Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଟୀକା ଯୋଗୁଁ ବିଦେଶ ଯାତ୍ରା କରିବାରେ ହେଉଛି କି ସମସ୍ୟା, ଜାଣନ୍ତୁ ଦ୍ଵିତୀୟ ଡୋଜ ପାଇଁ କଣ ରହିଛି ବ୍ୟବସ୍ଥା

ଖୋର୍ଦ୍ଧା: ଆପଣ ବିଦେଶକୁ ଚାକିରୀ ଉଦ୍ଦେଶ୍ୟରେ ଯିବା ପାଇଁ ଚାହୁଁଛନ୍ତି କି? ଆପଣ ଟୀକା ନେଇ ପାରିନଥିବାରୁ ବିଦେଶ ଯାତ୍ରା ପାଇଁ ବାଧା ସୃଷ୍ଟି ହେଉଛି କି? ବିଦେଶରେ ଚାକିରୀ କରିଥିବା ଯୁବକମାନଙ୍କ ମଧ୍ୟରେ ବର୍ତ୍ତମାନ ଏଭଳି ସମସ୍ୟା ଉପୁଜୁଛି।

ତେବେ ବିଦେଶଗସ୍ତ କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୋର୍ଦ୍ଧା ଜିଲ୍ଲାରେ ଟୀକାକରଣରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଦେଶଗସ୍ତ ପାଇଁ ଟୀକାକୁ ଅପେକ୍ଷା କରିଥିବା ବ୍ୟକ୍ତି ଯଦି ପ୍ରଥମ ଡୋଜର କୋଭିସିଲ୍ଡ ଟୀକା ନେଇଛନ୍ତି, ତେବେ ଦ୍ଵିତୀୟ ଡୋଜ ନେବା ଲାଗି ତାଙ୍କୁ ଆଉ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ରଥମ ଡୋଜ ନେଇଥିବା ଲୋକ ଏବେ ୨୮ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନେଇ ବିଦେଶ ଗସ୍ତ କରିପାରିବ।

ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲାବାସୀଙ୍କ ପାଇଁ ପ୍ରାଣନାଥ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଟୀକା କେନ୍ଦ୍ର କରାଯାଇଛି। ତେବେ ଉକ୍ତ ଦ୍ଵିତୀୟ ଡୋଜ ଟୀକା ସମୟ ପୂର୍ବରୁ ବିଦେଶକୁ ଯିବା ଉଦ୍ଦେଶ୍ୟରେ ନେବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ କାଗଜପତ୍ରର ନକଲ ଟୀକା କେନ୍ଦ୍ରରେ ଦାଖିଲ କରିବାକୁ ପଡିବ।

୧- ଆଧାର କାର୍ଡ ନକଲ

୨- ଭିସା ଆବେଦନର ନକଲ କିମ୍ବା ଭିସାର ନକଲ

– ପାସପୋର୍ଟ ନକଲ

୪- ଯେଉଁ କମ୍ପାନୀରେ କାମ କରୁଥିବେ ତାର ନିଯୁକ୍ତି ପତ୍ରର ନକଲ

୫- ପ୍ରଥମ ଡୋଜ ଟୀକା ରସିଦ

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମ ଡୋଜ ଟୀକା ନେବାର ଅତି କମରେ ୨୮ ଦିନ ବିତିଯାଇଥିବା ଲୋକ ଦ୍ଵିତୀୟ ଡୋଜ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ଟୀକାକରଣରେ ସାମିଲ ହେବା ପାଇଁ ସକାଳ ୯ ଘଟିକାଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି କୋଭିସିଲ୍ଡ ଟୀକା 

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି। ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟୀକାକୁ ଜନସାଧାରଣ କୋ-ୱିନ ଆପର ପଞ୍ଜୀକରଣ କରି ପାରିବେ କିମ୍ବା ସିଧାସଳଖ ଆସି ସମ୍ ହସ୍ପିଟାଲରେ ନେଇ
ପାରିବେ।

ସମ୍ ହସ୍ପିଟାଲରେ ଗତ ଜୁନ୍ ୧୭ ତାରିଖରୁ ଏହି କୋଭିସିଲ୍ଡ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାରଙ୍କର ପକ୍ଷରୁ ଘରୋଇ ହସ୍ପିଟାଲରେ ଟୀକାକରଣ ନିମନ୍ତେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହି ଟୀକାକରଣ କରାଯାଉଛି ବୋଲି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ପ୍ରତ୍ୟେକ ଡୋଜର ମୂଲ୍ୟ ୭୮୦ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହାକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ମୂଲ୍ୟ ଅଟେ। ଏହି ନିର୍ଦ୍ଧାରିତ ମୂଲ୍ୟରୁ କୌଣସି ଅଧିକ ଟଙ୍କା ନିଆଯାଉନାହିଁ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

ଟୀକାକରଣ ନେଇ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଯେଉଁ କେତୋଟି କେନ୍ଦ୍ରରେ କୋଭାକ୍ସିନ ଟୀକା ଟ୍ରାଏଲ୍ କରାଯାଇଥିଲା ସେଥିମଧ୍ୟରୁ ଅନ୍ୟତମ ଥିଲା ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ।

ସେହିପରି ଜାନୁୟାରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶବ୍ୟାପି ଟୀକାକରଣର ଶୁଭାରମ୍ଭ ହୋଇଥିବାବେଳେ ସମ୍ ହସ୍ପିଟାଲରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜାନୁୟାରୀରୁ ମେ ମାସ ମଧ୍ୟରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲର ଟୀକାକରଣର
ନୋଡାଲ ଅଫିସର ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡ. ଲିପିଲେଖା ପଟ୍ଟନାୟକ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଟୀକାକରଣ ହିଁ ଏକମାତ୍ର ଅସ୍ତ୍ର। ତେଣୁ ସମସ୍ତ ଜନସାଧାରଣ ଟୀକା ଗ୍ରହଣ କରିବା ଉଚିତ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। ସମ୍ ହସ୍ପିଟାଲରେ ଟୀକାକରଣ ପ୍ରକ୍ରିୟାରେ ପ୍ରଫେସର ପଟ୍ଟନାୟକ, କମ୍ୟୁନିଟି ମେଡିସିନର ଆସିଷ୍ଟାଂଟ ପ୍ରଫେସର ଡ. ସୁଧାଂଶୁ ଶେଖର ଲେଙ୍କା ଏବଂ ଶିଶୁରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡ. ବ୍ରଜକିଶୋର ବେହେରା ସାମିଲ୍‌ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିସିଲ୍ଡ ଟୀକା ପାଇଁ ଜାରି ହେଲା ସାନି ଗାଇଡଲାଇନ: ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜକୁ ମନା

ଭୁବନେଶ୍ବର: କୋଭିସିଲ୍ଡ ଟୀକା ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ବ୍ୟବଧାନ ଅବଧି ବୃଦ୍ଧି ପରେ ସାନି ଗାଇଡଲାଇନ ଜାରି କରାଯାଇଛି। ପ୍ରଥମ ଡୋଜ ନେବାର ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ନେବାକୁ ବାରଣ କରାଯାଇଛି। ୮୪ ଦିନ ପୂର୍ବରୁ ଦ୍ଵିତୀୟ ଡୋଜ ପାଇଁ ବୁକିଂ କରିବା ପାଇଁ ମନା କରାଯାଇଛି।

ତେବେ ଯେଉଁମାନେ ଅନଲାଇନ ବୁକିଂ କରିସାରିଛନ୍ତି, ସେମାନଙ୍କର ବୁକିଂ ବାତିଲ ହେବ ନାହିଁ। ଯେଉଁମାନେ ନୂଆ ବୁକିଂ କରିବାକୁ ଚାହାନ୍ତି, ସେମାନେ ୮୪ ଦିନ ପରେ ବୁକିଂ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବଢିଲା କୋଭିସିଲ୍ଡ ଟୀକା ଡୋଜ ମଧ୍ୟରେ ବ୍ୟବଧାନ ଅବଧି: ଜାଣନ୍ତୁ କେତେ ଦିନ ପରେ ନେବେ ଦ୍ଵିତୀୟ ଡୋଜ

ନୂଆଦିଲ୍ଲୀ: କୋଭିସିଲ୍ଡ ଟୀକା ଡୋଜ ମଧ୍ୟରେ ବ୍ୟବଧାନ ଅବଧି ବୃଦ୍ଧି ହୋଇଛି। ପ୍ରଥମ ଡୋଜ ଏବଂ ଦ୍ଵିତୀୟ ଡୋଜ ମଧ୍ୟରେ ଥିବା ବ୍ୟବଧାନ ଅବଧିରେ ବୃଦ୍ଧି ହୋଇଛି। ପ୍ରଥମ ଡୋଜ ପରେ ଦ୍ଵିତୀୟ ଡୋଜ ନେବାର ସମୟ ଅବଧିକୁ ୧୨ ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର ବ୍ୟବଧାନ ୬ ରୁ ୮ ସପ୍ତାହ ପର୍ଯ୍ୟନ୍ତ ଥିଲା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଏହା ଉପରେ ବିଶେଷଜ୍ଞ କମିଟି ସୁପାରିଶ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ଵିତୀୟ ଡୋଜର ସମୟ ଅବଧିରେ ହେଲା ପରିବର୍ତ୍ତନ: ଜାଣନ୍ତୁ କେତେ ଦିନ ପରେ ନେବେ କୋଭିସିଲ୍ଡ ଟୀକା

