Categories
ଆଜିର ଖବର ଜାତୀୟ ଖବର

ବାଗଡୋଗ୍ରା ବିମାନବନ୍ଦରରେ ନୂତନ ସିଭିଲ ଏନକ୍ଲେଭର ବିକାଶକୁ ମଞ୍ଜୁରୀ: ଖର୍ଚ୍ଚ ହେବ ୧୫୪୯ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପଶ୍ଚିମବଙ୍ଗର ସିଲିଗୁଡିସ୍ଥିତ ବାଗଡୋଗ୍ରାମ ବିମାନବନ୍ଦରରେ ୧୫୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ନ୍ୟୁ ସିଭିଲ ଏନକ୍ଲେଭ୍ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି।

ପ୍ରସ୍ତାବିତ ଟର୍ମିନାଲ ବିଲ୍ଡିଂ ୭୦,୩୯୦ ବର୍ଗ ମିଟର ପରିବ୍ୟାପ୍ତ ଏବଂ ୩୦୦୦ ପିକ୍ ଆୱାର ଯାତ୍ରୀ (ପିଏଚପି)ଙ୍କୁ ସ୍ଥାନ ଦେବା ପାଇଁ ଡିଜାଇନ୍ କରାଯାଇଛି, ଯାହାର ବାର୍ଷିକ କ୍ଷମତା ୧୦ ନିୟୁତ ଯାତ୍ରୀ ଙ୍କୁ ପରିଚାଳନା କରିବା। ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଏ-୩୨୧ ପ୍ରକାର ବିମାନ ପାଇଁ ଉପଯୁକ୍ତ ୧୦ଟି ପାର୍କିଂ ବେ’କୁ ରଖିବାରେ ସକ୍ଷମ ଏକ ଆପ୍ରନ୍ ନିର୍ମାଣ ସହିତ ଦୁଇଟି ଲିଙ୍କ୍ ଟ୍ୟାକ୍ସି ୱେ ଏବଂ ମଲ୍ଟି-ଲେଭେଲ୍ କାର୍ ପାର୍କିଂ।

ପରିବେଶ ଦାୟିତ୍ବ ଉପରେ ଗୁରୁତ୍ୱ ଦେଇ ଟର୍ମିନାଲ ବିଲ୍ଡିଂ ଏକ ସବୁଜ ଭବନ ହେବ, ଯାହା ଅକ୍ଷୟ ଶକ୍ତି ଉତ୍ସ ଗୁଡ଼ିକୁ ସମନ୍ୱିତ କରିବ ଏବଂ ପରିବେଶଗତ ଫୁଟପ୍ରିଣ୍ଟକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଆଲୋକକୁ ସର୍ବାଧିକ କରିବ।

ଏହି ବିକାଶ ବାଗଡୋଗ୍ରା ବିମାନବନ୍ଦରର ପରିଚାଳନା ଦକ୍ଷତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିମାନ ଯାତ୍ରା କେନ୍ଦ୍ର ଭାବରେ ଏହାର ଭୂମିକାକୁ ସୁଦୃଢ଼ କରିବ।

Categories
ଆଜିର ଖବର ଜାତୀୟ ଖବର

କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ର ଟର୍ମସ ଅଫ୍ ରେଫରେନ୍ସକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ବିଚାର ପାଇଁ ଆଇଏସଆରଡବ୍ଲୁଡି ଆଇନର ଧାରା ୫(୧) ଅଧୀନରେ ବର୍ତ୍ତମାନର କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ-୨ (କେଡବ୍ଲୁଡିଟି-୨)କୁ ଅଧିକ ଟର୍ମସ ଅଫ୍ ରେଫରେନ୍ସ (ଟିଓଆର) ପ୍ରଦାନ କୁ ଅନୁମୋଦନ ମିଳିଛି। ଆନ୍ତଃରାଜ୍ୟ ନଦୀ ଜଳ ବିବାଦ (ଆଇଏସଆରଡବ୍ଲୁଡି) ଆଇନ ୧୯୫୬ର ଧାରା (୩) ଅଧୀନରେ ତେଲଙ୍ଗାନା ସରକାର ସେମାନଙ୍କ ଅଭିଯୋଗରେ ଉପସ୍ଥାପନ କରିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାପ୍ତ ଆଇନଗତ ମତାମତ ଉପରେ ଏହା ଆଧାରିତ।

