Categories
ଆଜିର ଖବର ଜାତୀୟ ଖବର

ଦେଶରେ କୋଭିଡ ଟୀକାକରଣ 93 କୋଟି କଲା ଅତିକ୍ରମ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 93 କୋଟି 17 ଲକ୍ଷ କୋଭିଡ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 21 ହଜାର 257 ଟି ନୂଆ ମାମଲା ଚିହ୍ନିତ ହୋଇଛି। ବର୍ତ୍ତମାନ ଦୁଇ ଲକ୍ଷ 40 ହଜାର 221 ଲୋକ ଚିକିତ୍ସିତ ହେଉଛନ୍ତି।

ଗତକାଲି, 24 ହଜାର 963 ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିଲେ ଏବଂ ଏହା ସହିତ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ତିନି କୋଟି 32 ଲକ୍ଷ 25 ହଜାର 221 କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ସୁସ୍ଥ ହାର 97.96 ପ୍ରତିଶତ ଅଟେ, ଯାହା ଗତ ବର୍ଷ ମାର୍ଚ୍ଚ ଠାରୁ ସର୍ବାଧିକ। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 58 କୋଟି କୋଭିଡ ନମୁନା ପରୀକ୍ଷା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଟୀକାକରଣରେ ନୂଆ ରେକର୍ଡ: ସେପ୍ଟେମ୍ବର ମାସରେ ଦିଆଗଲା ସର୍ବାଧିକ ଟୀକା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାଙ୍କ ସଂଖ୍ୟା ଉପର ତଳ ହେଉଥିବା ବେଳେ ସେପ୍ଟେମ୍ବର ମାସରେ କୋଭିଡ ଟୀକାକରଣର ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତ ଏକ ମାସରେ ଦେଶରେ ପ୍ରାୟ ୨୩ କୋଟି ଟିକା ଦିଆଯାଉଛି, ଯାହାକି କୌଣସି ମାସରେ ଏହା ସବୁଠାରୁ ବଡ ରେକର୍ଡ ଅଟେ।

ଗୁରୁବାର ଦିନ ଦେଶରେ ମୋଟ ଟିକା ସଂଖ୍ୟା ୮୮.୩୪ କୋଟିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୫.୩୪ ଲକ୍ଷ କରୋନା ଟିକା ଦିଆଯାଇଥିଲା। ଭାରତରେ ସେପ୍ଟେମ୍ବର ୩୦ ତାରିଖରେ କରୋନାର ମୋଟ କରୋନା ଟୀକାକରଣ ସଂଖ୍ୟା ୮୮,୩୪,୭୦,୫୭୮ ରେ ପହଞ୍ଚିଛି। ସେପ୍ଟେମ୍ବର ୧ ତାରିଖରେ, ଟୀକାକରଣ ସଂଖ୍ୟା ପାଖାପାଖି ୬୫.୪୧ କୋଟି ଥିଲା। ସେହି ଅନୁଯାୟୀ, ଗତ ୩୦ ଦିନ ମଧ୍ୟରେ ୨୨.୯୩ କୋଟି ଟିକା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

3 କୋଟି 38 ଲକ୍ଷ ଟୀକାକରଣ କରି ଦେଶରେ ଏହି ରାଜ୍ୟ ହେଲା ପ୍ରଥମ, ଗୋଟିଏ ଦିନରେ ମଧ୍ୟ ସର୍ବାଧିକ

ଭୁବନେଶ୍ବର, କୋଭିଡ ଟୀକାକରଣ ଅଭିଯାନରେ ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରାଜ୍ୟରେ ମୋଟ 3 କୋଟି 38 ଲକ୍ଷ 57 ହଜାର 372 ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ପ୍ରଦୀୟ ବ୍ୟାସ କହିଛନ୍ତି ଯେ ଟୀକାକରଣ କ୍ଷେତ୍ରରେ ଗତକାଲି ମହାରାଷ୍ଟ୍ର ପୁଣି ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଶନିବାର ସଂଧ୍ୟା ସାତଟା ସୁଦ୍ଧା ମୋଟ ସାତ ଲକ୍ଷ 85 ହଜାର 311 ଟୀକା ପ୍ରଦାନ କରାଯାଇଛି। ଯାହାକି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟୀକାକରଣ ଅଟେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ଟୀକା ଆମଦାନୀ ପାଇଁ ହେବ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟ ବୈଠକରେ ନିଆଗଲା ନିଷ୍ପତି

