Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସୁନା ଚେନ ଲୁଟ ଅଭିଯୋଗରେ ଦୁଇ ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ପୋଲିସ୍ ସୁନା ଚେନ ଲୁଟ ଅଭିଯୋଗରେ ରଞ୍ଜନ ସାହୁ ଓ ମୁରଲୀ ସେଠୀ ନାମକ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ସୁନା ଚେନ କିଣିଥିବା ଅଭିଯୋଗରେ ଗୋବର୍ଦ୍ଧନ ନାୟକ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ଗୋଳନ୍ଥରା ଥାନା ଅର୍ନ୍ତଗତ ସୁମାଣ୍ଡି ଗ୍ରାମର ଆପନ୍ନା ପାତ୍ର ଓ ପତ୍ନୀ ସଙ୍ଗୀତା ପାତ୍ର କୌଣସି କାମରେ ବ୍ରହ୍ମପୁର ଆସି ପୁଣି ନିଜ ଗ୍ରାମକୁ ଫେରୁଥିବା ବେଳେ ହଳଦିଆ ପଦର ଓଭରବ୍ରିଜ୍ ଉପରେ ଦୁଇ ଯୁବକ ଆସି କଥାବାର୍ତ୍ତା ଆଳ ଦେଖାଇ ସଙ୍ଗୀତା ପିନ୍ଧିଥିବା ସୁନା ଚେନ ଝାମ୍ପି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଏନେଇ ଆପନ୍ନା ପାତ୍ର ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଉକ୍ତ ଦୁଇ ଯୁବକକୁ ଉଠେଇ ଆଣି ଜେରା କରିବା ବେଳେ ସେମାନଙ୍କ ଠାରୁ ପ୍ରାୟ ୮୦ ଗ୍ରାମର ସ୍ବର୍ଣ୍ଣ ଅଳଙ୍କାର, ୩ଟି ମୋବାଇଲ ଫୋନ, ଗୋଟିଏ ଦାମୀ ମୋଟରସାଇକେଲ ଜବତ କରିଛନ୍ତି। ସୁଚନା ଅନୁଯାୟୀ, ଗିରଫ ୩ ଯୁବକ ସମସ୍ତେ ଜରଡା ଥାନା ଅଞ୍ଚଳର ବାସିନ୍ଦା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅସାଦାଚରଣ ଅଭିଯୋଗ: ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଖରିଡା ଗ୍ରାମର ଗ୍ୟାନରଞ୍ଜନ ସ୍ବାଇଁ ନାମକ ଜଣେ ଯୁବକ ସେହି ଅଞ୍ଚଳର ଜନୈକା ନାବାଳିକାକୁ ଅସାଦାଚରଣ ଅଭିଯୋଗରେ ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ନାବାଳିକା ଜଣକ ଘର ବାରଣ୍ଡାରେ ବସିଥିବା ବେଳେ ଅଭିଯୁକ୍ତ ଗ୍ୟାନରଞ୍ଜନ ଅଶ୍ଳୀଳ ଭାଷାରେ ଥଟ୍ଟା ପରିହାସ କରିଥିଲେ। ଯାହାପରେ ନାବାଳିକା ଜଣକ ଡରି ଘର ଭିତରକୁ ଚାଲିଯାଇଥିଲା। ସେ ଘରେ ଏକୁଟିଆ ଥିବା ଜାଣି ଗ୍ୟାନ ଘର ଭିତରକୁ ଯାଇ ତାକୁ ଅସଦାଚରଣ କାମ କରୁଥିଲା ବେଳେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେ ସେଠାରୁ ଫେରାର ହୋଇଯାଇଥିଲା।

ପରେ ନାବାଳିକାର ଜେଜେ ବାପାଙ୍କ ଅଭିଯୋଗ ପାଇ ପୋଲିସ ଏତଲା ନଂ ୧୧୦/୨୦୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟା ଉଦ୍ୟମ ମାମଲା: ଦୁଇ ଭାଇ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଶିକ୍ଷାନୁଷ୍ଠାନ ପରିସରରେ ହତ୍ୟା ଉଦ୍ୟମ ମାମଲାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଉକ୍ତ ଅନୁଷ୍ଠାନରେ ସାମାନ୍ୟ କଥାକୁ ନେଇ ପ୍ରଥମେ ବଚସା ଓ ପରେ ଶିବାଶିଷ ମଲ୍ଲିକ ନାମକ ଜଣେ ୨ୟ ବର୍ଷ ଛାତ୍ର ଉପରେ ପ୍ରଥମ ବର୍ଷର ଛାତ୍ର ସାଇ କିଶୋର ଗୌଡ ଓ ତା’ର ଭାଇ ସାଇ କିରଣ ଗୌଡ ମିଶି ଖଣ୍ଡାରେ ମାରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଆହତ ହୋଇଥିବା ଶିବାଶିଷଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେବା ପରେ ବୈଦ୍ୟନାଥ ପୁର ଥାନାରେ ସେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ତତକ୍ଷଣାତ୍ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଜାମିନ କାରବାରରେ ୬ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କିଛି ବର୍ଷ ହେଲା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନକଲି ପଟା ଓ ଜାମିନ୍ ରେ ବହୁତ ଅଭିଯୁକ୍ତ ଖଲାସ ହୋଇଥିବା ଗୁମର ଖୋଲୁଛି। ଯାହାର ପରିମାଣ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ସୁଚିନ୍ତିତ ରଣକୌଶଳ ଓ ନିର୍ଦ୍ଦେଶକ୍ରମେ ବୈଦ୍ୟନାଥ ପୁର ଥାନା ଅଧିକାରୀ ସୁଚିତ୍ରା ପରିଡାଙ୍କ ନେତୃତ୍ବରେ ଏକ ଟିମ ଅନୁସନ୍ଧାନ ଚଳାଇ ୬ ଜଣ ଅଭିଯୁକ୍ତ ଯଥା ଆସ୍କା ଅଞ୍ଚଳର ସୁଧୀର ଯେନା ଓ ସନ୍ୟାସୀ ମହାନ୍ତି, କେ ନୁଆ ଗାଁ ଥାନା ଅଞ୍ଚଳର ଯୁଧିଷ୍ଠିର ମହାରଣା, ବୈଦ୍ୟନାଥ ପୁର ଥାନା ଅଞ୍ଚଳର ବାବୁଲି ନାୟକ, ଭେଙ୍କଟେଶ ପ୍ରସାଦ ଯେନା ନିରାକାର ସାହୁଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଯେରା କରି କୋର୍ଟ ଚାଲାଣ କରିଛନ୍ତି ଓ ସେମାନଙ୍କ ନିକଟରୁ ୧୬୭ ଟି ନକଲି ପଟା, ରାଜସ୍ୱ ମାନଚିତ୍ର ଓ ଷ୍ଟାମ୍ପ ସମେତ ବହୁ କାଗଜପତ୍ର ଜବତ କରିଛନ୍ତି। ଆହୁରି ତଦନ୍ତ ଚାଲିଛି।

ଏହି ଭଳି ଜଘନ୍ୟ କାର୍ଯ୍ୟରେ ଆହୁରି କିଛି ବ୍ୟକ୍ତିବିଶେଷ ସମ୍ପର୍କରେ ଥିବା ଜଣାପଡିଛି ଓ ସଠିକ ତଥ୍ୟ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁର ଏସ୍ ପି ସାମ୍ବାଦିକ ସମ୍ମିଳନୀରେ ବିବୃତ୍ତି ରଖିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ଦୁଇ ବର୍ଷ ପୂର୍ବେ ଲଡୁ କିଶୋର ବେହେରାଙ୍କର ମୃତ୍ୟୁ ଘଟିଥିଲା ବେଳେ ମୃତ ଲଡୁ ନାମରେ କୌଣସି ଜଣେ ଜାମିନରେ ଆସି ପରବର୍ତ୍ତୀ ସମୟରେ ଅଦାଲତରେ ହାଜର ନହେବାରୁ ଲଡୁ ନାମରେ ସମନ ଜାରି ହୋଇଥିଲା।

ଏହି ଭଳି ପରିସ୍ଥିତିରେ ଲଡୁଙ୍କ ସ୍ତ୍ରୀ ମନରେ ଛନକା ପଶିଯାଇଥିଲା। ସେ ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା ଆସି ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରିଥିଲେ ଓ ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଏହି ଭଳି ସମ୍ବେଦନଶୀଳ ସୁଚନା ପାଇ ସୁଚିନ୍ତିତ ଅନୁସନ୍ଧାନ ଚଳାଇ ସଫଳତା ପାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଦେଶୀମଦ ଜବତ, ୬ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିରଞ୍ଜନ ରେଡ଼ି ନାମକ ଜଣେ ଚୋରା ମଦ ବ୍ୟବସାୟୀକୁ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଖୋଡାସିଙ୍ଗି ନିକଟରେ ଧରିଥିଲା। ନିରଞ୍ଜନଙ୍କୁ ଜେରା କରିବା ବେଳେ ସେ ଗୋଳନ୍ଥରା ଥାନା ଅର୍ନ୍ତଗତ ଇନ୍ଦ୍ରାକ୍ଷୀ ଗ୍ରାମରୁ ବେଆଇନ ରନ୍ଧା ମଦ ଆଣି ନିଜ ଗ୍ରାମରେ ବିକ୍ରି କରୁଥିବା କହିଥିଲେ।

ଏହାପରେ ଅବକାରୀ ପୋଲିସ ଇନ୍ଦ୍ରାକ୍ଷୀ ଠାରେ ଚଢ଼ାଉ କରି ରନ୍ଧା ମଦ ପ୍ରସ୍ତୁତି ପାଇଁ କଞ୍ଚାମାଲ ଯୋଗାଉଥିବା ଗଣେଶ ରେଡ଼ି ନାମକ ଜଣେ ବ୍ୟକ୍ତିକୁ କାବୁ କରିଥିଲେ। ତାଙ୍କୁ ଜେରା କରିବା ପରେ ବେଳେ ସେ ନିମଖଣ୍ଡି ଥାନା ଅର୍ନ୍ତଗତ ଜଗଦଲପୁର ଗ୍ରାମର ବୁଲୁ ଦା କୁ ଉକ୍ତ କଞ୍ଚାମାଲ ଯୋଗାଉଥିବା କହିଥିଲେ।

ଗଣେଶ ଠାରୁ ସୁଚନା ପାଇ ଅବକାରୀ ପୋଲିସ ଜଗଦଲପୁର ଗ୍ରାମର ପଡ଼ିଆ ସାହିରେ ଆତର୍କିତ ଭାବେ ଚଢ଼ାଉ କରି ରନ୍ଧାମଦ ପ୍ରସ୍ତୁତିରେ ନିୟୋଜିତ ବୁଲୁ ଦାସ, ବାବୁଲି ଦାସ ଓ କବିତା ଦାସ କୁ ଘଟଣାସ୍ଥଳରୁ ଧରିଥିଲେ ଓ ସେମାନଙ୍କ ନିକଟରୁ ପ୍ରସ୍ତୁତ ହୋଇସାରିଥିବା ପ୍ରାୟ ୮୦୦ ଲିଟର ମଦ ସହ କିଛି ଜରି ପାଉଚ୍, କିଛି ରନ୍ଧା ମଦ ସାମଗ୍ରୀ,ପେକିଂ ମେସିନ ଓ ଏକ ସ୍କୁଟି ମୋଟରସାଇକେଲ କୁ ଜବତ କରି ଏତଲା ନଂ ୪୬୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ଉକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାପା ଓ ସାନଭାଇକୁ ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ଭାଇ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ ବଡଡୁମ୍ବୁଳା ଗ୍ରାମର ରାଜେନ୍ଦ୍ର ଗୌଡ ନାମକ ଜଣେ ଯୁବକ ବାପା ବୃନ୍ଦାବନ ଗୌଡ଼ ଓ ଭାଇ ଶଙ୍କର ଗୌଡକୁ ହତ୍ୟା ଉଦ୍ୟମ କରି ଫେରାର ଥିଲା। ବାପାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୨୭୩/୨୪ ଅନୁଯାୟୀ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଦୀର୍ଘ ୫ ମାସ ପରେ ଅଭିଯୁକ୍ତ ରାଜେନ୍ଦ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୁଚନା ଅନୁଯାୟୀ ପିତା ବୃନ୍ଦାବନ ଗୌଡ଼ ଝିଅ ବିବାହ କରିବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ରୁଣ କରିଥିଲେ। କିନ୍ତୁ ବଡ଼ପୁଅ ରାଜେନ୍ଦ୍ର ଭିନ୍ନ ହୋଇ ଆଉ ଗୋଟିଏ ଘରେ ରହି ରୁଣ ବୋଝରୁ ଦୁରେଇ ରହୁଥିଲା। ଏହିଭଳି ପରିସ୍ଥିତିରେ ପିତା ଓ ସାନ ଭାଇ ଶଙ୍କର ଗତ ଜୁଲାଇ ମାସରେ ରାଜେନ୍ଦ୍ର ରହୁଥିବା ଘରକୁ ଯାଇ ରୁଣ ପରିଶୋଧ ବିଷୟରେ ଆଲେଚନା ଅବସରରେ ରାଜେନ୍ଦ୍ର ଏକ ମାରଣାସ୍ତ୍ର ରେ ଉଭୟ ବାପା ଓ ଭାଇକୁ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା।

ଏହି ପରିସ୍ଥିତିରେ ବାପା ଦିଗପହଣ୍ଡି ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଗତ ଶୁକ୍ରବାର ଦିନ ରାଜେନ୍ଦ୍ର ଗାଁ କୁ ଆସିଥିବା ଖବର ପାଇ ଘର ଉପରେ ଚଢ଼ାଉ କରି ଅଭିଯୁକ୍ତ ରାଜେନ୍ଦ୍ର କୁ ଉଠେଇ ଆଣି ହତ୍ୟା ଉଦ୍ୟମ ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଘ ଛାଲ ଜବତ, ୨ ଶିକାରୀ ଗିରଫ 

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ଗ୍ରାମ ବାବା ଛକ ଠାରୁ ଏକ କଲରାପତ୍ରିଆ ବାଘଛାଲ ଜବତ କରିଛି ବନବିଭାଗ। ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ଡି ଏଫ୍ ଓ ପ୍ରଶାନ୍ତ ପଟେଲ।

ଗତକାଲି ରାତି ୩ ଟା ସମୟରେ କଳିଙ୍ଗା ବାବା ଛକ ଠାରେ ଜଣେ ବ୍ୟକ୍ତି ବ୍ୟାଗରେ ବାଘଚାଲ ଧରି ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ବନବିଭାଗ କର୍ମଚାରୀଙ୍କ ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତିକୁ କାବୁ କରି ବ୍ୟାଗ୍ ତଲାସି କରିଥିଲେ। ବ୍ୟାଗରୁ ଏକ କଲରାପତ୍ରିଆ ବାଘା ଚମଡା ବାହାରିଥିଲା। ବ୍ୟକ୍ତିକୁ ଗିରଫ କରି ପଚରାଉଚରା କରିବାରୁ ଅନ୍ୟ ଜଣେ ସମ୍ପୃକ୍ତ ଥିବା ଏବଂ ଜି. ଉଦୟଗିରି ମୁକୁଲିଙ୍ଗୀଆ ଜଙ୍ଗଲରୁ ବାଘଟିକୁ ଶିକାର କରିଥିବା ସ୍ୱୀକାର କରିଥିଲା।

ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଲୋଡେଡ ବନ୍ଧୁକ, ଗୋଟିଏ ବନ୍ଧୁକ ବ୍ୟାଗ୍, ଗୋଟିଏ କାତି ଗୋଟିଏ ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତ ଭବାନୀ ଶଙ୍କର ପ୍ରଧାନ ଏବଂ ପ୍ରମାଦ ପ୍ରଧାନ କୁ କୋର୍ଟ ଚାଲାଣ କରିଛି ବନ ବିଭାଗ। ଭବାନୀ ଶଙ୍କର ପ୍ରଧାନ ର ଘର ଜି ଉଦୟଗିରି ମାଲାଂ ସୁଗା, ଓ ପ୍ରମାଦ ପ୍ରଧାନ ର ଘର ପୁକ୍ ଲିଙ୍ଗିଆ ଗମ୍ଭାରୀ ଗୁଡା ବୋଲି ଡି ଏଫ୍ ଓ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡେଙ୍ଗାପଦର ହତ୍ୟାକାଣ୍ଡ ମାମଲାରେ ଆଉ ୩ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ଶିବାଶିଷ ଚୌଧୁରୀ ନାମକ ଜଣେ ଯୁବକର ମୃତ ଦେହ ଡେଙ୍ଗାପଦର ଏକ ପୋଖରୀରୁ ଉଦ୍ଧାର ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ପ୍ରଥମେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ପରବର୍ତ୍ତୀ ସମୟରେ ଅଧିକ ଅନୁସନ୍ଧାନ ଜାରୀ ରଖି ପୋଲିସ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଗୌଡ, ଟୁଟୁ ସେଠୀ ଓ ଶିବ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ଏକ ସ୍ବିଫ୍ଟ୍ ଡିଜାଇର କାର୍ ରେ ଆସୁଥିବା ଖବର ପାଇ ମହୁରୀ କାଳୁଆ ଛକରେ ପୋଲିସ ଛକି ରହି ଉକ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରି ଥାନାରେ ରଖି ପଚରାଉଚରା କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଶରୀରରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଅଭିଯୁକ୍ତ ପିତା ଓ ମାତାଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସୋମବାର ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ ଘଟିଥିବା ଲୋମ ଟାଙ୍କୁରା ଘଟଣାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶରୀରରେ ନିଆଁ ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିତା ଓ ମାତାଙ୍କୁ ଗିରଫ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ମେଧାବୀ ଛାତ୍ରୀ “ରାଣୀ ପ୍ରଧାନ” ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ସ୍ବରୂପ ସାହି ପୋଡଶୀଙ୍କ ବୟାନ ଓ ଛାତ୍ରୀଙ୍କ ଓଡିଓ କ୍ଲିପ୍ କୁ ଭିତ୍ତି କରି ଦୁଇ ଅଭିଯୁକ୍ତ ଯଥା ପିତା ଅଶୋକ କୁମାର ପ୍ରଧାନ ଓ ସାବତ ମାଁ ଜ୍ୟୋତ୍ସ୍ନା ରାଣୀ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଶେଷକରି ମଦ୍ୟପ ପିତାର ଅସହ୍ୟ ନିର୍ଯ୍ୟାତନା ସହିନପାରି ରାଣୀ ଏହି ଭଳି ପଦକ୍ଷେପ ନେଇଥିବା ସେ ଆତ୍ମହତ୍ୟା ସମୟରେ ଦେଇଥିବା ବୟାନରୁ ଜଣାପଡିଛି। ଯାହା ସେ ଆତ୍ମହତ୍ୟା ସମୟରେ ଉତ୍ତୋଳନ ହୋଇଥିବା ଭିଡିଓ ବହୁ ପରିମାଣରେ ଭାଇରଲ୍ ହୋଇଛି ଓ ଏହି ଭିଡିଓରୁ ବଳିଷ୍ଠ ପ୍ରମାଣ ମିଳିଛି।

ଏହି ସବୁ ପ୍ରମାଣକୁ ଆଧାର କରି ସଦର ଥାନା ପୋଲିସ୍ ଉକ୍ତ ଦମ୍ପତିଙ୍କୁ ମାମଲା ନଂ ୩୨୦/୨୪ ଓ ଦଫା ୧୦୮/୩ (୫) ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ, ୮ ଜୁଆଡି କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ପୋଲିସ୍ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ କନିଷି ହାଟ ସ୍ଥିତ ଲକ୍ଷ୍ମୀ ନୃସିଂହ ନଗର ଠାରେ ଅଚାନକ ଚଢାଉ କରିଛି। ଯେଉଁଠି ୮ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏବଂ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଘଟଣାସ୍ଥଳରୁ ନଗଦ ୩୬,୮୦୦ ଟଙ୍କା, ୭ଟି ମୋଟରସାଇକେଲ ଓ ୮ ଟି ମୋବାଇଲ ଫୋନ ପୋଲିସ ଜବତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ କଟିଲା ହାତ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଶ୍ମଶାନରେ ଗତ ୧୩ ତାରିଖ ଦିନ ସୁଶାନ୍ତ ଦାସ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଯାହା ଫଳରେ ସୁଶାନ୍ତଙ୍କ ହାତ ଶରୀରରୁ ଅଲଗା ହୋଇ ତଳେ ପଡ଼ିଯାଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲା। ଘଟଣାର ତଦନ୍ତ ଚଳାଇ ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ଘଡେ଼ଇ, ତାଙ୍କ ମାଁ ସୁଜାତା ଘଡେ଼ଇ ଓ ସାଙ୍ଗ ଅମିତ୍ ନାୟକଙ୍କୁ ପୋଲିସ ଗିରଫ କରି ଭାରତୀୟ ପିଙ୍ଗଳ କୋଡ଼ ର ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିବା ସହ ୩ ଟି ଖଣ୍ଡା, ଦୁଇଟି ଜୀବନ୍ତ ବୋମା ଓ ଲୁହା ଛଡ଼ ଜବତ କରିଛି।

ଘଟଣାରୁ ଜଣାପଡିଛି ଯେ, କୁଠାରୀ ମନ୍ଦିର ସାହିର ଚେତନ ନାୟକ ସହ ଅଭିଯୁକ୍ତ ଅର୍ଜୁନଙ୍କ ପୁର୍ବରୁ ଶତୃତା ଥିଲା ଓ ଘଟଣା ଦିନ ଅର୍ଜୁନ ଓ ଅମିତ୍ ଚେତନଙ୍କୁ ଅପହରଣ କରି ହତ୍ୟା କରିବା ନିମନ୍ତେ ଶ୍ମଶାନକୁ ନେଇଥିଲେ। ଖବର ପାଇ ଚେତନଙ୍କ ସାଙ୍ଗ ସୁଶାନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନଙ୍କ ଠାରୁ ଚେତନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କଲା ବେଳେ ସେ ନିଜେ ଆକ୍ରମଣର ଶୀକାର ହୋଇଥିଲେ। ଏବଂ ନିଜର ଗୋଟିଏ ହାତ ହରାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦେଶରେ ଚାକିରିର ଲୋଭ ଦେଖାଇ ଠକେଇ ଅଭିଯୋଗ: ୩ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଦେଶରେ ଚାକିରିର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ୩ ଜଣ ଯୁବକଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଠାରୁ ପ୍ରକାଶ ଯେ, ଗିରଫ ଯୁବକ ମାନେ ହେଉଛନ୍ତି ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠାରୀସିଂ ଗ୍ରାମର ମୋହନ ରେଡି, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପି ସିମାଞ୍ଚଳମ୍ ଓ ଟି ଦିଲେଶ୍ଵର ରାଓ ଓ ଏହି ୩ ଯୁବକ କେନିୟାରେ ମାସିକ ୫୦ ହଜାର ଟଙ୍କା ଦରମାର ଚାକିରି ଲୋଭ ଦେଖାଇ ବିଭିନ୍ନ ବେକାର ଯୁବକ ମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଅଞ୍ଚଳର ପ୍ରଭାତ କୁମାର ଦଳେଇଙ୍କ ଠାରୁ ଅଭିଯୋଗ ପାଇ ବିଭିନ୍ନ ଉପାୟରେ ଅନୁସନ୍ଧାନ ଚଳାଇ ଉକ୍ତ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରିବା ପରେ ଏହି ଠକେଇ ସଂକ୍ରାନ୍ତରେ ରାଜି ହେଇଥିଲେ।

ତଦନ୍ତ ବେଳେ ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୯୨ ଟି ପାସପୋର୍ଟ ଓ ୨୦ଟି ପର୍ଯ୍ୟଟକ ଭିସା ଜବତ୍ କରିଛନ୍ତି ଓ ଅଭିଯୋଗକାରୀ ପ୍ରଭାତ ଠାରୁ ଅଭିଯୋଗ ଗ୍ରହଣ କରି କେଶ୍ ନଂ ୩୪/୨୪ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ଚଳାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୭୩ କିଲୋ ଗଞ୍ଜେଇ ଜବତ, ତିନି ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ୭୩ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଚାଲାଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଥାନା ଏସ୍ ଆଇ ବାବୁଲା ପ୍ରଧାନ ଓ ଅନ୍ୟ କିଛି କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଥାନା ଅଧିନସ୍ଥ ଚାକୁଣ୍ଡା ଗ୍ରାମ ଛକରେ ୩ ଜଣ ବ୍ୟକ୍ତି ୪ ଟି ବସ୍ତା ଧରି ଛିଡା ହୋଇଥିବା ଦେଖି ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସୁନୀତା ବେହେରାଙ୍କୁ ଜଣାଇବା ପରେ ଥାନା ଅଧିକାରୀ ବେହେରା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ ଓ ସେଥିରେ ୭୩ କିଲୋ ଗଞ୍ଜେଇ ମିଳିଥିଲା।

ପୋଲିସ ଉକ୍ତ ଗଞ୍ଜେଇ ଜବତ କରି ଅଭିଯୁକ୍ତ ଚାଲାଣ କାରୀ ରମାକାନ୍ତ ନାୟକ, ପ୍ରଦୀପ ନାୟକ ଓ ମୁନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଞ୍ଚଳିକ

