Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ପୁଣି ପାକିସ୍ତାନରେ ବିସ୍ଫୋରଣ: ବନ୍ଦ ହେଲା କ୍ରିକେଟ ମ୍ୟାଚ

ନୂଆଦିଲ୍ଲୀ: ପାକିସ୍ତାନର କ୍ୱେଟାରେ ବାବର ଆଜାମ ଏବଂ ସରଫରାଜ ଅହମ୍ମଦଙ୍କ ଦଳ ମଧ୍ୟରେ ପାକିସ୍ତାନ ସୁପର ଲିଗର ଏକ ପ୍ରଦର୍ଶନୀ ମ୍ୟାଚ୍ ହଠାତ୍ ମଝିରେ ବନ୍ଦ କରାଯାଇଛି। କ୍ୱେଟାରେ ବୋମା ବିସ୍ଫୋରଣ ପରେ ଏହା କରାଯାଇଛି। ସହରର ମୁସା ଚୌକ୍ ଠାରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଲୋକ ଆହତ ହେବାର ଖବର ରହିଛି। ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ବାବର ଆଜାମଙ୍କ ଦଳ ପେଶୱାର ଜାଲମି ଏବଂ କ୍ୱେଟା ଗ୍ଲାଡିଏଟର୍ସ ମଧ୍ୟରେ କ୍ୱେଟା ଷ୍ଟାଡିୟମରେ ଚାଲିଥିବା ମ୍ୟାଚ ୩୦ ମିନିଟ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ବନ୍ଦ ହୋଇଯାଇଥିଲା।

ଏହା ବ୍ୟତୀତ ଷ୍ଟାଡିୟମରେ ଲୋକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା। ଏଠାରେ ପଥର ଫିଙ୍ଗିବା ଆରମ୍ଭ ହେବା ପରେ ଖେଳାଳିମାନଙ୍କୁ ଷ୍ଟାଡିୟମରୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ଏହି ବିସ୍ଫୋରଣ ପୋଲିସ ଲାଇନ୍ସ ଅଞ୍ଚଳରେ ଘଟିଥିଲା ​​ଯେଉଁଥିରେ ୫ ଜଣ ଆହତ ହୋଇଥିଲେ।

ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ବିସ୍ପୋରଣରେ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଛି। ଟିଟିପି ଏକ ବିବୃତ୍ତିରେ କହିଛି ଯେ, ସୁରକ୍ଷା ଅଧିକାରୀଙ୍କୁ ଟାର୍ଗେଟ କରାଯାଇଛି।

Categories
ଆଜିର ଖବର

ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ପ୍ରକାଶ ପାଇଲା ଟିକେଟ ମୂଲ୍ୟ

ସମୀକ୍ଷା ବ୍ୟୁରୋ

କଟକ: ୩/୧୨: କଟକ ବାରବାଟୀରେ ହେବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌ରେ ହେବାକୁ ନେଇ ଟିକେଟ ବୁକିଂ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍‌ଲାଇନ୍‌ ଟିକେଟ ବୁକିଂର ଅବଧି ଡିସେମ୍ବର ୫ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିଛି। ପେଟିଏମ୍‌ ଓ ଇନ୍‌ସାଇଡର୍‌ ଡଟ୍‌ କମ୍‌ ଜରିଆରେ ଏହି ଅନ୍‌ଲାଇନ୍‌ ଟିକେଟ ବୁକିଂ କରାଯାଇପାରିବ। କଟକର କେମ୍ପ୍ରିଜ୍‌ ସ୍କୁଲ ପାଖରେ ଆସନ୍ତା ଡିସେମ୍ବର ୧୯, ୨୦ଓ ୨୧ ତାରିଖରେ ଏହି ଅନ୍‌ଲାଇନ୍‌ ଟିକେଟ ସଂଗ୍ରହ କରାଯିବ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ବେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ଅନ୍‌ଲାଇନ୍‌ ଟିକେଟ ସବିଶେଷ ତଥ୍ୟ

୧. ଗ୍ୟାଲେରୀ ନଂ -୨ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବା ବେଳେ ପ୍ରତି ଟିକେଟର ୫୦୦ଟଙ୍କା + ଜିଏସ୍‌ଟି ୧୮%  ରହିଛି।

୨. ଗ୍ୟାଲେରୀ ନଂ ୪ରେ  ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକଟର ମୂଲ୍ୟ  ୫୦୦ ଟଙ୍କା + ଜିଏସ୍‌ଟି ୧୮% ରହିଛି।

୩. ଗ୍ୟାଲେରୀ ନଂ – ୬ରେ ୧୫୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ  ପ୍ରତି ଟିକେଟର ମୂଲ୍ୟ ୪୦୦ଟଙ୍କା ରହିଛି।

୪. ନ୍ୟୁ ପାଭିଲିୟନ୍‌ ଫାଷ୍ଟ ଫ୍ଲୋର୍ ରେ ମାତ୍ର ୫୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକେଟର ମୂଲ୍ୟ  ୫୦୦୦ ଟଙ୍କା + ଜିଏସ୍‌ଟି ୧୮% ରହିଛି।

୫. ସ୍ପେଶିଆଲ୍‌ ଏନ୍‌କ୍ଲୋଜର୍‌ – ଏରେ ୫୦୦ ଖଣ୍ଡ ଟିକେଟ୍‌ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୩୦୦୦ ଟଙ୍କା +ଜିଏସ୍‌ଟି ୧୮% ରହିଛି।

୬. ଏସି ବକ୍ସ ଗ୍ୟାଲେରୀ ନଂ ୪ରେ ୧୦୦ ଖଣ୍ଡ ଟିକେଟ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୫୦୦୦ଟଙ୍କା + ଜିଏସ୍‌ଟି ୧୮% ରହିଛି। (ଏଜେନ୍ସି)