Categories
ଜାତୀୟ ଖବର ବିଶେଷ ଖବର

ବିଦ୍ୟୁତ ସଙ୍କଟ ଦୂର ପାଇଁ କୋଇଲା ଆମଦାନୀ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ:  କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର କେ ସିଂ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ଆମଦାନୀର ସ୍ଥିତି ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରମାନଙ୍କ ପ୍ରତିନିଧିମାନଙ୍କ ସହିତ ଏହି ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ବୈଠକରେ କେନ୍ଦ୍ର ଶକ୍ତି ସଚିବ ଶ୍ରୀ ଆଲୋକ କୁମାରଙ୍କ ସମେତ ରାଜ୍ୟ ସରକାର ଏବଂ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବର୍ଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ବାଧା ଦୂର କରିବା ନିମନ୍ତେ କୋଇଲା ଆମଦାନୀ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ନିମନ୍ତେ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଥିଲେ । ମିଶ୍ରଣ ଉଦ୍ଦେଶ୍ୟରେ କୋଇଲା ଆମଦାନୀ କରିବା ଲାଗି ଅର୍ଡର ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା, ଯାହା ଫଳରେ ୨୦୨୨ ମେ ମାସ ଠାରୁ ହିଁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ କୋଇଲା ପହଞ୍ଚି ପାରିବ।

କୋଇଲା କମ୍ପାନୀମାନଙ୍କ ଠାରୁ ମିଳିଥିବା କୋଇଲାର ଅନୁପାତ ଆଧାରରେ ସବୁ ବିଦ୍ୟୁତ ଉତ୍ପାଦନ କମ୍ପାନୀମାନଙ୍କୁ ଘରୋଇ କୋଇଲା ଯୋଗାଇ ଦିଆଯିବ। ରାଜ୍ୟମାନଙ୍କୁ ପରାମର୍ଶ ଦେଇ କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, କ୍ୟାପ୍ଟିଭ୍ କୋଇଲା ଖଣି ଗୁଡ଼ିକରୁ ଅଧିକ କୋଇଲା ଉତ୍ପାଦନ କରିବାର ଆବଶ୍ୟକତା ରହିଛି ଯାହାଫଳରେ ଲିଙ୍କେଜ୍ କୋଇଲା ଉପରେ ପଡ଼ୁଥିବା ଚାପକୁ ହ୍ରାସ କରାଯାଇ ପାରିବ।

ବିଦ୍ୟୁତ ପ୍ଲାଣ୍ଟରେ ଦେଖା ଦେଇଥିବା କୋଇଲା ଅଭାବ ଦୂର କରିବା ଲାଗି ରେଳ ସହ ସଡ଼କ ମାର୍ଗ (ଆରସିଆର)କୁ ଉପଯୋଗ କରାଯାଇ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କୋଇଲା ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଯେଉଁ ରାଜ୍ୟମାନେ ଆରସିଆର କୋଇଲା ଉଠାଇବେ ନାହିଁ ସେମାନଙ୍କ ଠାରୁ ଆବଣ୍ଟନ ପ୍ରତ୍ୟାହାର କରି ନିଆଯିବ ଏବଂ ଅନ୍ୟ ରାଜ୍ୟକୁ ସେହି କୋଇଲା ଯୋଗାଇ ଦିଆଯିବ। ସେମାନଙ୍କ ରାଜ୍ୟରେ କୌଣସି ପ୍ରକାର କୋଇଲା ଅଭାବ ଏବଂ ତଦ୍ଜନିତ ବିଦ୍ୟୁତ ସଙ୍କଟ ପାଇଁ ସମ୍ପୃକ୍ତ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ ।

