Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଉତ୍ତର କ୍ୟାବିନ ନିକଟ ରେଳ ଧାରଣାରୁ ଏକ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ହୋଇଛି। କୌଣସି କାରଣ ବଶତଃ ଟ୍ରେନରେ କଟି ଶରୀରରୁ ଗୋଡ଼ ଦୁଇଟି ଅଲଗା ହୋଇ ରେଳ ଧାରଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଷ୍ଟେସନ ଅଧିକାରୀଙ୍କୁ ଅବଗତ କରିଥିଲେ।

ମୃତକ ଜଣକଙ୍କ ବୟସ ଆନୁମାନିକ ୩୫-୪୦ ଜଣାପଡୁଥିବା ବେଳେ ଏକ ନାଲି ରଙ୍ଗର ଟି ସାର୍ଟ ଓ ନୀଳ ରଙ୍ଗର ଏକ ପ୍ୟାଣ୍ଟ ପିନ୍ଧିଥିବା ଦେଖାଦେଇଛି। ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ଓ ଖୋର୍ଦ୍ଧା ରୋଡ ଜିଆରପିର ଅଧିକାରୀମାନେ ପହଞ୍ଚି କେସ ନମ୍ବର ୨୩/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଖୋର୍ଦ୍ଧା ଠାରୁ ବ୍ରହ୍ମପୁର ଅଭିମୁଖେ ଏକ ଡାଉନ ଯାତ୍ରୀବାହୀ ଟ୍ରେନରୁ କୌଣସି କାରଣବଶତଃ ଖସି ଯାଇଥିବା ସନ୍ଦେହ ହେଉଥିବା ବେଳେ ମୃତକଙ୍କ ପରିଚୟ ମିଳି ନଥିବା ନିରାକାରପୁର ଜିଆରପି ଏଏସଆଇ ପରିକ୍ଷିତ ନାୟକ ସୂଚନା ଦେଇଛନ୍ତି।