Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା: ୨ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ବରୁଣେଇ ପିଠ ପଛପଟେ ଚଢ଼ାଉ କରି ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଗତକାଲି ବରୁଣେଇ ପୀଠରେ ବ୍ରାଉନ ସୁଗାର କାରବାର ଚାଲୁଥିବାର ଖବର ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଜାଣିବାକୁ ପାଇଥିଲେ। ଏହାପରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏସଆଇ ବିଜୟ କେତନ ବେହେରା, ଦିଗବିଜୟ ବିଶ୍ୱାଳ ଏବଂ ପଦ୍ମଲୋଚନ ବେହେରାଙ୍କୁ ନେଇ ତୁରନ୍ତ ଏକ ଟିମ ଗଠନ କରାଯାଇଥିଲା।

ଗତକାଲି ଅପରାହ୍ନରେ ମା’ ବରୁଣେଇ ପୀଠ ଏବଂ ଏହାର ଆଖପାଖ ଅଞ୍ଚଳରେ ଚଢ଼ାଉ ଜାରି ରହିଥିଲା। ପରିସରରେ ବରୁଣେଇ ହୋଟେଲ ପଛପଟୁ ପାଖପାଖି ୪ ଘଟିକାରେ ଜଣେ ଯୁବକ ବ୍ରାଉନ ସୁଗାର ସହ ପୋଲିସ ହାତରେ ଧରାପଡିଥିଲା। ଯୁବକ ଜଣକ ବୌଦ୍ଧ ଜିଲ୍ଲା ରାଜନାପଲି ଅଞ୍ଚଳର ଆକାଶ ସେଠି (୧୮) ବୋଲି ଜଣାପଡିଛି।  ପୋଲିସ ତାଙ୍କ ନିକଟରୁ ୫୦.୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଯାହାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆକାଶଙ୍କ ବିରୁଦ୍ଧରେ ଟାଉନ ଥାନା ଏନଡ଼ିପିଏସ ଆଇନ ଧାରା ୨୧(ଖ) ଅନୁଯାୟୀ କେସ ନମ୍ବର ୨୧୫/୨୧ ରେ ମାମଲା ୠଜୁକରି କୋର୍ଟ ଚାଲାଣ କରିଛି।