Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ସେବା ଓ ସଂଗ୍ରାମର ବlର୍ତ୍ତବହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କ ଦିଗଦର୍ଶନ ଓ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଡକ୍ଟର କଳ୍ପନା ଦାଶ କଲେଜ ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣ।ଙ୍କ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 145ତମ ଜୟନ୍ତୀ ସଭାରେ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଉତ୍କଳମଣିଙ୍କ ଜୀବନାଦର୍ଶ, ରାଜ୍ୟ ଦେଶପାଇଁ ଉତ୍ସର୍ଗୀକୃତ ସେବା, ତ୍ୟାଗ, ମାନବିକତା ସହିତ ସତ୍ୟବାଦୀ ବନବିଦ୍ୟାଳୟପ୍ରତିଷ୍ଠା ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଏନଏସଏସ ଅଧିକାରୀ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ କିପରି ଚାରୋଟି ମୂଲ୍ୟବୋଧ ଜାତିପ୍ରୀତି, ସେବା, ଭାଷାପ୍ରୀତି, ଓ ସ୍ୱାଧୀନତା ପ୍ରାପ୍ତି ଉପରେ ପର୍ଯ୍ୟବସିତ ଥିଲା ତାହା ପ୍ରତିଫଳିତ କରିଥିଲେ।

ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଉତ୍କଳମଣିଙ୍କ ଦର୍ଶନର ଦଶଟି ମହାନ ଦିଗ ଉପରେ ଆଲୋଚନା କରିଥିଲେ। ଛାତ୍ରୀ ଜୁନାଲି ସୁର ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ ଏନସିସି କ୍ୟାଡ଼େଟମାନେ କଲେଜ ପରିସରରେ ପ୍ୟାରେଡ କରିଥିବା ବେଳେଏନଏସଏସ ସ୍ବେଛାସେବୀମାନେ ବୃକ୍ଷରୋପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ, କୃତି ଖେଳାଳୀ ଆଶିଷ, କ୍ରିଷ୍ଣାଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ବାଲୁଗାଁ: ଚିଲିକା -ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ଓ ବ୍ୟକ୍ତି ବିଶେଷଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଜଗତର ନାଥ ଶ୍ରୀଜଗନ୍ନାଥ ଓ ରୋଟାରୀ ଇଣ୍ଟର ନ୍ୟାସନାଲ ପ୍ରତିଷ୍ଠାତା ପଲହରିସ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବାପରେ ଜାତୀୟ ସଂଗୀତ ଗାନ ମାଧ୍ୟମରେ ଅଧିଷ୍ଠାନ ଉତ୍ସବ ଆରମ୍ଭ କରଯାଇଥିଲା।ପ୍ରାରମ୍ଭରେ ନୃତ୍ୟଗୁରୁ ମମତାମୟୀ ମିଶ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ।

ଏହାପରେ ରୋଟାରୀଆନ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କlର୍ଯ୍ୟକ୍ରମରେ, 2021-22 ସଭାପତି ନମିତା ଝା ଓ ସମ୍ପାଦକ ଗଜେନ୍ଦ୍ର ସେଠି ଚଳିତ ବର୍ଷର ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ସ୍ୱାଗତ ଜଣାଇ ଥିଲେ ଓ ପୂର୍ବ ବର୍ଷର ସମ୍ପାଦିତ ପ୍ରକଳ୍ପ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ନୂତନ ସଭାପତି ଡକ୍ଟର ଚନ୍ଦ୍ର ମହାରଣା ଚଳିତ ରୋଟାରୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଏହି ଅବସରରେ ତେହେ୍ରlନରେ 14th ଏସିଆନ ଅଣ୍ଡର -18 ପୁରୁଷ ଭଲିବଲ ଚାମ୍ପିୟାନସିପ 22 ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ଚାଷଙ୍ଗରାର ଆଶିଷ ସ୍ୱାଇଁ ଓ ଅନ୍ତର୍ଜାତୀୟ କରାଟେ ଚାମ୍ପିୟାନସିପ ରେ ବିଚକ୍ଷଣ ଖେଳ ଖେଳି ସ୍ଵର୍ଣ ପଦକ ହାସଲ କରିଥିବାରୁ କ୍ରିଷ୍ଣା ଶିକାରୀଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯଇଥିଲା। ଏଥିସହ ନୃତ୍ୟଶିଳ୍ପୀ ମମତାମୟୀ ମିଶ୍ର, ରୋଟାରାକ୍ଟ ସଭାପତି ବବୁଲ ସ୍ୱାଇଁ, ସମ୍ପାଦକ ବିକ୍ରମ ବିଶୋଇ, ସମାଜସେବୀ ମାନବେନ୍ଦ୍ର ମହାରଥl,ଅନନ୍ତ ଚରଣ ଖଟେଇ, ବ୍ଲକର ମାଟ୍ରିକ ଟପର, ଯୁକ୍ତ ଦୁଇ ଟପର ଙ୍କ ସମେତ ପ୍ରାକ୍ତନ ସଭାପତି ଓ ସମ୍ପାଦକଙ୍କୁ ମୁଖ୍ୟ ଅତିଥି ଡିଜିଏନ ଯାଜ୍ଞଶିଷ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।

ନିଜ ଅଭିଭାଷଣରେ ସେ ସବୁ କ୍ଷେତ୍ରରେ ସମାଜପ୍ରତି ଅଙ୍ଗୀକାର ବଦ୍ଧ ହୋଇ କାର୍ଯ୍ୟ କଲେ ପୃଥିବୀକୁ ସ୍ୱର୍ଗ ଓହ୍ଲାଇ ଆସିବ ବୋଲି କହିଥିଲେ। ଶେଷରେ ରୋଟାରୀଆନ ପଞ୍ଚାନନ ପ୍ରଧାନ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅକ୍ଷୟ ମହାପାତ୍ର, ନିରଜ ଝା, ହେମନ୍ତ ସାହୁ, ନଉଷଦ ଅଲି, ଭାଗିରଥି ସ୍ୱାଇଁ, ଡକ୍ଟର ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ପାଇକରାୟ, ରାଜ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଲିଟିଲ ୱାର୍ଲଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବୃନ୍ଦ।