ଭୁବନେଶ୍ବର: ଆସନ୍ତାକାଲି ୧୨ ଟି ଜିଲ୍ଲାରେ କୋଭିଡ଼ ଟୀକାକରଣ ବନ୍ଦ ରହିବା। ଖୋର୍ଦ୍ଧା, କଟକ, ପୁରୀ, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା ଜିଲ୍ଲାରେ ଟୀକାକରଣ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।

ଭୁବନେଶ୍ବର: ଆସନ୍ତାକାଲି ୧୨ ଟି ଜିଲ୍ଲାରେ କୋଭିଡ଼ ଟୀକାକରଣ ବନ୍ଦ ରହିବା। ଖୋର୍ଦ୍ଧା, କଟକ, ପୁରୀ, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା ଜିଲ୍ଲାରେ ଟୀକାକରଣ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କ ସହ କୋଭିଡ଼ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳମାନଙ୍କୁ କୋଭିଡ଼ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଛି। ତେଣୁ ପ୍ରବାସୀ ଫେରିବା ସମ୍ଭାବନାଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତଥ୍ୟ ସଂଗ୍ରହ ସହ ପୂର୍ବ ପ୍ରୋଟୋକଲ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସବୁ ଆକ୍ରାନ୍ତ ଯେଭଳି ସଠିକ ଭାବେ ଚିକିତ୍ସା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ଔଷଧ ଥିଲେ ମଧ୍ୟ ଆହୁରି ଅଧିକ ଔଷଧ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲରେ ବେଡ଼ ଏବଂ ଅକ୍ସିଜେନ ସଂଖ୍ୟା ବଢାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିଭଳି ଲକଡାଉନ ଟାଳିବାକୁ ହେଲେ ଲୋକମାନଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ସହଯୋଗ ପାଇଁ ନିବେଦନ କରିବା ସହ ବିନା ଲକଡାଉନରେ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ସମସ୍ତେ କରୋନା ନିୟମକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।
ସୀତାରାମ ଅଗ୍ରୱାଲ
ବାଣପୁର: ଦିନକୁ ଦିନ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଓଡ଼ିଶାରେ ହୁ ହୁ ହୋଇ ବଢୁଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।
ସେହିଭଳି ଆଜି ବାଣପୁରରୁ ଜଣେ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାର ସୂଚନା ରହିଛି। ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି।
ତେବେ ଏହି ଆକ୍ରାନ୍ତ ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ଏହା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।