Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ଅଧିକରୁ ଅଧିକ ସୁସ୍ଥତା ହାର ଅବ୍ୟାହତ, ଆରୋଗ୍ୟ ସଂଖ୍ୟା ୩୭ ଲକ୍ଷ ଟପିଲା

ନୂଆଦିଲ୍ଲୀ, ଦେଶରେ ଦୈନିକ ୭୦ ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବାରେ ଲାଗିଛନ୍ତି। ସମ୍ମିଳିତ ଉଦ୍ୟମ, ବ୍ୟାପକ ପରୀକ୍ଷା ଓ ଗୁଣାତ୍ମକ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୯୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାଫଳରେ ମୋଟ ୭୭.୮୮ ପ୍ରତିଶତ ଅର୍ଥାତ ୩୭,୦୨,୫୯୫ ରୋଗୀ ସୁସ୍ଥ ହୋଇଛନ୍ତି। ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡା ୫୮ ଭାଗ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୩,୦୦୦ ଆରୋଗ୍ୟ ଲାଭ କରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଦିନରେ ୧୦,୦୦୦ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯୪,୩୭୨ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୨୨,୦୦୦, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ପ୍ରତ୍ୟେକ ୯,୦୦୦ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ମାମଲାଗୁଡିକର ଶତକଡା ୫୭ ଭାଗ ୫ଟି ରାଜ୍ୟରୁ ହୋଇଥିବା ବେଳେ ଆରୋଗ୍ୟ ସଂଖ୍ୟାର ଶତକଡା ୫୮ ଭାଗ ମଧ୍ୟ ସେହି ରାଜ୍ୟରୁ ବୋଲି ଜଣାପଡିଛି।

ଦେଶରେ ବର୍ତ୍ତମାନ ୯,୭୩,୧୭୫ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେଥି ମଧ୍ୟରୁ ୨.୮୦ ଲକ୍ଷରୁ ଉର୍ଦ୍ଧ୍ଵ ମହାରାଷ୍ଟ୍ରରୁ ହୋଇଥିବା ବେଳେ ୯୭,୦୦୦ରୁ ଉର୍ଦ୍ଧ୍ଵ କର୍ଣ୍ଣାଟକରୁ ବୋଲି ଜଣାପଡିଛି। ଶତକଡା ୬୦ ଭାଗ ସକ୍ରିୟ ରୋଗୀ ୫ଟି ରାଜ୍ୟରୁ ଆସିଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୨୮.୭୯, କର୍ଣ୍ଣାଟକରୁ ୧୦.୦୫, ଆନ୍ଧ୍ରପ୍ରଦେଶରୁ ୯.୮୪, ଉତ୍ତରପ୍ରଦେଶରୁ ୬.୯୮ ଓ ତାମିଲନାଡୁରୁ ୪.୮୪ ବୋଲି ଜଣାପଡିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କର୍ଣ୍ଣାଟକରେ ୯୪ ଜଣ ଓ ତାମିଲନାଡୁରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସୁସ୍ଥତା ହାରରେ ଭାରତର ଆଉ ଏକ ରେକର୍ଡ, ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୬୨,୨୮୨ ରୋଗୀ

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୮୨ ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି। ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ଦୃଷ୍ଟିରୁ ମୋଟ ଆରୋଗ୍ୟ ସଂଖ୍ୟା ୨୧.୫ ଲକ୍ଷ ଅର୍ଥାତ ୨୧,୫୮,୯୪୬କୁ ଅତିକ୍ରମ କରିଛି। ଆଜି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୬୬,୯୧୮ ହୋଇଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ତଥା ଏହି ଧାରା ଅବ୍ୟାହତ ରହିବା ଫଳରେ ସକ୍ରିୟ ରୋଗୀଙ୍କ ହାରାହାରି ସଂଖ୍ୟା ମଧ୍ୟ ହ୍ରାସ ପାଇଛି।

ଦେଶରେ ସୁସ୍ଥତା ହାର ଶତକଡା ୭୪ରୁ ବୃଦ୍ଧି ପାଇ ଆଜି ୭୪.୨୮ ପ୍ରତିଶତରେ ପହଞ୍ଚିଛି, ଯାହା ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ସୁନିଶ୍ଚିତ କରିଛି। ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଶତକଡା ୫୦ରୁ ଅଧିକ ହୋଇଛି। ବର୍ତ୍ତମାନ ୬,୯୨,୦୨୮ ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ଏହା ଦେଶର ସମୁଦାୟ ସଂକ୍ରମିତ ରୋଗୀ ସଂଖ୍ୟାର ଶତକଡା ୨୩.୮୨ ବୋଲି ଜଣାପଡିଛି। ସମସ୍ତ ସକ୍ରିୟ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସକ୍ରିୟ ଉପଚାର, ଉତ୍କୃଷ୍ଟ ଆମ୍ବୁଲାନ୍ସ ସେବା ଓ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଉଚିତ ପରାମର୍ଶ ଇତ୍ୟାଦି ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ଭ୍ରାସ ପାଇଛି।

ବିଶ୍ଵରେ ଅନ୍ୟାନ୍ୟ ଦେଶ ତୁଳନାରେ ଏହା କମ ଥିବା ବେଳେ ହାରାହାରି ମୃତ୍ୟୁହାର ୧.୮୯ ପ୍ରତିଶତରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮,୦୫,୯୮୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୩,୦୩,୪୬୭,୨୩୭ରେ ପହଞ୍ଚିଛି। ସେହିପରି ନମୁନା ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ବର୍ତ୍ତମାନ ୧୫୦୪ଟି ପରୀକ୍ଷାଗାରେ ରହିଛି। ସେଥିମଧ୍ୟରୁ ୯୭୮ଟି ସରକାରୀ ଓ ୫୨୬ଟି ଘରୋଇ ପରୀକ୍ଷାଗାରଗୁଡିକରେ ନମୁନା ପରୀକ୍ଷଣ କରାଯାଉଛି।