Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଖୋର୍ଦ୍ଧା ବିଧାନସଭା ପାଇଁ ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ

ଭୁବନେଶ୍ବର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟ ସରିଛି। କେବଳ ଆସନ୍ତା 13 ତାରିଖରେ ଭୋଟ ଗ୍ରହଣ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ସରିଯାଇଛି। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନ ସଭାରେ ନିର୍ବାଚନ ହେବ।

ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବହୁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଲେଣି। ଆସନ୍ତାକାଲି ଶେଷ ତାରିଖ ଥିବାରୁ ବାକି ରହିଯାଇଥିବା ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ସେହି ଅନୁସାରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ସୋନାଲୀ ସାହୁ। ସେ ସକାଳ 10ଟାରୁ ଖୋର୍ଦ୍ଧାର ଜାନକୀ ବଲ୍ଲବ ପଟ୍ଟନାୟକ ପାର୍କରୁ ଏକ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସ ଯାଇ ନାମାଙ୍କନ ଦାଖଲ କରିବେ ବୋଲି ତାଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ରାଜନୀତି ହଲଚଲ, ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତରାୟ

ଭୁବନେଶ୍ବର: ଶେଷରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଖୋର୍ଦ୍ଧାର ନେତା କାଳୁ ଖଣ୍ଡାୟତ ରାୟ। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ହେଲେ ଏହାପରେ କାଳୁ କେଉଁ ଦଳକୁ ଯିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରିବେ ସେ ନେଇ କିଛି ଜଣାପଡି ନାହିଁ।

ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଗତଥର କାଳୁ ଖଣ୍ଡାୟତରାୟ ବିଜେପି ପ୍ରାର୍ଥୀ ହୋଇ କମ ଭୋଟରେ ହାରିଥିଲେ। ଏଥର ସେ ଟିକେଟ ପାଇ ବିଜୟୀ ହେବେ ବୋଲି ଆଶା ରଖିଥିଲେ। ହେଲେ ଅପରାଜିତା ଷଡଙ୍ଗୀ ତାଙ୍କର ସବୁ ଗଣିତ ଓଲଟପାଲଟ କରିଦେଲେ। କାଳୁଙ୍କୁ ଟିକେଟ ନ ଦେଇ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଲା। ଯାହାକୁ ନେଇ କାଳୁ ତିବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ଦଳ ଛାଡିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ

ଭୁବନେଶ୍ବର: ଖୋର୍ଦ୍ଧାରେ ବିଜେପି କାହାକୁ ଟିକେଟ ଦେବ ସେ ନେଇ ଚାଲିଥିଲା ଆଶା ଓ ଆଶଙ୍କା। ତେବେ ଏହା ଭିତରେ ଦଳ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଟିକେଟ ଦେଇସାରିଛି। ତେବେ ଏହାକୁ ନେଇ ପୁଣି ତୁମ୍ବି ତୋଫାନ କରିଛନ୍ତି ସେଠାକାର ଆଶାୟୀ ତଥା ଗତଥର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ। ସେ ସିଧା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧରେ ବିଷଉଦଗାର କରିଛନ୍ତି।

ଗତକାଲି କାଳୁ ତାଙ୍କ ସମର୍ଥକଙ୍କୁ ନେଇ ମଳିପଡାରେ ଏକ ସଭା କରିଥିଲେ। ସେଥିରେ ସେ ସିଧା ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ, ଅପରାଜିତା ମୋତେ ଟିକେଟ ଦେବା ପାଇଁ ମୋଠାରୁ ଲାଞ୍ଚ ମାଗୁଥିଲେ। ଦୁଇ କୋଟି ଦେଲେ ