Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ, ଜାଣନ୍ତୁ କେଉଁ ଦିନ କଣ ରହିଛି

ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଂଗମଞ୍ଚରେ ଆରମ୍ଭ ହେବ କୋଣାର୍କ ଉତ୍ସବ। ଏହି ଉତ୍ସବ ପାଞ୍ଚ ଦିନ ଧରି ଚାଲିବ। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଜାତୀୟ ସ୍ତରର ଖ୍ୟାତନାମ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ।

ଏହି ପାଞ୍ଚଦିନରେ ଯେଉଁ କାର୍ଯ୍ୟକ୍ରମ ରହିଛି ତାହା ହେଲା..

ମୁକ୍ତାକାଶ ରଂଗମଞ୍ଚରେ ନୃତ୍ୟ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏଥିରେ ବିଭିନ୍ନ ଦେଶର ବାଲୁକା ଶିଳ୍ପୀ ଭାଗ ନେବେ। ପାଞ୍ଚଦିନ ଧରି କୋଣାର୍କ ପରିବେଶ ବେଶ ଚଳଚଞ୍ଚଳ ହୋଇ ଉଠିବ।

Categories
ଆଜିର ଖବର ଜାତୀୟ ଖବର

କୋଣାର୍କ ଚନ୍ଦ୍ରଭାଗା କୂଳରେ ଆଜିଠାରୁ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

କୋଣାର୍କ: ଆଜିଠାରୁ କୋଣାର୍କ ମୁକ୍ତାକାଶ ରଂଗମଞ୍ଚରେ ଆରମ୍ଭ ହେଉଛି କୋଣାର୍କ ଉତ୍ସବ। ଏହି ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ମଧ୍ୟ ଆରମ୍ଭ ହେଉଛି ବାଲୁକାକଳା ଉତ୍ସବ। ଏହି ଉତ୍ସବ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ହେଉଛି। ପାଞ୍ଚଦିନ ଧରି ଆୟୋଜିତ ଏହି ଉତ୍ସବରେ ଦେଶ ବିଦେଶରୁ ବାଲୁକା ଶିଳ୍ପୀମାନେ ଯୋଗଦେଇଛନ୍ତି।

ମୁଖ୍ୟତଃ ବାଲୁକା କଳାର ପ୍ରଚାର ପ୍ରସାର ପାଇଁ ଏହି ଉତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି। ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ଦେଶ ବିଦେଶରେ ନିଜର ବାଲୁକା କଳା ଦ୍ବାରା ପ୍ରଖ୍ୟାତ ହୋଇପାରିଛନ୍ତି। ସେହିପରି ବାଲୁକାକଳାକୁ ଉତ୍ସାହିତ କରି ବାଲୁକାଶିଳ୍ପୀଙ୍କୁ ସୃଷ୍ଟି କରିବା ଏହି ଉତ୍ସବର ଉଦ୍ଦେଶ୍ୟ ରହିଛି। ଏଥିରେ ଭାରତର ରାଜସ୍ଥାନ, ଝାଡଖଣ୍ଡ, ପଶ୍ଚିମବଂଗ, ଉତ୍ତରପ୍ରଦେଶ ଏବଂ ବିହାର ପରି ରାଜ୍ୟରୁ ବାଲୁକା ଶିଳ୍ପୀ ଯୋଗ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ, ଜାଣନ୍ତୁ ପାଞ୍ଚଦିନରେ କେଉଁମାନେ କରିବେ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କର ମୁକ୍ତାକାଶ ରଂଗମଞ୍ଚରେ ଆୟୋଜିତ ହେବ କୋଣାର୍କ ଉତ୍ସବ। କୋଭିଡ କଟକଣା ଭିତରେ ଏହି ଉତ୍ସବର ଆୟୋଜନ କରୁଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ। ପାଞ୍ଚଦିନ ଧରି ଆୟୋଜିତ ଏହି ଉତ୍ସବରେ ଜାତୀୟ ତଥା ଅନ୍ତର୍ଜାତୀୟ ନୃତ୍ୟଶିଳ୍ପି ଯୋଗଦେବେ। ଏହି ପାଞ୍ଚଦିନରେ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ହେଲେ

ପ୍ରଥମ ସଂଧ୍ୟା- ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲ ଓଡିଶୀ ସହିତ ରହିଛି ଭାସ୍ବତୀ ମିଶ୍ରଙ୍କର କଥକ ନୃତ୍ୟ

ଦ୍ବିତୀୟ ସଂଧ୍ୟା- ପ୍ରଥମେ ଗୁରୁ ଅନିତା ଶର୍ମାଙ୍କ କଥକ ନୃତ୍ୟ ସହିତ ଦ୍ବିତୀୟ କାର୍ଯ୍ୟକ୍ରମରେ ପରିବେଷଣ ହେବ ଗୁରୁ ନିଂରଜନ ରାଉତଙ୍କ ଓଡିଶୀ ନୃତ୍ୟ।

ତୃତୀୟ ସଂଧ୍ୟା- ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଦେବମିତ୍ରା ସେନଗୁପ୍ତାଙ୍କ ଓଡିଶୀ ନୃତ୍ୟ ସହିତ ଗୋପିକା ବର୍ମାଙ୍କ ମୋହୀନଆଟ୍ଟନ ନୃତ୍ୟ ପରିବେଷଣ ହେବ।

ଚତୁର୍ଥ ସଂଧ୍ୟା- ନୃତ୍ୟଶିଳ୍ପୀ ଲୀଲା ସାମସନଙ୍କ ଭାରତନାଟ୍ୟମ ସହିତ ଶେଷ କାର୍ଯ୍ୟକ୍ରମରେ ରହିଛି ଗୁରୁ ପିତାମ୍ବର ବିଶ୍ବାଳଙ୍କ ଓଡିଶୀ ନୃତ୍ୟ ।

ପଞ୍ଚମ ସଂଧ୍ୟା- ଶେଷ ସଂଧ୍ୟାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ନୃତ୍ୟଶିଳ୍ପୀଙ୍କ ଓଡିଶୀ ସହିତ ଜୟକିଶୋର ମୁଶଳକାନ୍ତିଙ୍କ କୁଚୁପୁଡି ନୃତ୍ୟ ପରିବେଷଣ ହେବ।

ମୁଖ୍ୟତଃ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ଏହି ମଞ୍ଚରେ ପ୍ରଧାନ୍ୟ ଦିଆଯାଇଥାଏ। ଏହି ଭାରତୀୟ ନୃତ୍ୟର ପ୍ରସାର କରାଇବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତିବର୍ଷ ଏହି ଉତ୍ସବର ଆୟୋଜନ କରାଯାଇ ଆସୁଛି।

Categories
ବିଶେଷ ଖବର

ଓଡିଶୀରେ ତ୍ରିବେଣୀ ଓ ମୋହିନୀ ଆଟ୍ଟମରେ ଜୀବନଉଛ୍ୱାସ ମନ ମୋହିଲା କୋଣାର୍କ ଉତ୍ସବ

ସମୀକ୍ଷା ବ୍ୟୁରୋ

କୋଣାର୍କ, ୪/୧୨: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଂଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍ ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା । ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଂଚ ପ୍ରବେଶ କରିଥିଲେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତିକୁ ନେଇ । ପରେ ପରେ ନୃତ୍ୟ ନାଟିକା ତ୍ରିବେଣୀ ସଂଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ତୋଳି ଧରିଥିଲେ । ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟର ସଂଗମ ମଧ୍ୟ ପରିଲିକ୍ଷିତ ହୋଇଥିଲା ।


ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମର ସୁପ୍ରସିଦ୍ଧ ଗୁରୁ ଜୟପ୍ରଭା ମେନନ୍ ଓ ସାଥୀ ଶିଳ୍ପୀ ଶ୍ରୀଜୟଦେବ କୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ର ଉପସ୍ଥାପନା କରିଥିଲେ । ଗୁରୁ ମେନନ୍ ଙ୍କ ଦ୍ୱିତୀୟ ଅର୍ଘ୍ୟରେ ଜୀବନର ଉଛ୍ୱାସ ଅତି ନିଖୁଣ ଭାବେ ମଚଂସ୍ଥ ହୋଇଥିଲା । ପ୍ରକୃତି ଓ ପୁରୁଷ ର ମିଳନ ରୁ ସଂଜାତି ସୃଷ୍ଟି ଜୀବନର ଆନନ୍ଦ ତତ୍ୱକୁ ପ୍ରକାଶ କରି ଆସିଛି ଓ ଏହି ଉପଲବ୍ଧି ହିଁ ଜୀବନ ଜିଜ୍ଞାସାର ମୂଳତତ୍ତ୍ବ ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଭାତ ହୋଇଥିଲା । ମୋହିନୀ ଆଟ୍ଟମର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା ।

ସଂଧ୍ୟାର ଅତିଥି ଭାବେ ପ୍ରିନ୍ସିପାଲ ଏ. ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ସଂଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡ.ସଂଗୀତା ଗୋସାଇଁ ଯୋଗ ଦେଥ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ, ମଂଚ ସଂଚାଳନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ କୁମାର ପତି, ଡ. ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନ ପ୍ରଭୁତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ଏବଂ ଗଣ ମାଧ୍ୟମକୁ ତଥ୍ୟ ଯୋଗାଇବାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ।