Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ୟାନ୍ସର ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କଲେ ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।

ଅଗ୍ନାଶୟ (ପାନ୍‌କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍। ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଗ ସହ ମଧ୍ୟ ଜଡ଼ିତ ଥିଲା।

ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋର୍ତିମୟ ଜେନାଙ୍କ ନେତୃତ୍ୱରେ ଏକ ବହୁବିଧ ଟିମ୍ ଏହି ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନେଇଥିଲେ।

ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍ ଟ୍ରଙ୍କ୍‌, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ ପ୍ଲିହାକୁ ପ୍ରଭାବିତ କରୁଥିବାରୁ ଏହା ଚିନ୍ତାର କାରଣ ଥିଲା। ସିଲିଆକ୍ ଟ୍ରଙ୍କ (ସିଲିଆକ୍ ଧମନୀ) ଯାହାକି ତିନି ଭାଗ ହୋଇ ପାକସ୍ଥଳୀ, ଯକୃତ ଏବଂ ପ୍ଲିହାକୁ ରକ୍ତ ଯୋଗାଇଥାଏ ତାହାକୁ ବାହାର କରିବାର ଆବଶ୍ୟକତା ପଡ଼ିଥିଲା। ତେବେ ଏଭଳି କରିବା ଦ୍ୱାରା ଯକୃତକୁ ରକ୍ତ ସଂଚାଳନ ବନ୍ଦ ହୋଇ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ଡାକ୍ତର ଜେନା ମଙ୍ଗଳବାର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ପୃକ୍ତ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା କ୍ୟାନ୍ସର ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ରହିଥିବା ବେଳେ ସର୍ଜିକାଲ୍ ଟିମ୍ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ। ମାତ୍ର ରକ୍ତ ଧମନୀ ଏକ ବଡ଼ ସମସ୍ୟା ସୃ୍‌ଷ୍ଟି କରିଥିଲା ବୋଲି ସେ କହିଥିଲେ।

ଏଭଳି ରୋଗୀଙ୍କ କ୍ଷେତ୍ରରେ ପ୍ରାୟତଃ ଅସ୍ତ୍ରୋପଚାର କରାଯାଇ ନଥାଏ କାରଣ ଏମାନେ ମାତ୍ର ୬ ମାସ ବଂଚିବାର ସମ୍ଭାବନା ଥାଏ। ତେବେ ଆପେଲ୍‌ବି ପ୍ରୋସିଡ୍ୟୁୟର୍ ନାମକ ଏକ ଜଟିଳ ଅସ୍ତ୍ରୋପଚାର ଏଭଳି ରୋଗୀଙ୍କ କ୍ଷେତ୍ରରେ କରାଯାଇଥାଏ। ବିଶ୍ୱର ଅଳ୍ପ କେତେକ ହସ୍ପିଟାଲ୍‌ରେ ଏହା ସମ୍ପାଦନ କରାଯାଉଥିବା ଡାକ୍ତର ଜେନା କହିଛନ୍ତି।

ତେବେ ନିର୍ଦ୍ଦିଷ୍ଟ କେତେକ ରୋଗୀଙ୍କ ଶରୀରରେ ଏହି ଅସ୍ତ୍ରୋପଚାର କରାଯାଇଥାଏ ଓ ସର୍ଜରୀ ପୂର୍ବରୁ ସିଟି ସ୍କାନ୍ ମାଧ୍ୟମରେ ଯକୃତକୁ ଅନ୍ୟ କେଉଁ ଦିଗରୁ ରକ୍ତ ସଂଚାଳନ ହୋଇପାରୁଛି କି ନାହିଁ ତାହା ପରୀକ୍ଷା କରାଯାଇଥାଏ। ତେବେ ଏହି ରୋଗୀଙ୍କ କ୍ଷେ୍‌ତ୍ରରେ ଅନ୍ୟ କୌଣସି ମାଧ୍ୟମରେ ଯକୃତକୁ ରକ୍ତ ସଂଚାଳନ ହେଉ ନଥିଲା। ତେଣୁ କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ସର୍ଜନଙ୍କ ସାହାଯ୍ୟରେ ଗୋଡ଼ରୁ ଏକ ରକ୍ତ ଧମନୀ ଆଣି ସେହି ସ୍ଥାନରେ ଏକ ନୂତନ ଧମନୀ ସୃଷ୍ଟି କରାଯାଇ ଆଓର୍ଟାରୁ ଯକୃତକୁ ରକ୍ତ ସଂଚାଳନ କରାଯାଇଥିଲା। ଏହି ପରିସ୍ଥିତିରେ “ମୋଡିଫାଏଡ୍ ଆପେଲବି ସର୍ଜରୀ” କରିବା ନିମନ୍ତେ ଚିନ୍ତା କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସିଟିଭିଏସ୍ ସର୍ଜନ୍ ତଥା ଆସୋସିଏଟ୍ ପ୍ରପେସର ଡାକ୍ତର ସଂଗ୍ରାମ କେଶରୀ ବେହେରା କହିଥିଲେ।

