Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ଯୁଦ୍ଧରେ ସମ୍ମମ୍‌ର ନିରନ୍ତର ସ୍ୱାସ୍ଥ୍ୟ ସେବାକୁ ମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍  କୋଭିଡ ହସ୍ପିଟାଲ୍‌ର ସ୍ୱାସ୍ଥ୍ୟ ସେବା ଓ ଅବଦାନ ଅତୁଳନୀୟ। ଏହି ଦୁଇ ହସ୍ପିଟାଲ୍‌ର ନିରନ୍ତର ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗୁଁ ଅନେକ କୋଭିଡ ସଂକ୍ରମିତ ସୁସ୍ଥ ହେବା ସହ ନୂତନ ଜୀବନ ଲାଭ କରିଛନ୍ତି ବୋଲି କହିଛନ୍ତି ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ନ୍ୟାସ୍‌ନାଲ୍ ଇଂଟେନ୍‌ସିଭ୍ କେୟାର ସପ୍ତାହ ପାଳନ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଶନିବାର ଆୟୋଜିତ ସିଏମ୍‌ଇ, କ୍ରିଟିକାଲ୍ କେୟାର ଅପ୍‌ଡେଟ୍ ଆଣ୍ଡ ୱାର୍କସପ୍‌- ଏସ୍‌ଆଇସିଏସ୍ ୨୦୨୨, କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ପଣ୍ଡା। ଉଭୟ ସମ୍ମମ୍ ଓ ସମ୍ କୋଭିଡ୍ ହସ୍ପିଟାଲ ସଫଳତାର ସହ କରୋନା ମହାମାରୀ ର ମୁକାବିଲା କରି ସଂକ୍ରମିତଙ୍କ ଜୀବନ ରକ୍ଷା କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଏହି ଅବସରରେ ସମ୍ମମ୍‌ର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ସ୍ୱାଗତ ଭାଷଣ ଦେବା ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଶ୍ରୀ ପଣ୍ଡାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ଏଥି ସହିତ ମାତ୍ର ଦୁଇ ବର୍ଷ ସମୟସୀମା ମଧ୍ୟରେ ସମ୍ମମ୍‌କୁ ଏକ ଉଚ୍ଚ ସ୍ତରୀୟ ହସ୍ପିଟାଲ୍‌ରେ ପରିଣତ କରିବା ଏବଂ ରେକର୍ଡ ସଂଖ୍ୟକ ଏକ ବର୍ଷ ଏବଂ ଏକ ବର୍ଷ ୮ ମାସ ସମୟ ମଧ୍ୟରେ ଏନ୍‌ଏବିଏଚ୍ ଏବଂ ଏନ୍‌ଏବିଏଲ୍ ମାନ୍ୟତା ପାଇବା କ୍ଷେତ୍ରରେ ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ସମ୍ମମ୍‌ ଇନ୍‌ଟେନ୍‌ସିଭ୍ କେୟାର୍ ସିମ୍‌ପୋଜିଅମ୍‌(ଏସ୍‌ଆଇସିଏସ୍‌- ୨୦୨୨) ଆୟୋଜନ କରିବା କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟାକୁ ନେଇ କୃତଜ୍ଞତା ଜଣାଇଥିଲେ। ନିଜ ଅଭିଭାଷଣରେ ସିଇଓ ଡକ୍ଟର ଦାଶ ମହାମାରୀ ସମୟରେ କ୍ରିଟିକାଲ୍ କେୟାର ଟିମ୍‌ର ନିରନ୍ତର ସ୍ୱାସ୍ଥ୍ୟ ସେବା ଓ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତ ସଫଳତାର ଶ୍ରେୟ ସମ୍ମମ୍ ଟିମ୍‌କୁ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେଆମେରିକାର ଫ୍ଲୋରିଡା ସ୍ଥିତ ମାୟୋ କ୍ଲିନିକର ସିନିଅର କନ୍‌ସଲଟାଂଟ ତଥା ଇକ୍‌ମୋ ୟୁନିଟ୍‌ର ମୁଖ୍ୟ ଡାକ୍ତର ପ୍ରମୋଦ କୁମାର ଗୁରୁ, ଦିଲ୍ଲୀ ସ୍ଥିତ ମ୍ୟାକ୍ସ ହସ୍ପିଟାଲ୍‌ର ଡାକ୍ତର ୱାଇ.ପି. ସିଂହ ଓ ରାଂଚି ସ୍ଥିତ ବେଦାନ୍ତ ହସ୍ପିଟାଲ୍‌ର ଡାକ୍ତର ତାପସ ସାହୁ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଓ ଡେପୁଟି ମେଡିକାଲ ସୁପରିଟେଣ୍ଡେନ୍‌ଟ ଡାକ୍ତର ଆନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ଜାତୀୟ ସ୍ତରରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି। ଗୁରୁବାର ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟଇ) ପକ୍ଷରୁ ସୋଆକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କୋଭିଡ-୧୯ ମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ୧୨ଟି ବିଭିନ୍ନ କାଟେଗୋରୀରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ ଉପସ୍ଥିତ ଥିଲେ।

