Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜେଲ ଭିତରୁ ବ୍ରାଉନସୁଗାର ନେଟୱର୍କ ଘଟଣା: ପୁଣି ୯ ମୋବାଇଲ ଜବତ, ୭ ଗିରଫ

ଖୋର୍ଦ୍ଧା: ଜେଲ ଭିତରୁ ବ୍ରାଉନସୁଗାରର ନେଟୱର୍କ ଚାଲିଥିଲା। ମୋବାଇଲରେ ଅପରେଟିଂ ହେଉଥିଲା ଧଳା ଜହରର ବେପାର। ଜେଲ ଭିତରୁ ଏକ ମୋବାଇଲ ଧରପଡିବା ପରେ ପୁରା ଘଟଣାର ପର୍ଦ୍ଦାଫସ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଗତ ୫ ତାରିଖରେ ସେମାନଙ୍କୁ ହେପାଜତକୁ ଆଣି ପଚରାଉଚରା ପରେ ୬ ତାରିଖରେ ପୁଣି ଜେଲ ଭିତରୁ ୯ ଟି ମୋବାଇଲକୁ ପୋଲିସ ଜବତ କରିଥିଲା।

ବାହାରେ ରହି ଅପରେଟିଂ କରୁଥିବା ୭ ଜଣଙ୍କୁ ପୋଲିସ ଗିରଫ କଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଜେଲ ଭିତରୁ ବ୍ରାଉନସୁଗାର ମାଫିଆ ସଂଜୁ, ମିକି ରହି ଚଳାଉଥିଲେ ସମ୍ପୂର୍ଣ୍ଣ ଧଳା ଜହରର ସାମ୍ରାଜ୍ୟ। ସେମାନଙ୍କ ଠାରୁ ସମୁଦାୟ ୨୦ ଟି ମୋବାଇଲକୁ ଜବତ କରିଛି ଖୋର୍ଦ୍ଧା ପୋଲିସ।

ଗିରଫ ୭ ଜଣ ମଧ୍ୟରେ କାଳୁ ଚରଣ ଭୁଇଁଆ, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠି, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାୟକ, ଏସ ଏକ୍ରମ, ଅମିତ ସାହୁ ଙ୍କୁ ଜିରଫ କରିଛି ପୋଲିସ। କାଳୁ ଚରଣ ଭୁଇଁଆ ପୋଲସରା ଅଂଚଳର ହୋଇଥିବା ବେଳେ ଅନ୍ୟ ସମସ୍ତେ ଖୋର୍ଦ୍ଧା ଅଂଚଳର। ଏନେଇ ଖୋର୍ଦ୍ଧା ଏସଡିପିଓ ଦିଲୀପ ଦାସ ଏକ ପ୍ରେସ ମିଟ କରି ସୂଚନା ଦେଇଛନ୍ତି। ଆଗକୁ ଆହୁରି ଅନେକ ତଥ୍ୟ ବାହାରିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ବାହାରକୁ ଚାଲଣ ବେଳେ ଏକ ଗୋରୁ ବୋଝେଇ ଗାଡିକୁ ଜବତ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ଗୋରୁ ବୋଝେଇ ଆଇଚର ଗାଡିକୁ ଜବତ କରିଛି। ଜାମୁସାହି ରୁ ହାଇଦ୍ରାବାଦ ବେଆଇନ ଭାବେ ଚାଲାଣ ହେଉଥିଲେ 70 ଗୋଟି ଗୋରୁ।

ଜବତ ଗୋରୁଙ୍କୁ ଏମ୍ସ ସ୍ଥିତ ସିଜୁଆ ଗୋଶାଳାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଉକ୍ତ ଘଟଣାରେ ବେଗୁନିଆ ଥାନା ଅଞ୍ଚଳର ଦୁଇ ଜଣ ଏବଂ ରାଜ୍ୟ ବାହାର ଜଣେ, ସମୁଦାୟ ୩ ଅଭିଯୁକ୍ତ ଗିରଫ ହୋଇଥିବା ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ କୁମାର ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଛୋଟ ଧରଣର ଅଦଳବଦଳ, ଜାଣନ୍ତୁ କିଏ କୁଆଡେ ଗଲେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଇନ୍ସପେକ୍ଟର ଏବଂ ସବ ଇନ୍ସପେକ୍ଟର ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ସେହି ଅନୁସାରେ ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ବେଳେ ବୋଲଗଡ଼ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡାଙ୍କ ବେଗୁନିଆ ଆଇଆଇସି ଭାବେ ବଦଳି ହୋଇଛି।

