Categories
ଆଞ୍ଚଳିକ

କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇ ବ୍ରହ୍ମପୁର ସହରର ଅଗ୍ରଣୀ ଅନୁଷ୍ଠାନ “କ୍ରାନ୍ତି” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି।

ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। ପୁରା ବିଶ୍ୱରେ ମହିଳା ମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି ବିଷୟକୁ ନେଇ ସଚେତନ ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ଓ ସରକାରୀ ଆଇ ଟି ଆଇ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରେ ପାଳିତ ହୋଇଯାଇଛି।

ବ୍ରହ୍ମପୁର ସରକାରୀ ଆଇ ଟି ଆଇ ଛାତ୍ରୀ ନିବାସ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥି ମାନଙ୍କ ଗହଣରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟଅତିଥି ରୁପେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ସନ୍ଧ୍ୟାରାଣି ଦାସ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ଏମ କେ ସି ଜି ମେଡିକାଲ କଲେଜ ଓ ହସପିଟାଲ ଚକ୍ଷୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ାକ୍ତର ସୁଜାତା ପାଡୀ ଓ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଇଁ ସସ୍ମିତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।ସମସ୍ତ ମହିଳାଙ୍କୁ ସ୍ଵାଭିମାନୀ ହେବାକୁ ଗୁରୁତ୍ୱ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖିଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ୱରେ ନାରୀ ଶକ୍ତିକୁ ଦୃଢତାର ସହ ସହଯୋଗ କରିବା ପାଇଁ ଚେଷ୍ଟା କରିବା।

ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଆଇ ଟି ଆଇ ଛାତ୍ରୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟ ଓ ଅତିଥି ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ସିଗ୍ନାଧରାନି ମହାରଣା,ଅରୁଣ ପଟ୍ଟନାୟକ, କଲ୍ୟାଣୀ ଦାସ, ଅନିଲ କୁମାର ସେଠୀ, ଧନଜୟ ପଣ୍ଡା, ଛବିରାଣି ପଟ୍ଟନାୟକ, ରାମହରି ପଣ୍ଡା ଓ ସଂଘମିତ୍ରା ବେହେରା ଓ ଆଇ ଟି ଆଇ ର ସଦସ୍ୟଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଜାତୀୟ ଯୁବ ଦିବସ ଓ ବିବେକାନନ୍ଦ ଜୟନ୍ତୀ ଉତ୍ସବ ପାଳିତ

ବ୍ରହ୍ମପୁର (କୈଳାଶ କନ୍ଦର ଚୌଧୁରୀ): ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଜାତୀୟ ଯୁବ ଦିବସ ଓ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି।

ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୁର୍ବାହ୍ନରେ ବଡଡାକ୍ତରଖାନା ପରିସରରେ ଅବସ୍ଥିତ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୁର୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ସହରର ବିଭିନ୍ନ ଶିକ୍ଷା ଓ ସେବା ଅନୁଷ୍ଠାନ ପକ୍ଷରୁ ପ୍ରାୟ ୮୦୦ ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଲୋକସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର କୁମାର ଯେନା, ଆଇ ଏସ୍ ଆର୍ ଡି ନିର୍ଦେଶକ ସୁଧୀର ସାବତ,ଆର୍ ଏମ୍ ଆଇ ଟି ନିର୍ଦେଶକ ଇଁ ଜିତେନ୍ଦ୍ର କୁମାର ପଣ୍ଡା, ସକ୍ଷୀ କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀ, ସ୍ନେହମୟୀ ପାଢ଼ୀଙ୍କ ସମେତ ବହୁ ସ୍ଵେଚ୍ଛାସେବୀଙ୍କ ଗହଣରେ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶୋଭାଯାତ୍ରାରେ ସ୍ବାମୀ ବିବେକାନନ୍ଦଙ୍କ ନାମରେ ସ୍ଲୋଗାନ ଦେଇ ସହର ପରିକ୍ରମା ପରେ ବିଜୁପଟ୍ଟନାୟକ ସଂସ୍କୃତି ଭବନରେ ସଭା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖି ସ୍ବାମୀଜୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଆହ୍ୱାନ ପ୍ରଦାନ କରିଥିଲେ। ଆଜିର ଯୁବସମାଜ ସଚେତନତା ଅଭାବ ରୁ ପଥଭ୍ରଷ୍ଟ ହୋଇ ନିଶାଗ୍ରସ୍ତ ଓ ଗୁଟଖା ସେବନ କୁ ଗ୍ରହଣ କରି ବିଭିନ୍ନ ଦୁରାରୋଗ୍ୟ ରେ ପୀଡ଼ିତ ହେଉଛନ୍ତି ଓ ବିଶେଷକରି କର୍କଟ ରୋଗରେ ଆକ୍ରାନ୍ତ ହୋଇ ବହୁ କଷ୍ଟ ଭୋଗ କରୁଛନ୍ତି। ସେଥିପାଇଁ କର୍କଟ ମୁକ୍ତ ଭାରତର ନିହାତି ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିବା ସହ ଉପସ୍ଥିତ ଯୁବସମାଜ କୁ ସଙ୍କଳ୍ପ କରାଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ମଳା ଦାସ, ଦେବରାଜ ରାଉତ, ସରୋଜ ସାହୁ,ସ୍ନୀଗ୍ଧା ମହାରଣା ଓ କଲ୍ୟାଣୀ ଦାସଙ୍କ ସମେତ ବହୁ ପ୍ରତିନିଧି ସହଯୋଗ କରିଥିଲେ।