Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର ସୁଦ୍ଧା ଘରୋଇ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନରେ ୮.୮% ବୃଦ୍ଧି

ନୂଆଦିଲ୍ଲୀ: ବାର୍ଷିକ ବିଦ୍ୟୁତ ଚାହିଦା ପ୍ରାୟ ୪.୭% ବୃଦ୍ଧି ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ଭାବରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତରେ ବିଦ୍ୟୁତ୍ ଉତ୍ପାଦନ ପୂର୍ବ ବର୍ଷ ର ସମାନ ସମୟ ତୁଳନାରେ ୮.୧୮% ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଏପ୍ରିଲ-ଅକ୍ଟୋବର ୨୩ ମଧ୍ୟରେ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନରେ ୧୧.୧୬% ବୃଦ୍ଧି ଘଟିଛି, ଯେଉଁଥିପାଇଁ ତାପମାତ୍ରାରେ ଅଭୂତପୂର୍ବ ବୃଦ୍ଧି, ବିଳମ୍ବିତ ମୌସୁମୀ ଏବଂ କୋଭିଡ୍ ପରେ ସମ୍ପୂର୍ଣ୍ଣ ବାଣିଜ୍ୟିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ହୋଇଛି।

ଅକ୍ଟୋବର ୨୦୨୩ ସୁଦ୍ଧାଘରୋଇ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ୬୮୬.୭ ବିଲିୟନ ୟୁନିଟ୍ (ବିୟୁ)ରେ ପହଞ୍ଚିଛି, ଯାହା ଗତ ବର୍ଷ ସମାନ ଅବଧିରେ ଉତ୍ପାଦନ ହୋଇଥିବା ୬୩୦.୭ ବିଲିୟନ ୟୁନିଟ୍ (ବିୟୁ) ତୁଳନାରେ ୮.୮୮% ବୃଦ୍ଧି ହୋଇଥିବା ଦର୍ଶାଉଛି।

ବିଦ୍ୟୁତ ଚାହିଦା ବୃଦ୍ଧି ସତ୍ତ୍ୱେ, ମିଶ୍ରଣ ପାଇଁ କୋଇଲା ଆମଦାନୀ ୪୬.୫୭% ହ୍ରାସ ପାଇ ଅକ୍ଟୋବର’୨୩ ସୁଦ୍ଧା ୧୩.୫୭ ନିୟୁତ ଟନ୍ ରେ ପହଞ୍ଚିଛି, ଯାହା ଗତବର୍ଷ ଏହି ଅବଧିରେ ୨୫.୪ ମେଟ୍ରିକ ଟନ୍ ଥିଲା। ଏହି କୋଇଲା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ସାମଗ୍ରିକ କୋଇଲା ଆମଦାନୀକୁ ହ୍ରାସ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ଦର୍ଶାଉଛି।

କୋଇଲା ଉତ୍ପାଦନ କୁ ଆହୁରି ବଢ଼ାଇବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଉପଲବ୍ଧତା ବୃଦ୍ଧି କରିବା ଏବଂ ଆମଦାନୀ କୋଇଲା ଉପରେ ନିର୍ଭରଶୀଳତା ହ୍ରାସ କରିବା, ଯାହା ଦ୍ୱାରା ବୈଦେଶିକ ଭଣ୍ଡାରକୁ ସୁରକ୍ଷିତ ରଖାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କୋଲ୍ ଇଣ୍ଡିଆ ଲିମିଟେଡର ସର୍ବାଧିକ ରେକର୍ଡ଼: କୋଇଲାର ମୋଟ୍ ଉତ୍ପାଦନ 223.36 ମିଲିୟନ ଟନ୍

ନୂଆଦିଲ୍ଲୀ: ଭାରତର କୋଇଲା କ୍ଷେତ୍ର ଆର୍ଥିକ ବର୍ଷ 2023-24 ର ପ୍ରଥମ ତ୍ରୟମାସିକରେ 223.36 ମିଲିୟନ ଟନ୍ (ଏମଟି) ର ଏପର୍ଯ୍ୟନ୍ତର ସର୍ବାଧିକ କୋଇଲା ଉତ୍ପାଦନ ରେକର୍ଡ଼ କରି ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହିପରି ଆର୍ଥିକ ବର୍ଷ 2022-23 ର ଏହି ଅବଧି ତୁଳନାରେ ହୋଇଥିବା 205.76 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 8.55 ପ୍ରତିଶତର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।

 

କୋଲ୍ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌) ଏପ୍ରିଲ୍ ଓ ଜୁନ 2023 ମଧ୍ୟରେ 175.48 ମେଟ୍ରିକ୍ ଟନ୍ କୋଇଲାର ଉତ୍ପାଦନ କରିଛି, ଯାହା ଗତ ବର୍ଷର ଏହି ଅବଧିରେ ହୋଇଥିବା 159.75 ମେଟ୍ରିକ୍ ଟନର ଉତ୍ପାଦନ ତୁଳନାରେ 9.85 ପ୍ରତିଶତର ଉଲ୍ଲେଖନୀୟ ବୃଦ୍ଧି ହାରକୁ ଦର୍ଶାଇଥାଏ। କୋଇଲା ଉତ୍ପାଦନରେ ହେଉଥିବା ଏହି କ୍ରମାଗତ ବୃଦ୍ଧି ଭାରତର ଶକ୍ତି ଚାହିଦାକୁ ପୂରଣ କରିବା ଏବଂ କ୍ରମାଗତ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ।

ଯେତେବେଳେ କି ଏପ୍ରିଲ୍ 2023 ରୁ ମେ 2023 ମଧ୍ୟରେ କୋଇଲାର ଆମଦାନୀ ଗତ ବର୍ଷର ଏହି ଅବଧି ତୁଳନାରେ 16.76 ପ୍ରତିଶତ ବୃଦ୍ଧି ହୋଇଛି। ଏହା ଉଲ୍ଲେଖନୀୟ ବିଷୟ ଯେ ଆମଦାନୀରେ ଏହି ବୃଦ୍ଧି ମୁଖ୍ୟ ଭାବରେ କୋଇଲାର ଆମଦାନୀ ମୂଲ୍ୟ ରେ ହୋଇଥିବା ଭାରି ହ୍ରାସ କାରଣରୁ ହୋଇଛି। ଆର୍ଥିକ ବର୍ଷ 2022-23 ର ପ୍ରଥମ ତ୍ରୟ ମାସ ତୁଳନାରେ ଆର୍ଥିକ ବର୍ଷ 2023-24 ର ପ୍ରଥମ ତ୍ରୟ ମାସରେ କୋଇଲାର ଆମଦାନୀ ମୂଲ୍ୟରେ 60 ପ୍ରତିଶତରୁ ଅଧିକ ହ୍ରାସ ରେକର୍ଡ଼ କରାଯାଇଛି।

 

ପରିଣାମସ୍ବରୂପ, ସିଆଇଏଲର ଅଧିସୂଚୀତ ମୂଲ୍ୟରେ ଇ-ନିଲାମରେ ଉଲ୍ଲେଖନୀୟ ହ୍ରାସ ଦେଖା ଯାଇଛି ଯାହା ଜୁନ୍ 2022 ରେ 357 ପ୍ରତିଶତରୁ ହ୍ରାସ ହୋଇ ଜୁନ୍ 2023 ରେ 54 ପ୍ରତିଶତ ହୋଇଛି। ଏହି ହ୍ରାସର ମୁଖ୍ୟ କାରଣ ଆମଦାନୀର ମୂଲ୍ୟରେ ଦ୍ରୁତ ଗତିରେ ହ୍ରାସ ଅଟେ। କୋଇଲା ନିଲାମ ଉପରେ ପ୍ରିମିୟମ ଉଦ୍ୟୋଗର ସ୍ଥିତିକୁ ଦର୍ଶାଇଥାଏ। କୋଇଲା ନିଲାମ ପ୍ରିମିୟମରେ ଦ୍ରୁତ ଗତିରେ ହ୍ରାସ ଘରୋଇ ବଜାରରେ କୋଇଲାର ପର୍ଯ୍ୟାପ୍ତ ଉପଲବ୍ଧତାର ସୂଚନକ ଅଟେ। ଆମଦାନୀ ମୂଲ୍ୟରେ ଏହି ହ୍ରାସ କୋଇଲାର ଆମଦାନୀ ଉଦ୍ଦେଶ୍ୟକୁ ଆକାର ଦେବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଯେଉଁଠାରେ କୋଇଲାର ଉପଲବ୍ଧତାର ସମ୍ବନ୍ଧ ରହିଛି, ଦେଶରେ ଜୁନ୍ 2023 ର ଶେଷ ସମୟରେ କୋଇଲାର ପର୍ଯ୍ୟାପ୍ତ ଭଣ୍ଡାର ଉପଲବ୍ଧ ରହିଛି ଯାହା 107.15 ମେଟ୍ରିକ୍ ଟନ୍ (କୋଇଲା କମ୍ପାନୀ ନିକଟରେ 67 ମେଟ୍ରିକ୍ ଟନ୍, ଟିପିପି (ଡିସିବି) ସହିତ 33.61 ମେଟ୍ରିକ୍ ଟନ୍ ଏବଂ ଘରୋଇ ୱାଶରିଜ୍/ଗୁଡ଼୍ ସେଡ ସାଇଡିଂ/ବନ୍ଦରରେ 6.54 ମେଟ୍ରିକ୍ ଟନ୍) ରହିଛି, ଏବେ ଗତ ବର୍ଷର ଏହି ଅବଧିର ତୁଳନାରେ 37.62 ପ୍ରତିଶତର ବୃଦ୍ଧିକୁ ଦର୍ଶାଇଥାଏ। କୋଇଲାର ପର୍ଯ୍ୟାପ୍ତ ଭଣ୍ଡାରର ଉପଲବ୍ଧତା କୋଇଲା ଉପରେ ନିର୍ଭର ବିଭିନ୍ନ କ୍ଷେତ୍ର ପାଇଁ ନିରନ୍ତର ଯୋଗାଣ ସୁନିଶ୍ଚିତ କରିଥାଏ, ଯଦ୍ବାରା ଦେଶର ସମଗ୍ର ଶକ୍ତି ସୁରକ୍ଷା ରେ ଯୋଗଦାନ ମିଳିଥାଏ।

କୋଇଲାର ଉତ୍ପାଦନରେ ଭାରତର ଏହି ଉପଲବ୍ଧି କୋଇଲା ଉଦ୍ୟୋଗର ଉଲ୍ଲେଖନୀୟ ପ୍ରଚେଷ୍ଟା ଏବଂ ଦେଶର ବଢ଼ୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିବଦ୍ଧତାକୁ ଦର୍ଶାଇଥାଏ। ରେକର୍ଡ଼ ଭାଙ୍ଗୁଥିବା ପରିସଂଖ୍ୟାନ କେବଳ ଉଦ୍ୟୋଗର ନମନୀୟତାକୁ ଦର୍ଶାଇ ନଥାଏ ବରଂ କ୍ରମାଗତ ବିକାଶ ପାଇଁ ପ୍ରୟାସ କରିବା ସହିତ ବଜାରର ସ୍ଥିତି ଅନୁକୂଳ ହେବାର ନିଜର କ୍ଷମତାକୁ ଦର୍ଶାଇଥାଏ।

Categories
ଆଜିର ଖବର ଜାତୀୟ ଖବର

ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ: କୋଇଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ୧୬ ଜୁଲାଇ ୨୦୨୩ ସୁଦ୍ଧା ତାପଜ ବିଦ୍ୟୁତ କେନ୍ଦ୍ରରେ ଶେଷ କୋଇଲା ଷ୍ଟକ୍ ୩୩.୪୬ ନିୟୁତ ଟନ୍ (ମେଟ୍ରିକ୍ ଟନ୍) ରହିଛି, ଯାହା କି ଗତ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୨୮% ଅଧିକ। ଖଣି ଶେଷରେ ପିଟହେଡ୍ କୋଇଲା ଷ୍ଟକ୍, ଟ୍ରାନଜିଟ ଏବଂ ଟିପିପି ସମେତ ସମସ୍ତ ସ୍ଥାନରେ କୋଇଲା ଉପଲବ୍ଧତା ୧୦୩ ମେଟ୍ରିକ୍ ଟନ୍ ରହିଛି, ଯାହା ଗତବର୍ଷ ୭୬.୮୫ ମେଟ୍ରିକ୍ ଟନ୍ ଥିଲା, ଯାହା କି ୩୪% ଅଧିକ। ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ରୀୟ ଜେନକୋ ଏବଂ ରାଜ୍ୟ ଜେନକୋ ସହିତ ମଧ୍ୟ ଘନିଷ୍ଠ ସମନ୍ୱୟ ରଖିଛି ଏବଂ ଶକ୍ତି କ୍ଷେତ୍ର ପାଇଁ କୋଇଲାର କୌଣସି ଅଭାବ ନାହିଁ।