ଭୁବନେଶ୍ବର, ଓଡିଶାରେ ଯେପରି ଟିକାର ଅଭାବ ରହିବ ନାହିଁ ଏବଂ ସମସ୍ତେ ଟିକା ଗ୍ରହଣ କରିବେ ସେଥିପାଇଁ ନିଆଗଲା ବଡ ନିଷ୍ପତି। ଆଜି ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ବିଶ୍ବର ବିଭିନ୍ନ କଂପାନୀଠାରୁ କୋଭିଡ ଟିକା ଆମଦାନୀ ପାଇଁ ଏକ ବିଶ୍ବ ସ୍ତରୀୟ ଟେଣ୍ଡର କରାଯିବ।

ବିଭିନ୍ନ କଂପାନୀଠାରୁ ମୂଲ୍ୟ ସଂଗ୍ରହ କରାଯାଇ ଏହି ଟିକା କିଣାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି  ନିଆଯାଇଛି। ଏହି ଟେଣ୍ଡର ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ବିଶେଷଜ୍ଞ କମିଟ ଗଠନ କରାଯିବ। ସେହି କମିଟର ତତ୍ବାବଧାନରେ କେଉଁ କଂପାନୀରୁ କିପରି ଟିକା କିଣାଯିବ ତାହା ନିଷ୍ପତି କରିବେ। ନିକଟରେ ଏହିପରି ପଦକ୍ଷେପ ଉତ୍ତର ପ୍ରଦେଶ ସରକାର ଗ୍ରହଣ କରିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଟିକା ନିହାତି ଆବଶ୍ୟକତା ରହିଛି। ଯେଉଁମାନେ ଟିକା ନେଉଛନ୍ତି ସେମାନେ କମ ଆକ୍ରାନ୍ତ ହେଉଛନ୍ତି।  ସେମାନେ ଜଟିଳ ସମସ୍ୟାର ସମ୍ମୁଖୀନ ହେଉ ନାହିଁନ୍ତି। ଇସ୍ରାଇଲରେ ଟିକାକରଣ ପରେ ସେଠାରୁ କରୋନା ଦୂରେଇ ଯାଇଛି। ସେଥିପାଇଁ ରାଜ୍ୟ ସରକାର ଟିକାକରଣକୁ ପ୍ରାଥମିତା ଦାୟିତ୍ବ ଭାବେ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଟିକା ପ୍ରଦାନ ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ କହିଛନ୍ତି।

ସେହିପରି ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ବୋଲି ନବୀନ କହିଛନ୍ତି। ସମସ୍ତଙ୍କୁ ଟିକାକରଣ ନେଇ କ୍ୟାବିନେଟରେ ଏକ ସଂକଳ୍ପ ନିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ୍ୟ  ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।

ଏହି ବୈଠକରେ ପ୍ରଥମେ କୋଭିଡ଼୧୯ ମହାମାରୀ ବିରୁଦ୍ଧରେ କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି ରାଜ୍ୟ କ୍ୟାବିନେଟରେ ଉଚ୍ଚ ପ୍ରଶଂସା କରାଯାଇଛି। କୋଭିଡ଼ ବିରୁଦ୍ଧରେ ଚାଲିଥିବା ଲଢ଼େଇ ରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା testing, tracing, vaccination, lockdown ଇତ୍ୟାଦି ରେ ଓଡ଼ିଶା ବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଆମେରିକାକୁ ପଛରେ ପକାଇ ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହେଲା ଭାରତ

ନୂଆଦିଲ୍ଲୀ, ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି । ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ ୪୩,୧୨,୮୨୬ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ୱିତୀୟ ଡୋଜ ନେଇସାରିଲେଣି ।

୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ଲକ୍ଷରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଛି ।

ଟିକାକରଣ ଅଭିଯାନର ୮୧ତମ ଦିନ ଅର୍ଥାତ ୨୦୨୧ ଏପ୍ରିଲ ୬ ତାରିଖରେ ୩୩,୩୭,୬୦୧ ଟିକା ଡୋଜ ଦିଆଯାଇଛି । ତନ୍ମଧ୍ୟରୁ ୩୦,୦୮,୦୮୭ ହିତାଧିକାରୀ ୪୧,୩୯୬ ସେସନରେ ପ୍ରଥମ ଡୋଜ ନେଇଥିବା ବେଳେ ୩,୨୯,୫୧୪ ହିତାଧିକାରୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି ।

ଏଭଳି ଘଟଣାକ୍ରମେ କୋଭିଡ ଟିକାକରଣରେ ଆମେରିକାକୁ ଅତିକ୍ରମ କରି ଭାରତ ବିଶ୍ୱର ଦ୍ରୁତତମ ଟିକା ଡୋଜ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଦିନକୁ ଭାରତରେ ହାରାହାରି ୩୦,୯୩,୮୬୧ ଟିକା ଡୋଜ ଦିଆଯାଉଛି ।