ମହିଳାଙ୍କୁ ମାଡ଼ ମାରି ଜଣେ ଗିରଫ

ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ପୁର ଗ୍ରାମରେ ମଇଳା ପାଣି ମାଡିବାକୁ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜୟନ୍ତୀ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କର ପଡୋଶୀ ତୋଫାନ ପ୍ରଧାନ ଲୁହା ପାଇପ୍ ରେ ଆକ୍ରମଣ କରିଥିଲା। ଯ’ଦ୍ଵାରା ଗୁରୁତର ଆହତ ହୋଇ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଉଭୟ ପଡୋଶୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ୨୭୧/୨୩ ଓ ୨୭୨/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ କରିବା ସହ ଆକ୍ରମଣକାରୀ ତୋଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣା ର ତଦନ୍ତ ଚଳାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହୁଡା ଡବଲ୍ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଜୁନ ୨୮ ତାରିଖରେ ଗଞ୍ଜାମ ଜିଲ୍ଲା ମହୁଡା ଗ୍ରାମରେ ଘଟିଥିବା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତ ୩ ଯୁବକ ଯଥା ପୁର୍ବତନ ସରପଞ୍ଚ ସଞ୍ଜୟ ସାହୁ, ପବିତ୍ର ନାହାକ ଓ ଅପୁର୍ବ ବସ୍ତିଆଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଉକ୍ତ ହତ୍ୟାକାଣ୍ଡରେ ନିହତ ଲାଠୀ ଗ୍ରାମର ଶିବରାମ ଗୌଡ଼ ଓ ବିଘ୍ନରାଜ ପୁରୋହିତ ଦୁଇ ଜଣ ଭଲ ସାଙ୍ଗ ଓ ଉଭୟେ ମିଶି ମହୁଡା ଗ୍ରାମରେ ବେଳେ ବେଳେ ମଦ ପିଇ ଗଣ୍ଡଗୋଳ କରିବା ସହ ଝିଅ ଓ ମହିଳା ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏହି ଭଳି ପରିସ୍ଥିତିରେ ମହୁଡା ଗ୍ରାମ ବାସୀନ୍ଦା ଅତିଷ୍ଠ ହୋଇ ଏହି ଦୁଇ ଯୁବକଙ୍କୁ ମାଡ଼ ମାରିବାର ଯୋଜନା କରିଥିଲେ।

ଇତ୍ୟବସରରେ ଘଟଣା ଦିନ ନିହତ ଦୁଇ ଯୁବକ ମହୁଡା ଗ୍ରାମରେ ଏକ ଭୋଜି କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଦ ନିଶାରେ ସେଠାରେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଯ’ଦ୍ଵାରା ଗ୍ରାମର କିଛି ଲୋକ ଅତିଷ୍ଠ ହୋଇ କାତି, ଖଣ୍ଡା, ବିଅର୍ ବୋତଲ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଙ୍କ ମ୍ରୁତ୍ୟୁ ଘଟିଥିଲା।

ଉକ୍ତ ଦୁଇ ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଖାରେ ଗୋଡ଼େଇ ସେମାନେ ଆଣିଥିବା ମୋଟରସାଇକେଲରେ ଗାଁ ରେ ଅବସ୍ଥିତ ଗ୍ରାମଦେବତୀ ମନ୍ଦିର ପାଖରେ ନେଇ ଗାଡ଼ି ଓ ଦୁଇ ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଚାଲି ଆସିଲେ।

ଖବର ପାଇ ପୋଲିସ ଓ ସାଇଣ୍ଟିଫକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କ ଠାରୁ ଏତଲା ଗ୍ରହଣ କରି କେଶ୍ ନଂ୨୩୫/୨୩ ଅନୁଯାୟୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ଓ ଶେଷରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋଦଳା: ମଦ୍ୟପ ଡ୍ରାଇଭର ଗିରଫ ଓ ଗାଡ଼ି ଜବତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି କୋଦଳା ବସ୍ ଷ୍ଟାଣ୍ଡରେ ଭୁବନେଶ୍ୱର ଠାରୁ ପୋଲସରା ଯାଉଥିବା ବସ୍ କୁ ଅଟକାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ସନ୍ଦେହ ରେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଡ଼୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡିବା ପରେ ଗାଡ଼ିକୁ ଶ୍ରୀ ସାହୁ ଅଟକ ରଖିଥିଲେ। ଏବଂ ଡ଼୍ରାଇଭରକୁ ଓହ୍ଲାଇ ପରୀକ୍ଷା କରିବା ବେଳେ ସେ ମାତ୍ରାଧିକ ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ଉକ୍ତ ବସ୍ ରେ ୨୦ ଜଣ ଯାତ୍ରୀ ବସିଥିଲେ।

ଥାନା ଅଧିକାରୀଙ୍କ ସୁଚିନ୍ତିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଅଘଟଣ ଟଳି ପଡିଛି ଓ ଥାନା ଅଧିକାରୀଙ୍କ ଏହିଭଳି ପଦକ୍ଷେପ ପାଇଁ ଅଞ୍ଚଳ ବାସିନ୍ଦା ପ୍ରଶଂସା କରିଛନ୍ତି।

ସୁଚନା ଥାଉକି ବସ୍ ଚାଳକ ରମେଶ ମହାରଣା ରଣପୁର ଥାନା ଅନ୍ତର୍ଗତ ସୁନାଖଳା ଅଞ୍ଚଳର ଓ ତାକୁ ଥାନା ଏତଲା ନଂ ୨୯୪/୨୩ ଧାରା ଭାରତୀୟ ପିଙ୍ଗଳ କୋଡ଼୨୭୯ ଓ ମୋଟର ଯାନ ନିୟମ ୪୮୫ ଅନୁଯାୟୀ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ ପ୍ରସ୍ତୁତି କାରବାରରେ ଜଡ଼ିତ ଦୁଇ ଭାଇ କୋର୍ଟ ଚାଲାଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ କୁମାର କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି ଗୋଟିଏ ନକଲି ମଦ ତିଆରି କାରଖାନାକୁ ଚଢ଼ାଉ କରି ବହୁ ପରିମାଣର ନକଲି ମଦ, ୩୫ ଲିଟର ସ୍ପିରିଟ, ୭୫୦ ଟି ଗ୍ୟାସ୍ ବୋତଲ, ୩ ହଜାରରୁ ଉର୍ଦ୍ଧ୍ବ ଲେବଲ୍ ଓ ଏହା ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନୀର ନକଲି ଷ୍ଟିକର ଗୋଟିଏ ଅଟୋ ଓ ପେକିଙ୍ଗ୍ ମେସିନ ଜବତ୍ କରିଥିଲେ। ପ୍ରସ୍ତୁତ କରୁଥିବା ବୁଗୁଡ଼ା ଥାନା ଅନ୍ତର୍ଗତ ଗାନ୍ଧୀ ଗ୍ରାମର ଦୁଇ ଭାଇ ପ୍ରଶାନ୍ତ ଯେନା ଓ ତାରିଣୀ ଯେନାଙ୍କୁ ଘଟଣାସ୍ଥଳରୁ ଉଠାଇ ଆଣିଥିଲେ। ପରିଶେଷରେ ନକଲି ମଦ ତିଆରିର ବଳିଷ୍ଠ ପ୍ରମାଣ ମିଳିବା ପରେ ଉକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଅଞ୍ଚଳରେ ଏକ ପାଉଁରୁଟି କାରଖାନା ରେ ଉକ୍ତ ଦୁଇ ଭାଇ ନକଲି ମଦ ତିଆରି କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସ୍ ପି ଉକ୍ତ କାରଖାନା ଉପରେ ଚଢ଼ାଉ କରି ସଫଳତା ପାଇଛନ୍ତି।

Categories
ଅପରାଧ ଆଞ୍ଚଳିକ

ବାଣପୁରରେ ପୋଲିସର ଚଢାଉ: ଦୁଇ ବସ୍ତା ଦେଶୀମଦ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀମଦ କାରବାର ବଢୁଥିବା ବେଳେ ଅବକାରୀ ବିଭାଗ ଏକପ୍ରକାର ନିଷ୍କ୍ରିୟ ହୋଇପଡିଛି। ଆଜିଠାରୁ ରଜ ଆରମ୍ଭ ହୋଇଥିବା ବେଳେ ଗାଁ ଗାଁ ରେ ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଉଛି। ତାକୁ ଆଖିରେ ରଖି ପୋଲିସ ତନାଘନା ଜାରି ରଖିଛି।

ଆଜି ଅପରାହ୍ନରେ ଭେଟେଶ୍ୱର ପଞ୍ଚାୟତ କୁରୁଞ୍ଜିପୁର ଗ୍ରାମର ରତ୍ନାକର ପଲେଇ (୪୦) ନିଜ ଘରେ ପଛପଟେ ମଦ ରଖି ବିକ୍ରି କରୁଥିବାର ସୂଚନା ପାଇ ରତ୍ନାକରଙ୍କ ଘର ଉପରେ ଚଢ଼ାଉ କରିଥିଲା ପୋଲିସ। ଉକ୍ତ ସ୍ଥାନରୁ ଦୁଇ ବସ୍ତା ଦେଶୀମଦ (୮୦ ଲିଟର) ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ଏହି ପରିପ୍ରେକ୍ଷୀରେ ବାଣପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ବାଣ ଦୋକାନରେ ଚଢାଉ: ବ୍ୟବସାୟୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଗ୍ରାମର ସି ଏଚ୍ ରାମୁ ରେଡ଼ି ନାମକ ଜଣେ ବ୍ୟକ୍ତିଙ୍କୁ ବାଣ ବିକ୍ରି କରୁଥିବା ଅଭିଯୋଗ ରେ ଗୋଳନ୍ଥରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସୁଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନିଜେ ଥାନା ଅଧିକାରୀ ମହନ୍ତ ଏକ ଟିମ୍ ଗଠନ କରି ରାମୁ ରେଡ଼ିଙ୍କ ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ୬୦ ହଜାର ଟଙ୍କାର ବାଣ ଜବତ କରିଛନ୍ତି ଓ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ଗାଁ ଲୋକଙ୍କ ଆପତ୍ତି ସତ୍ତ୍ୱେ ଗତ କିଛି ବର୍ଷ ହେଲା ରାମୁ ବେଆଇନ ଭାବେ ବାଣ ବ୍ୟବସାୟ କରୁଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମ ପୁର ଗ୍ରାମର ଦୀପକ୍ ପାହାଣ ନାମକ ଜଣେ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଦୀପକ୍ କମାପଲ୍ଲୀ ଠାରେ ଏକ ଭଡ଼ା ଘରେ ରହୁଥିବା ବେଳେ ଜନୈକା ନାବାଳିକା ସହ ପରିଚୟ ହୋଇଥିଲା ଓ ଧିରେ ଧିରେ ସମ୍ପର୍କ ବଢ଼ି ଚାଲିଥିଲା। ଏହା ମଧ୍ୟରେ ନାବାଳିକା ଜଣକ ନିଜ ମାମୁଁ ଘର ଲାଞିପଲି ଯାଇଥିଲା ବେଳେ କୌଶଳ କ୍ରମେ ଦୀପକ୍ ତାକୁ କୌଣସି ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଜଣକ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଥିଲେ ଓ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ଦୀପକ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନବବଧୂ ମୃତ୍ୟୁ ମାମଲା: ଶାଶୂ ଶ୍ୱଶୁର ସମେତ ସ୍ୱାମୀ ଗିରଫ, କୋର୍ଟ ଚାଲାଣ