ଶ୍ରୀ ପୋଖରିଆଲ୍ ବିଭିନ୍ନ କାଟେଗୋରୀରେ ପୁରସ୍କୃତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ନେଇ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ “ସମାଜର ଆବଶ୍ୟକତା ପ୍ରତି ଯତ୍ନଶୀଳ ହେଲେ ଆମର ଭୂମିକା ମହତ୍ୱପୂର୍ଣ୍ଣ ହୋଇଥାଏ।”

କରୋନା ମହାମାରୀକୁ ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଡାକ୍ତର, ନର୍ସ ଓ ଫାକଲ୍ଟିମାନେ ଭୁବନେଶ୍ୱର ସହର ଏବଂ ଏହାର ନିକଟବର୍ତୀ ଗ୍ରାମ ଗୁଡ଼ିକରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ଲୋକମାନେ କିଭଳି ଠିକ୍ ଭାବେ ହାତ ଧୋଇବେ, ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେ ନେଇ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ମାସ୍କ, ଫେସ୍‌ସିଲ୍ଡ, ପିପିଇ ଏବଂ ସାନିଟାଇଜର ବିପୁଳ ଭାବେ ପ୍ରସ୍ତୁତ କରାଯାଇଥିଲା। ଲକ୍ ଡାଉନ୍ ସମୟରେ ଶୁଖିଲା ଓ ରନ୍ଧା ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦ୍ରବ୍ୟ ସୋଆ ନିକଟବର୍ତ୍ତୀ ଅଂଚଳରେ ବଂଟନ କରାଯାଇଥିଲା ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା, ସୋଆ କମ୍ୟୁନିଟି ରେଡିଓ ଏବଂ ବିଭିନ୍ନ ଷ୍ଟୁଡେଂଟ କ୍ଲବ୍ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା।

ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌୍‌ଷ୍ଟିଚ୍ୟୁସ୍‌ନାଲ୍ ର୍ୟାାଙ୍କିଙ୍ଗ ଫ୍ରେମ୍ ୱାର୍କ ର୍ୟା ଙ୍କିଙ୍ଗ୍‌ରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି। ସେହିପରି ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ କରୋନା ମହାମାରୀର ମୁକାବିଲା ନେଇ ସୋଆ ପକ୍ଷରୁ ୨୨୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଓ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇ ରୋଗୀମାନଙ୍କୁ ସେବା କରାଯାଉଛି।
ରାଜ୍ୟର ବୃହତମ କୋଭିଡ ହସ୍ପିଟାଲ୍ ଭାବେ ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ୭୨୫ ଶଯ୍ୟା ବିଶିଷ୍ଟ (ଆଇସିୟୁ ଏବଂ ହାଇ ଡିପେଣ୍ଡାନ୍ସ ୟୁନିଟ୍ ବେଡ୍ସ) ପ୍ରସ୍ତୁତ କରାଯାଇଥିବା ବେଳେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା, କେନ୍ଦ୍ରାପଡା ଠାରେ ୧୭୦ ଶଯ୍ୟା ଏବଂ ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇ ରୋଗୀ ଚିକିତ୍ସା କରାଯାଉଛି।

ସେହିପରି ସୋଆ ପକ୍ଷରୁ ଜାମୁଝରୀ ଠାରେ ୫୦୦ ଶଯ୍ୟା ଏବଂ ଜଟଣୀ ଠାରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି।
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସବୁ ହସ୍ପିଟାଲ୍‌ଗୁଡ଼ିକରେ ରୋଗୀଙ୍କର ଉତମ ଚିକିତ୍ସା କରାଯାଉଥିବା ବେଳେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଦିନ ରାତି କରୋନା ରୋଗୀମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଛନ୍ତି।