Categories
ବିଶେଷ ଖବର

କୋହଳ ହେଲା ପ୍ରଚାର କଟକଣା, ନୂତନ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପ୍ରଚାର ପାଇଁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଉ କିଛି ରିହାତି ଦେଇଛନ୍ତି। ପୂର୍ବରୁ ନିର୍ବାଚନ ପ୍ରଚାର ସକାଳ ୮ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ବର୍ତ୍ତମାନ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯିବ। ପଡିଆର କିମ୍ବା ରାଲି ସ୍ଥାନରେ ସର୍ବାଧିକ କ୍ଷମତାର ୫୦ ପ୍ରତିଶତ ସହିତ ସଭା ଅନୁଷ୍ଠିତ ହୋଇପାରିବ। ପଦ ଯାତ୍ରା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ କେବଳ ସୀମିତ ସଂଖ୍ୟକ ଲୋକଙ୍କ ସହିତ ପଦ ଯାତ୍ରା କରାଯାଇପାରିବ।

କରୋନା ଦିନକୁ ଦିନ ହ୍ରାସ ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏହି ରିହାତି ପ୍ରଦାନ କରିଛନ୍ତି। କାରଣ ଜାନୁୟାରୀ ୨୧ ତାରିଖରେ, ଯେଉଁଠାରେ ପ୍ରାୟ ୩.୫ ଲକ୍ଷ ମାମଲା ରୁଜୁ ହେଉଥିଲା, ଆଜିର ଦିନରେ ଏହି ସଂଖ୍ୟା ୫୦ ହଜାରକୁ ହ୍ରାସ ପାଇଛି।

ଫେବୃଆରୀ ୧୪ ତାରିଖରେ ତିନୋଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ଯେଉଁଥିପାଇଁ ଆଜି ସନ୍ଧ୍ୟା ୬ ଟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଫେବୃଆରୀ ୧୪ ତାରିଖରେ ଗୋଆ ଏବଂ ଉତ୍ତରାଖଣ୍ଡର ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ତେଣୁ ସେଠାରେ ଆଉ ନିର୍ବାଚନ ପ୍ରଚାର ହେବ ନାହିଁ। ଏଥିସହିତ ୟୁପିର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ବନ୍ଦ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ନଅଟି ଜିଲ୍ଲା – ସାହାରନପୁର, ବିଜନୋର, ମୁରୁଦାବାଦ, ସମ୍ଭଲ, ରାମପୁର, ଅମରୋହା, ବନ୍ଦାୟୁ, ବରେଲି ଏବଂ ଶାହାଜାହାନପୁରର ୫୫ ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୧୪ ତାରିଖରେ ମତଦାନ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ କୋହଳ ହେଲା ଲକଡାଉନ କଟକଣା: ସକାଳ ୧୦ ରୁ ରାତି ୮ ଯାଏଁ ଖୋଲିବ ଦୋକାନ ବଜାର

ନୂଆଦିଲ୍ଲୀ: ଦିଲ୍ଲୀରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। କରୋନା ଦ୍ଵିତୀୟ ଲହର ଯୋଗୁଁ ଦିଲ୍ଲୀରେ କଟକଣା ଲଗାଇବାକୁ ପଡିଥିଲା। ଏବେ ଦିଲ୍ଲୀ ସରକାର ଧୀରେ ଧୀରେ ଅନ-ଲକ ପ୍ରକ୍ରିୟାକୁ ଆରମ୍ଭ କରିଦେଇଛନ୍ତି। ଦିଲ୍ଲୀରେ ଏବେ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଖୋଲାଯିବ। ସକାଳ ୧୦ ଟାରୁ ରାତି ୮ ଟା ଯାଏଁ ଦୋକାନ ବଜାର ଖୋଲା ରହିବ।

କିନ୍ତୁ ଜରୁରୀ ସେବାରେ ଥିବା ଦୋକାନଗୁଡିକପାଇଁ ଅଡ-ଇଭେନ କାର୍ଯ୍ୟକାରୀ ହେବନାହିଁ। ଏହା ସହିତ ମେଟ୍ରୋ ସେବା ମଧ୍ୟ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ ସରକାର। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ସେବା ଚାଲିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।