କ୍ରିଷ୍ଣା ନଦୀ ଜଳର ବ୍ୟବହାର, ବିତରଣ କିମ୍ବା ନିୟନ୍ତ୍ରଣକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ବିବାଦର ସମାଧାନ ଦ୍ୱାରା ଉଭୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବିକାଶର ନୂତନ ମାର୍ଗ ଖୋଲିବ। ଏଥିସହିତ ଦୁଇ ରାଜ୍ୟର ଲୋକଙ୍କ ପାଇଁ ଲାଭଦାୟକ ପରିଣାମ ମିଳିବ ଯାହା ଆମ ଦେଶକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

ଆଇଏସଆରଡବ୍ଲୁଡି ଆଇନ, ୧୯୫୬ର ଧାରା ୩ ଅଧୀନରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୦୨.୦୪.୨୦୦୪ରେ କ୍ରିଷ୍ଣା ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ -୨ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ, ୦୨. ୦୬. ୨୦୧୪ରେ ଭାରତର ଏକ ନୂଆ ରାଜ୍ୟ ଭାବେ ତେଲଙ୍ଗାନାର ଗଠନ ହୋଇଥିଲା। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ (ଏପିଆରଏ), ୨୦୧୪ର ଧାରା ୮୯ ଅନୁଯାୟୀ, ଏପିଆରଏ ୨୦୧୪ର ଉକ୍ତ ଧାରା (ଏ) ଏବଂ (ବି)ର ସମାଧାନ ପାଇଁ କେଡବ୍ଲୁଡିଟି-୨ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।

ଏହାପରେ କ୍ରିଷ୍ଣ ନଦୀ ଜଳର ବ୍ୟବହାର, ବିତରଣ ଉପରେ ବିବାଦକୁ ଦର୍ଶାଇ ୧୪.୦୭. ୨୦୧୪ରେ ତେଲଙ୍ଗାନା ସରକାର ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର (ଡିଓଡବ୍ଲୁଆର, ଆରଡି ଓ ଜିଆର)କୁ ଏକ ଅଭିଯୋଗ ପଠାଇଥିଲେ। ୨୦୧୫ରେ ମାନ୍ୟବର ସୁପ୍ରିମ୍ କୋର୍ଟରେ ଏହି ମାମଲାରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏକ ରିଟ୍ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା। କେବଳ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ରେଫରେନ୍ସର ପରିସରକୁ ସୀମିତ ରଖି ବର୍ତ୍ତମାନର କେଡବ୍ଲୁଡିଟି -୨କୁ ଅଭିଯୋଗ ପଠାଇବା ଲାଗି ୨୦୧୮ରେ, ତେଲଙ୍ଗାନା ସରକାର ଡିଓଡବ୍ଲୁଆର, ଆରଡି ଓ ଜିଆରକୁ ଅନୁରୋଧ କରିଥିଲା। ପରେ ୨୦୨୦ରେ ମାନ୍ୟବର ମନ୍ତ୍ରୀ (ଜଳଶକ୍ତି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଦ୍ୱିତୀୟ ସର୍ବୋଚ୍ଚ ପରିଷଦ ବୈଠକରେ ଆଲୋଚନା ଅନୁଯାୟୀ, ୨୦୨୧ରେ ତେଲଙ୍ଗାନା ସରକାର ଉକ୍ତ ରିଟ୍ ପିଟିସନ୍ ପ୍ରତ୍ୟାହାର କରିନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଡିଓଡବ୍ଲୁଆର, ଆରଡି ଓ ଜିଆର ବିଭାଗ ଏହି ମାମଲାରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଆଇନଗତ ମତାମତ ମାଗିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଔଷଧ ନିୟନ୍ତ୍ରଣ କ୍ଷେତ୍ରରେ ଭାରତ ଏବଂ ସୁରିନାମ ମଧ୍ୟରେ ହୋଇଥିବା ରାଜିନାମାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଜୁନ୍ 4, 2023 ଦିନ ଇଣ୍ଡିଆନ୍ ଫାର୍ମାକୋପିୟା କମିଶନ (ଆଇପିସି), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ସୁରିନାମ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ଏକ ରାଜିନାମା (ଏମଓୟୁ) ବିଷୟରେ ଅବଗତ କରାଯାଇଥିଲା। ଭାରତର ରାଷ୍ଟ୍ରପତିଙ୍କ ସୁରିନାମ ଗସ୍ତ ସମୟରେ ଏହା ସ୍ୱାକ୍ଷରିତ ହୋଇଛି।

ଦଳଗୁଡିକ ନିଜ ନିଜ ନିୟମ ଏବଂ ନିୟମାବଳୀ ଅନୁଯାୟୀ ଔଷଧର ନିୟନ୍ତ୍ରଣ କ୍ଷେତ୍ରରେ ଘନିଷ୍ଠ ସହଯୋଗର ବିକାଶ ଏବଂ ସୂଚନା ଆଦାନପ୍ରଦାନର ଗୁରୁତ୍ୱକୁ ସ୍ୱୀକାର କରନ୍ତି ଏବଂ ନିମ୍ନଲିଖିତ ରାଜିନାମା କରିଛନ୍ତି:

ସୁରିନାମରେ ଔଷଧ ପାଇଁ ଭାରତୀୟ ଫାର୍ମାକୋପିୟା (ଆଇପି) ମାନକ ପୁସ୍ତକ ଭାବରେ ଗ୍ରହଣ କରିବ ଯାହା ଦ୍ବାରା ସୁରିନାମରେ ଉତ୍ପାଦିତ ତଥା / କିମ୍ବା ଆମଦାନୀ ହେଉଥିବା ଔଷଧର ଗୁଣବତ୍ତା ନିଶ୍ଚିତ ହେବ।

ଆଇପି ପ୍ରତି ଭାରତୀୟ ଉତ୍ପାଦକମାନଙ୍କ ଦ୍ବାରା ଜାରି କରାଯାଇଥିବା ବିଶ୍ଳେଷଣର ସାର୍ଟିଫିକେଟ୍ ଗ୍ରହଣ କରିବା ଏବଂ ସୁରିନାମରେ ଔଷଧର ନକଲ ପରୀକ୍ଷଣର ଆବଶ୍ୟକତାକୁ ଦୂର କରିବା।

ଗୁଣବତ୍ତା ନିୟନ୍ତ୍ରଣ ବିଶ୍ଳେଷଣ ସମୟରେ ବ୍ୟବହୃତ ହେବାକୁ ଯଥେଷ୍ଟ କମ୍ ମୂଲ୍ୟରେ ଆଇପିସି ରୁ ଆଇପିଆରଏସ ଏବଂ ଅଶୁଦ୍ଧତା ମାନ ପାଇବା।

ଜେନେରିକ୍ ଔଷଧର ବିକାଶ ଏବଂ ସୁରିନାମରେ ସୁଲଭ ଔଷଧର ଉପଲବ୍ଧତା ପାଇଁ ଅବଦାନ ପାଇଁ ଉତ୍ତମ ପରିସର ରହିବା।

ନିୟାମକ ଢାଞ୍ଚା, ଆବଶ୍ୟକତା ଏବଂ ପ୍ରକ୍ରିୟାରେ ଫାର୍ମାକୋପିଆର ଏକ ବୁଝାମଣାକୁ ପ୍ରୋତ୍ସାହିତ କରିବା।

