Categories
ଆଜିର ଖବର ରାଜ୍ୟ ଖବର

ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଗୁରୁବାର ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ଆୟୋଜିତ ଏହି ସମାରୋହରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଫେସର ପରିଡାଙ୍କୁ ସମ୍ମାନିତ କରିଥିଲେ।

ଏହି ଅବସରରେ ବିଏମସି ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବରୁ ପ୍ରଫେସର ପରିଡା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଦୁଇ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇ ସାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅମୃତସର ଠାରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ସମ୍ ଫିଜିଓଥେରାପିଷ୍ଟ ସମ୍ମାନିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ “ଦ ଫିଜିଓ ଲିଜେଣ୍ଡ ଆୱାର୍ଡ-ସିକନ୍ଦର ଅଫ୍ ଫିଜିଓ” ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ପୋର୍ଟସ କନେକ୍ଟ ପକ୍ଷରୁ ଅମୃତସର ଠାରେ ଆୟୋଜିତ ଦୁଇ ଦିନିଆ ଫିଜିଓଥେରାପିଷ୍ଟ ସମ୍ମିଳନୀରେ ଡାକ୍ତର ଦଳବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଫିଜିଓଥେରାପି କ୍ଷେତ୍ରରେ ଗତ ୨୩ ବର୍ଷ ଧରି ଉଚ୍ଚକୋଟୀର ଅବଦାନ ନିମନ୍ତେ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଓମ୍ ପର୍କାଶ ସୋନୀଙ୍କ ଠାରୁ ଡାକ୍ତର ଦଳବେହେରା ଏହି ସମ୍ମାନ ଗ୍ରହଣ କରିଛନ୍ତି। ଅର୍ଥୋପେଡିକ୍ ଫିଜିଓଥେରାପି, ସ୍ପୋର୍ଟସ ଏବଂ ମସ୍କୁଲୋସ୍କେଲିଟାଲ୍  ଫିଜିଓଥେରାପି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଡାକ୍ତର ରୁଚି ଭର୍ସନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ସାରା ଦେଶରୁ ପ୍ରାୟ ୧୫୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।