ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୫୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୬୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୩୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୩୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୬
ବରଗଡ ଜିଲ୍ଲାରୁ- ୨
ଭଦ୍ରକ ଜିଲ୍ଲାରୁ- ୬
ବଲାଙ୍ଗୀରି ଜିଲ୍ଲାରୁ- ୨
ବୌଦ୍ଧ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୧୧୮
ଦେବଗଡ ଜିଲ୍ଲାରୁ- ୪
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୮
ଜଗତସିଂହପୁର ଜିଲ୍ଲାରୁ- ୮
ଯାଜପୁର ଜିଲ୍ଲାରୁ- ୬
ଝାରସୁଗୁଡା ଜିଲ୍ଲାରୁ- ୬
କଳାହାଣ୍ଡି ଜିଲ୍ଲାରୁ- ୫
କେନ୍ଦ୍ରପଡା ଜିଲ୍ଲାରୁ- ୩
କେନ୍ଦୁଝର ଜିଲ୍ଲାରୁ- ୪
ଖୋର୍ଦ୍ଧା ଜିଲ୍ଲାରୁ- ୨୦୪
କୋରାପୁଟ ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୧୭
ନବରଙ୍ଗପୁର ଜିଲ୍ଲାରୁ- ୧
ନୟାଗଡ ଜିଲ୍ଲାରୁ- ୨
ନୂଆପଡା ଜିଲ୍ଲାରୁ- ୫
ପୁରୀ ଜିଲ୍ଲାରୁ- ୩୭
ରାୟଗଡା ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୬
ସୋନପୁର ଜିଲ୍ଲାରୁ- ୨୦
ସୁନ୍ଦରଗଡ ଜିଲ୍ଲାରୁ- ୪୨
ଷ୍ଟେଟ ପୁଲରୁ- ୪୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୫୦୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୨୯୮ ଏବଂ ବର୍ତ୍ତମାନ ୩୦୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।