କୋଇଲା ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଜୁଲାଇ, ୨୦୨୩ରେ ଉତ୍ପାଦନ ଗତ ବର୍ଷର ସମାନ ସମୟ ତୁଳନାରେ ବହୁତ ଅଧିକ ହୋଇଛି। ବାସ୍ତବରେ ବର୍ଷା ଯୋଗୁଁ କୋଇଲା ଉତ୍ପାଦନ ଅତ୍ୟନ୍ତ ପ୍ରଭାବିତ ହୋଇଛି। ମୌସୁମୀ ଋତୁ ପାଇଁ ଖଣିଭିତ୍ତିକ ଆଗୁଆ ଯୋଜନା ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ବଡ଼ ଖଣିରୁ ନିରବଚ୍ଛିନ୍ନ ନିଷ୍କାସନ ପାଇଁ କୋଇଲା କଂପାନିଗୁଡ଼ିକ ସିମେଣ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି। ଯାନ୍ତ୍ରିକ କୋଇଲା ପରିଚାଳନା କାରଖାନା ମାଧ୍ୟମରେ ୯ଟି କୋଇଲା ଖଣିରୁ ରେଳ ସାଇଡିଂକୁ ପରିବହନ ଆରମ୍ଭ ହୋଇଛି। କୋଇଲା କଂପାନିଗୁଡ଼ିକ ମଧ୍ୟ ଉପର ସିମରୁ କୋଇଲା ଉତ୍ତୋଳନ କରିବାକୁ ଯୋଜନା କରିଛନ୍ତି, ଫଳସ୍ୱରୂପ ୨୦୨୩ ଏପ୍ରିଲ ପହିଲାରୁ ଜୁଲାଇ ୧୬ ମଧ୍ୟରେ କୋଇଲା ଉତ୍ପାଦନ ୨୫୮.୫୭ ନିୟୁତ ଟନ୍ ହୋଇଛି, ଯାହା ଗତବର୍ଷ ୨୩୬.୬୯ ନିୟୁତ ଟନ୍ ଥିଲା।

ସେହିପରି ଗତବର୍ଷ ୨୨୪ ମେଟ୍ରିକ୍ ଟନ୍ କୋଇଲା ଯୋଗାଣ ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୩୩ ମେଟ୍ରିକ୍ ଟନ୍ ରହିଛି। ବାସ୍ତବରେ, ଯଥେଷ୍ଟ ଉପଲବ୍ଧତା କାରଣରୁ କୋଇଲା କମ୍ପାନୀଗୁଡିକ ଏହି ସମୟ ମଧ୍ୟରେ ଅଣ-ନିୟନ୍ତ୍ରିତ କ୍ଷେତ୍ରକୁ ବିପୁଳ ପରିମାଣର ଅତିରିକ୍ତ ପରିମାଣରେ ଯୋଗାଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ତାପଜ ବିଦ୍ୟୁତ ଉତ୍ପାଦନରେ ଅଭିବୃଦ୍ଧି ମାତ୍ର ୨.୦୪% ଥିବା ବେଳେ କୋଇଲା ଉତ୍ପାଦନରେ ଅଭିବୃଦ୍ଧି ୯% ରୁ ଅଧିକ ରହିଛି।

ରେଳ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସହାୟକ ସଂସ୍ଥା ପାଇଁ ପର୍ଯ୍ୟାପ୍ତ ରେକ୍ ଉପଲବ୍ଧ କରାଯାଉଛି, ଯାହା ଥର୍ମାଲ ପାୱାର ପ୍ଲାଣ୍ଟରେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ମହଜୁଦ୍ ରହିବାର ବାଟ ଖୋଲିଛି। କୋଇଲା, ରେଳ ବାଇ ଏବଂ ଶକ୍ତି ମନ୍ତ୍ରଣାଳୟ ସମସ୍ତ ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆହୁରି ସ୍ପଷ୍ଟ କରାଯାଇଛି ଯେ କୋଇଲା ଉପଲବ୍ଧ ନଥିବାରୁ କୌଣସି ପାୱାର ପ୍ଲାଣ୍ଟ ବନ୍ଦ ହୋଇନାହିଁ।

Categories
ଆଜିର ଖବର ଜାତୀୟ ଖବର

କୋଇଲାକୁ ଗ୍ୟାସରେ ପରିଣତ କରିବା ପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିଚାର

ନୂଆଦିଲ୍ଲୀ: କୋଇଲାକୁ ଅଧିକରୁ ଅଧିକ ଗ୍ୟାସରେ ପରିଣତ କରିବାକୁ କେନ୍ଦ୍ର ସରକାର ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଚରିତାର୍ଥ କରିବାକୁ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପ୍ରୟାସ ଆରମ୍ଭ କରିଛି। ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ୧୦୦ନିୟୁତ ଟନ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି। ତେବେ କୋଇଲାକୁ ଗ୍ୟାସରେ ପରିଣତ କରି ଅଧିକରୁ ଅଧିକ ସ୍ୱଚ୍ଛ ଇନ୍ଧନ ଉତ୍ପାଦନ କରିବାକୁ ମନ୍ତ୍ରଣାଳୟ ଏକ ବୃହତ ପୂର୍ଣ୍ଣାଙ୍ଗ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବିଚାର କରୁଛି। ଏଥି ପାଇଁ ୬୦୦୦କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ଆପାତତଃ ସ୍ଥିର ହୋଇଛି। ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବୈଷୟିକ ଓ ଆର୍ଥିକ ଦିଗକୁ ବିଚାର କରି କୋଇଲା ମନ୍ତ୍ରଣାଳୟ ଦେଖୁଛି। ଭାରତ ସ୍ୱଚ୍ଛ ତଥା ପ୍ରଦୂଷଣମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛି। ସେ ଦୃଷ୍ଟିରୁ କୋଇଲାକୁ ସିଧା ଜାଳେଣୀଭାବେ ବ୍ୟବହାର ନ କରି ଏହାକୁ ଗ୍ୟାସ୍‌ରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି। ଭାରତରେ ପ୍ରଚୁର କୋଇଲା ରହିଛି। ତାହାକୁ ଗ୍ୟାସରେ ପରିଣତ କଲେ ଦେଶରେ ସ୍ୱଚ୍ଛ ଇନ୍ଧନ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ। ତେବେ ଏହି ଗ୍ୟାସିଫିକେସନ ପ୍ରକିୟା ଅତ୍ୟନ୍ତ ବ୍ୟୟବହୁଳ ଓ ଏହାର ପ୍ରଯୁକ୍ତି ବା ଟେକ୍‌ନୋଲୋଜି ଯଥେଷ୍ଟ ଖର୍ଚ୍ଚ ସାପେକ୍ଷ। ସେ ଦୃଷ୍ଟିରୁ କୋଇଲାକୁ ଗ୍ୟାସରେ ପରିଣତ କରାଗଲେ କେତେ ଲାଭ, କେତେ କ୍ଷତି ହେବ ସେକଥା ମନ୍ତ୍ରଣାଳୟ ବିଚାର କରି ଦେଖୁଛି। ଭାରତର ଭବିଷ୍ୟତର ସ୍ୱଚ୍ଛ ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ସରକାର ବିଭିନ୍ନ ବିକଳ୍ପକୁ ବିଚାର କରି ଦେଖୁଛନ୍ତି। ସ୍ୱଚ୍ଛ ଇନ୍ଧନ ଶସ୍ତା ହେଲେ ଦେଶର ଅର୍ଥନୀତି ଉପରେ ଏହାର ଉତ୍ତମ ପ୍ରଭାବ ପଡିବ।

ଭାରତରେ କୋଇଲା ଗ୍ୟାସିଫିକେସନ ଟେକ୍‌ନୋଲୋଜିର ପ୍ରବର୍ତ୍ତନ  ଫଳରେ କୋଇଲା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ। ଏହା ଦ୍ୱାରା ଆମଦାନୀ ହେଉଥିବା ଗ୍ୟାସ ଉପରୁ ନିର୍ଭରଶୀଳତା କମିବ। ସେହିଭଳି ଦେଶର ମେଥାନଲ୍‌, ଆମୋନିଆ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀ ମଧ୍ୟ ହ୍ରାସ ପାଇବ। ଏବେ ଭାରତ ତାହାର ଆବଶ୍ୟକତାର ୫୦ଶତାଂଶ ପ୍ରାକୃତିକ ଗ୍ୟାସ, ୯୦% ମେଥାନଲ ଓ ପ୍ରାୟ ୧୫% ୟୁରିଆ ବିଦେଶରୁ କିଣୁଛି। ତେଣୁ କୋଇଲା ଗ୍ୟାସ ଉତ୍ପାଦିତ ହେଲେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିବ। ଏହା ଦ୍ୱାରା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।

ସୁତରାଂ କୋଇଲା ମନ୍ତ୍ରଣାଳୟ କୋଇଲାକୁ ଗ୍ୟାସରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ ଉପରେ କାମ କରୁଛି। ସେଥି ପାଇଁ ପୂର୍ଣ୍ଣାଙ୍ଗ ନୀତି ପ୍ରସ୍ତୁତ କରାଯାଉଛି। ଏଥିରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ପ୍ରୟାସ ଚାଲିଛି ଏବଂ ଏଥି ପାଇଁ ମୋଟ ୬୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ଆପାତତଃ ଚୂଡାନ୍ତ ହୋଇଛି। ଏହି ଯୋଜନାରେ  ପ୍ରଥମେ ଲିଗ୍‌ନାଇଟ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ବିଚାର କରାଯାଉଛି। ଲିଗ୍‌ନାଇଟ କୋଇଲା ଦେଖିବାକୁ ଧୂସର, ନରମ ଏବଂ ଦହନଶୀଳ।  ସରକାର ଏହି କାମକୁ ଉଭୟ ରାଷ୍ଟ୍ରାୟତ୍ତଉଦ୍ୟୋଗ ଓ ବେସରକାରୀ ଶିଳ୍ପ ସଂସ୍ଥାକୁ ଦେବାକୁ ଚିନ୍ତା କରୁଛନ୍ତି। ଏଥି ପାଇଁ ଟେଣ୍ଡର ମାଧ୍ୟମରେ ଶ୍ରେଷ୍ଠ ବିଡ୍‌ରଙ୍କୁ ବଛାଯିବ। ଆବଶ୍ୟକ ସ୍ଥଳେ ଟେଣ୍ଡର ପାଇଥିବା ଉଦ୍ୟୋଗ ବା ସଂସ୍ଥାଙ୍କୁ ସରକାର ଆର୍ଥିକ ସହାୟତା ଯୋଗାଇବେ।

ଅତିକମ୍‌ରେ ଏଭଳି ଏକ ପ୍ରକଳ୍ପକୁ  ଟାରିଫ୍ ଭିତ୍ତିରେ ଟେଣ୍ଡର ଦିଆଯିବ। ଏଥି ପାଇଁ ନୀତି ଆୟୋଗ ସହାୟତାରେ ଆବଶ୍ୟକ ନୀତି ନିୟମ ପ୍ରସ୍ତୁତ କରାଯିବ। ଏହାଛଡା କୋଇଲା ଗ୍ୟାସିଫିକେସନ ପ୍ରକଳ୍ପରେ ଦେଶୀ ଟେକ୍‌ନୋଲୋଜି ବ୍ୟବହାରକୁ ସରକାର ବାଧ୍ୟତାମୂଳକ କରିଛନ୍ତି।

ଆହୁରି ମଧ୍ୟ ଏହି ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବ୍ୟବହୃତ କୋଇଲା ଓ ଉତ୍ପାଦିତ ଗ୍ୟାସ ଉପରେ ଜିଏସ୍‌ଟି ରିହାତି ଦେବେ। ତା’ଛଡା ସମ୍ପୃକ୍ତ  କମ୍ପାନୀ ସେସ୍ ବାବଦରେ ସରକାରଙ୍କୁ ଯେଉଁ ଟିକସ ଦେଇଥିବେ ତାହାକୁ ଫେରସ୍ତ ଦିଆଯିବ। ଏସବୁ ଟିକସ ଜନିତ  ରିହାତି ସୁବିଧା ବ୍ୟବସାୟିକ ଉତ୍ପାଦନ ଆରମ୍ଭର ୧୦ବର୍ଷ ଯାଏ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

କୋଇଲା ମନ୍ତ୍ରଣାଳୟ ମଧ୍ୟ କୋଲ ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ମାଟି ଉପରୁ ମିଳୁଥିବା କୋଇଲା ଖଣି ଅଞ୍ଚଳରେ ଗ୍ୟାସିଫିକେସନ କାମ ସହଯୋଗ ଭିତ୍ତିରେ ଆରମ୍ଭ କରିବାକୁ ଭେଲ, ସିଆରଇଏଲ, ଗେଲ୍‌, ଆଇଓସିଏଲ ଆଦିଙ୍କ ମଧ୍ୟରେ୨୦୨୨ରେ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେଥି ମଧ୍ୟରୁ ଇସିଏଲ, ଏମ୍‌ସିଏଲ ଓ ଡବ୍ଲ୍ୟୁ ସିଏଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ସର୍ଭେ ଆଦି କାମ ଆରମ୍ଭ ହୋଇଛି। ଫିଜିବିଲିଟି ରିପୋର୍ଟ ଆସିବା ପରେ ଗ୍ୟାସିଫିକେସନ ପ୍ରକଳ୍ପ କାମ ଆରମ୍ଭ ହେବ।

କୋଇଲା ଗ୍ୟାସିଫିକେସନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ କୋଇଲା ମନ୍ତ୍ରଣାଳୟ ବଦ୍ଧ ପରିକର। ଏହା ଦ୍ୱାରା ଦେଶର ବ୍ୟାପକ ହିତ ସାଧନ ହେବ। ଏଥିରେ ସରକାରୀ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ ସଂସ୍ଥା, ଏବଂ ବେସରକାରୀ ଉଦ୍ୟୋଗମାନଙ୍କୁ ସାମିଲ କରିବାକୁ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି। ପୁଞ୍ଜିନିବେଶ, ଇନୋଭେସନ ଆଦି ପାଇଁ ସରକାର ମଧ୍ୟ ଏ କ୍ଷେତ୍ରରେ କାମ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପାୱାର ପ୍ଲାଂଟ୍ ପାଇଁ ଘରୋଇ କୋଇଲାର ଆବଶ୍ୟକ ପରିମାଣ ନିର୍ଦ୍ଧାରଣ କରିବାକୁ ସିଇଏକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ବି (୮) (କ) ଅଧୀନରେ କୋଇଲା ବ୍ୟବହାର କରୁଥିବା ପାୱାର ପ୍ଲାଂଟ୍ ଗୁଡିକଙ୍କ ପାଇଁ ଘରୋଇ କୋଇଲାର ଆବଶ୍ୟକ ପରିମାଣ ନିର୍ଦ୍ଧାରଣ କରିବା ନିମନ୍ତେ ୧୦ % ଅମଦାନୀକୃତ କୋଇଲାର ମିଶ୍ରଣକୁ ବିଚାରକୁ ନେବାକୁ ସିଇଏକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ଯାହା ଶକ୍ତି ଦୃଷ୍ଟିରୁ ଘରୋଇ କୋଇଲାର ହାରାହାରି ୧୫% ସହିତ ସମାନ ଅଟେ। ଶକ୍ତି ବି (୮) (କ) ହେଉଛି ପାୱାର ପ୍ଲାଂଟ ଗୁଡିକଙ୍କ ପାଇଁ ଗବାକ୍ଷ ସଦୃଶ, ଯେଉଁ ମାନଙ୍କର କୋଇଲା ନିମନ୍ତେ ନିଲାମ ଧରିବା ପାଇଁ ସାମର୍ଥ୍ୟ ରହିଛି, ଏହି କୋଇଲାକୁ ବ୍ୟବହାର କରି ଶକ୍ତି ଉତ୍ପାଦନ କରିବା ଏବଂ ଡେ ଆହେଡ୍ ମାର୍କେଟ (ଡିଏଏମ୍ ) ବା ସ୍ୱଳ୍ପକାଳୀନ ପିପିଏ ପାଇଁ ଡିଇଇପି ପୋର୍ଟାଲ୍‌ରେ ତାର ବିନିମୟରେ ବିକ୍ରି କରିବା ପାଇଁ ସାମର୍ଥ୍ୟ ରହିଛି।

ଏଭଳି ପ୍ଲାଂଟ୍ ଗୁଡିକ ପାଇଁ, ମନ୍ତ୍ରଣାଳୟ ଓଜନ ଦ୍ୱାରା ୧୦% ବାଧ୍ୟତାମୂଳକ ମିଶ୍ରଣ ଆଧାରରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି, ୧୫ ଜୁନ୍ ୨୦୨୨ରୁ ଆରମ୍ଭ କରି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବ୍ୟବହୃତ କୋଇଲାର ପରିମାଣକୁ ହିସାବ କରିବା ନିମନ୍ତେ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏହି ସବୁ ପ୍ଲାଂଟ୍ ଆମଦାନୀ କରା ଯାଉଥିବା କୋଇଲା ଆହରଣ କରିବାକୁ ତିନି ସପ୍ତାହର ଏକ ମହଲତ ପ୍ରଦାନ କରିବ।

