Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

Breaking News: ପାରାଦ୍ବୀପ ବନ୍ଦରରୁ ଧରାପଡିଲା ୧୧୦୦ କୋଟି ଟଙ୍କାର କୋକେନ

ପାରାଦ୍ବୀପ: ଆଜି କଷ୍ଟମ୍ ବିଭାଗର ଏକ ବଡ ଧରଣର ଚଢାଉ କରି ନିଶାଦ୍ରବ୍ୟ କୋକେନ ଚାଲାଣ ହେଉଥିବା ବେଳେ ଧରିଛନ୍ତି। ଏକ ଜାହାଜରେ ଏହି ନାଶାଦ୍ରବ୍ୟ ବୋଝେଇ ହୋଇ ପାରାଦ୍ବୀପ ବନ୍ଦରରେ ଲାଗିଥିଲା। ଏହି ଖବର ପାଇବା ପରେ କଷ୍ଟମ ବିଭାଗ ତରଫରୁ ଏହି ଚଢାଉ କରାଯାଇଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜାହାଜରୁ ୨୦ ପ୍ୟାକେଟ ପରେ ୫୫ ପ୍ୟାକେଟ କୋକେନ ମିଳିଥିବାର ଜଣାପଡିଛି। ଯାହାର ଓଜନ ପ୍ରାୟ ୧ କ୍ବାଣ୍ଟାଲ ୧୦ କେଜି ହେବ ବୋଲି ଜଣାପଡିଛି। ଏହାର ବଜାର ମୂଲ୍ୟ ୧୧୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଘଟଣାରୁ ଜଣାପଡିଛି ଯେ, ଇଣ୍ଡୋନେସିଆରୁ ଏକ ଜାହାଜ ଗତକାଲି ପାରାଦ୍ବୀପ ବନ୍ଦରରେ ଲାଗିଥିଲା।ଏହା ଓଡିଶାରୁ ଷ୍ଟିଲ ପ୍ଲେଟ ନେବା ପାଇଁ ଆସିଥିବାର ଜଣାପଡିଛି। ହେଲେ ଖାଲି ଜାହାଜରୁ କେତେକ ପ୍ୟାକେଟ ଆଉ ଏକ ଜାହାଜକୁ ସ୍ଥାନାନ୍ତରିତ ହେଉ ଥିବାର ଖବର ମିଳିଥିଲା।

ଏହା ଜଣାପଡିବା ପରେ ସ୍ଥାନୀୟ ପୋଲିସ ଏବଂ କଷ୍ଟମ୍ ବିଭାଗ ଚଢାଉ କରି ଏହି ପ୍ୟାକେଟ ଜବତ କରିଥିଲେ। ପରେ ଜଣାପଡିଥିଲା ଯେ ଏହା କୋକେନ ପ୍ୟାକେଟ। ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ ଏହା ଡେନମାର୍କ ଯିବାକୁ ଥିବା ଜାହାଜରେ ବୋଝେଇ କରାଯାଉଥିଲା। ବର୍ତ୍ତମାନ ଚଢାଉ ଜାରୀ ରହିଥିବାରୁ ପ୍ରକୃତରେ କେତେ ପ୍ୟାକେଟ କୋକେନ ରହିଛି ତାହାର ପୁରା ବିବରଣୀ ମିଳିପାରି ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ଡ୍ରଗ୍ସ ଚୋରା ଗ୍ୟାଙ୍ଗର ପର୍ଦ୍ଦାଫାଶ, ୨ ନାଇଜେରିଆ ନାଗରିକ ସମେତ ୭ ଗିରଫ

ମୁମ୍ବାଇ: ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲ୍ ୨ ନାଇଜେରିଆ ନାଗରିକ ସମେତ ଡ୍ରଗ୍ ଡିଲରଙ୍କ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି, ଯାହାର ନେଟୱାର୍କ ମୁମ୍ବାଇ-ପୁଣେ ଏବଂ ଗୋଆରେ ବ୍ୟାପିଛି। ଏହି ଗ୍ୟାଙ୍ଗର ଜଣେ ମହିଳା ମୁମ୍ବାଇରୁ ଡ୍ରଗ୍ସ ଯୋଗାଇବା ପାଇଁ ପ୍ରତିଦିନ ରାତିରେ ବସ୍ କିମ୍ବା ଟ୍ୟାକ୍ସି ଯୋଗେ ପୁଣେ ଯାଉଥିଲେ ଏବଂପୁଣି ଫେରି ଆସୁଥିଲେ। ପୋଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିବା ସହ MDMA ଏବଂ କୋକେନ ଜବତ କରିଛି।

ମୁମ୍ବାଇ ପୋଲିସର ସୂଚନାନୁସାରେ, ଏହି ଡ୍ରଗ୍ ଡିଲରଙ୍କ ନେଟୱାର୍କ ମୁମ୍ବାଇ-ପୁଣେ ଏବଂ ଗୋଆରେ ବ୍ୟାପିଥିଲା ଏବଂ ଏହି ଗ୍ୟାଙ୍ଗର ମୁଖ୍ୟ ମୁମ୍ବାଇର ପାଉସ୍ ଅଞ୍ଚଳର କେମ୍ପ୍ସ କର୍ଣ୍ଣରରେ ରହୁଥିବା ପୂର୍ବତନ ସ୍କୁଲ ଶିକ୍ଷକ ଅଟନ୍ତି। ଯିଏକି ସୁକୋରିନା ଫର୍ଣ୍ଣାଣ୍ଡିସ୍ ବୋଲି ଚିହ୍ନଟ ହୋଇଛି। ୫୮ ବର୍ଷିୟ ସୁକୋରିନା ନିଜେ ପୁଣେରେ ଡ୍ରଗ୍ ବିତରଣ ପାଇଁ ବସ୍ କିମ୍ବା ଟ୍ୟାକ୍ସିରେ ଏକୁଟିଆ ଯାଉଥିଲେ, ସେ ମଧ୍ୟ ରାତିରେ ଏକୁଟିଆ ଯାଇ ବିତରଣ କରିବା ପରେ ତୁରନ୍ତ ଫେରି ଆସୁଥିଲେ।