ଟାଉନ ଥାନା ଅତିରିକ୍ତ ଆଇଆଇସି ସ୍ନିଗ୍ଧାମୟୀ ବରାଳଙ୍କ ବୋଲଗଡ଼ ଆଇଆଇସି ଭାବେ ବଦଳି ହୋଇଛି। କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନାଙ୍କ ଟାଉନ ଥାନା ଏସଆଇ ଭାବେ ବଦଳି ହୋଇଥିବା ବେଳେ ବାଣପୁର ଥାନା ଏସଆଇ ବସନ୍ତ ମିଶ୍ରଙ୍କ କୁହୁଡି ଫାଣ୍ଡି ଅଧିକାରୀ ଭାବେ ବଦଳି ହୋଇଛି।

ଅନୁରୂପ ଭାବେ ଟାଉନ ଥାନା ଏସଆଇ ସୁକାନ୍ତ ଦଳାଇ ଏବଂ ବାଘମାରି ଥାନା ଏସଆଇ ଗାୟତ୍ରୀ ଗୋଛାୟତଙ୍କ ବାଣପୁର ଥାନାକୁ ବଦଳି ହୋଇଛି। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଉକ୍ତ ନିର୍ଦେଶନାମା ଜାରି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରେ ୧୯ ଜଣ ନୂଆ ଏଏସଆଇଙ୍କୁ ନିଯୁକ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏଏସଆଇ ସ୍ତରରେ ଆଜି ୧୯ଜଣ ଅଧିକାରୀଙ୍କ ନୂତନ ପୋଷ୍ଟିଙ୍ଗ ହୋଇଛି। ଏସପି ସିଦ୍ଧାର୍ଥ କଟାରିଆ ଙ୍କ ଅନୁମୋଦନ କ୍ରମେ ନୂତନ ଭାବେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ପୋଷ୍ଟିଙ୍ଗ ପାଇଥିବା ୧୯ ଜଣ ଏଏସଆଇ ଙ୍କୁ ବିଭିନ୍ନ ଥାନାରେ ପୋଷ୍ଟିଙ୍ଗ ଦିଆଯାଇଛି।

ଅନୁରୂପ ଭାବେ ଜଣେ ଏସଆଇ ଏବଂ ୬ ଜଣ ଏଏସଆଇ ଙ୍କ ବଦଳି ମଧ୍ୟ ହୋଇଛି। ଖୋର୍ଦ୍ଧା କୋର୍ଟ ଏସଆଇ ବିଜୟ କୁମାର ଜେନାଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମଙ୍କ ଖୋର୍ଦ୍ଧା ଟାଉନ ଥାନା,ସିକୋ ଫାଣ୍ଡି ଏଏସଆଇ ପ୍ରମୋଦ କୁମାର ଦଳେଇ ଙ୍କ ଜଙ୍କିଆ ଥାନା,ବେଗୁନିଆ ଥାନା ଏଏସଆଇ ସରୋଜ କୁମାର ସେନାପତି ଙ୍କ ଗଡ଼ମାଣିତ୍ରି ବିଟ ହାଉସ,ଧଳାପଥର ଫାଣ୍ଡି ଏଏସଆଇ ଶରତ କୁମାର ବେହେରାଙ୍କ ନିରାକାରପୁର ଥାନା,ଟାଉନ ଥାନା ଏଏସଆଇ ବିଷ୍ଣୁ ଚରଣ ମଲ୍ଲୀକଙ୍କ ଟାଙ୍ଗୀ ଥାନାକୁ ବଦଳି ହୋଇଛି।