ବିଦ୍ୟୁତ୍ ଶକ୍ତିର ବର୍ଦ୍ଧିତ ଚାହିଦା ଏବଂ ଘରୋଇ କୋଇଲା କମ୍ପାନୀ ମାନଙ୍କର କୋଇଲା ଯୋଗାଣ କୋଇଲା ବ୍ୟବହାର ସହିତ ମେଳ ଖାଉନଥିବାକୁ ତାହା ଉପରେ ବିଚାର କରି, ଶକ୍ତି ମନ୍ତ୍ରଣାଳୟ ଆଇପିପି ଗୁଡିକ ସମେତ ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ (ଜେନ୍‌କୋ) ଶକ୍ତି ଉତ୍ପାଦନ ପାଇଁ ୧୦% ଆମଦାନୀକୃତ କୋଇଲା ମିଶ୍ରଣ କରିବା ନିମନ୍ତେ ୨୮.୦୪.୨୦୨୨ ରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ଘରୋଇ କୋଇଲା ଯୋଗାଣକୁ ପରିପୂରଣ କରିବା ପାଇଁ କରା ଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କୋଇଲା ଭିତ୍ତିକ କାରଖାନାଗୁଡିକୁ ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଜେନକୋ ଗୁଡିକୁ ଧାରା-୧୧ ଅଧୀନରେ ବିଦ୍ୟୁତ ଶକ୍ତିର ଅତ୍ୟଧିକ ଚାହିଦା ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଜାରି କରିଛନ୍ତି। ବିଦ୍ୟୁତର ଅତ୍ୟଧିକ ଚାହିଦା ଓ କେତେକ ଅଞ୍ଚଳରେ ଏହା ନିଅଣ୍ଟ ଯୋଗୁଁ ଶକ୍ତି ଉତ୍ତୋଳନ  ଯଥା ସମ୍ଭବ ଅଧିକ କରିବା ପାଇଁ ମନ୍ତ୍ରଣାଳୟ କହିଛି। ଘରୋଇ କୋଇଲା ଯୋଗାଣ ଅଧିକ ବୃଦ୍ଧି କରାଯାଇଥିଲେ ମଧ୍ୟ କୋଇଲାର ଆବଶ୍ୟକତା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ଯୋଗୁଁ ଉତ୍ପାଦନ ସ୍ଥାନରେ କୋଇଲା ମହବୁତ ସ୍ଥିତି ଭୟଙ୍କର ଭାବେ ହ୍ରାସ ପାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆହୁରି ଲକ୍ଷ୍ୟ କରାଯାଇଛି ଧାର୍ଯ୍ୟ ଶତକଡା ଦଶଭାଗ ପର୍ଯ୍ୟନ୍ତ ଆମଦାନୀ ହେଉଥିବା କୋଇଲା ମିଶ୍ରଣ ହେଉ ନ ଥିବା ଯୋଗୁଁ କୋଇଲା ଷ୍ଟକ୍ ମଧ୍ୟ ହ୍ରାସ ପାଉଛି । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗତ ୧୮.୫. ୨୦୨୨ରେ ସମସ୍ତ ଜେନ୍‌କୋଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଜେନ୍‌କୋ ମିଶ୍ରଣ ପାଇଁ ଉଦ୍ଦିଷ୍ଟ ରପ୍ତାନୀ କୋଇଲା ପାଇଁ ବହିନା ୩୧.୫.୨୦୨୨ ସୁଦ୍ଧା ନ ଦେଲେ ବା ଏଥିପାଇଁ  ଆମଦାନୀ କୋଇଲା ୧୫.୬. ୨୦୨୨ ସୁଦ୍ଧା ନ ପହଞ୍ଚିଲେ ଖିଲାପକାରୀ ଜେନକୋ ମିଶ୍ରଣ ନିମନ୍ତେ ଶତକଡା ୧୫ଭାଗ ପର୍ଯ୍ୟନ୍ତ କୋଇଲା ଆମଦାନୀ କରିବେ । ମିଶ୍ରଣ ପାଇଁ ଆମଦାନୀ କୋଇଲା ପ୍ରଥମ ତିନିମାସ ଏପ୍ରିଲ-ଜୁନ ୨୦୨୨ ଓ ୩୧.୧୦.୨୦୨୨ ପର୍ଯ୍ୟନ୍ତ ଅଭାବ ପଡୁଥିବା କୋଇଲା ଆମଦାନୀ କରି ଭରଣା କରିବେ ।

ମନ୍ତ୍ରଣାଳୟ କହିଛି ଯେ ଘରୋଇ କୋଇଲା ଭିତିକ ବିଦ୍ୟୁତ ଉତ୍ପାଦନ କାରାଖାନାଗୁଡିକ ଯେଉଁମାନଙ୍କ ଶୁଳକ୍ ଆଇନର ଧାରା ୬୩ବଳରେ ନିୟନ୍ତ୍ରିତ ହେଉଛି ସେମାନେ ଆମଦାନୀ କୋଇଲା ମିଶ୍ରଣ ବାଧ୍ୟତାମୂଳକ ହେଲେ ଶୁଳ୍‌କ ଦେଇ କୌଣସି ସମସ୍ତଙ୍କୁ ସୁହାଇବା ଭଳି ପଦ୍ଧତି ବାହାର କରିବାକୁ ଅନୁରୋଧ କରିଛନ୍ତି । ମନ୍ତ୍ରଣାଳୟ ସେମାନଙ୍କ ଅନୁରୋଧ ସମ୍ପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରି କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ)ଙ୍କ ସହ ୨୦.୫.୨୦୨୨ରେ ଅନୁଷ୍ଠିତ ବୈଠକରେ ଏକ ପଦ୍ଧତି ଚୂଡାନ୍ତ କରିଛି । ଆଲୋଚନା ଭିତିରେ ପଦ୍ଧତିର ସିଇଆରସି ଦ୍ୱାରା ଗୃହୀତ ପ୍ରଚଳିତ ପଦ୍ଧତି ଅନୁସାରେ ସଂଶୋଧନ କରାଯାଇଛି ।

 ବର୍ତ୍ତମାନ ପରିସ୍ଥିତି ଓ ଧାରା-୧୧ ଅନୁସାରେ ଆମଦାନୀ କୋଇଲା ମନ୍ତ୍ରଣାଳୟ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି :

କ) ଅନୁଚ୍ଛେଦ-୬ ଅନୁସାରେ ପଦ୍ଧତି ଅନୁସରଣ କରି ଶକ୍ତି ଉତ୍ପାଦନ କମ୍ପାନୀମାନେ ବିଦ୍ୟୁତ ଆଇନ, ୨୦୦୩ ଧାରା ୬୩ ଅନୁସାରେ ଶକ୍ତି ଯୋଗାଣ କରିବେ ଓ ରାଜ୍ୟ ସରକାର/ଡିସକମମାନେ ଆମଦାନୀ କୋଇଲା ମିଶ୍ରଣ ବାବଦ କ୍ଷତିପୂରଣ ହିସାବ ଦେବେ ।

ଖ) ଏହି କାରଖାନାଗୁଡିକର ବିଲ୍ ଓ ଦେୟ ପଇଠ ପ୍ରକ୍ରିୟା ପିପିଏ ଅନୁସାରେ ହେବ । ତେବେ ଜେନକୋ ନଗଦ ଦେୟ ପ୍ରଦାନ କରି ବର୍ତ୍ତମାନର ଆବଶ୍ୟକତା ପାଇଁ କୋଇଲା ଆମଦାନୀ କାର୍ଯ୍ୟ ସାପ୍ତାହିକ ଭିତ୍ତିରେ କରିବେ । ବର୍ତ୍ତମାନର ଆବଶ୍ୟକତା ନିମନ୍ତେ ବିଲର୍ ଅନୂନ୍ୟ ଶତକଡା ୧୫ଭାଗ କୋଇଲା ଆମଦାନୀ କରୁଥିବା କମ୍ପାନୀ ବିଲ ପାଇବାର ସପ୍ତାହକ ମଧ୍ୟରେ ପଇଠ କରିବେ । ସାମୟିକ ଆବଶ୍ୟକତା ଜନିତ  ବିଲ୍ ଓ ଦେୟ ଚୂଡାନ୍ତ ବିଲ୍ ଓ ଦେୟ ପଇଠ ମାସିକ ଭିତରେ ପିପିଏ ଅନୁସାରେ କରାଯିବ ।

ଗ) ସାମୟିକ ଆବଶ୍ୟକତାଜନିତ ସାପ୍ତାହିକ ବିଲର ଶତକଡା ୧୫ଭାଗ ଦେୟ ପଇଠ ନିମନ୍ତେ ଉତ୍ପାଦନକାରୀ କମ୍ପାନୀ  ଶକ୍ତି ବିନିମୟ କାର୍ଯ୍ୟକ୍ରମ ଜରିଆରେ ଶତକଡା ୧୫ ଭାଗ ପର୍ଯ୍ୟନ୍ତ ବିଦ୍ୟୁତ ବିକ୍ରୀ କରିପାରିବେ । ଶକ୍ତି ଉତ୍ପାଦନକାରୀ କମ୍ପାନୀଗୁଡିକ ଆମଦାନୀ କୋଇଲା ମିଶ୍ରଣ ସୁନିଶ୍ଚିତ କରିବା ସହ  ନିୟମାନୁଯାୟୀ କୋଇଲା ଷ୍ଟକ ବଳବତ୍ତର ରଖିବେ।

ଘ) ଏହି ନିର୍ଦ୍ଦେଶ ଆମଦାନୀ କୋଇଲା ମିଶ୍ରଣ ଘରୋଇ କମ୍ପାନୀ ଗୁଡିକ ନିମନ୍ତେ ୩୧.୩.୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

ପୃଷ୍ଠଭୂମି

ଅସ୍ୱାଭାବିକ କୋଇଲା ଚାହିଦା ବୃଦ୍ଧି ସହ ନିଅଣ୍ଟିଆ ଘରୋଇ କୋଇଲା ଯୋଗାଣ ଦୃଷ୍ଟିରୁ ସବୁ ରାଜ୍ୟ ଓ ଜେନକୋଙ୍କୁ ଏପ୍ରିଲ ୨୮, ୨୦୨୨ (ପରିଶିଷ୍ଟ-୧ରେ ନକଲ ସଂଯୁକ୍ତ) ପତ୍ର ଅନୁସାରେ ମିଶ୍ରଣ ନିମନ୍ତେ ଅନୂନ୍ୟ ଶତକଡା ୧୦ଭାଗ କୋଇଲା ଆମଦାନୀ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟଗୁଡିକୁ ସମୟପଯୋଗୀ ଅନୁମତି ଆଇପିପିକୁ ଆବଶ୍ୟକସ୍ଥଳେ ଦେବାକୁ କୁହାଯାଇଥିଲା । ନିଶ୍ଚିତଭାବେ ପ୍ରତିଯୋଗିତା ଦର ଭିତ୍ତିରେ ତଥା ସ୍ୱଚ୍ଛତା ରକ୍ଷା କରି କୋଇଲା ଆହରଣ କରିବାକୁ ପତ୍ରରେ ଦର୍ଶାଯାଇଥିଲା ।

ମାତ୍ର କୋଇଲା ଆମଦାନୀ ଆବଶ୍ୟକତା ଅନୁଯାୟୀ କରା ନ ଯିବା ଲକ୍ଷ୍ୟ କରାଗଲା । ଆମଦାନୀ କୋଇଲା ମିଶ୍ରଣ ନେଇ କ୍ଷତିପୂରଣ ବାବଦ ସ୍ପଷ୍ଟୀକରଣ  ନ ଥିବାରୁ ଅନେକ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ କୋଇଲା ଆମଦାନୀ ନିମନ୍ତେ ଅନିଚ୍ଛା ପ୍ରକାଶ କଲେ  । ମେ ୩, ୨୦୨୨  ପତ୍ର (ନକଲ ପରିଶିଷ୍ଟ-୨ରେ ଉପଲବ୍ଧ) ଜରିଆରେ ରାଜ୍ୟ ସରକାର ଓ ଏସଇଆରସିମାନଙ୍କୁ ବିଦ୍ୟୁତ ଉତ୍ପାଦନକାରୀ କେନ୍ଦ୍ରମାନ ତୁରନ୍ତ ମିଶ୍ରଣ ପାଇଁ କୋଇଲା ଆମଦାନୀ କରିବାକୁ କୁହାଗଲା ।

ଶକ୍ତି ମନ୍ତ୍ରଣାଳୟ ମଧ୍ୟ ବିଦ୍ୟୁତ ଆଇନ, ୨୦୦୩ର ଧାରା ୧୦୭ ଅଧୀନରେ ୧୮.୫.୨୦୨୨ଦିନ ଆମଦାନୀ କୋଇଲାର ଅଧିକ ମିଶ୍ରଣ ନିମନ୍ତେ ସିଇଆରସିକୁ ନିର୍ଦ୍ଦେଶ ଜାରି କଲେ । ଏହି ନିର୍ଦ୍ଦେଶର ନକଲ ସମସ୍ତ ରାଜ୍ୟ ସରକାର ଓ ଏସଇଆରସିଏସ/ଜେଇଆରସିଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଠାଯାଇଛି ।

Categories
ବିଶେଷ ଖବର

କୋଇଲା ଉତ୍ପାଦନ ଓ ଉତ୍ତୋଳନରେ ଐତିହାସିକ ଅଭିବୃଦ୍ଧି

ଭୁବନେଶ୍ୱର: ମହାନଦୀ କୋଲଫିଲ୍ଡସ ଲିମିଟେଡ଼ (ଏମ୍‌ସିଏଲ୍‌) ଏହାର ଉତ୍ପାଦନ ଓ ଡେସ୍‌ପ୍ୟାଚ୍ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ଼ ହାସଲ କରି ୨୦୨୧-୨୨ ଆର୍ଥିକ ବର୍ଷ ସମାପ୍ତ କରିଛି। କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୪% ଅଭିବୃଦ୍ଧି କରି ୧୬୮ ମିଲିୟନ ଟନ୍‌ କୋଇଲା ଉତ୍ପାଦନ କରି ଐତିହାସିକ ରେକର୍ଡ଼ ସୃଷ୍ଟି କରିଛି।

କୋଲଇଣ୍ଡିଆର ସହାୟକ କମ୍ପାନୀ ଏମ୍‌ସିଏଲ ୨୦୨୧-୨୨ ଆର୍ଥିକ ବର୍ଷ ଶେଷରେ କୋଇଲା ଉତ୍ପାଦନ, ଡେସ୍‌ପ୍ୟାଚ୍ ଏବଂ ଓଭର ବର୍ଡେନ ହଟାଇବା (ଓବିଆର୍‌) କ୍ଷେତ୍ରରେ ସଫଳତାର ଶୀର୍ଷରେ ରହି ନିଜ ପାରଦର୍ଶିତାର ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି।

ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏମ୍‌ସିଏଲ୍  ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଓ. ପି ସିଂହ କହିଥିଲେ ଯେ, ଗତ ଆର୍ଥିକ ବର୍ଷ କମ୍ପାନୀ ପାଇଁ ଏକ ସଫଳତାର ବର୍ଷ ହୋଇଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ କମ୍ପାନୀ ୧୦୩% ଅଭିବୃଦ୍ଧି ହୋଇଛି ଯାହାକି ୧୬୮.୧୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରି ଶୀର୍ଷ ସ୍ଥାନରେ ରହି ପାରିଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି।

ଏତଦ୍‌ବ୍ୟତୀତ ପୂର୍ବ ବର୍ଷ ତୁଳନାରେ କୋଇଲା ଡେସ୍‌ପ୍ୟାଚ୍‌ର ୨୧% ବୃଦ୍ଧି କରି ୧୭୬.୧୭ ମିଲିୟନ ଟନ୍ କୋଇଲା ଉପଭୋକ୍ତାମାନଙ୍କୁ ଯୋଗାଇ ପାରିଛି।

ସେହିପରି, ଓବିଆରରେ ଏମ୍‌ସିଏଲ୍ ୧୮% ବୃଦ୍ଧି ଘଟାଇ ୨୦୭ ମିଲିଅନ କ୍ୟୁବିକ୍ ମିଟର ରେକର୍ଡ଼ କରିଛି ଯାହା କି, ଚଳିତ ଆର୍ଥିକବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିପାରିଛି। ସିଏମ୍‌ଡି ଶ୍ରୀ ସିଂଙ୍କ ସହ ଶ୍ରୀ କେ.ଆର୍‌. ବାସୁଦେବନ, ନିର୍ଦ୍ଦେଶକ (ବିତ୍ତ) ଏବଂ କେଶବ ରାଓ, ନିର୍ଦ୍ଦେଶକ (କାର୍ମିକ) ଉପସ୍ଥିତ ଥିଲେ।

ଏତଦ୍‌ବ୍ୟତୀତ ଏସ୍‌. କେ. ପାଲ ନିର୍ଦ୍ଦେଶକ (ବୈଷୟିକ/ଯୋଜନା ଓ ପରିଯୋଜନା) ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। କୋଭିଡ-୧୯ ମହାମାରୀ ସତ୍ତ୍ୱେ ଗତ ୨୦୨୧-୨୨ ଆର୍ôଥକ ବର୍ଷର ତୃତୀୟ ତ୍ରୈୟମାସିକରେ କୋଇଲାର ବୃଦ୍ଧି ଘଟିଥିବା ଚାହିଦାକୁ ପୂରଣ କରିବା ଦିଗରେ ଏମ୍‌ସିଏଲ୍ ସଫଳତା ହାସଲ କରିପାରିଛି।

କମ୍ପାନୀର ଏହି ଉପଲବ୍ଧି ପାଇଁ ସହଯୋଗ କରିଥିବା ରାଜ୍ୟ ପ୍ରଶାସନ, ଲୋକ ପ୍ରତିନିଧି, ଶ୍ରମିକ ସଙ୍ଗଠନ ପ୍ରତିନିଧି, ଭାରତୀୟ ରେଳବାଇ, ପାରିପାଶ୍ୱିର୍କ ଗ୍ରାମବାସୀ ଏବଂ ସମସ୍ତ ହିତାଧିକାରୀମାନଙ୍କୁ ସିଏମ୍‌ଡି ଶ୍ରୀ ସିଂ କୃତଜ୍ଞତା ଜଣାଇଛନ୍ତି। କୋଇଲା ଚାହିଦାର ଭବିଷ୍ୟତ ବିଷୟରେ ଶ୍ରୀ ସିଂ କହିଛନ୍ତି ଯେ, ଆଗାମୀ ଦିନରେ କୋଇଲାର ଚାହିଦା ଅଧିକ ରହିବ ବୋଲି ଆକଳନ କରାଯାଉଛି।

ବର୍ଷାଋତୁ ଓ ଅନ୍ୟାନ୍ୟ ଆହ୍ୱାନକୁ ଦୃଷ୍ଟିରେ ରଖି କୋଇଲା ଉତ୍ପାଦନ ବୃଦ୍ଧି କରିବାରେ ତଥା ଆବଶ୍ୟକ ଚାହିଦା ପୂରଣ କରିବା ଦିଗରେ ଆମେ ଅଗ୍ରିମ ପ୍ରସ୍ତୁତି କରିସାରିଛୁ ବୋଲି ଶ୍ରୀ ସିଂ କହିଛନ୍ତି। ଏଥିସହ କମ୍ପାନୀ ଆର୍ଥିକ ବର୍ଷ ୨୦୨୨ ପାଇଁ ୩,୮୦୫ କୋଟି ଟଙ୍କାର ପୁଞ୍ଜିବ୍ୟୟ ମଧ୍ୟ କରିଛି , ଯାହା ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାକୁ ଏମ୍‌ସିଏଲ୍‌କୁ ସାହାଯ୍ୟ କରିବ।

୨୦୨୨-୨୩ ଆର୍ଥିକ ବର୍ଷ କମ୍ପାନୀ ୧୭୬ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବ ବୋଲି ଏମ୍‌ସିଏଲ୍ ସିଏମ୍‌ଡି ସୂଚନା ଦେଇଛନ୍ତି। ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ କେଇଲା ଉତ୍ତୋଳନ କରୁଥିବା ଏମ୍‌ସିଏଲ୍ ହେଉଛି ଦେଶର ସର୍ବ ବୃହତ୍ତ କୋଇଲା ଉତ୍ପାଦନକାରୀ କମ୍ପାନୀ।