ସିଇଏ ବୈଠକରେ ପ୍ରାପ୍ତ ତଥ୍ୟ ଅନୁଯାୟୀ, କୋଇଲା ଆମଦାନୀ ପାଇଁ ତାମିଲନାଡ଼ୁ ଓ ମହାରାଷ୍ଟ୍ର ପକ୍ଷରୁ ଅର୍ଡର ଦିଆଯାଇ ସାରିଛି । ପଞ୍ଜାବ ଓ ଗୁଜରାଟ ଟେଣ୍ଡର ଚୂଡ଼ାନ୍ତ କରିବାର ଅନ୍ତିମ ପର‌୍ୟ୍ୟାୟରେ ଅଛନ୍ତି । ବିଦ୍ୟୁତ ପ୍ଲାଣ୍ଟରେ କୋଇଲା ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀ କରିବା ଲାଗି ଅନ୍ୟ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟ ଟେଣ୍ଡର ଜାରି କରିବା ପ୍ରକ୍ରିୟାରେ ରହିଛନ୍ତି । ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡ କୌଣସି ପ୍ରକାର ଟେଣ୍ଡର ଜାରି କରିନାହାନ୍ତି କିମ୍ବା କୋଇଲା ଆମଦାନୀ କରିବା ଲାଗି କୌଣସି ଜରୁରି ପଦକ୍ଷେପ ନେଇନାହାନ୍ତି । ସେମାନଙ୍କ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କୋଇଲା ଯୋଗାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଏସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଥିଲା ।

ବୈଠକରେ ଆରସିଆର ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ଏବଂ ଏଥିରୁ ଜଣାପଡ଼ିଥିଲା ଯେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା ଏବଂ ଉତ୍ତର ପ୍ରଦେଶ ଆବଣ୍ଟିତ କୋଇଲା ଉଠାଇବା ପାଇଁ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି କୋଇଲା ଯଥାଶୀଘ୍ର ଉଠାଇବାକୁ ଏସବୁ ରାଜ୍ୟଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିରେ ବିଫଳ ହେଲେ ଆରସିଆର କୋଇଲା ଆବଶ୍ୟକ କରୁଥିବା ଅନ୍ୟ ବିଦ୍ୟୁତ କମ୍ପାନୀମାନଙ୍କୁ ଏସବୁ କୋଇଲା ଆବଣ୍ଟନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଭାରତୀୟ ରେଳବାଇର କୋଇଲା ଯୋଗାଣ ଜାରି

ଦିଲ୍ଲୀ: ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକରେ ଦ୍ରୁତଗତିରେ କୋଇଲା ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ଦ୍ୱାରା ଏହାର ନେଟୱର୍କ ମାଧ୍ୟମରେ କୋଇଲା ପରିବହନ ବୃଦ୍ଧି ପାଇଁ ଅତିରିକ୍ତ ଟ୍ରେନ୍ ଏବଂ ରେକ୍‌ର ବ୍ୟବହାର ଆରମ୍ଭ କରାଯାଇଛି। ଭାରତୀୟ ରେଳବାଇ କୋଇଲା ପରିବହନକୁ ବୃଦ୍ଧି କରିଛି ଯାହା ଦ୍ୱାରା ସେପ୍ଟେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୩୨ % ଅଧିକ କୋଇଲା ପରିବହନ ହୋଇଛି। ଏପ୍ରିଲ୍ ୨୦୨୨ ପରେ କୁଶଳତାର ସହିତ ସମ୍ବଳ ଯୋଗାଡ କରି ମାଲ୍ ପରିବହନ କ୍ଷେତ୍ରରେ ମଧ୍ୟ ୧୦% ବୃଦ୍ଧି ହୋଇଛି।

୨୦୨୧ – ୨୨ ବର୍ଷରେ ଭାରତୀୟ ରେଳବାଇ ରେଳ ମାଧ୍ୟମରେ କୋଇଲା ପରିବହନକୁ ରେକର୍ଡ ୧୧୧ ମିଲିୟନ୍ ଟନ୍ ବୃଦ୍ଧି କରିଛି ଏବଂ ପୂର୍ବ ବର୍ଷରେ ୫୪୨ ମିଲିୟନ୍ ଟନ୍ ତୁଳନାରେ ରେକର୍ଡ ପରିମାଣର ୬୫୩ ମିଲିୟନ୍ ଟନ୍ କୋଇଲା ଧାରଣ କରିଛି ଅର୍ଥାତ୍ ଏଥିରେ ୨୦.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଏହା ବ୍ୟତୀତ , ସେପ୍ଟେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ବିଦ୍ୟୁତ୍ କ୍ଷେତ୍ରକୁ କୋଇଲା ଲୋଡିଂ କ୍ଷେତ୍ରରେ ମାତ୍ର ଦୁଇଟି ତ୍ରୈମାସିକରେ ୩୨% ବୃଦ୍ଧି କରା ଯାଇଛି।

ଏପ୍ରିଲ୍ ୨୦୨୨ରେ, ଭାରତୀୟ ରେଳବାଇ ବିତ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକରେ କୋଇଲା ଲୋଡିଂକୁ ପ୍ରାଥମିକତା ଦେବା ପାଇଁ ଅନେକ ପଦକ୍ଷେପ ନେଇଛି, ଯାହା ଫଳରେ ଏକ ସପ୍ତାହ ମଧ୍ୟରେ କୋଇଲା ଯୋଗାଣରେ ୧୦%ରୁ ଅଧିକ ବୃଦ୍ଧି ଘଟିଛି।

ଭାରତୀୟ ରେଳବାଇ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଏହି ଉନ୍ନତି ସମ୍ଭବ ହୋଇଛି, ଯାହା ମଧ୍ୟରୁ କେତେକ ନିମ୍ନରେ ତାଲିକାଭୁକ୍ତ ହୋଇଛି:

– କୋଇଲା ଟ୍ରେନ୍‌ର ଗତିବିଧିକୁ ପ୍ରାଥମିକତା ଦିଆଯାଇଛି ଏବଂ ଲୋଡିଂ ଠାରୁ ଆରମ୍ଭ କରି ଯାତ୍ରା ସମୟ ଏବଂ ଶେଷରେ ଅନଲୋଡିଂ ପର୍ଯ୍ୟନ୍ତ ସମୟ ଚକ୍ରରେ ପ୍ରତ୍ୟେକ ଟ୍ରେନ୍ ଉପରେ ତୀବ୍ର ନଜର ରଖାଯାଉଛି।

– ଏହି ପ୍ରାଥମିକତା ଏବଂ ଦୀର୍ଘ ଦୂରତା ପର୍ଯ୍ୟନ୍ତ କୋଇଲା ଟ୍ରେନ୍‌ର ଗମନାଗମନ ସମୟ ଉପରେ ନଜର ରଖିବା ଦ୍ୱାରା ଜଟିଳ ବିଦ୍ୟୁତ୍ ଉତ୍ପାଦନ ପ୍ଲାଂଟ୍ ପାଇଁ ବିଦ୍ୟୁତ୍ କ୍ଷେତ୍ରରେ ଉଲ୍ଲେଖନୀୟ ୧୨ – ୩୬% ହ୍ରାସ ପାଇଛି।

– ଭାରତୀୟ ରେଳବାଇ ଦୀର୍ଘ ଦୂରତା ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପର୍ଯ୍ୟନ୍ତ କୋଇଲା ଚଳାଚଳକୁ ପ୍ରାଧାନ୍ୟ ହେଇଛି, ଯାହା ଦ୍ୱାରା ଏହା ପ୍ରତିଫଳିତ ହେଉଛି ଯେ ଗତ ୫ ଦିନରେ କୋଇଲା ଟ୍ରେନ୍‌ର ହାରାହାରି ଗତି ୭ ରୁ ୧୦ ଏପ୍ରିଲ୍ ତୁଳନାରେ ହାରାହାରି ୭% ବୃଦ୍ଧି ପାଇଛି।

– କୋଇଲା ଟ୍ରେନ୍‌ର ହାରାହାରି ଗତି ବୃଦ୍ଧି ହେବା ସତ୍ୱେ ଏହି ଷ୍ଟକ୍ ପାଇଁ ସମାନ ରେକ୍‌ର ଦୁଇଟି କ୍ରମାଗତ ଲୋଡିଂ ମଧ୍ୟରେ ରହିଥିବା ସମୟରେ ୧୦% ହ୍ରାସ ଘଟିଛି।

– ଏହି ପରିଚାଳନା କ୍ଷେତ୍ରରେ ନୂତନତ୍ୱ ସହିତ ଭାରତୀୟ ରେଳ ପାୱାର ହାଉସ୍ ଗୁଡିକୁ କୋଇଲା ଟ୍ରେନ୍ ଯୋଗାଣକୁ ବୃଦ୍ଧି କରିବା ସହିତ ସ୍ଥାୟୀ ଭିତିରେ ଅଧିକ କୋଇଲା ରେକ୍ ଲୋଡ୍ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କୋଇଲା ଯୋଗାଣରେ ନୂତନ ଶିଖର ଛୁଇଁଲା ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ଼

ଭୁବନେଶ୍ବର: ଅଗ୍ରଣୀ କୋଇଲା ଉତ୍ପାଦନକାରୀ ମହାନଦୀ କୋଲଫିଲ୍ଡ ଲିମିଟେଡ(ଏମସିଏଲ) ଗତକାଲି (ତା୧୭-୧୦-୨୧)ଦିନ ୫.୪୭ ଲକ୍ଷ ଟନ୍ କୋଇଲା ଉପଭୋକ୍ତାଙ୍କୁ ଯୋଗାଇଛି। ଗୋଟିଏ ପକ୍ଷ ମଧ୍ୟରେ ଏହା ନିଜସ୍ୱ ରେକର୍ଡ ୫.୪୫ ଲକ୍ଷ ଟନକୁ ଟପି ପାରିଛି।

କମ୍ପାନୀ ସର୍ବକାଳୀନ ଅଧିକ ୧୦୩ ରେକ କୋଇଲା ଯୋଗାଇଛି। ଏଥିରୁ ୬୫ରେକ ତାଳଚେର କେଲ୍‌ଫିଲ୍ଡରୁ ଆସିଥିବାବେଳେ ୩୮ରେକ୍ ଇବ୍ ଉପତ୍ୟକା କୋଲ୍‌ଫିଲ୍ଡରୁ ଉତ୍ତୋଳିତ ହୋଇଛି।

କେବଳ ଅକ୍ଟୋବର ମାସରେ ଦିନକୁ ୫. ୧୭ଲକ୍ଷ ଟନ୍ କୋଇଲା ଯୋଗାଣ କରିବା ସହ ଏମ୍‌ସିଏଲ ଖଣି ଶ୍ରମିକ ଓ ଅଧିକାରୀଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ ସିହ୍ନା ଅଭିନନ୍ଦନ ଜଣାଇଛନ୍ତି।

ଏମସିଏଲର ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା ଦର୍ଶାଇ ଶ୍ରୀ ସିହ୍ନା କହିଛନ୍ତି ଯେ ଅକ୍ଟୋବର ମାସରେ କୋଇଲା ଉତ୍ପାଦନ, ଯୋଗାଣ ଓ ଓଭର ବର୍ଡନ (ଓବି) ଉତ୍ତୋଳନରେ ଯଥାକ୍ରମେ ୨୬.୫%, ୩୪.୩% ଓ ୭୧.୭% ବୃଦ୍ଧି ଘଟିଛି। ଏହା ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଅଧିକ।

ଚଳିତ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଆଖିଦୃଶିଆ ବୃଦ୍ଧି କରି ଏମସିଏଲ ୭୮.୫ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଏଥିରେ ଶତକଡା ୧୨.୧୬%  ବୃଦ୍ଧି ଘଟିଛି। ଖାଉଟି ମାନଙ୍କୁ ଗତବର୍ଷ ଏହି ସମୟ ମଧ୍ୟରେ ୭୪.୩୩ ନିୟୁତ ଟନ୍ ଶୁଷ୍କ ଇନ୍ଧନ ଯୋଗାଇଥିବାବେଳେ ଚଳିତବର୍ଷ ଏହା ୮୯.୬୫ନିୟୁତ ଟନ୍‌କୁ ବୃଦ୍ଧି ପାଇଛି।

ଓଭରବଡନ(ଓବି) ଉତ୍ତୋଳନରେ ମଧ୍ୟ ଏମସିଏଲ୍‌ରେ ଆଖିଦୃଶିଆ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ ବର୍ଷରେ ଶତକଡା ୧୨୨.୨ପ୍ରତିଶତ ଅର୍ଥାତ୍ ୧୦୧.୦୨ ନିୟୁତ କ୍ୟୁବିକ ମିଟର ହୋଇଛି। ଏହାଫଳରେ କୋଇଲା ଉତ୍ତୋଳନ ବୃଦ୍ଧି ପାଇବା ସହ ବଜାର ଚାହିଦା ମଧ୍ୟ ପୂରଣ କରିହେବ।