Categories
ଜାତୀୟ ଖବର ବିଶେଷ ଖବର

ଦେଶବ୍ୟାପୀ ଟିକାକରଣ ୧୬ କୋଟିକୁ ଅତିକ୍ରମ କଲା,ଗତ ୨୪ ଘଣ୍ଟାରେ ୩.୨୯ ଲକ୍ଷ ଆକ୍ରାନ୍ତ ସୁସ୍ଥ

ନୂଆଦିଲ୍ଲୀ, ଗତ କିଛି ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିବା ଆରମ୍ଭ ହୋଇଯାଇଛି ।

୨୭ ଏପ୍ରିଲ ୨୦୨୧ରୁ କୋଭିଡ-୧୯ ରିଲିଫ ସ୍ୱରୂପ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରାଂଶ ଭାରତ ଆନ୍ତର୍ଜାତିକ ସହାୟତା ଭାବେ ଗ୍ରହଣ କରୁଛି । ମିଳିଥିବା ସମସ୍ତ ସହାୟତାକୁ ଉପଯୁକ୍ତ ଭାବେ ଆବଶ୍ୟକ କରୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ କରାଯାଇଛି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ବିଭିନ୍ନ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ହିଁ ମୂଳ ଉଦ୍ଦେଶ୍ୟ ।

ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨ କୋଟିକୁ ଅତିକ୍ରମ କରିପାରିଛି ।

୧୨ ରାଜ୍ୟରେ ୧୮-୪୪ ବର୍ଷ ବର୍ଗର ୯ ଲକ୍ଷ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏସବୁ ରାଜ୍ୟ ହେଲା

ଛତିଶଗଡ଼ -୧,୦୨୬

ଦିଲ୍ଲୀ-୧,୨୯,୦୯୬

ଗୁଜରାଟ-୧,୯୬,୮୬୦

ଜମ୍ମୁ ଏବଂ କାଶ୍ମୀର-୧୬,୩୮୭

ହରିଆନା-୧,୨୩,୪୮୪

କର୍ଣ୍ଣାଟକ-୫,୩୨୮

ମହାରାଷ୍ଟ୍ର-୧,୫୩,୯୬୬

ଓଡ଼ିଶା-୨୧,୦୩୧

ପଞ୍ଜାବ-୧,୫୩୫

ରାଜସ୍ଥାନ-୧,୮୦,୨୪୨

ତାମିଲନାଡ଼ୁ- ୬,୪୧୫

ଉତ୍ତର ପ୍ରଦେଶ – ୬୮,୮୯୩

ଆଜି ସକାଳ ୭ଟା ସୁଦ୍ଧା ୨୯ ଲକ୍ଷ ସେସନରେ ମୋଟ ୧୬ କୋଟି ୨୫ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି, ୯୪ ଲକ୍ଷ ୮୦ ହଜାର ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୩ ଲକ୍ଷ ୫୪ ହଜାର ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧ କୋଟି ୩୬ ଲକ୍ଷ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୭୪ ଲକ୍ଷ ୨୫ ହଜାର ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୧୮.୪୫ ବର୍ଷ ବର୍ଗର ୯ ଲକ୍ଷ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୫ କୋଟି ୩୧ ଲକ୍ଷ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧ କୋଟି ୨୯ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ରୁ ୬୦ ବର୍ଷ ବର୍ମର ୫ କୋଟି ୩୮ଲକ୍ଷ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪୮ ଲକ୍ଷ ୪୩ ହଜାର ଜଣଙ୍କ ଦ୍ୱିତୀୟ ଡୋଜ୍ ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ

ରମେଶ ମହାନ୍ତି
ଜଗତସିଂହପୁର: ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ ଭି.ସି ରୁମ୍ ରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାରେ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ଜନିତ ସ୍ଥିତିର ସମୀକ୍ଷା କରିଥିଲେ।

ଜିଲ୍ଲାର ଗ୍ରାମାଞ୍ଚଳରେ ଗତକାଲି ସୁଦ୍ଧା ୧୬୯ଟି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପୌରାଞ୍ଚଳର ୪ଟି କେନ୍ଦ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗତକାଲି ସୁଦ୍ଧା ୧୬ ହଜାରରୁ ଉର୍ଦ୍ଧ୍ଵ ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ୧୧୪୯୩.୮୨ କ୍ୱିଣ୍ଟାଲ ଚାଉଳ/ଗହମ ବଣ୍ଟନ କରାଯାଇଛି। ଜିଲ୍ଲାର ୮୨ଟି ପଞ୍ଚାୟତରେ ନିରାଶ୍ରୟ, ଅଭାବଗ୍ରସ୍ତ, ପୀଡିତ ବୃଦ୍ଧ, ବୃଦ୍ଧା ୧୧୯୬୯ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୧୧୫୯ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ୧,୦୪,୨୧୯ ହିତାଧିକାରୀଙ୍କୁ ଗତକାଲି ସୁଦ୍ଧା ୨୨କୋଟି ୨୬ଲକ୍ଷ ୫୨୧ ହଜାର ଟଙ୍କା ବଣ୍ଟନ କରାଯାଇଛି। ୭୭ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଏପ୍ରିଲ ୫ ସୁଦ୍ଧା ସମସ୍ତ ଭତ୍ତା ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟାହ୍ନ ଭୋଜନ ବାବଦରେ ରାଇସ୍ କୁପନ ୭୫,୮୬୫ ପିଲାଙ୍କର ଅଭିଭାବକ ମାନଙ୍କୁ ବଣ୍ଟାଯାଇ ୯୯.୭୩ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଉପଯୁକ୍ତ ଜୀବାଣୁ ଶୁନ୍ୟ କରିବା ଓ ସଫାସୁତୁରା ରଖିବା ପ୍ରତି କେନ୍ଦ୍ର ସହିତ ଅଙ୍ଗନବାଡ଼ି ଓ ଏ. ଏନ୍.ଏମ୍ ସମନ୍ୱୟ ରକ୍ଷାକରିବେ।ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଚାଉଳ ସହିତ ୧ହଜାର ଟଙ୍କା ପ୍ରଦାନ କରାଯିବ। ସମୂହ ପ୍ରାର୍ଥନା, ନମାଜ୍ ଉପରେ କଟକଣା ଜାରି କରାଯାଇଛି। କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସର୍ବସାଧାରଣଙ୍କ ସାମାଜିକ ଦୂରତ୍ୱ ଓ ବାହାରେ ବୁଲାବୁଲି, ଗୃହ ସଂଗରୋଧ ଏବଂ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତେଜରାତି ସଉଦା, ପନିପରିବା,ମାଛ,ମାଂସ,ଫଳ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରିଛନ୍ତି। ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ସବୁଦିନ ଖୋଲା ରହିବ। ସାପ୍ତାହିକ ହାଟ ସପ୍ତାହରେ ଗୋଟିଏ ଦିନ ଏହି ସମୟରେ ଖୋଲାରହିବ। ଏହି କଟକଣା ଔଷଧ ଦୋକାନ ପାଇଁ ଲାଗୁ ହେବନାହିଁ। ଜଗତସିଂହପୁର ସୋମନାଥ ହାଟ ପୋଷ୍ଟଅଫିସ୍ ଛକଠାରୁ କଲେଜ୍ ଛକ ପର୍ଯ୍ୟନ୍ତ ଏବଂ ଏସ୍.ଭି.ଏମ୍ କଲେଜ୍ କ୍ୟାମ୍ପସରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।