ଭୁବନେଶ୍ବର: କୋଭିସିଲ୍ଡ ଟୀକାର ଦ୍ଵିତୀୟ ଡୋଜ ଟୀକାର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକି ୪୨ ଦିନ ପରେ କୋଭିସିଲ୍ଡର ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ନିର୍ଦ୍ଦେଶ ହୋଇଛି।

ଏହାପୂର୍ବରୁ ୪ ସପ୍ତାହ ପରେ ଏହି ଟୀକାର ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ଏବେ ୪ ସପ୍ତାହ ନୁହେଁ, ୬ ସପ୍ତାହ ପରେ କୋଭିସିଲ୍ଡ ଟୀକା ନେବା ପାଇଁ କୁହାଯାଇଛି। ପ୍ରଥମ ଡୋଜ ନେବାର ୪୨ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନିଆଯାଇପାରିବ।

ଟୀକାକରଣରେ ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଜଣାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟୀକା ଡୋଜ: ଅପେକ୍ଷାରତ ଲୋକଙ୍କୁ ମିଳିବ ପ୍ରାଥମିକତା

ଭୁବନେଶ୍ବର: ଆଜି ଭୁବନେଶ୍ଵରରେ ୨ ଲକ୍ଷ କୋଭିସିଲ୍ଡ ଟୀକା ଡୋଜ ପହଞ୍ଚିଛି। ଦ୍ଵିତୀୟ ଡୋଜ ଅପେକ୍ଷାରେ ଥିବା ୪୫ ବର୍ଷର ବର୍ଗର ଲୋକଙ୍କୁ ପ୍ରଥମେ ଏହି ଟୀକା ମିଳିବ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି। ଏଯାବତ ୫ ଲକ୍ଷ ୯୬ ହଜାର ଲୋକ ଦ୍ଵିତୀୟ ଡୋଜ ନେଇସାରିଲେଣି। ପାଖାପାଖି ୧୭ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେବାକୁ ଅପେକ୍ଷାରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ରାଜ୍ୟଗୁଡ଼ିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କରିଛି। ପୂର୍ବ ଘୋଷିତ ଦରରୁ ୨୫ ପ୍ରତିଶତ ଟୀକା ଦର ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ। କିନ୍ତୁ କମ୍ପାନୀ ଘରୋଇ ହସ୍ପିଟାଲ ଦରରେ କୌଣସି ପରିବର୍ତ୍ତନ କରିନାହିଁ।

ତେବେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ୪୦୦ ଟଙ୍କା ପ୍ରତି ଡୋଜ ରାଜ୍ୟଗୁଡ଼ିକୁ ଦେବା ପାଇଁ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଦର ୩୦୦ ଟଙ୍କାକୁ ହ୍ରାସ ପାଇଛି। ଡୋଜ ପିଛା ୧୦୦ ଟଙ୍କା ହ୍ରାସ କରିଛି କମ୍ପାନୀ। ହେଲେ ଘରୋଇ ହସ୍ପିଟାଲ ପାଇଁ ଘୋଷିତ ଦର ୬୦୦ ଟଙ୍କା ଅପରିବର୍ତ୍ତିତ ରହିଛି। ସେରମ ସିଇଓ ଆଦର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଲଢେଇରେ ଭାରତକୁ ସହଯୋଗ କରିବ ଆମେରିକା: ଜୋ ବାଇଡେନଙ୍କୁ ମୋଦୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଏବେ ଭାରତ ଅଧିକ ପ୍ରଭାବିତ ହେଉଛି। ଏହା ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ  ଆଲୋଚନା ହୋଇଛି। ଫୋନ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ କରୋନା ସଂକ୍ରମଣ ସହ ଲଢିବା ପାଇଁ ଉଭୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।  ଭାରତର କୋଭିସିଲ୍ଡ ଟୀକା ପ୍ରସ୍ତୁତ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇବା ପାଇଁ ଆମେରିକା ରାଜି ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟକୁ ଆସିବ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା

ଭୁବନେଶ୍ବର: ଆଜି ରାଜ୍ୟକୁ ଆଉ ୩ ଲକ୍ଷ କୋଭିସିଲ୍ଡ ଟୀକା ଆସିବ। ଗତକାଲି ୧୦୫୦ଟି  କେନ୍ଦ୍ରରେ ଟୀକା ଦାନ ଚାଲିଥିବା ବେଳେ ଆଜି ୭ ଶହଟି କେନ୍ଦ୍ରରେ ଟୀକାକରଣ ଜାରି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪୮ ଲକ୍ଷ ୧୦ ହଜାର ୭୮୦ ଜଣ ଲୋକ ଟୀକା ଗ୍ରହଣ କରିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।