୟ 4 ଅଧୀନରେ 15 ଟି ନୂତନ ଖଣି)।  କୋଇଲା ଖଣି ଗୁଡ଼ିକ ତୃତୀୟ ରାଉଣ୍ଡର ବାଣିଜ୍ୟିକ ନିଲାମ ଓ ବାଣିଜ୍ୟିକ ନିଲାମର ଦ୍ବିତୀୟ ପର୍ଯ୍ୟାୟର 2ୟ ପ୍ରଚେଷ୍ଟାକୁ ରୋଲ୍ ଓଭର କରିବା ସହିତ, ସମୁଦାୟ 99 ଟି କୋଇଲା ଖଣି ଅଫରରେ ରହିବ।

ଅଫରରେ ଥିବା ଏହି 99 ଟି ଖଣି ମଧ୍ୟରୁ, 59 ଟି ହେଉଛି ସମ୍ପୂର୍ଣ୍ଣ ଉତ୍ତୋଳିତ ଖଣି ଓ 40 ଟି ଆଂଶିକ ଉତ୍ତୋଳିତ ଖଣି। ଏହି ଖଣି ଗୁଡ଼ିକ ଆଠଟି ରାଜ୍ୟରେ ରହିଛି ଯଥା ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା।

ଖଣି ଗୁଡ଼ିକୁ ସବିଶେଷ ଅନୁଧ୍ୟାନ ପରେ ଚୂଡ଼ାନ୍ତ କରାଯାଇଛି। ଏହା ସହିତ ସଂରକ୍ଷିତ ଅଞ୍ଚଳ, ବନ୍ୟଜନ୍ତୁ ଅଭୟାରଣ୍ୟ , ଗୁରୁତ୍ବପୂର୍ଣ୍ଣ  ବାସସ୍ଥାନ, 40% ରୁ ଅଧିକ ଜଙ୍ଗଲ ଆବରଣ, ବହୁଳ ଭାବରେ ନିର୍ମିତ ଅଞ୍ଚଳ ଥିବା ଖଣିଗୁଡ଼ିକୁ ବାଦ ଦିଆଯାଇଛି।

ନିଲାମ ପ୍ରକ୍ରିୟାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି ଜାତୀୟ କୋଇଲା ସୂଚକାଙ୍କ ପ୍ରବର୍ତ୍ତନ, କୋଇଲା ଖଣି ଅଭିଜ୍ଞତା ପାଇଁ କୌଣସି ପ୍ରତିବନ୍ଧକ ବିନା ଅଂଶଗ୍ରହଣରେ ସହଜତା, କୋଇଲା ବ୍ୟବହାରରେ ସମ୍ପୂର୍ଣ୍ଣ ନମନୀୟତା, ଅପ୍ଟିମାଇଜ୍ ପେମେଣ୍ଟ ସଂରଚନା, ଶୀଘ୍ର ଉତ୍ପାଦନ ଏବଂ ସ୍ୱଚ୍ଛ କୋଇଲା ପ୍ରଯୁକ୍ତିର ପ୍ରୋତ୍ସାହନ ମାଧ୍ୟମରେ ଦକ୍ଷତା ବୃଦ୍ଧି।  ସ୍ଥାୟୀତ୍ବ ଉପରେ ଧ୍ୟାନ ଦେଇ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଅଧିକ ପ୍ରୋତ୍ସାହନ ପ୍ରଦାନ ଉପରେ ବିଚାର କରାଯାଉଛି।

ଟେଣ୍ଡର କାଗଜାତ ବିକ୍ରୟ ପ୍ରକ୍ରିୟା 16 ଡିସେମ୍ବର 2021 ରୁ ଆରମ୍ଭ ହେବ। ଖଣି, ନିଲାମ ସର୍ତ୍ତାବଳୀ, ସମୟସୀମା ଇତ୍ୟାଦିର ବିବରଣୀ ଏମଏସଟିସି ନିଲାମ ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଶତକଡ଼ା ରାଜସ୍ୱ ଅଂଶଧନ ଆଧାରରେ ଏକ ସ୍ୱଚ୍ଛ 2 ପର୍ଯ୍ୟାୟ ପ୍ରକ୍ରିୟା ମାଧ୍ୟମରେ ନିଲାମ ଅନଲାଇନ ମାଧ୍ୟମରେ ସମ୍ପାଦନ ହେବ। ଏହି ନିଲାମ ରାଉଣ୍ଡ ଟି ସିଏମଏସପି ଅଧିନିୟମ ଅନ୍ତର୍ଗତ 14 ତମ ପର୍ଯ୍ୟାୟ ଏବଂ ଏମଏମଡିଆର ଅଧିନିୟମ ଅନୁଯାୟୀ ନିଲାମର ଚତୁର୍ଥ ପର୍ଯ୍ୟାୟ ହେବ।

ବାଣିଜ୍ୟିକ କୋଇଲା ଖଣି ନିଲାମ ପାଇଁ କୋଇଲା ମନ୍ତ୍ରଣାଳୟର ଏକମାତ୍ର କାରବାର ପରାମର୍ଶଦାତା ଏସବିଆଇ କ୍ୟାପିଟାଲ ମାର୍କେଟସ୍ ଲିମିଟେଡ୍ ଏହି ପଦ୍ଧତି ପ୍ରସ୍ତୁତ କରିଛି ଏବଂ ନିଲାମ ପରିଚାଳନାରେ କୋଇଲା ମନ୍ତ୍ରଣାଳୟକୁ ସାହାଯ୍ୟ କରୁଛି।

ସମୁଦାୟ 99 ଟି କୋଇଲା ଖଣି ମଧ୍ୟରୁ 35 ଟି କୋଇଲା ଖଣି ସିଏମଏସପି ଅଧିନିୟମ ଅନୁଯାୟୀ ନିଲାମର 14 ତମ ପର୍ଯ୍ୟାୟ ଅଧୀନରେ ଅଛି ଏବଂ 64 ଟି କୋଇଲା ଖଣି ଏମଏମଡିଆର ଅଧିନିୟମ ଅନୁଯାୟୀ ନିଲାମର ଚତୁର୍ଥ ପର୍ଯ୍ୟାୟରେ ଅଛି । ଏହି 99 ଟି କୋଇଲା ଖଣି ମଧ୍ୟରୁ 24 ଟି ନୂତନ କୋଇଲା ଖଣି ହୋଇଥିବା ବେଳେ ଅବଶିଷ୍ଟ 75 ଟି କୋଇଲା ଖଣି ପୂର୍ବ ରାଉଣ୍ଡର ରୋଲ୍ ଓଭର ଖଣି ଅଟେ।

ଏହି କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରଣାଳୟର ସଚିବ, ଅତିରିକ୍ତ ସଚିବ ବିନୋଦ କୁମାର ତିୱାରୀ, ଏମ ନାଗରାଜୁ ଓ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।