କନ୍ଦର୍ପ ବେହେରା

ରେଢାଖୋଲ: ଜଣେ ବିବାହିତା ମହିଳା ଶାଶୂ ଘରର ଅତ୍ୟଧିକ ଗଞଣା ସହ୍ୟ କରି ନ ପାରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ନାକଟିଦେଉଳ ଥାନା ଅଂଚଳରେ ଘଟିଛି। ସେ ପଟେ ନବ ବଧୂର  ଶାଶୂ, ଶ୍ୱଶୁର ସମେତ ସ୍ୱାମୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ପ୍ରକାଶ ଯେ, କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମର ପ୍ରେମାନନ୍ଦ ରାଉଳଙ୍କ ଅଭିଯୋଗରୁ ପ୍ରକାଶ ଯେ, ତାଙ୍କର ଭଉଣୀ ମେନକା ରାଉଳ (୧୮)କୁ ନାକଟିଦେଉଳ ଥାନା ବିନ୍ଧପୁର ଗ୍ରାମର ଜୁଲୁ ସାହୁ(୨୨) ଗତ ବର୍ଷ ୧୦/୪/୨୦୨୨ ମଧ୍ୟ ରାତିରେ କେଉଁ ଆଡେ ଧରି ପଳାଇ ଯାଇଥିଲା। ସେ ମାସ ୧୮ ତାରିଖରେ ଝିଅର ବାପ ଘର  ଖବର ପାଇ ବିନ୍ଧପୁର ଗ୍ରାମକୁ ଉପରମୁଣ୍ଡା ଗ୍ରାମର କିଛି ଭଦ୍ର ବ୍ୟକ୍ତିକୁ ଧରି ଯାଇଥିଲେ। ସେଠାରେ ହିନ୍ଦୁ ରୀତି ନୀତି ଅନୁସାରେ ମନ୍ଦିରରେ ବିବାହ କରାଯାଇଥିଲା। କିଛି ଦିନ ସୁରୁଖୁରୁରେ ତାଙ୍କ ଭଉଣୀ ଶାଶୂ ଘରେ ଚଳିଥିଲା ହେଲେ କିଛି ଦିନ ପରେ ଶାଶୂ ଶ୍ୱଶୁର ଘର ଲୋକେ  ମେନକାକୁ ଯୌତୁକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ। ଏପରିକି ଝିଅ ଘର ଲୋକେ ତା୧୨/୯ /୨୦୨୨ ରେ ଆବଶ୍ୟକୀୟ ସାମଗ୍ରୀ ଦେଇ କି ଆସିଥିଲେ। ମୋଟର ସାଇକେଲ ଏବଂ ୧ ଲକ୍ଷ ଟଙ୍କା ନ ଦେବାରୁ ଝିଅକୁ ଶ୍ୱଶୁର ଘରର ଶାଶୁ ପଦ୍ମା ସାହୁ, ଶ୍ୱଶୁର ଲୋକନାଥ ସାହୁ  ନିର୍ଯ୍ୟାତନା ଦେଇଥିବା ମେନକାର ଭାଇ ଥାନାରେ ଅଭିଯୋଗ କରିଛନ୍ତି।

ଗତ ୫ /୩/୨୦୨୩ ରାତି ୧୧ ଟାରେ  ମେନକା ବିଷ ପାନ କରିଥିବା ଝିଅର ଦେଢଶୁର ଝିଅର ଭାଇଙ୍କ ପାଖକୁ ଫୋନ୍ କରି ଜଣାଇଥିଲେ। ତୁରନ୍ତ ବିଷପାନ କରିଥିବା ମେନକା କୁ ଦେବଗଡ ଜିଲ୍ଲା ଛତାବର ଡାକ୍ତରଖାନାକୁ ନେଇଯାଇଥିବା ପୁଅର ପରିବାର ଲୋକେ କହିଥିଲେ ମଧ୍ୟ ଝିଅର ଭାଇ ଛତାବର ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ପାଇ ନଥିଲେ ପୁଣି ଫୋନ ରେ ଦେବଗଡ ଡାକ୍ତରଖାନାରେ ଝିଅର ମୃତ୍ୟୁ ହୋଇଥିବା ଝିଅର ଭାଇଙ୍କ ପାଖକୁ ଫୋନ୍ ଆସିଥିଲା।

ଝିଅର ଭାଇ ନାକଟିଦେଉଳ ଥାନାରେ ତାଙ୍କ ଭଉଣୀକୁ ଯୌତୁକ ପାଇଁ ହତ୍ୟା କରିଥିବା ଲିଖିତାକାରରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ନାକଟିଦେଉଳ ପୋଲିସ୍ ଝିଅର ଶାଶୂ, ଶ୍ୱଶୁର ଏବଂ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାକଟିଦେଉଳ ଥାନା କେସ୍ ନଂ ୩୨/୨୩  ୟୁ/ଏସ୍ ୩୦୨/୩୦୪ବି/୪୯୮(ଏ)/୩୪ପିସି ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ଜାମିନ୍ ନାମ ମଞୁର ହେବାରୁ ଜେଲ୍ ହାଜକୁ ପଠାଇ ଦିଆ ଯାଇଥିବା ନାକଟିଦେଉଳ ଥାନାଧିକାରୀ ପ୍ରକାଶ କରିଛନ୍ତି।