ସେହିପରି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ସିସିଟିଏନଏସ ଟ୍ରେନିଙ୍ଗ ବିଭାଗରେ ଥିବା ନୂତନ ଏଏସଆଇ ମୁରଲୀଧର ସାହୁଙ୍କ ଜଙ୍କିଆ ଥାନା,ପଙ୍କଜ କୁମାର ଗୌଡ଼ଙ୍କ ବାଲୁଗାଁ ଏସଡ଼ିପିଓ ଅଫିସ,ବାବୁଲା ମଲ୍ଲିକଙ୍କ ବାଲୁଗାଁ ଥାନା,ବାସୁମତି ସାହୁଙ୍କ ବାଣପୁର ଥାନା,ଏସ. ପୂର୍ଣ୍ଣ ଚନ୍ଦ୍ର ରେଡ୍ଡୀଙ୍କ ବାଣପୁର ଥାନା,ସଞ୍ଜୟ କୁମାର ପାତ୍ରଙ୍କ ବାଣପୁର ଥାନା,ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ନାଭାଲ ଫାଣ୍ଡି,ଅନିରୁଦ୍ଧ ସାମନ୍ତରାୟଙ୍କ ବେଗୁନିଆ ଥାନା,ସୁଶାନ୍ତ କୁମାର ମଲ୍ଲିକଙ୍କ ଧଳାପଥର ଫାଣ୍ଡି,ଉମାଶଙ୍କର ନାୟକଙ୍କ ବାଙ୍କୋଇ ଫାଣ୍ଡି,ସୁବାସ ଚନ୍ଦ୍ର ସାହୁଙ୍କ ଖୋର୍ଦ୍ଧା ଏସଡ଼ିପିଓ ଅଫିସ,ବିରଞ୍ଚି ନାରାୟଣ ମହାରଣାଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି,ବିଚିତ୍ରାନନ୍ଦ ବରାଳଙ୍କ ଖୋର୍ଦ୍ଧା କୋର୍ଟ,ମଙ୍ଗଳ ପ୍ରସନ୍ନ ଜେନାଙ୍କ ଜଙ୍କିଆ ଥାନା,ମଞ୍ଜିତ ଏକ୍କାଙ୍କ ଟାଉନ ଥାନା,ଅନିଲ କୁମାର ନାୟକଙ୍କ ବାଣପୁର ଥାନା,ଚନ୍ଦ୍ରମଣି ସାହୁଙ୍କ ନାଚୁଣୀ ଥାନା,ଜଗନ୍ନାଥ ପୂଜାରୀଙ୍କ ବେଗୁନିଆ ଥାନା ଏବଂ ମନ୍ମଥ କୁମାର ନାଥ ଙ୍କ ବାଘମାରି ଥାନାକୁ ନିଯୁକ୍ତି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଡ୍ରଗ ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରଗ୍ସ ଓ ଖଣି ମାଫିଆ ଭାଳିଆବଡି ର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୪ ପିସ୍ତଲ, ୧୧ ଜୀବନ୍ତ ଗୁଳି, ୧୦ମୋବାଇଲ ଏବଂ ୬ ଗୋଟି ଗାଡ଼ି ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ଆଜି ଜିଲା ପୋଲିସ ମୁଖ୍ଯାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ।

ଏହି ହତ୍ୟାକାଣ୍ଡରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ। ଏଥିରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଜାରି ରହିଛି। ମାଷ୍ଟରମାଇଣ୍ଡ ସଞ୍ଜୁକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି କହିଛନ୍ତି। ଘଟଣାସ୍ଥଳର ସିନ୍ ରିକ୍ରିଏସନ କରାଯିବ। ପାକୁ ଓ ସଞ୍ଜୁ ମଧ୍ଯରେ ଶତ୍ରୁତା ରହିଥିଲା। ପାକୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ଲାଗି ଷଡ଼ଯନ୍ତ୍ର ରଚିଥିଲା ସଞ୍ଜୁ। ପୂର୍ବରୁ ଥରେ ହତ୍ୟା ଯୋଜନା କରି ବିଫଳ ହୋଇଥିଲା ସଞ୍ଜୁ। ଏନେଇ ସେ ଖୋର୍ଦ୍ଧା, ପୁରୀ ଓ ନୟାଗଡରେ ରହୁଥିବା ସହଯୋଗୀଙ୍କ ସହ ଆଲୋଚନା ମଧ୍ୟ କରିଥିଲା। ଏଥିଲାଗି ଚୋରା ଗାଡି ଏବଂ ବନ୍ଧୁକ, ମାରଣାସ୍ତ୍ର ଯୋଗାଡ କରିଥିଲା ସଞ୍ଜୁ।

