ଭୁବନେଶ୍ୱର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ବ୍ରାଇଡାଲ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଡିଜାଇନର ଏକ କ୍ଲାସିକ୍ ବର୍ଗର ଶୁଭାରମ୍ଭ କରିଛି। ଏଥିରେ ରହିଛି ହାତ ତିଆରି ସଂସ୍କୃତି ସମ୍ପନ୍ନ ସୁନା ଓ ହୀରା ଜୁଏଲାରୀ। ନୂଆ ଜୁଏଲାରୀ ଲାଇନର ଶୁଭାରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ବିବାହ କରୁଥିବା କନ୍ୟାଙ୍କ ପାଇଁ ତାଙ୍କର ଜୀବନର ପରବର୍ତି ପର୍ଯ୍ୟାୟ ପାଇଁ ଶୁଭକାମନା ଜଣାଉଛି । ଏହି ନୂତନ ଜୁଏଲାରୀ ଲାଇନ୍ କେବଳ ବିବାହ ଉତ୍ସବ ପାଇଁ ନୁହେଁ ବରଂ ଆହୁରି ଅନେକ ଅବସର ଯଥା ନିର୍ବନ୍ଧ, ସଙ୍ଗୀତ, ମେହେନ୍ଦୀ, ସ୍ୱାଗତ ସମାରୋହ ଓ ଆହୁରି ଅନେକ କାର୍ଯ୍ୟ ପାଇଁ ଉପଯୋଗୀ।
ଏହି କଲେକ୍ସନରେ ରହିଛି ସ୍ୱତନ୍ତ୍ର ହାତ ତିଆରି ସୁନା ଓ ଗହଣାର ନେକଉୟର ଯେଉଁଥିରେ ରହିଛି ଲେୟାରଡ୍ ଷ୍ଟାଇଲ୍ ଜୁଏଲାରୀ, ସୁନ୍ଦର ଚୋକର୍ସ, ଲମ୍ବା ଚେନ୍ ଓ ହାରାମ୍ ଯେଉଁଥିରେ ସୁନ୍ଦର କଳାକୃତି କରାଯାଇଛି। ଏଥିରେ ରହିଛି ସୁନା ଓ ଆଂଟିକ୍ ଡିଜାଇନର କ୍ଲାସିକ ବ୍ରାଇଡାଲ୍ ପିସ୍। ଏଥିରେ ମଧ୍ୟ ରହିଛି ସ୍ୱତନ୍ତ୍ର ହେରିଟେଜ୍, ଟେମ୍ପଲ ଷ୍ଟାଇଲ୍ ଜୁଏଲାରୀ ଓ ସ୍ୱତନ୍ତ୍ର ଗୋଲ୍ଡ ଜୁଏଲାରୀ ରେଞ୍ଜ ଗୁଲାବ ମିନାକାରି କାମ ସହିତ ଯାହାକି ସୁନ୍ଦର ଭାବରେ ଭାରତୀୟ ସଂସ୍କୃତିକୁ ଏହାର ଆକର୍ଷଣୀୟ ଷ୍ଟାଇଲିସ୍ ଡିଜାଇନ୍ ମାଧ୍ୟମରେ ପ୍ରତିଫଳିତ କରିଥାଏ। ହୀରାର ବ୍ୟାପକ ସମ୍ଭାରରେ ସାମିଲ୍ ରହିଛି କ୍ଲାସିକ୍ ଚୋକର୍ସ, ଆକର୍ଷଣୀୟ ୟେଲୋ ନେକଲେସ୍ ସେଟ୍, ଧଳା ଓ ରୋଜ୍ ଗୋଲ୍ଡ ଫିନିସ୍ ଓ ବିଭିନ୍ନ ସେଟିଂ ଯେଉଁଥିରେ ପ୍ରତି କନ୍ୟାଙ୍କ ପାଇଁ ରହିଛି ମନଲାଖି ଗହଣାର ସମ୍ଭାର।
ଏହି ୱେଡିଂ କଲେକ୍ସନରେ ରହିଛି ଡିଜାଇନ୍ ଯାହା ସାରା ଭାରତର ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିଥାଏ। ଉଭୟ ପାରମ୍ପରିକ ଓ ସମସାମୟିକ ଷ୍ଟାଇଲ୍ ସହିତ ବିଭିନ୍ନ ରେଞ୍ଜର ଓଜନ ବିକଳ୍ପ ଯାହା ପ୍ରତି ଝିଅଙ୍କ ପରିବାର ଆଶା କରିଥାନ୍ତି। ବିବାହ ଜୁଏଲାରୀର ନୂତନ କଲେକ୍ସନ ସହିତ, ରିଲାଏନ୍ସ ଜୁଏଲାରୀ ମଧ୍ୟ ୨୩ ଡିସେମ୍ବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ୱେଡିଂ ଅଫର ର ଘୋଷଣା କରିଛି ଯେଉଁଥିରେ ରହିଛି ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହୀରା ଗହଣାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି।
ଏହି କଲେକ୍ସନ ସମ୍ପର୍କରେ ସୂଚନା ପ୍ରଦାନ କରି ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଏହି କଲେକ୍ସନ ମାଧ୍ୟମରେ ଆମେ ପ୍ରତି ବିବାହ ପାଇଁ ପ୍ରସ୍ତୁତ ହେଉଥିବା କନ୍ୟାମାନଙ୍କୁ ଏକ ସୁଖୀ ଓ ସମୃଦ୍ଧ ବିବାହ ଜୀବନର କାମନା ଜଣାଉଛୁ। ଏଥିରେ ରହିଛି ପାରମ୍ପରିକ ତଥା ସମସାମୟିକ ଡିଜାଇନର ସମନ୍ୱୟ ଯାହା ଭାରତର କଳା ଓ ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟରୁ ଅନୁପ୍ରେରିତ। ଆମେ ରିଲାଏନ୍ସ ଜୁଏଲ୍ସରେ ପ୍ରତିଟି ଗହଣାକୁ ଯତ୍ନର ସହିତ ପ୍ରସ୍ତୁତ କରିଥାଉ ଯାହା ଏହାର ସୌନ୍ଦର୍ଯ୍ୟରେ ପ୍ରତିଫଳିତ ହୋଇଥାଏ ଓ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପ୍ରତି କନ୍ୟାଙ୍କ ପାଇଁ ଦିନଟିକୁ ସ୍ୱତନ୍ତ୍ର କରିଥାଏ।”
ଏହି ଆକର୍ଷଣୀୟ କଲେକ୍ସନ ସାରା ଦେଶରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ଅପରେସନାଲ୍ ସୋରୁମ୍, ସପ୍-ଇନ୍ ସପ୍ରେ ଓ ରିଲାଏନ୍ସ ଜୁଏଲ୍ସ ୱେବସାଇଟ www.reliancejewels.com ରେ ଉପଲବ୍ଧ ଅଟେ।