Categories
ଆଜିର ଖବର ରାଜ୍ୟ ଖବର

ପାଲା ସଂକୀର୍ତ୍ତନ କରି ଆନ୍ଦୋଳନ କଲେ କଳା କ୍ରୀଡା ଶିକ୍ଷକ ସଂଘ

ଭୁବନେଶ୍ୱର : ଓଡିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ନବମ ଦିନର ଧାରଣାରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆସିଥିବା ଓଡ଼ିଶା କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ଉପସ୍ଥିତ ରହି ଏକ ଅଭିନବ ଢଙ୍ଗରେ ମହାସଂଘର ନ୍ୟାର୍ଯ୍ୟ ଦାବୀ ପ୍ରତି କର୍ଣ୍ଣପାତ କରିବାକୁ ହକି ଖେଳି ଏବଂ ପାଲା ସଂକୀର୍ତ୍ତନ କରି ବିଧାନସଭା ରାଜରାସ୍ତାରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।

ଯେପର୍ଯ୍ୟନ୍ତ ମହାସଂଘର ନ୍ୟାର୍ଯ୍ୟ ଦାବୀକୁ ସରକାର କର୍ଣ୍ଣପାତ କରି ପୂରଣ କରି ନାହାଁନ୍ତି, ସେପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ରାଜରାସ୍ତାରେ ବସି ରହିବେ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଜଗତଜୀବନ ନାୟକ ଓ ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥି, ବିଜନ ଦାସ, ଶଙ୍କର ପ୍ରସାଦ ମହାପାତ୍ର, ଆରତୀ ଆଚାର୍ଯ୍ୟ, ସ୍ମୀତାଞ୍ଜଳି ମହାପାତ୍ର, ସ୍ୱାତୀମୁକ୍ତା, ଦିଲ୍ଲୀପ ପଣ୍ଡା, ମନୋଜ ଚୌଧୁରୀ, ହିମାଦ୍ରୀ ସାହୁ, କୃଷ୍ଣସୁଦାମା ମିଶ୍ର ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।