ଗତ ମାସ ୭ ତାରିଖ ରାତିରେ ସୋମନାଥ ସାମନ୍ତରାପୁର ଠେଙ୍ଗାହାଟ ଛକରେ ମୋବାଇଲରେ କଥା ହେଉଥିବା ସମୟରେ ଦୁର୍ବୁତ୍ତ ମାନେ ଏକ ବୋଲୋରୋ ପିକ୍ଅପ ଗାଡ଼ିରେ ଆସି ୪ ଜଣ ସୋମନାଥଙ୍କ ଉପରେ ୮ ରାଉଣ୍ଡ ଗୁଳି ମାଡ କରିଥିଲେ। ୪ ଟି ଗୁଳି ତାଙ୍କ ହାତ, ଛାତି ଓ ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଏବଂ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସୋମନାଥଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ମାସ ୯ ତାରଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ଖୋର୍ଦ୍ଧା ସଦର ଏସଡିପିଓ ଦିଲ୍ଲୀପ ଦାସ ଙ୍କ ନେତୃତ୍ବରେ ୩ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ ଅଦଳବଦଳ, ୧୦ ଇନ୍ସପେକ୍ଟର ଜିଲ୍ଲା ପାର

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ନିକଟତର ଥିବାବେଳେ ନିର୍ବାଚନ କମିଶନରଙ୍କ ନିୟମ ମୁତାବକ ଆଜି କେନ୍ଦ୍ରାଞ୍ଚଳ ଆଇଜି ଇନ୍ସପେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଗୋଟିଏ ଜିଲ୍ଲାରେ ତିନି ବର୍ଷ କିମ୍ବା ଉକ୍ତ ଜିଲ୍ଲାରେ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ରହିଥିବା ପୋଲିସ ଅଧିକାରୀଙ୍କ ବଦଳି ହୋଇଛି ।

କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ବଡ଼ ଅଦଳବଦଳ ହୋଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ୧୦ ଇନ୍ସପେକ୍ଟରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି ।

ବଦଳି ହୋଇଥିବା ଅଧିକାରୀ ମାନେ ହେଲେ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ନୟାଗଡ଼ ଜିଲ୍ଲା ,ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା, ବାଲୁଗାଁ ଅତିରିକ୍ତ ଆଇଆଇସି ରଶ୍ମିବାଳା ସେଠି ଜଗତସିଂହପୁର ଜିଲ୍ଲା,ବୋଲଗଡ଼ ଆଇଆଇସି ରଶ୍ମିରଞ୍ଜନ ସାହୁ ନୟାଗଡ଼ ଜିଲ୍ଲା,ସଦର ଆଇଆଇସି ବିଦିତା ନାୟକ ପୁରୀ ଜିଲ୍ଲା, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ପୁରୀ ଜିଲ୍ଲା, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର କବିତା ସାହୁ ପୁରୀ ଜିଲ୍ଲା, ଅର୍ଚନା ମଲିକ କଟକ ଜିଲ୍ଲା,ଲକ୍ଷ୍ମୀପ୍ରସାଦ ଶତପଥୀ ପୁରୀ ଜିଲ୍ଲା ଏବଂ ବିଜୟିନୀ ମଲ୍ଲଙ୍କ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ବ୍ରାଉନ ସୁଗାର ବେପାର, ଚାରି ନିଶା ବେପାରୀ ଗିରଫ

ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ହୁ ହୁ ହୋଇ ବଢୁଥିବା ବେଳେ ପ୍ରତିଦିନ ପୋଲିସ ଏବଂ ଅବକାରୀ ଚଢ଼ାଉ ଜାରି ରଖିଛି । ତେବେ ଆଜି ଗୋଟାଏ ଦିନରେ ବାଘମାରି, ଜଙ୍କିଆ ଏବଂ ଟାଉନ ଥାନା ଅଞ୍ଚଳରୁ ୩ ଗୋଟି ବ୍ରାଉନ ସୁଗାର କେସ ଠାବ କରିଛି ପୋଲିସ ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଙ୍କ ତତ୍ୱାବଧାନ ଉକ୍ତ ୩ ଥାନା ଅଞ୍ଚଳରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୪ ଜଣ ନିଶା ବେପାରି ଗିରଫ ହୋଇଛନ୍ତି । ବାଘମାରି ଥାନା ଅଟ୍ରି ପଡିଆ ନିକଟରୁ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଅଭିଯୁକ୍ତ କାହ୍ନା ନାୟକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୩.୦୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।

ସେହିପରି ଭାବେ ଜଙ୍କିଆ ଥାନା ଛଣଗିରି ଖେଳପଡିଆ ନିକଟସ୍ଥ ଏକ ବିଶ୍ରାମଗୃହ ରୁ ଆଇଆଇସି ଅନିତା ସାହୁ ଅଭିଯୁକ୍ତ ବବଲୁ ନାୟକ(୨୨) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୧.୯୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ସେହିପରି ଭାବେ ଟାଉନ ଥାନା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ ନିକଟରୁ ଆଇଆଇସି ତାରିକ ଅହମଦ ଦୁଇ ଅଭିଯୁକ୍ତ ସଞ୍ଜୟ କୁମାର ସାହୁ (୨୭) ଏବଂ ରବୀନ୍ଦ୍ର ବେହେରା(୨୦) ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।

ତେବେ ସମସ୍ତ ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୭ ଲକ୍ଷ ୬୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସମସ୍ତ ଚାରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରୁ ବିପୁଳ ପରିମାଣର ବିସ୍ଫୋରକ ବୋଝେଇ କାର ଜବତ କଲା ସଦର ଥାନା ପୋଲିସ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ଏକ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ବୋଝେଇ କାର ଜବତ କରିଥିବା ବେଳେ ଗାଡ଼ି ଚାଳକ ଓ ସହଯୋଗୀ ଫେରାର ହୋଇଯାଇଛନ୍ତି ।

ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏଏସଆଇ ଶ୍ରୀମତୀ ମଲ୍ଲିକ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦଧିମାଛଗାଡ଼ିଆ ଛକ, ଦାରୁ ରୋଡରେ ଏକ କାର(ଓଆର-୦୫-ଏଏ-୩୬୭୮)କୁ ସନ୍ଦେହବଶତଃ ପୋଲିସ ଅଟକାଇବା ପାଇଁ ତତ୍ପର ହେଉଥିବା ବେଳେ ହଠାତ ଗାଡ଼ି ଚାଳକ ଏବଂ ଅନ୍ୟ ଦୁଇ ସହଯୋଗୀ କାରକୁ ମଝି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲେ ।

ପୋଲିସ ଉକ୍ତ କାରର ତାଲାସି ନେବାରୁ ସେଥିରେ ବିପୁଳ ପରିମାଣରେ ବିସ୍ଫୋରକ ଦ୍ରବ୍ୟ ଥିବା ଜାଣିବାକୁ ପାଇଛି । ସମ୍ପୃକ୍ତ କାରରୁ ୬୦ କେଜି ଜିଲାଟିନ, ୫ ବଣ୍ଡଲ ଡିଟୋନେଟର, ୪ ବଣ୍ଡଲ ତାର ଏବଂ ୧ କୁଇଣ୍ଟାଲ ଆମୋନିୟମ ନାଇଟ୍ରେଟ ଜବତ କରିଛି ପୋଲିସ । ତେବେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଖୋର୍ଦ୍ଧା ସହରକୁ ଆସିଲା କିପରି ଏବଂ ଏହା କେଉଁ ସ୍ଥାନକୁ ଯାଉଥିଲା ତାହାର ଖୋଳତାଡ଼ କରୁଛି ପୋଲିସ ଏବଂ କାର ଚାଳକ ଓ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ପୋଲିସ । ଏହି ପରିପ୍ରେକ୍ଷୀରେ ସଦର ଥାନା ପୋଲିସ ଆଇ ଇ ଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୧୯୨/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି କାଲା ହତଖଣ୍ଡିକୁ ଗିରଫ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ବିଭିନ୍ନ ଅପରାଧିକ ଘଟଣାରେ ଜଡିତ ଥାଇ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧି କାଲା ହତଖଣ୍ଡି ଓରଫ ମହମଦ ଶେଖବତକୁ ଖୋର୍ଦ୍ଧା ପୋଲିସ ଆଜି ଭୁବନେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କୋର୍ଟରେ ହାତଖଣ୍ଡିର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଖୋର୍ଦ୍ଧା ଉପକାରଗାରକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ମୁତାବକ ହାତଖଣ୍ଡି ଗତ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଦେଉଳଟାଙ୍ଗି ଗ୍ରାମର କାଲା ହତଖଣ୍ଡି ଓରଫ ମହମଦ ଶେଖବତ ତାର ସାବତ ଭାଇ ଏମଡି ସବିତକୁ ତୋଟାପଡ଼ା ଛକରେ ଥିବା ଦୋକାନ ଉପରେ ଗୁଳି ଚଳାଇ ହତ୍ୟା କରିଥିଲା। ଏନେଇ ଏମଡି ଗୋରା ଥାନାରେ ଅଭିଯୋଗ କରିଥିଲା ତେବେ ଗୋରାର ଅଭିଯୋଗ କ୍ରମେ ଖୋର୍ଦ୍ଧା ଥାନା ପୋଲିସ କେଶ ନଂ ୪୧୩/୧୭ ଦଫା ୩୦୨ ଆଇପିସି ୨୫/୨୭ ଆର୍ମସ ଆକ୍ଟରେ ଏକ କେସ ହୋଇ ତଦନ୍ତ କରଯାଇଥିଲା।

ଉକ୍ତ କେସରେ କାଲା ହାତଖଣ୍ଡି ନାମରେ ଖୋର୍ଦ୍ଧା କୋର୍ଟରୁ ଏକ ଏନବିଡବ୍ଲୁ ଆସିଥିଲା।  ସେହିପରି ୨୦୦୧ ମସିହାରେ ମଧ୍ୟ ଏକ ଛିନତାଇ କେସରେ ତା ନାମରେ ମଧ୍ୟ ଏନବିଡବ୍ଲୁ ଖୋର୍ଦ୍ଧା କୋର୍ଟରୁ ଆସିଥିଲା। ସେ ଦୀର୍ଘ ଦିନ ହେବ ପୁଲିସକୁ ଚକମା ଦେଇ ଫେରାର ହୋଇ ବୁଲୁଥିଲା। ଖୋର୍ଦ୍ଧା ଏସପିଙ୍କ ନେତୃତରେ ଗୋଟିଏ ଟିମ ଗଠନ କରାଯାଇ ଅଭିଯୁକ୍ତ କାଲା ହାତଖଣ୍ଡିକୁ ଧରିବା ପାଇଁ ଚାରିଆଡେ ଚଢଉ କରାଯାଉଥିଲା। ଆଜି ଫେରାର ଅଭିଯୁକ୍ତ କାଲା ହତଖଣ୍ଡିକୁ ଉକ୍ତ ଟିମ ଧରିବାରେ ସକ୍ଷମ ହୋଇଥିଲା।

ତେବେ ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଯେଉଁଥିରେ ଏସଆଇ ଦିଗବିଜୟ ବିଶ୍ୱାଳ ଏବଂ ସ୍ପେଶାଲ ସ୍କ୍ବାର୍ଡ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାନବବାଦ ସଂଗଠନର ଗୁରୁଜୀ ମାନସ ଦାସ ଗିରଫ: ଭୁବନେଶ୍ଵରସ୍ଥିତ ବାସଭବନରୁ ଉଠାଇନେଲା ଖୋର୍ଦ୍ଧା ପୋଲିସ

ଭୁବନେଶ୍ବର: ଶେଷରେ ମାନବବାଦ ସଂଗଠନର ଗୁରୁଜୀ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ଦାସ ଗିରଫ ହୋଇଛନ୍ତି। ବାପା ପୁଅଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି। ଭୁବନେଶ୍ଵରସ୍ଥିତ ବାସଭବନରୁ ମାନସ ଦାସଙ୍କୁ ପୋଲିସ ଗିରଫ କରିଛି। ମାନସଙ୍କ ନାଁରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ରହିଥିଲା। ମାନସ ଦାସଙ୍କ ନାଁରେ ଲାଗିଛି ୩୬୩, ୩୬୪, ୩୦୨, ୨୦୧, ୧୨୦-ବି, ୧୦୯, ୩୪ ଭଳି ସଙ୍ଗୀନ ଦଫା ଲାଗିଛି। ସେହିପରି ତାଙ୍କ ପୁଅ ମନୋରଞ୍ଜନଙ୍କ ବିରୋଧରେ ମଧ୍ୟ ଆଇପିସିର ଦଫା ୩୬୩, ୩୦୭. ୩୨୩, ୧୦୯ ଭଳି ଦଫା ଲାଗିଛି।

ବାପା-ପୁଅଙ୍କୁ ପିଟିବାର ଭିଡିଓ ଭାଇରାଲ ହେବା ପରେ ମାନବ ଦାସ ବିବାଦରେ ଥିଲେ। ତାଙ୍କ ସଂଗଠନ ବିରୋଧରେ ହତ୍ୟା ଅଭିଯୋଗ ଭଳି ମାମଲା ଥିଲା। ମାନବବାଡି ସଂଗଠନ ନାମରେ ଦଳିତ ମାନଙ୍କୁ ଅତ୍ୟାଚାର କରୁଥିବା ଅଭିଯୋଗ ହେଉଥିଲା। ମାନସଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପରଦା ଉଠିବା ପରେ ଆଜି ପୋଲିସ ତାଙ୍କୁ ଗିରଫ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ ବେଳେ ଜବତ କଲା ଖୋର୍ଦ୍ଧା ପୋଲିସ, ଡ୍ରାଇଭର ଗିରଫ

ଖୋର୍ଦ୍ଧା: କୋଭିଡ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ ଭଗବାନଙ୍କ ଏକ ରୂପ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଚାଲିଛନ୍ତି। ସେହିଭଳି ଏହି ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଅବଦାନ ମଧ୍ୟ କୌଣସି କ୍ଷେତ୍ରରେ କମ ନୁହେଁ।

ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ତମାମ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଇବା ଭଳି କାର୍ଯ୍ୟ କରିଆସୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ଆମ୍ବୁଲାନ୍ସର ଯେପରି କୌଣସି ବାଧା ନଆସିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଆମ୍ବୁଲାନ୍ସକୁ ଅଟକାଇବା କିମ୍ବା ବାଧା ଦେବା ଏକ ଅପରାଧ ବୋଲି କୁହାଯାଉଛି।

ହେଲେ କିଛି ଅସାମାଜିକ ବ୍ୟକ୍ତି ଏହାର ଦୁରୂପୋଯୋଗ କରି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହଳଦିଆ ହାଟଛକ ନିକଟରେ ଏକ ଦେଶୀ ମଦ ବୋଝେଇ ଆମ୍ବୁଲାନ୍ସ ଯାଉଥିବାର ପୋଲିସକୁ କୌଣସି ଏକ ସୂତ୍ରରୁ ଖବର ମିଲିଥିଲା। ଆଜି ସକାଳେ ଏକ ଆମ୍ବୁଲାନ୍ସରେ (ଓଡ଼ି ୦୨ ବିଡ଼ି ୨୯୧୦ ) ଦେଶୀ ମଦ ଯାଉଥିବା ଖବର ପାଇ ଖୋର୍ଦ୍ଧା ଟାଉନ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ସକ୍ରିୟ ହୋଇଉଠିଥିଲା। ସନ୍ଦେହ କରି ହଳଦିଆ ହାଟ ଛକ ନିକଟରେ ସେହି ଆମ୍ବୁଲାନ୍ସଟିକୁ ଅଟକାଇ ପୋଲିସ ତଦନ୍ତ କରିଥିଲା। ତଦନ୍ତ ବେଳେ ସେହି ଆମ୍ବୁଲାନ୍ସରେ ୧୫୦ ଲିଟରର ଦେଶୀ ମଦ ଥିବା ପୋଲିସ ଦେଖିବାକୁ ପାଇଥିଲା।

ତେବେ ମଦ ବୋଝେଇ ଆମ୍ବୁଲାନ୍ସକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ଡ୍ରାଇଭର ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ସରୋଜ କୁମାର ତ୍ରିପାଠୀ। ତାଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୨୦୯/୨୧ ରେ ମାମଲା ରୁଜୁ ହୋଇଛି ବୋଲି ଖୋର୍ଦ୍ଧା ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।