Categories
ଆଜିର ଖବର ରାଜ୍ୟ ଖବର

ପଜେଟିଭରୁ ନେଗେଟିଭ୍ ହେବା ପରେ ପୁଣି ଥରେ କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା

ବ୍ରହ୍ମପୁର, ଗଂଜାମ ପୋଲିସରେ ପୁଣିଥରେ କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ସାହାସ ବୃଦ୍ଧି ପାଇଛି। କାରଣ ହେଲା ନିକଟରେ କୋଭିଡ19 ଆକ୍ରାନ୍ତ ହୋଇପଡିଥିବା 7 ଜଣ ପୋଲିସ ଅଫିସର ଭଲ ହୋଇ ପୁଣି କାମରେ ଯୋଗ ଦେଇଛନ୍ତି। ଗଂଜାମରେ ଯେପରି କରୋନା ଭାଇରସ ସଂକ୍ରାମିତ ହେବାରେ ଲାଗିଛି ସେଥିରେ ଏହି କୋଭିଡ ଯୋଦ୍ଧାମାନେ ମଧ୍ୟ ଛାଡ ପାଇ ନାହାଁନ୍ତି। ଡାକ୍ତର ନର୍ସଙ୍କଠାରୁ ଆରମ୍ଭ କରି ପୋଲିସ ଅଫିସର ଏବଂ ଆଶା କର୍ମିମାନେ ଏହି ଭାଇରସ ଦ୍ବାରା ଆକ୍ରନ୍ତ ହେବାରେ ଲାଗିଛନ୍ତି।

ସେହିପରି ଗଂଜାମ ପୋଲିସ ଅଧିନରେ ଥିବା ଭଂଜନଗର ଥାନାର ସାତ ଜଣ ପୋଲିସ ଅଧିକାରୀ କୋଭିଡ ଆକ୍ରାନ୍ତ ହୋଇପଡିଲେ। ତାଙ୍କର ନମୂନା ପଜେଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ହେବା ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଲା। ଏହି ରିପୋର୍ଟ ଆସିବା ପରେ ପରେ ସେମାନେ ତୁରନ୍ତ କାମରେ ଯୋଗ ଦେଇଛନ୍ତି। ସେଥିପାଇଁ ଗଂଜାମ ପୋଲିସ ତରଫରୁ ତାଙ୍କୁ ସ୍ବାଗତ କରାଯାଇଛି।

Categories
ଫଟୋ ଖବର

କୋଭିଡ ଯୁଦ୍ଧରେ ସାମିଲ ହୋଇଥିବା ପୋଲିସ ଓ କର୍ମଚାରୀଙ୍କୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୫/୫: କରୋନା ଯୁଦ୍ଧରେ ସାମିଲ ଥିବା ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମ୍‌ସି କର୍ମଚାରୀଙ୍କୁ ଆଜି ମାଉସି’ମା ଛକ ନିକଟ ଦିନବନ୍ଧୁ ଭିଲ୍ଲାଠାରେ ଦିନବନ୍ଧୁ ଭିଲ୍ଲା ୱେଲଫାୟାର ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏସିପି ବିଷ୍ଣୁ ଚରଣ ପାତ୍ର, ଏସିପି ଟ୍ରାଫିକ୍ ଶାଶ୍ୱତ ପଣ୍ଡା, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଡ଼ଃ ପ୍ରଜ୍ଞା ମହାନ୍ତି, ଡ଼ଃ ରାଧା ଦଳେଇ, ଡ଼ଃ ରଂଜିତା ମହାନ୍ତି, ଡ଼ଃ ଏସ୍ ପଣ୍ଡା, ବ୍ୟାଙ୍କ କର୍ମଚାରୀ ସଂଗ୍ରାମ ସାହୁ, ମିହିର ତ୍ରିପାଠୀ, ସୁଶାନ୍ତ ନାୟକ, ହୁଲାସ ସାମନ୍ତରାୟ, ଅନ୍ୟ ପୋଲିସ କର୍ମଚାରୀ ଓ ବିଏମ୍‌ସି କର୍ମଚାରୀଙ୍କୁ ପୁଷ୍ପ ପକାଯାଇ ଉତରୀୟ ପ୍ରଦାନ କରଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହାକୁ ପ୍ରସନ୍ନ କୁମାର ଚୌଧୁରୀ, ଗଦାଧର ଦାସ, ଦୁର୍ଗା ପ୍ରସାଦ ସାହୁ, ଶଶୀ ଭୂଷଣ ଦାସ, ରାଜ ମିଶ୍ର, ଧିରଜ ମହାପାତ୍ର, ମନୋରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳଣା କରିଥିଲେ ।