Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜାନୁୟାରୀ ୨୬ ରେ ଲଞ୍ଚ ହେବ ଭାରତରେ ନିର୍ମିତ ପ୍ରଥମ କୋଭିଡ ନାସାଲ ଟିକା, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଜାଣିଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଏ। ବର୍ତ୍ତମାନ ଭାରତ ବାୟୋଟେକ୍ ଜାନୁୟାରୀ ୨୬ ତାରିଖରୁ ଦେଶରେ ବିକଶିତ ହୋଇଥିବା ପ୍ରଥମ ଇଣ୍ଟ୍ରାନାସାଲ୍ କୋଭିଡ୍ -୧୯ ଟିକା ‘ଇନକୋଭାକ୍’ ଦେବା ଆରମ୍ଭ କରିବ। କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଇଲା ଶନିବାର ଏହି ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ କୃଷ୍ଣ ଇଲ୍ଲା କହିଛନ୍ତି ଯେ, ଆମର ନାସାଲ ଟିକା (ନାକ ମାଧ୍ୟମରେ ଦିଆଯାଇଥିବା ଟିକା) ଜାନୁଆରୀ ୨୬ ତାରିଖରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଭାରତ ବାୟୋଟେକ ଗତ ବର୍ଷ ଡିସେମ୍ବରରେ ଘୋଷଣା କରିଥିଲା ​​ଯେ ସେ ଇଣ୍ଟ୍ରାନାସାଲ ଟିକା ବିକ୍ରି କରିବେ। ସରକାର ପ୍ରତି ଡୋଜରେ ୩୨୫ ଟଙ୍କା ଥିବାବେଳେ ଘରୋଇ ଟୀକାକରଣ କେନ୍ଦ୍ରକୁ ଏହାର ଡୋଜ ପିଛା ୮୦୦ ଟଙ୍କା ହେବ।