Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ସବ ଜେଲ ନିକଟରୁ ୩୦୦ ଲିଟର ଦେଶୀ ମଦ ଜବତ: ବାଇକ ଛାଡି ଫେରାର ହେଲେ ବେପାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି। ସୂଚନା ମୁତାବକ ଅନେକ ସମୟରେ  କୋଷରଡ଼ା ଅଞ୍ଚଳରୁ ଦେଶୀ ମଦ ଆଣି ବେପାରୀମାନେ ବାଣପୁରରେ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା। ତେଣୁ

ଆଜି ସକାଳେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଏସଆଇ ମନୋଜ କୁମାର ବାରିକ ବାଣପୁର ସବ ଜେଲ ନିକଟରେ ବେପାରୀମାନଙ୍କୁ ଧରିବା ପାଇଁ ଛପି ରହିଥିଲେ। ସେହି ସମୟରେ କୋଷରଡ଼ା ଅଞ୍ଚଳରୁ ଦେଶୀ ମଦ ଧରି ଦୁଇ ବେପାରୀ ଦାଶରଥିପୁର ଅଞ୍ଚଳକୁ ଯାଉଥିଲେ। କିନ୍ତୁ ଦୂରରୁ ଅବକାରୀ ଅଧିକାରୀଙ୍କୁ ଦେଖି ବେପାରୀମାନେ ଗାଡ଼ି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ବାବଦରେ ଅବକାରୀ ବିଭାଗ ଗାଡ଼ି ଦୁଇଟି ଜବତ କରିବା ସହ ୩୦୦ ଲିଟର ଦେଶୀ ମଦ ଘଟଣାସ୍ଥଳରୁ ଜବତ କରିଥିଲା।

ତେବେ ଏହି ପରିପ୍ରେକ୍ଷୀରେ ପିଆର ନମ୍ବର ୩୯ ଏବଂ ୪୦ ରେ ଦୁଇ ଗୋଟି ଫେରାର ମାମଲା ଅବକାରୀ ବିଭାଗ ରୁଜୁ କରି ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି।