Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖଲ୍ଲିକୋଟ ରେଳ ଷ୍ଟେସନରୁ ପ୍ରାୟ ୬ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ କଲା ବାଲୁଗାଁ ଆରପିଏଫ, ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ: ଗତକାଲି ବାଲୁଗାଁ ଆରପିଏଫ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ସନ୍ତୋଷ ସେଠି (୩୫) ବୋଲି ଜଣାପଡିଛି। ତାଙ୍କ ନିକଟରୁ ୫ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୫୯,୯୫୦ ଟଙ୍କା ହେବ।

ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା ମୁତାବକ ଗତକାଲି ଖଲ୍ଲିକୋଟ ରେଳ ଷ୍ଟେସନ ପରିସରରେ ଉକ୍ତ ଅଭିଯୁକ୍ତ ଜଣକ ଏକ କଳା ବ୍ୟାଗ ସହ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ।  ସେ ପ୍ରଶାନ୍ତି ଏକ୍ସପ୍ରେସ ଯୋଗେ ବାଙ୍ଗାଲୋରକୁ ଗଞ୍ଜେଇ ଚୋର ଚାଲାଣ କରିବା ପାଇଁ ଯୋଜନା କରୁଥିଲେ। ଏହା ପୂବରୁ ତାଙ୍କୁ ଆରପିଏଫ ମାଡିବସିଥିଲା।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଜିଆରପି ଏକ ଏନଡ଼ିପିଏସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଖଲ୍ଲିକୋଟ ରେଳ ଷ୍ଟେସନ ନୀରିକ୍ଷଣ

ଭୁବନେଶ୍ବର: କେନ୍ଦ୍ର ରେଳ ଏବଂ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦୋଷ ଆଜି ଖଲ୍ଲିକୋଟ ରେଳ ଷ୍ଟେସନ ନିରୀକ୍ଷଣ କରି ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀଙ୍କ ସୁବିଧା ସମ୍ବନ୍ଧରେ ରେଳ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଲୋକମାନଙ୍କର ସୁବିଧା ପାଇଁ ବିଶେଷ କରି ଯାତ୍ରୀମାନଙ୍କୁ ଟ୍ରେନ୍ ଓ ଷ୍ଟେସନ ଠାରେ ଆବଶ୍ୟକୀୟ ସୁବିଧା ଯୋଗାଇବା ପାଇଁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ମାନ୍ୟବର ମନ୍ତ୍ରୀ ଷ୍ଟେସନରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଥିଲେ।