Categories
ଆଜିର ଖବର ସ୍ବାସ୍ଥ୍ୟ

ସମଗ୍ର ଦେଶରେ ୨୫୨୮ ଆକ୍ରାନ୍ତ ଚିହ୍ନଟ, ୩୦ହଜାର ତଳେ ସକ୍ରିୟ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ସମୁଦାୟ ୨୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ। ଏହା ସହିତ ଦେଶରେ ସଂକ୍ରମିତ କୋଭିଡଙ୍କ ସଂଖ୍ୟା ବର୍ତ୍ତମାନ ୪ କୋଟି ୩୦ ଲକ୍ଷ ୪ ହଜାର ୫ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ ଯୋଗୁଁ ମୋଟ ୧୪୯ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ସମୁଦାୟ ୫ ଲକ୍ଷ ୧୬ ହଜାର ୨୮୧ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩୦ ହଜାରରୁ କମ୍ ହୋଇଛି। ବର୍ତ୍ତମାନ ଦେଶରେ ୨୯, ୧୮୧ ସକ୍ରିୟ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ୩ ହଜାର ୯୯୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୪ ଲକ୍ଷ ୫୮ ହଜାର ୫୪୩ ଲୋକ ଏହି ମହାମାରୀକୁ ପରାସ୍ତ କରିଛନ୍ତି।