Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ରାଜନୀତି ହଲଚଲ, ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତରାୟ

ଭୁବନେଶ୍ବର: ଶେଷରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ନେତା କାଳୁ ଖଣ୍ଡାୟତ ରାୟ। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ।

ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ ଖଣ୍ଡାୟତରାୟ ବିଜେପି ପ୍ରାର୍ଥୀ ହୋଇ କମ ଭୋଟରେ ହାରିଥିଲେ। ଏଥର ସେ ଟିକେଟ ପାଇ ବିଜୟୀ ହେବେ ବୋଲି ଆଶା ରଖିଥିଲେ। ହେଲେ ଅପରାଜିତା ଷଡଙ୍ଗୀ ତାଙ୍କର ସବୁ ଗଣିତ ଓଲଟପାଲଟ କରିଦେଲେ। କାଳୁଙ୍କୁ ଟିକେଟ ନ ଦେଇ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଲା। ଯାହାକୁ ନେଇ କାଳୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ଦଳ ଛାଡିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାଜିତାଙ୍କ ନିର୍ବାଚନ ସଭାରେ କେନ୍ଦ୍ର ସରକାରଙ୍କ କର୍ମଚାରୀ, ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବିଜେପି ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧି ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ, କିଛିଦିନ ତଳେ ଖୋର୍ଦ୍ଧାରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ନିର୍ବାଚନ ସଭା କରିଥିଲେ। ସେହି ସଭାରେ କେନ୍ଦ୍ର ସରକାରଙ୍କ ରେଳ ବିଭାଗର ତିନି ଜଣ ଅଫିସର ଉପସ୍ଥିତ ଥିଲେ। ନିର୍ବାଚନ ସଭାରେ କାହିକି ଜଣେ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ସେ ନେଇ ଦଳ ଅଭିଯୋଗ କରିଛି। ସେମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।

ବିଜେଡି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଅମିତ ମଲ୍ଲିକ, ହରିଶ ଚୌଧୁରୀ, ପ୍ରିୟବ୍ରତ ମାଝି, ତୁମ୍ବନାଥ ପଣ୍ଡା ଏବଂ ଇପସିତା ସାହୁ ପ୍ରମୁଖ ଅତିରିକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ।