Categories
ଆଜିର ଖବର ରାଜ୍ୟ ଖବର

କୋଟଗାଁରେ ୪୦୫ ହେକ୍ଟର ଜଙ୍ଗଲ ଜମି ଅଧିକାର ପ୍ରଦାନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଭଇଁସାଦାନୀ ପଞ୍ଚାୟତର କୋଟଗାଁରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାରରେ ପାଇଁ ୪୦୫ ହେକ୍ଟର ଜଙ୍ଗଲ ଜମି ଅଧିକାର ପ୍ରଦାନ କରିଛନ୍ତି। ତାଙ୍କୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇବା କାରଣରୁ ଆଦିବାସୀ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାସ ଓ ବନଖଣ୍ଡ ଅଧିକାରୀ ଖଡିଆଳ ଅଜିଜ ଖାନ ମିଳିତ ରୁପ ଆଦିବାସୀଙ୍କୁ ଉତ୍ସାହିତ କରିଛନ୍ତି। ସେମାନଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲ ସମ୍ପଦ ସଂରକ୍ଷଣ କରିବା ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ଜଙ୍ଗଲ ଅଧିକାର ବଳରେ ସେହି ଜଙ୍ଗଳ ବୃଦ୍ଧି ସାଙ୍ଗକୁ ଜଙ୍ଗଲ ସମ୍ପଦର ସୁରକ୍ଷା ତାଙ୍କ ହାତରେ ବୋଲି ପ୍ରକାଶ କରିଛନ୍ତି।