Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ୧୧ ଶହ ଟପିଲା ସଂକ୍ରମଣ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୫୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୧୨

ବରଗଡ ଜିଲ୍ଲାରୁ- ୮

ଭଦ୍ରକ ଜିଲ୍ଲାରୁ- ୧୨

ବଲାଙ୍ଗୀରି ଜିଲ୍ଲାରୁ- ୧୨

ବୌଦ୍ଧ ଜିଲ୍ଲାରୁ- ୬

କଟକ ଜିଲ୍ଲାରୁ- ୧୩୨

ଦେବଗଡ ଜିଲ୍ଲାରୁ- ୭

ଢେଙ୍କାନାଳ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୧୧

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୨୦

ଯାଜପୁର ଜିଲ୍ଲାରୁ- ୨୬

ଝାରସୁଗୁଡା ଜିଲ୍ଲାରୁ- ୨୫

କଳାହାଣ୍ଡି ଜିଲ୍ଲାରୁ- ୧୩

କନ୍ଧମାଳ ଜିଲ୍ଲାରୁ- ୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୧

କେନ୍ଦୁଝର ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୩୦୭

କୋରାପୁଟ ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୫୩

ନବରଙ୍ଗପୁର ଜିଲ୍ଲାରୁ- 7

ନୟାଗଡ ଜିଲ୍ଲାରୁ- ୧୪

ନୂଆପଡା ଜିଲ୍ଲାରୁ- ୧୩

ପୁରୀ ଜିଲ୍ଲାରୁ- ୨୪

ରାୟଗଡା ଜିଲ୍ଲାରୁ- ୧୦

ସମ୍ବଲପୁର ଜିଲ୍ଲାରୁ- ୬୫

ସୋନପୁର ଜିଲ୍ଲାରୁ- ୪୨

ସୁନ୍ଦରଗଡ ଜିଲ୍ଲାରୁ- ୧୯୭

ଷ୍ଟେଟ ପୁଲରୁ- ୭୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧ ହଜାର ୯୯୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୧୧୧ ଏବଂ ବର୍ତ୍ତମାନ ୬୭୦୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ମନୋରଂଜନ

ମୁନ ଟିଭିର ନୂଆ ଚଳଚ୍ଚିତ୍ର “ଲଭ୍ ଫିଭର” ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ବର: କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ। ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ଆଜି ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର। ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍, “ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦” ଓ “ତୁ ସେଇ ନୀଳ ନୟାନା” ର ଫାଷ୍ଟ ଲୁକ ରିଲିଜ଼ କରିଛି। ଏହାସହ “ପ୍ରେମ କେବେ ହାରେନା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ “ଲଭ୍ ଫିଭର” ର ପୋଷ୍ଟର ରିଲିଜ୍ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ରାଜବୀର, ବନ୍ଦନା ପରମାଣିକ, ପିଣ୍ଟୁ ନନ୍ଦ, ଅଶ୍ରୁମୋଚନ, ଅସୀତ ପତି, ପୁଷ୍ପା ପଣ୍ଡା, ସନ୍ତୋଷ ପଣ୍ଡା, ମୀନକେତନ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଚନ୍ଦନ ଜାନା ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପି କୁମାର।

ପୋଷ୍ଟର ରିଲିଜ୍ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶୀ କୁମାର ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରମେଶ ବାରିକ, ପ୍ରଶାନ୍ତ ମାର୍ଥା, ପ୍ରସନ୍ନ ଦ୍ବିବେଦୀ, ଡଃ ରଜନୀରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରଟି ଆସନ୍ତା ହୋଲି ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମୁନ ଟିଭିର ନୂଆ ଚଳଚ୍ଚିତ୍ର ‘ପ୍ରେମ କେବେ ହାରେନା’

ଭୁବନେଶ୍ବର: କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ। ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର। ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍, “ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦ ” ଓ “ତୁ ସେଇ ନୀଳ ନୟାନା” ର ଫାଷ୍ଟ ଲୁକ ରିଲିଜ଼ କରିଛି। ଏହାସହ “ପ୍ରେମ କେବେ ହାରେନା” ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

ଏହିଁ ଚଳଚ୍ଚିତ୍ରର ଶୁଭମହୁରତ କୁ ଶିଳ୍ପପତି ଶଶୀକୁମାର ସାହୁ କ୍ଲାପ ଦେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମାଜସେବୀ ଓ କାହାଣୀକାର ଗଣେଶ ଅଗ୍ରୱାଲ, ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ବିନି ପଟ୍ଟନାୟକ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଚଳଚ୍ଚିତ୍ର ଓ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶକ ବିଜୟ କୁମାର ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ଡେବ୍ୟୁରେ ଯୋଡ଼ି ଭାବେ ରୋହନ ଗର୍ଗ ଓ ସସ୍ମିତା‌ ସାହୁ‌ ଓଲିଉଡ଼ରେ ପଦାର୍ପଣ କରିବେ। ରୋହନ ଏଥିପୂର୍ବରୁ “ଲଭ ଇମ୍ପସିବୁଲ”, “ରିୟଲ ଲଭ ଷ୍ଟୋରୀ” ରେ ଅଭିନୟ କରି ସାରିଛନ୍ତି।

ସେହିପରି ସସ୍ମିତା “ହାପି ଲକି” ଓ “ଓମ ସ୍ୱାହା”ରେ ଅଭିନୟ କରିସାରିଛନ୍ତି। ଏକାଥରକେ ୧୦ ଟି ଚଳଚ୍ଚିତ୍ର ଘୋଷଣା କରି ମୁନ ଟିଭି ଇତିହାସ ସୃଷ୍ଟି କରିଥିବାବେଳେ ଏଭଳି ଆଉ ଏକ ଉତ୍ସବ ଚଳଚ୍ଚିତ୍ର ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଅନ୍ୟପକ୍ଷରେ ଅଭିନେତା ରୋହନ ମୁନ ଟିଭି ରେ ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ର କରିବାକୁ ଚୁକ୍ତି କରାଯିବା ସହ ରୋହନଙ୍କୁ ଟାଟା ସଫାରୀ ଗୋଲଡ଼ ଉପହାର ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଜି ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଜି ୪୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୪୯ଜଣ ଚିହ୍ନଟ ହୋଇଥିବାବେଳେ ୧୮୫ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୧୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୩ ହଜାର ୩୯୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର  ୮୧୫ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୫୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୪୩୪ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୫, ବାଲେଶ୍ଵରରୁ ୧୦, ବରଗଡରୁ ୨୩, ଭଦ୍ରକରୁ ୮, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୩, କଟକରୁ ୨୮, ଦେବଗଡରୁ ୧, ଢେଙ୍କାନାଳରୁ ୨,  ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୧୬, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୮,  କେନ୍ଦ୍ରାପଡା ରୁ ୮, କେଉଁଝରରୁ ୨୫, କୋରାପୁଟରୁ ୬, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୨,  ନୟାଗଡରୁ ୧, ନୂଆପଡାରୁ ୩୦,  ପୁରୀରୁ ୧୯, ରାୟଗଡାରୁ ୧, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୧୧ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି।