Categories
ଆଜିର ଖବର ଖେଳ ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୦ତମ କ୍ରୀଡା ଉତ୍ସବ ଉଦଘାଟିତ

ଭୁବନେଶ୍ୱର: ଖେଳକୁଦ ଦ୍ଵାରା କେବଳ ଶାରୀରିକ ବିକାଶ ନୁହେଁ ବୌଦ୍ଧିକ ବିକାଶ ବି ସମ୍ଭବପର ହୋଇଥାଏ। ଖେଳାଳି ନିଜେ ଦେଖିଥିବା ସ୍ଵପ୍ନକୁ ସାକାର କରିବାପାଇଁ ତା’ର ସାମର୍ଥ୍ୟ ଉପଯୋଗ କରି ସଫଳତା ହାସଲ କରିଥାଏ ବୋଲି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ମତବ୍ୟକ୍ତ କରିଛନ୍ତି। ଆଜି ପ୍ରତିଷ୍ଠାନର ଖେଳ ପଡିଆରେ ଦୁଇଦିନିଆ ୬୦ତମ କ୍ରୀଡା ଉତ୍ସବକୁ ଉଦଘାଟନ କରି ସେ କହିଲେ ଯେ, କ୍ରୀଡା ଓ କ୍ରୀଡାବିତ ସର୍ବଦା ସମାଜକୁ ଶୃଙ୍ଖଳିତ କରିଥାନ୍ତି। କ୍ରୀଡା ଉତ୍ସବର ପ୍ରାରମ୍ଭରେ ଛାତ୍ର ପରିଷଦର ଉପଦେଷ୍ଟା ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ।

କ୍ରୀଡା ଉତ୍ସବର ସଂଯୋଜକ ପ୍ରଫେସର ରାମାକାନ୍ତ ମାହାଳିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ରୀତାଞ୍ଜଳି ଦାଶ, ଡ଼ ସୌରଭ କାପୁର, ଡ଼ କଳିଙ୍ଗ କେତକୀ, ଡ଼ ବେଦପ୍ରକାଶ ବର୍ମା ଓ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଗଣ ଉପସ୍ଥିତ ରହି ପ୍ରତିଭାଗୀଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଷ୍ଠାନର କ୍ରୀଡା ଶିକ୍ଷକ ବୃନ୍ଦାବନ ଭୋଇ ଓ ଅଧ୍ୟାପକ ଡ଼କେତୁଲ କୁମାର ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଂଯୋଜନା କରୁଅଛନ୍ତି। ଏହି ସମାରୋହରେ ପୁରାତନ ଛାତ୍ର ସଂସଦର ସଭାପତି ଡ଼ ହାଡିବନ୍ଧୁ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକାରୀ ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ରାଉତ, ଅନୁଭାଗ ଅଧିକାରୀ ଅଶୋକ କୁମାର ବଳିଆରସିଂହ ଓ ଅନାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ଆସନ୍ତାକାଲି (୨୧.୦୩.୨୦୨୫) ଉଦଯାପନୀ ଉତ୍ସବରେ ପ୍ରସିଦ୍ଧ ପାରା ଅଲମ୍ପିଆନ ପଦ୍ମଶ୍ରୀ ପ୍ରମୋଦ ଭଗତ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ତଃମହାବିଦ୍ୟାଳୟସ୍ତରୀୟ କ୍ରୀଡା ମହୋତ୍ସବ ଆରମ୍ଭ 

ଭୁବନେଶ୍ଵର: ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ଆୟୋଜନରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଉତ୍ସବ। ଏହି କ୍ରୀଡ଼ା ଉତ୍ସବରେ ପଚାଶ ଗୋଟି ମହାବିଦ୍ୟାଳୟ ଏବଂ ପ୍ରାୟ ୨୫୦ କ୍ରୀଡ଼ାବିତ ଭାଗ ନେଇଛନ୍ତି।

ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ନିବେଦିତା ନାଥ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କ୍ରୀଡ଼ା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅଧ୍ୟାପକ ହରିହର ବେସରା ଏବଂ ଛାତ୍ରମାନେ ପ୍ରଭୁ କୋଶଳେଶ୍ୱରଙ୍କଠାରୁ ବିଜୟ ମଶାଲ କୁଳପତି ମହୋଦୟାଙ୍କୁ ପ୍ରଦାନ ପୂର୍ବକ କ୍ରୀଡା ମହୋତ୍ସବ ଆରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ଼.ଘନଶ୍ୟାମ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଥିଲେ।

ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ରଣବୀର ସିଂ ମହାବିଦ୍ୟାଳୟର କ୍ରୀଡ଼ାଭିତ୍ତିକ ଗୌରବପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। କ୍ରୀଡା ବିଭାଗ ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା କ୍ରୀଡା ଉତ୍ସବ ପ୍ରାରମ୍ଭ କରିଥିଲେ। କୁଳପତି ଡ଼ ନିବେଦିତା ନାଥ ଏବଂ ଡ଼ ଘନଶ୍ୟାମ ବେହେରାଙ୍କୁ ମହାବିଦ୍ୟାଳୟ କ୍ରୀଡା ସଂସଦ ତରଫରୁ ସଂମ୍ମାନ ଫଳକ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଡ଼. ତରୁଣ କୁମାର ପ୍ରଧାନ ଓ ଅଧ୍ୟାପକ ସୁନୀଲ କୁମାର ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ

ନାଚୁଣୀ (ସୀତାରାମ ଅଗ୍ରୱାଲ): ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ନୂଆ- ଓ” କାର୍ଯ୍ୟକ୍ରମ ପକ୍ଷରୁ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇ ଯାଇଛି। ଏହି ଉଦଯାନୀ ଉତ୍ସବରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲା ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଲୋକସଭା ସାଂସଦଙ୍କ ପ୍ରତିନିଧି ମାନସ ପ୍ରଧାନ, ନାଚୁଣୀ ସରପଞ୍ଚ ଶ୍ରୀମତୀ ପଲେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ସାଂସଦ ମାନସ ମଙ୍ଗରାଜ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତି କ୍ରୀଡାବିତ୍ ମାନଙ୍କୁ ଅର୍ଥ ରାଶି ସହ ମେଡାଲ ପ୍ରଦାନ କରି ଉତ୍ସହିତ କରିଛନ୍ତି। ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଏକ ବଡ଼ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ଯାହା ଫଳରେ ଗାଁ ର ବିକଶିତ ଚେହେରା ଲୋକ ଲୋଚନକୁ ଆସି ପାରିବ ବୋଲି ସାଂସଦ ମତ ବ୍ୟକ୍ତ କରିଥିଲେ।