Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପକ୍ଷରୁ ୨୫୯ ଟଙ୍କିଆ କ୍ୟାଲେଣ୍ଡର ମାସର ବୈଧତା ବିଶିଷ୍ଟ ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ପକ୍ଷରୁ ୨୫୯ ଟଙ୍କିଆ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି ଯାହା କ୍ୟାଲେଣ୍ଡର ମାସର ବୈଧତା ସହ ଆସିଥିବା ବେଳେ ପ୍ରିପେଡ୍ ଗ୍ରାହକମାନଙ୍କୁ ପ୍ରତି ମାସରେ ମାତ୍ର ଗୋଟିଏ ରିଚାର୍ଜ ତାରିଖ ମନେ ରଖିବାରେ ସହାୟକ ହେବ।

ଜିଓ ହେଉଛି ଭାରତୀୟ ଟେଲିକମ୍ ଶିଳ୍ପର ପ୍ରଥମ କଂପାନି ଯାହା “କ୍ୟାଲେଣ୍ଡର ମାସ ବୈଧତା’ ଥିବା ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି।

ଜିଓର ଏହି ୨୫୯ ଟଙ୍କିଆ ପ୍ଲାନ୍‌ରେ ଦୈନିକ ୧.୫ ଜିବି ହାଇ ସ୍ପିଡ୍ ଡାଟା ଓ ଅସୀମିତ କଲ୍ ସୁବିଧା ସହିତ ସ୍ପଷ୍ଟ ଭାବେ ଗୋଟିଏ ମାସ, ତାହା ୩୦ ଦିନିଆ କିମ୍ବା ୩୧ ଦିନିଆ ହୋଇଥାଉ ନା କାହିଁକି, ସମ୍ପୂର୍ଣ୍ଣ ମାସର ବୈଧତା ଭଳି ସୁବିଧା ରହିଛି। ତେଣୁ ସେହି ଅନୁସାରେ, ପ୍ରତି ମାସରେ ରିଚାର୍ଜ କଲେ ବର୍ଷକୁ ରିଚାର୍ଜ ସଂଖ୍ୟା କେବଳ ୧୨ ହିଁ ରହିବ।

ପ୍ରତି ମାସର ସମାନ ତାରିଖରେ ରିଚାର୍ଜ ସମୟ ଆସିବ। ତେଣୁ, ଜଣେ ଗ୍ରାହକ ମାର୍ଚ୍ଚ ୫ରେ ନୂଆ ୨୫୯ ଟଙ୍କିଆ ମାସିକ ପ୍ଲାନ୍ ରିଚାର୍ଜ କଲେ, ପରବର୍ତୀ ରିଚାର୍ଜ ତାରିଖ ଆଗାମୀ ମାସଗୁଡ଼ିକର ସେହି ପଂଚମ ଦିନରେ (ଏପ୍ରିଲ୍ ୫, ମେ’ ୫, ଜୁନ୍ ୫ ଓ ସେହିଭଳି) ପଡ଼ିବ।

ଅନ୍ୟ ଜିଓ ପ୍ରିପେଡ୍ ପ୍ଲାନ୍ ଭଳି ୨୫୯ ଟଙ୍କିଆ ପ୍ଲାନ୍‌କୁ ଏକ ସମୟରେ ଏକାଧିକ ଥର ରିଚାର୍ଜ କରିହେବ।

ଅଗ୍ରୀମ ରିଚାର୍ଜ ପ୍ଲାନଗୁଡ଼ିକ ଧାଡ଼ିରେ ରହିବ ଏବଂ ଚାଲୁ ରହିଥିବା ବର୍ତମାନର ସକ୍ରିୟ ପ୍ଲାନ୍‌ର ସମୟ ସୀମା ଶେଷ ହେବା ପରେ ସେଗୁଡ଼ିକ ସ୍ୱୟଂକ୍ରିୟ ଭାବେ ସକ୍ରିୟ ହୋଇଯିବ, ଫଳରେ ବ୍ୟବହାରକାରୀଙ୍କ ପାଇଁ ସୁବିଧାଜନକ ଓ ସହଜ ହେବ।

ସମସ୍ତ ଅନଲାଇନ୍ ଓ ଅଫଲାଇନ୍ ଚ୍ୟାନେଲ୍‌ରେ ଉଭୟ ନୂଆ ଓ ପୁରୁଣା ବ୍ୟବହାରକାରୀଙ୍କ ପାଇଁ ଏହି ପ୍ଲାନ୍ ଉପଲବ୍ଧ ରହିବ।

ଚଳିତ ବର୍ଷ ପ୍ରାରମ୍ଭରେ ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ପକ୍ଷରୁ ୩୦ ଦିନ ବୈଧତା ଥିବା ପ୍ରିପେଡ୍ ମୋବାଇଲ୍ ରିଚାର୍ଜ ପ୍ଲାନ୍ ସୁବିଧା ଉପଲବ୍ଧ କରାଇବା ଲାଗି ଟେଲିକମ୍ କଂପାନିଗୁଡ଼ିକୁ କୁହାଯାଇଥିଲା। ଏହା ଏଭଳି ଏକ ପଦକ୍ଷେପ ଯାହା ଗ୍ରାହକମାନଙ୍କ ବାର୍ଷିକ ରିଚାର୍ଜ ସଂଖ୍ୟାକୁ ବାସ୍ତବରେ ହ୍ରାସ କରିବ।