ଆଇପି ର ମନୋଗ୍ରାଫ୍ ବିକାଶ ସହିତ ଜଡିତ ସୂଚନା ଏବଂ ଡକ୍ୟୁମେଣ୍ଟେସନ୍ ଆଦାନପ୍ରଦାନକୁ ସୁଗମ କରିବା।

ଜନସ୍ୱାସ୍ଥ୍ୟ ସହ ଜଡିତ କିମ୍ବା ସେମାନଙ୍କ ସେବା ପ୍ରଦାନରେ ନିୟାମକ କର୍ତ୍ତୃପକ୍ଷଙ୍କ ଦକ୍ଷତା ବୃଦ୍ଧି କରିବା, ନିଜ ନିଜ ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା।

ମନୋଗ୍ରାଫ୍ ଏବଂ ଭବିଷ୍ୟତର ଟେକ୍ନୋଲୋଜିର ବିକାଶରେ ପାରସ୍ପରିକ ଲାଭ କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ସୁଯୋଗ ଅନ୍ୱେଷଣ କରିବା।

ରାଜିନାମା ଦ୍ବାରା ବୈଦେଶିକ ମୁଦ୍ରା ଆୟ ସହିତ ଚିକିତ୍ସା ଦ୍ରବ୍ୟ ରପ୍ତାନିରେ ସହଜ ହେବ। ଏହା ଏକ ଆତ୍ମ ନିର୍ଭର ଭାରତ ପାଇଁ ଏକ ପଦକ୍ଷେପ ହେବ।

ଭାରତୀୟ ଫାର୍ମାକୋପିଆର ଆନ୍ତର୍ଜାତୀୟ ସ୍ୱୀକୃତି! ଭାରତୀୟ ଔଷଧ କ୍ଷେତ୍ର ପାଇଁ ମାନକଙ୍କର ଅନେକ ଲାଭ ଅଛି। ଏଗୁଡିକରେ ଅନ୍ତର୍ଭୁକ୍ତ ରହିଛି:

ଏହା ଦ୍ବାରା ଦେଶର ଔଷଧ ଦ୍ରବ୍ୟର ରପ୍ତାନିରେ ବୃଦ୍ଧି କରିବ କାରଣ ଏହା ଡବଲ୍ ରେଗୁଲେସନ, ପରୀକ୍ଷଣରେ ନକଲ ଏବଂ ଆମଦାନୀ ପରବର୍ତ୍ତୀ ଚେକ୍ କୁ ଦୂର କରିବ। ଭାରତୀୟ ଔଷଧ ରପ୍ତାନିକାରୀମାନେ ଏହିପରି ଏକ ପ୍ରତିଯୋଗିତାମୂଳକ ଲାଭ ପାଇବେ ଏବଂ ବାଣିଜ୍ୟ ଅଧିକ ଲାଭଦାୟକ ହେବ।

ଏହା ସହିତ, ଆମଦାନୀ କରୁଥିବା ଦେଶଗୁଡ଼ିକ ସୁଲଭ ମୂଲ୍ୟରେ ଗୁଣାତ୍ମକ ଭାରତୀୟ ଚିକିତ୍ସା ଉତ୍ପାଦ ପାଇପାରିବେ।

ଆମଦାନୀ କରୁଥିବା ଦେଶଗୁଡିକରେ ଉତ୍ପାଦକମାନଙ୍କ ପାଇଁ ଉତ୍ତମ ପରିସର ରହିବ ଓ ଏହା ସହିତ ନାଗରିକଙ୍କ ପାଇଁ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧର ଉପଲବ୍ଧ ହେବ।

ବିଭିନ୍ନ ରେଫରେନ୍ସ ମାନକ ଏବଂ ଅଶୁଦ୍ଧ ମାନକ ଏହି ଉତ୍ପାଦକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।

ନିୟାମକ ପ୍ରଣାଳୀରେ ପରିବର୍ତ୍ତନ ଭାରତରୁ ଔଷଧ ରପ୍ତାନି ବୃଦ୍ଧିରେ ସହାୟକ ହୋଇପାରେ ଏବଂ ଫଳସ୍ୱରୂପ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଶିକ୍ଷିତ ବୃତ୍ତିଗତଙ୍କ ପାଇଁ ଉତ୍ତମ ନିଯୁକ୍ତି ସୁଯୋଗରେ ସାହାଯ୍ୟ କରିଥାଏ।

ଇଣ୍ଡିଆନ୍  ଫାର୍ମାକୋପିୟା (ଆଇପି) ଆନୁଷ୍ଠାନିକ ଭାବରେ ପାଞ୍ଚ (5) ଦେଶ ଦ୍ୱାରା ସ୍ୱୀକୃତିପ୍ରାପ୍ତ: ଆଫଗାନିସ୍ତାନ, ଘାନା, ନେପାଳ, ମରିସସ୍ ଏବଂ ରିପବ୍ଲିକ୍ ଅଫ୍ ସୁରିନାମ। ମନ୍ତ୍ରଣାଳୟ ଯେଉଁ ଦେଶଗୁଡ଼ିକୁ ଆଇପିକୁ ସ୍ବୀକୃତି ପ୍ରଦାନ କରିଛନ୍ତି ସେମାନଙ୍କୁ ଏହାକୁ ବିସ୍ତାର କରିବାକୁ ଚେଷ୍ଟା କରୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାରେ ୪ଜି ମୋବାଇଲ ସେବାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଥିବା ସେବାରୁ ବଞ୍ଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ମୋବାଇଲ ସେବା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ପାଞ୍ଚଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶା।

ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ସେବା ବଞ୍ଚିତ ୭୨୮୭ଟି ଗ୍ରାମକୁ ଏହି ପ୍ରକଳ୍ପ ଜରିଆରେ ୪ଜି ସେବା ଯୋଗାଇ ଦିଆଯିବ। ଆସନ୍ତା ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀତା ଖର୍ଚ୍ଚ ସମେତ ମୋଟ ୬,୪୬୬ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। ସାର୍ବଜନୀନ ସେବା ଆଇନଗତ ବାଧ୍ୟକ ପାଣ୍ଠି (ୟୁଏସଓଏଫ) ଏହି ପ୍ରକଳ୍ପ ଖର୍ଚ୍ଚ ବହନ କରିବ। ରାଜିନାମା  ସ୍ୱାକ୍ଷରିତ ହେବାର ୧୮ ମାସ  ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପିତ ହେବ । ତେବେ ଏହା ନଭେମ୍ବର ୨୦୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି।

ଚିହ୍ନଟ ହୋଇଥିବା ସେବା ବଞ୍ଚିତ ଗ୍ରାମଗୁଡିକୁ ଏହି ୪ଜି ସେବା ସୁବିଧା ୟୁଏସଓଏଫର ମାର୍ଗଦର୍ଶିକା ଅନୁସାରେ ମୁକ୍ତ ପ୍ରତିଯୋଗିତାମୂଳକ ନିଲାମ ଜରିଆରେ ପ୍ରଦାନ କରାଯିବ।

ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଓଡ଼ିଶାର ଦୁର୍ଗମ ସେବା ବଞ୍ଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ଏହି ମୋବାଇଲ ସେବା ପ୍ରଚଳନ ଦ୍ୱାରା ଆତ୍ମନିର୍ଭରଶୀଳତା, ଶିଖିବା ସୁବିଧା, ତଥ୍ୟ ଓ ଜ୍ଞାନର ପ୍ରଚାର, କୌଶଳ ବିକାଶ ଓ ଏହାର ଉନ୍ନୀତକରଣ, ଇ-ସରକାରୀ ପଦକ୍ଷେପ, ଉଦ୍ୟୋଗ ପ୍ରତିଷ୍ଠା, ଇ-କମର୍ସ ଓ କର୍ମସଂସ୍ଥାନ କ୍ଷେତ୍ରରେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ।