Categories
ଆଜିର ଖବର ଜାତୀୟ ଖବର

କୋଇଲା /ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ ନିଷ୍ପତ୍ତିକୁ କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କେନ୍ଦ୍ର କ୍ୟାବିନେଟ ବୈଠକରେ ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରରେ କୋଇଲା ଏବଂ ଲିଗ୍‌ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ସରକାରୀ ପ୍ରୋତ୍ସାହନ ଯୋଗାଣ ସଂକ୍ରାନ୍ତ ନିଷ୍ପତ୍ତିକୁ  ଅନୁମୋଦନ କରାଯାଇଛି। କୋଇଲା ଓ ଲିଗ୍‌ନାଇଟ୍‌କୁ ଗ୍ୟାସରେ ପରିଣତ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଆକାରରେ ମୋଟ ୮୫୦୦ କୋଟି ଟଙ୍କା ସରକାର ଯୋଗାଇଦେବ। ସମ୍ପୃକ୍ତ ଉଦ୍ୟୋଗକୁ ତିନି ବର୍ଗରେ ବିଭକ୍ତ କରାଯାଇ ଏହି ପ୍ରୋତ୍ସାହନ ରାଶି ମିଳିବ। କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏହି ପ୍ରୋତ୍ସାହନ ଯୋଜନା ନିମ୍ନମତେ କାର୍ଯ୍ୟକାରୀ ହେବ:

(କ) କୋଇଲାରୁ ଗ୍ୟାସ ପ୍ରସ୍ତୁତି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ତିନିଟି ବର୍ଗର ସମ୍ପୃକ୍ତ ଉଦ୍ୟୋଗକୁ ୮୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବେ।

(ଖ) ପ୍ରଥମ ବର୍ଗରେ ସରକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ପିଏସ୍‌ୟୁ ଗୁଡିକ ପାଇଁ ସର୍ବାଧିକ ତିନିଟି ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ସରକାର ମୋଟ ୪୦୫୦ କୋଟି ଟଙ୍କା ପ୍ରୋତ୍ସାହନ ବାବଦରେ ଯୋଗାଇବେ। ଏଥିରେ ପ୍ରତ୍ୟେକ ପ୍ରକଳ୍ପ ପାଇଁ ଏକକାଳୀନ ୩୫୦ କୋଟି ଟଙ୍କା ଲେଖାଏଁ କିମ୍ବା ମୋଟ ପ୍ରକଳ୍ପ ଖର୍ଚ୍ଚ (କ୍ୟାପେକ୍ସ)ର ୧୫ ଶତାଂଶ -ଏହା ଭିତରୁ ଯେଉଁଟି ସର୍ବନିମ୍ନ ସେହି ଅର୍ଥ ରାଶି ଯୋଗାଇବେ।

ଗ) ଦ୍ୱିତୀୟ ବର୍ଗରେ ଘରୋଇ କ୍ଷେତ୍ରଙ୍କ ପାଇଁ କୋଇଲା / ଲିଗ୍‌ନାଇଟ ଗ୍ୟାସିଫିକେସନ ପ୍ରକଳ୍ପ ନିମନ୍ତେ ମୋଟ ୩୮୫୦କୋଟି ଟଙ୍କାର ପ୍ରୋତ୍ସାହନ ରାଶି ସରକାର ଯୋଗାଇବେ। ଏଥିରେ ମଧ୍ୟ ସରକାରୀ ରାଷ୍ଟ୍ରାୟତ ଉଦ୍ୟୋଗକୁ ସାମିଲ କରାଯାଇଛି। ଏହି ବର୍ଗରେ ସହାୟତା ବାବଦରେ ଏକାକାଳୀନ ୧୦୦୦ କୋଟି କିମ୍ବା ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧୫ଶତାଂଶ-ଏହା ମଧ୍ୟରୁ ଯେଉଁଟି ସର୍ବନିମ୍ନ ସେହି ପରିମାଣର ଅର୍ଥ ସହାୟତା ବାବଦରେ ଯୋଗାଇ ଦିଆଯିବ। ଟାରିଫ  ଭିତ୍ତିକ ନିଲାମ ପ୍ରକ୍ରିୟାରେ ଅତିକମ୍‌ରେ ଗୋଟିଏ ପ୍ରକଳ୍ପକୁ ସାମିଲ କରାଯିବ ଏବଂ ଏହାର ସର୍ତ୍ତାବଳୀ ନୀତି ଆୟୋଗ ପ୍ରସ୍ତୁତ କରିବ।

ଘ) ତୃତୀୟ ବର୍ଗରେ ଦେଶୀ ପ୍ରଯୁକ୍ତିର ଉପଯୋଗ କରି ଛୋଟ ଗ୍ୟାସିଫିକେସନ ପ୍ରକଳ୍ପ କରିବାକୁ ଆଗ୍ରହୀ ସଂସ୍ଥା ବା ଉଦ୍ୟୋଗକୁ ସର୍ବାଧିକ ୧୦୦କୋଟି କିମ୍ବା ମୋଟ ପ୍ରକଳ୍ପର ଖର୍ଚ୍ଚର ୧୫ ଶତାଂଶରୁ ଯେଉଁଠି କମ୍ ତାହା ସହାୟତା ଆକାରରେ ସରକାର ଯୋଗାଇବେ। ତେବେ ଏଥିପାଇଁ ସମ୍ପୃକ୍ତ ଉଦ୍ୟୋଗକୁ ପ୍ରକଳ୍ପ ନିମନ୍ତେ ସର୍ବନିମ୍ନ ୧୦୦କୋଟି ଟଙ୍କା ବିନିଯୋଗ କରିବା ସହିତ 1500 Nm3/hr ସିଏନ୍‌ଜି ଗ୍ୟାସ ଉତ୍ପାଦନ କରିବାକୁ ହେବ।

(ଛ) ଏହି ପ୍ରକଳ୍ପ ପାଇଁ ସରକାର ଯେଉଁ ପ୍ରୋତ୍ସାହନ ଦେବେ ତାହାର ମୋଟ ପରିମାଣ ୮୫୦୦ କୋଟି ମଧ୍ୟରେ ସୀମିତ ରହିବ।

(ଜ) କୋଇଲା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଇଜିଓଏସ୍ ଏହି ଯୋଜନାରେ ଆବଶ୍ୟକ ପରିବର୍ତ୍ତନ କରିବାର ଅଧିକାର ପାଇଛି।

Categories
ଆଜିର ଖବର ଜାତୀୟ ଖବର

ସିଆରପିଏଫରେ ଆଦିବାସୀ ଯୁବକଙ୍କୁ ସୁଯୋଗ: ଶିକ୍ଷାଗତ ଯୋଗ୍ୟତା କୋହଳ କରିବାକୁ କେନ୍ଦ୍ରର ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟିଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆରପିଏଫ କନଷ୍ଟେବଳ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଅଷ୍ଟମ ଶ୍ରେଣୀ  କରିବା ଏକ ପ୍ରସ୍ତାବ ଅନୁମୋଦିତ ହୋଇଛି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ପ୍ରସ୍ତାବ ଦିଆଯାଇଥିଲା।

ଏହି ସବୁ ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାନୀୟ ଖବର କାଗଜ ଜରିଆରେ ବ୍ୟାପକ ପ୍ରଚାର କରି ନିଯୁକ୍ତି ରାଲୀ ପାଇଁ ସଚେତନତା ସୃଷ୍ଟି କରିବା ସହ ନୂତନ ଭାବେ ନିଯୁକ୍ତି କନଷ୍ଟେବଳମାନଙ୍କୁ ସେମାନଙ୍କର ପ୍ରଶିକ୍ଷଣ କାଳରେ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ ପାଇଁ ମଧ୍ୟ କୁହାଯାଇଛି।

ଛତିଶଗଡ ରାଜ୍ୟର ବିଜାପୁର, ଦାନ୍ତେୱାଡା ଓ ସୁକମା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ୪୦୦ ଆଦିବାସୀ ଯୁବକ ଏଥିପାଇଁ ନିଯୁକ୍ତି ସୁଯୋଗ ପାଇବେ। ନିଯୁକ୍ତି ଲାଗି ଶାରୀରିକ ଦକ୍ଷତାରେ ମଧ୍ୟ କୋହଳତା ନେଇ ଗୃହବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ।

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ଏକ ଅଙ୍ଗ ଭାବ ସିଆରପିଏଫ ମୌଳିକତଃ ଆଇନ ଶୃଙ୍ଖଳା ରକ୍ଷା, ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ, ଆଭ୍ୟନ୍ତରୀଣ ସୁରକ୍ଷା ଇତ୍ୟାଦି କାର୍ଯ୍ୟ କରିଥାଏ। ଏକ ନିତ୍ୟାନ୍ତ ଜରୁରୀ ଆବଶ୍ୟକତା ସ୍ୱରୂପ ସିଆରପିଏଫ ୪୦୦ ସ୍ଥାନୀୟ ଆଦିବାସୀ ଯୁବକଙ୍କୁ କନଷ୍ଟେବଳ (ସାଧାରଣ କର୍ତ୍ତବ୍ୟ) ଭାବେ ଛତିଶଗଡରେ ଅପେକ୍ଷାକୃତ ଅନଗ୍ରସର ଜିଲ୍ଲାରୁ ନିଯୁ୍‌କ୍ତି ଦେବାକୁ  ପ୍ରସ୍ତାବ ଦେଇଛି। ଚାକିରିରେ ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତା ଯାହାକି ଦଶମ ଶ୍ରେଣୀ ରଖାଯାଇଛି ସେଥିରେ ଉତ୍ତୀର୍ଣ୍ଣ  ହେବା ପରେ ଯାଇ ସେମାନେ ଚାକିରିରେ ସ୍ଥାୟୀ ହେବେ। ସେଥିପାଇଁ ଏହି ନବନିଯୁକ୍ତିୟମାନଙ୍କ ଆନୁଷ୍ଠାନିକ ଶିକ୍ଷା ପ୍ରଦାନ କରାଯିବ। ସିଆରପିଏଫ ପକ୍ଷରୁ ପାଠ୍ୟପୁସ୍ତକ ଓ ତାଲିମ ଯୋଗାଇ ଦିଆଯିବ। ନବନିଯୁକ୍ତମାନଙ୍କ ଶିକ୍ଷାଗତ ଯୋଗ୍ୟତା ହାସଲ ନିମନ୍ତେ  ଆବଶ୍ୟକ  ହେଲେ ସେମାନଙ୍କ ପ୍ରଶିକ୍ଷଣ ଅବଧିକୁ ମଧ୍ୟ ବଢାଯାଇପାରିବ। ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷାରେ ବସିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ପଞ୍ଜୀକୃତ କରାଯିବ।

୨୦୧୬-୧୭ରେ ସିଆରପିଏଫର ଚାରିଟି ଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା, ନାରାୟଣପୁର ଓ ସୁକମାରୁ ତଫସିଲଭୁକ୍ତ ଉପଜାତି ପ୍ରାର୍ଥୀଙ୍କୁ ନିଯୁକ୍ତି ନେଇ ବସ୍ତରୀୟ ବାଟାଲିୟନ ଗଠନ କରିଥିଲା। ମାତ୍ର ସ୍ଥାନୀୟ ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ଅଭାବରୁ ଏହା ସଫଳ ହୋଇପାରି ନ ଥିଲା। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

କେନ-ବେଟୱା ନଦୀ ସଂଯୋଗୀକରଣ ପ୍ରକଳ୍ପକୁ କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ କେନ-ବେଟୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ଅନୁମୋଦିଦ ହୋଇଛି।

୨୦୨୦-୨୧ ଆର୍ଥିକ ସ୍ଥିତି ଅନୁସାରେ କେନ-ବେଟୱା ସଂଯୋଗୀକରଣ ପ୍ରକଳ୍ପର ବ୍ୟୟ ଅଟକଳ ୪୪ହଜାର ୬୦୫କୋଟି ଟଙ୍କା ଆକଳନ କରାଯାଇଛି। କେନ୍ଦ୍ର କ୍ୟାବିନେଟ ଏ ବାବଦକୁ ୩୯ହଜାର ୩୧୭କୋଟି ଟଙ୍କା ଅନୁମୋଦନ କରିଛି। ସେଥିରୁ ୩୬ହଜାର ୨୯୦କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ, ୩ହଜାର ୦୨୭କୋଟି ଟଙ୍କା ଋଣ ଆକାରରେ ରହିଛି।

ଏହି ପ୍ରକଳ୍ପ ଅନ୍ୟାନ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ବାଟ ଖୋଲିବା ସହ ବିଶ୍ୱରେ ଆମର ଦୂରଦର୍ଶିତାର ପ୍ରମାଣ ଦେବ।

ଏହି ପ୍ରକଳ୍ପରେ କେନରୁ ବେଟୱା ନଦୀକୁ ଦାଉଧନ ଡ୍ୟାମ ଓ ଦୁଇ ନଦୀକୁ ସଂଯୋଗ କରୁଥିବା କେନାଲ ଜରିଆରେ ପାଣି ଯିବାଆସିବା କରିବ। ଏଥିରେ ତଳ ଓର ପ୍ରକଳ୍ପ, କୋଠା ନଦୀବନ୍ଧ ଓ ବିନା କମ୍ପେ୍ଲକ୍ସ ବହୁମୁଖୀ ପ୍ରକଳ୍ପ ରହିବ। ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ ୧୦.୬୨ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଯିବା ସହ ପ୍ରାୟ ୬୨ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଯିବ। ଏହାଛଡା ଏଥିରୁ ୧୦୩ ମେଗାୱାଟ୍ ଜଳବିଦ୍ୟୁତ ଓ ୨୭ମୋଗାୱାଟ ସୌରଶକ୍ତି ମଧ୍ୟ ଉତ୍ପାଦିତ ହେବ। ଦେଶୀୟ ଜ୍ଞାନକୌଶଳରେ ଏହି ପ୍ରକଳ୍ପ ଆଠବର୍ଷ ମଧ୍ୟରେ ତ୍ୱରାନ୍ୱିତ ହେବ।

ଜଳକଷ୍ଟ ଭୋଗୁଥିବା ବୁନ୍ଦେଲଖଣ୍ଡ ଅଞ୍ଚଳ ନିମନ୍ତେ ଏହି ପ୍ରକଳ୍ପ ବେଶ୍ ଲାଭଦାୟକ ହେବ। ମଧ୍ୟପ୍ରଦେଶ ରାଜ୍ୟର ପାନ୍ନା, ଟିକାମଗଡ, ଛତରପୁର, ସାଗର,ଦାମୋହ, ଡାଟିଆ, ବିଦିଶା, ଶିବପୁରୀ ଓ ରାଇସେନ ଅଂଚଳ ଓ ଉତ୍ତରପ୍ରଦେଶର ବାନ୍ଦା, ମହୋବା, ଝାନ୍‌ସୀ ଓ ଲଲିତପୁର ଅଞ୍ଚଳଗୁଡିକ ବେଶ ଉପକୃତ ହେବେ।

ଅଧିକ ଚାଷବାସ ଓ କର୍ମନିଯୁକ୍ତି ପାଇଁ ଏହି ପ୍ରକଳ୍ପ ଅନଗ୍ରସର ବୁନ୍ଦେଲଖଣ୍ଡ ଅଞ୍ଚଳରେ ଆର୍ଥିକ ସମୃଦ୍ଧି ଆଣିଦେବ । ଏହି ଅଞ୍ଚଳରୁ ବିଭିନ୍ନ ଅସୁବିଧା ମଧ୍ୟ ଦୂର ହୋଇପାରିବ।

ଦେଶର ପ୍ରଥମ ନଦୀସଂଯୋଗୀକରଣ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ୨୨ମାର୍ଚ୍ଚ, ୨୦୨୧ ଦିନ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ରାଜିନାମା ଯୋଗୁଁ ଅଟଳବିହାରୀ ବାଜପେୟୀଙ୍କ ଦ୍ୱାରା ବଳକାପାଣି ଥିବା ଅଞ୍ଚଳରୁ ଜଳକଷ୍ଟ ଅଞ୍ଚଳକୁ ନଦୀ ସଂଯୋଗୀକରଣ ଦ୍ୱାରା ପାଣି ଯୋଗାଇବା ସ୍ୱପ୍ନ ସାର୍ଥକ ହୋଇଛି।