ଗତ ଫେବୃଆରୀ ଶେଷ ସପ୍ତାହରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ହସ୍ପିଟାଲ୍‌ର ଏହି ଟିମ୍‌ରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି, କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ମେଡିକାଲ୍ ଅଙ୍କୋଲୋଜି, ରେଡିଓ-ଡାଏଗ୍ନୋସିସ୍ ଏବଂ ଆନେସ୍‌ଥେସିଓଲୋଜି ବିଭାଗର ବିଶେଷଜ୍ଞମାନେ ସାମିଲ ହୋଇଥିଲେ।

ଏହି ପ୍ରକ୍ରିୟାରେ ଟ୍ୟୁମର ସୃଷ୍ଟି ହୋଇଥିବା ଅଗ୍ନାଶୟର ପ୍ରାୟ ୭୫ ପ୍ରତିଶତ ସହିତ ସିଲିଆକ୍ ଧମନୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରକ୍ତ ଧମନୀ କଢ଼ାଯାଇଥିଲା। ଗୋଡରୁ ଏକ ଧମନୀ କାଢ଼ି ନେଇ ବାଇପାସ୍ ସର୍ଜରୀ ମାଧ୍ୟମରେ ମୁଖ୍ୟ ରକ୍ତ ଧମନୀକୁ ଯକୃତ ସହ ସଂଯୁକ୍ତ କରାଯାଇଥିଲା।

ଏଭଳି ଅସ୍ତ୍ରୋପଚାରରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ସମ୍ଭାବନା ରହିଥିବା ବେଳେ ଏହି ରୋଗୀ କିନ୍ତୁ ୩ ଦିନ ଆଇସିୟୁରେ ରହିବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଉପଯୁକ୍ତ ଚିକିତ୍ସା, ଧ୍ୟାନ ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇଥିବା ବେଳେ ତାଙ୍କର ଫାଇନାଲ୍ ବାୟୋପ୍ସି ରିପୋର୍ଟରେ ତାଙ୍କ ଶରୀରରୁ ଟ୍ୟୁମରଟି ସମ୍ପୂର୍ଣ୍ଣ ରୂପେ ଅନ୍ତର୍ହୀତ ହୋଇଥିବା ଡାକ୍ତର ଜେନା କହିଥିଲେ।

ରୋଗୀ ଜଣକ ଆଇସିୟୁରେ ୭୨ ଘଂଟା ରହିଥିବା ବେଳେ ଡାକ୍ତର ସନ୍ତୋଷ ସିଂ ଓ ଡାକ୍ତର ଅନୀତା ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ।

ଭାରତରେ ଖୁବ୍ କମ୍ ଏଭଳି ଅସ୍ତ୍ରୋପଚାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର ଜେନା କହିଥିଲେ।

ଏହି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ଜେନାଙ୍କ ସହିତ ରେଡିଓ-ଡାଏଗ୍ନୋସିସ୍ ବିଭାଗର ପ୍ରଫେସର ଡାକ୍ତର ଏସ୍‌.ଏସ୍ ମହାପାତ୍ର, ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁମିତ ମହାନ୍ତି, ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ମହାରଣା, ସିଟିଭିଏସ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ବେହେରା, ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସସ୍ମିତା ପାଣିଗ୍ରାହୀ ଏବଂ ପାଥୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରୁପନ୍ୱିତା ବିଶ୍ୱାଳ ସାମିଲ ଥିଲେ।

ସେହିପରି ଏମ୍‌ସିଏଚ୍ ଛାତ୍ରଛାତ୍ରୀ ଡାକ୍ତର ଉଦୟ ରେଡ୍ଡୀ, ଡାକ୍ତର ହର୍ଷାଲ ଭୋଇ, ଡାକ୍ତର ଏଚ୍‌. ସ୍ୱାମୀ ରାଜେଶ ଓ ଡାକ୍ତର ରଘୁନାଥ ରାଜା ଏହି ସର୍ଜରୀ ଟିମ୍‌ରେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ଅବସରରେ ସୁସ୍ଥତା ଲାଭ କରିଥିବା ରୋଗୀମାନଙ୍କୁ ନେଇ ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସମ୍ମମର ହୋପ୍ ସ୍ପ୍ରିଙ୍ଗ୍‌ସ ବ୍ଲକକୁ ନେଇ ‘ହୋପ୍ ସ୍ପ୍ରିଙ୍ଗ୍ ସାଗା’ କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ହସ୍ପିଟାଲ୍‌ର ଅଙ୍କୋଲଜି ବିଭାଗରେ ଚିକିତ୍ସ୍ଖଚ୍ଛ ହୋଇ କର୍କଟରୁ ମୁକ୍ତ ହୋଇଥିବା ଅନେକ ବ୍ୟକ୍ତି ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ଅଙ୍କୋ ସାଇନ୍‌ସେସ୍ ବିଭାଗର ଡାକ୍ତର ଚିରରଞ୍ଜନ ଖାଡ଼େଙ୍ଗା, ଡାକ୍ତର ଜିଜ୍ଞାସୁ ମହାନ୍ତି, ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ଡାକ୍ତର ଶୁଭାଶିଷ ମିଶ୍ର ଏବଂ ଡାକ୍ତର ସୁଦତା ରାୟଙ୍କ ସମେତ ଅନେକ ଡାକ୍ତର ଉପସ୍ଥିତ ଥିଲେ।

ଏହି ଅବସରରେ ବ୍ରିଗେଡିୟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତରମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ କ୍ୟାନ୍ସର ରୋଗୀମାନଙ୍କୁ ଅଧିକ ସଂଖ୍ୟାରେ ସୁସ୍ଥ କରିଥିବାରୁ ଅଙ୍କୋଲୋଜି ବିଭାଗର ଡାକ୍ତରମାନଙ୍କୁ ବ୍ରିଗେଡିୟର ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ଡାକ୍ତରମାନେ ଶୁଭେଚ୍ଛା ଜଣାଇଥିଲେ।

କ୍ୟାନ୍ସର ସମ୍ପର୍କରେ ଅଧିକ ସୁଚନା ଦେବା ସହ ସଚେତନ କରାଇବା ଲକ୍ଷ୍ୟରେ ଅଙ୍କୋସାଇନ୍‌ସେସ୍ ବିଭାଗର ଡାକ୍ତରମାନେ ଉପଦେଶ ପ୍ରଦାନ କରିଥିଲେ। ଏହି ଅବସରରେ ହସ୍ପିଟାଲ୍‌ର ନର୍ସିଂ ଷ୍ଟାଫ୍‌ମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା।
ଏହି ଅବସରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରେଡଏସନ୍ ଥେରାପି ପରେ ସ୍ୱାସ୍ଥ୍ୟର ଯତ୍ନ, ଚିକିତ୍ସାର ଗୁଣବତାକୁ ବୃଦ୍ଧି କରିବାକୁ ଉଦ୍ୟମ ଏବଂ କ୍ୟାନ୍ସର ଚିକିତ୍ସା ନେଇ ରୋଗୀମାନଙ୍କୁ ଅବଗତ କରାଇବା ସହ କ୍ୟାନ୍ସର ରୋଗୀମାନଙ୍କୁ ସୁସ୍ଥ କରାଇବାରେ ସମ୍ମମ୍‌ର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଅଙ୍କୋଲଜି ବିଭାଗର ଡାକ୍ତରମାନଙ୍କୁ ସେମାନଙ୍କର କାର୍ଯ୍ୟ ଓ ସେବା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ।

“ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆମେ ଉତ୍ସର୍ଗୀକୃତ ଭାବେ ରୋଗୀମାନଙ୍କୁ ଅସାଧାରଣ ଚିକିତ୍ସା ଓ ସେବା ପ୍ରଦାନ କରୁଛୁ। ବିଶ୍ୱ କର୍କଟ ଦିବସ ଅବସରରେ ‘ଦ ହୋପ୍ ସ୍ପ୍ରିଙ୍ଗ ସାଗା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରୋଗୀମାନଙ୍କୁ ଉତମ ମାନର ଚିକିତ୍ସା ପ୍ରଦାନ କରିବା। ଉନ୍ନତ ମାନର ଡାକ୍ତରୀ ଭିତିଭୂମି ଏବଂ ଅଙ୍କୋଲୋଜି ବିଶେଷଜ୍ଞ ଟିମ୍ ଏହି ଉନ୍ନତମାନର ସ୍ୱାସ୍ଥ୍ର‌୍ୟସେବା ଯୋଗାଇ ଆସୁଛନ୍ତି। କ୍ୟାନ୍ସର ରୋଗୀମାନଙ୍କ ମନରେ ନୂତନ ଆଶାର ସଂଚାର ସୃଷ୍ଟି କରାଇବା ସହ ସେମାନଙ୍କୁ ଉତମ ଜୀବନ ପ୍ରଦାନ କରିବା ନିମେନ୍ତ ଆମେ ବଦ୍ଧ ପରିକର” ବୋଲି ଡକ୍ଟର ଦାଶ କହିଛନ୍ତି।

ସମ୍ମମ୍‌ରେ ରେଡିଏସନ୍ ଅଙ୍କୋଲଜି, ମେଡିକାଲ୍ ଅଙ୍କଲୋଜି, ସର୍ଜିକାଲ ଅଙ୍କୋଲଜି , ପେଡିଆଟ୍ରିକ୍ ଅଙ୍କୋଲଜି, ହିମାଟୋ ଅଙ୍କୋଲଜି, ପାଲିଆଟିଭ୍ ଅଙ୍କୋଲଜି, ଅଙ୍କୋପାଥୋଲୋଜି ଏବଂ ନ୍ୟୁକ୍ଲିୟର ମେଡିସିନ୍ ଭଳି ୮ଟି ସ୍ୱତନ୍ତ୍ର ବିଭାଗ ରହିଛି ଏବଂ ଗୋଟିଏ ଛାତ ତଳେ ଉନ୍ନତମାନର କ୍ୟାନ୍ସର ଚିକିତ୍ସା ପ୍ରଦାନ କରାଯାଉଛି।

ଏଠାରେ ପେଟ ସିଟି ସ୍କାନ୍‌, ଥ୍ରୀ ଟେଲ୍ସା ଏମ୍‌ଆରଆଇ, ଏଚ୍‌ଡିଆର୍ ବ୍ରାକି ଥେରାପି, ଡୁଆଲ୍ ହେଡ୍ ଗାମା କ୍ୟାମେରା ଭଳି ଉନ୍ନତମାନର ଅତ୍ୟାଧୁନିକ ଡାକ୍ତରୀ ସରଞ୍ଜାମ ରହିଥିବା ବେଳେ ଆନ୍ତର୍ଜାତୀୟ ସ୍ତରର ଚିକିତ୍ସା ପ୍ରଦାନ କରାଯାଉଛି।