Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟୋଲ୍‌ଗେଟ୍‌ରେ ଗଣ୍ଡଗୋଳ: କର୍ମଚାରୀ ଆହତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକାଲି ଖଲିକୋଟ ଟୋଲ୍‌ଗେଟ୍ ନିକଟରେ ଦୁଇଗୁଣ ଟୋଲ୍ ଫି ମାଗିବାକୁ ନେଇ ଟୋଲ୍‌ଗେଟ୍ କର୍ମଚାରୀ ଓ କିଛି ଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ କିଛି କର୍ମଚାରୀ ଆହତ ହୋଇଥିବାବେଳେ ପୋଲିସ୍ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଘଟଣାରୁ ପ୍ରକାଶ ଯେ ଗତକାଲି ରାତ୍ର ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ବସ୍‌ଗାଡ଼ିରେ ବରଯାତ୍ରୀ ଯାଉଥିଲା। ଗାଡ଼ିରେ ଫାସ୍‌ଟ୍ୟାଗ ନଥିବାରୁ ଖଲିକୋଟ ଗୁରାପଲ୍ଲୀ ଟୋଲ୍‌ଗେଟ୍ କର୍ମଚାରୀ ଜଣକ ଦୁଇଗୁଣ ଟୋଲ୍‌ଫିସ୍ ମାଗିଥିଲେ। ଏହାପରେ ବସ୍‌ରେ ବସିଥିବା ଲୋକ ହଠାତ୍ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ୍ ମଧ୍ୟ କରିଥିଲେ। ଏପରିକି ଟୋଲ୍‌ଗେଟ୍‌ର କିଛି କର୍ମଚାରୀ ଏଥିରେ ଆହତ ମଧ୍ୟ ହୋଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ମଣ୍ଡଳ ସଭାପତି ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏକ ଅଘଟଣ ଘଟାଇବା ପାଇଁ ଘରେ ବନ୍ଧୁକ ରଖିବା ଅଭିଯୋଗରେ ଆଜି ଖଲିକୋଟ ବିଜେପି ମଣ୍ଡଳ ସଭାପତି ତଥା କୈଳାସୀ ସମିତିସଭ୍ୟାଙ୍କ ସ୍ମାମୀ ସନ୍ତୋଷ କୁମାର ରାଉତକୁ ପୋଲିସ୍ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ ଆସାମଜିକ ଯୁବକ ଧର୍ମି ଓରଫ୍ ଧିରେନ୍ ଦାସ ଅନ୍ୟ ଏକ ମାମଲାରେ ପୋଲିସ୍ ଗିରଫ ହେବା ପରେ ତାକୁ ପଚରାଉଚରା ପରେ ସେ ଏକ ବନ୍ଧୁକ ସନ୍ତୋଷକୁ ଦେଇଥିବା ନେଇ ପୋଲିସ୍ ଜାଣିବାକୁ ପାଇଥିଲା। ତୁରନ୍ତ ଖଲିକୋଟ ପୋଲିସ୍ ସନ୍ତୋଷଙ୍କ ଘରେ ଚଢ଼ାଉ କରିବା ପରେ ଘରୁ ଏକ ବେଆଇନ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା।

ସନ୍ତୋଷ କୈରସୀ ସରପଞ୍ଚ ପ୍ରଫୁଲ ସାହୁଙ୍କୁ ରାଗ ସୁଝାଇବା ପାଇଁ ଏହି ବନ୍ଧୁକ ଯୋଗାଡ଼ କରିଥିବା ପୋଲିସ୍ କହିଛି। ଥାନା କେସ ନଂ ୪୩/୨୧ରେ ପୋଲିସ୍ ସନ୍ତୋଷକୁ ଗିରଫ କରି କୋର୍ଟଚାଲଣ କରିଛି।