Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଜୀ ସାର୍ଥକର ୫ଟି ମେଗା ଧାରାବାହିକ

ଭୁବନେଶ୍ଵର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ଓ ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଏହି ମେଗା ଧାରାବାହିକ ସବୁ ୧ ରୁ ୫ ମଧ୍ୟରେ ସମାନ କ୍ରମରେ ଅଛନ୍ତି। ଏଥିପାଇଁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର କଳା, ସଂସ୍କୃତି, ସେବା ହେଇଛି ଏକ ପ୍ରକୃଷ୍ଟ ନାରୀର ବୈଶିଷ୍ଟ୍ୟ ଯାହାକୁ ଆମେ ଆଖି ଆଗରେ ରଖି ଅମର ସମସ୍ତ ଲୋକପ୍ରିୟ ମେଗା ଧରବାହିକର ଚରିତ୍ର ସବୁ ତିଆରି କରିଛୁ ଯାହା ସବୁ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ଓ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛନ୍ତି। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା କ୍ଷେତ୍ର ସର୍ବଦା ଆଗରେ ରହିଛି ଏହି ଖବର ହେଉଛି ତାର ଏକେ ଜ୍ଵଳନ୍ତ ଉଦାହରଣ। ବହୁତ ଶୀଘ୍ର ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ”।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ନୂଆ ବର୍ଷରେ ଆସୁଛି ମେଗା ଧାରାବାହିକ ‘ଖୁସିର ଛୁଙ୍କ’

ଭୁବନେଶ୍ବର: ନୂଆ ବର୍ଷର ଆରମ୍ଭ ସହ ଏକ ନୂତନ କାହାଣୀ ସହ ଆସନ୍ତା ଜାନୁଆରୀ ୨ ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ମେଗା ଧାରାବାହିକ ‘ଖୁସିର ଛୁଙ୍କ’। ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସି, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ନେଇ ଏକ କ୍ଲାଉଡ କିଚେନ୍ କରିବା ପାଇଁ ସ୍ଵପ୍ନ ଦେଖୁଛି। ସେହି ସ୍ୱପ୍ନକୁ ପୁରା କରିବା ପାଇଁ ଚେଷ୍ଟା କରୁଥିବା ବେଳେ କରନ ସହ ତା’ର ଦେଖା ହୋଇଛି। ଖାଦ୍ୟ ପ୍ରସ୍ତୁତିରେ ରୁଚି ରଖୁଥିବା କରନ ମଧ୍ଯ ତା’ର ସ୍ୱପ୍ନ ପୁରା କରିବା ପାଇଁ ଲାଗିଛି। ସେମାନେ କିପରି ଭାବରେ ସେମାଙ୍କର ସ୍ୱପ୍ନକୁ ପୁରା କରୁଛନ୍ତି ଏବଂ ସ୍ଵପ୍ନ ପୁରା କରିବା ବାଟରେ କ’ଣ ସବୁ ଅସୁବିଧାର ସାମ୍ନା କରୁଛନ୍ତି, ତାକୁ ନେଇ କାହାଣୀଟି ଗତିଶୀଳ ହେବ।

ପ୍ରସ୍ଥାନମ, ମୁଖା , ଲଷ୍ଟ ଇନ୍ ଲଭ ପରି ଚଳଚ୍ଚିତ୍ରରେ ଅଭିନୟର ଛାପ ଛାଡ଼ିବା ସହ ଟେଲିଭିଜନ ଦୁନିଆରେ ବି ବେଶ୍ ସୁନାମ ଅର୍ଜନକରିଥିବା ଶ୍ରଦ୍ଧା ପାଣିଗ୍ରାହୀ ଏହି ମେଗା ଧାରାବାହିକରେ ମୁଖ୍ୟ ଚରିତ୍ର ଖୁସି ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ଦି ଏଣ୍ଡ ଓ ତିତିଲି ଚଳଚ୍ଚିତ୍ର ସହ ଅନେକ ମ୍ୟୁଜିକ ଭିଡିଓ ରେ ନିଜର ଅଭିନୟ ଦକ୍ଷତା ଦେଖାଇଥିବା ତୁଷାର ଏହି ଧାରାବାହିକରେ କରନ ଭୂମିକାରେ ଅଭିନୟ କରୁଛନ୍ତି।

ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ତଥା ନୂତନ କଥାବସ୍ତୁକୁ ନେଇ ପ୍ରସାରିତ ହେବାକୁ ଥିବା ଏହି ଧାରାବାହିକଟି ଆଗାମୀ ଜାନୁଆରୀ ୨ ରୁ ପ୍ରତି ସୋମବାରରୁ ଶନିବାର ରାତି ୯ ଟାରେ ଜୀ-ସାର୍ଥକରେ ପ୍ରସାରିତ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।