Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ନିୟମ ଉଲ୍ଲଂଘନ: ରାଜ୍ୟରେ ୨୪ ଘଣ୍ଟାରେ ୨୪ ଲକ୍ଷ ଫାଇନ, ୨୧ ଗିରଫ

ଭୁବନେଶ୍ବର: କୋଭିଡର ନୂତନ ଭାରିଆଣ୍ଟକୁ ଦେଖି ସାରା ବିଶ୍ଵ ଆତଙ୍କିତ ଅଛି। ପାଖାପାଖି ୧୦୦ ଟି ଦେଶରେ ନୂଆ ଭାରିଆଣ୍ଟ ଓମିକ୍ରନ ସ୍ପର୍ଶ କରିସାରିଛି। ଏହି ଭାରିଆଣ୍ଟ ବିଶ୍ବରେ ତୃତୀୟ ଲହର ଆଣିବ ବୋଲି ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସମସ୍ତ ଦେଶରେ କଟକଣାକୁ ଧୀରେ ଧୀରେ କଡାକଡି କରାଯାଉଛି। ଯଦି ତୃତୀୟ ତରଙ୍ଗ ଆସେ, ତେବେ ଭାରତ ବେଶୀ ପ୍ରଭାବିତ ହେବ ବୋଲି କୁହାଯାଉଛି। ତେଣୁ ସତର୍କ ରହିବାକୁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛି।

ତେଣୁ କୋଭିଡ ନିୟମକୁ କଡାକଡି କରିବା ପାଇଁ ଓଡିଶା ସରକାର ଅଣ୍ଟା ଭିଡିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ନିୟମକୁ କଡାକଡି ଯାଞ୍ଚ କରାଯାଇଛି। ଓଡିଶା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ୨୪ ଲକ୍ଷ ଟଙ୍କା ଫାଇନ ଆଦାୟ କରିବା ସହ ୨୧ ଜଣଙ୍କୁ ଓଡିଶା ପୋଲିସ ଗିରଫ କରିଛି। ଏହି ସମୟରେ ୭୮୬ ଟି ଗାଡିକୁ ଜବତ ମଧ୍ୟ କରାଯାଇଛି। କରୋନା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଓଡିଶା ପୋଲିସ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମାର୍କେଟ ବିଲ୍ଦିଙ୍ଗକୁ ଦୁଇ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ମାର୍କେଟ ବିଲ୍ଦିଙ୍ଗ-୨କୁ ଦୁଇ ଦିନ ପାଇଁ ବିଏମସି ସିଲ୍ କରିଛି। ବିଏମସି ଏବଂ ପୋଲିସ ପକ୍ଷରୁ ଆଜି ମାର୍କେଟ ବିଲ୍ଦିଙ୍ଗରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ମାର୍କେଟ ବିଲ୍ଦିଙ୍ଗରେ କୋଭିଡ଼ ନିୟମ ଉଲ୍ଲଂଘନ ହେଉଥିବାରୁ ବିଏମସି ସିଲ୍ କରିଛି।

ସେହିଭଳି କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ବାପୁଜୀ ନଗର ଭେଣ୍ଡିଂ ଜୋନକୁ ମଧ୍ୟ ବିଏମସି ସିଲ୍ କରିଛି। ତେବେ ଦୁଇ ଦିନ ପାଇଁ ଏହାକୁ ସିଲ କରାଯାଇଥିବା ବେଳେ ଶନିବାର ଏବଂ ରବିବାର ଦିନର ସଟଡାଉନ ପରେ ଆସନ୍ତା ସୋମବାର ଦିନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାୟଗଡା ପୋଲିସ କୋଭିଡ ନିୟମ ଉଲ୍ଲଘଂନକାରୀ ଏବଂ ଚୋରା ମଦ ଚାଲାଣକାରୀଙ୍କୁ କଲା ଜବତ

ରାୟଗଡା, ବର୍ତ୍ତମାନ ସାରା ରାଜ୍ୟରେ କୋଭିଡ19 ନିୟମ ଲାଗୁ କରାଯାଇଥିବା ବେଳେ ଅନେକ ଏହାକୁ ଉଲ୍ଲଘଂନ କରିବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ରାୟଗଡା ପୋଲିସ ଗତ କିଛିଦିନ ଧରି ଏହି ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରିଛି।

ଏଥିରେ 56 ଜଣ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ଯୋଗୁଁ 37 ହଜାର 5ଶହ ଟଙ୍କା ଫାଇନ ଆଦାୟ ହୋଇଛି। ସେହିପରି 84 ଜଣଙ୍କଠାରୁ ମାସ୍କ ପିନ୍ଧି ନ ଥିବା ମାମଲାରେ 35 ହଜାର 5 ଶହ ଟଙ୍କା ଆଦାୟ କରିଛି।ଏହି ସମୟରେ ଅବକାରୀ ବିଭାଗ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦ ଜବତ କରିବା ସହିତ 8 ଜଣଙ୍କ ନାମରେ ମାମଲ ଋଜୁ କରିଛି।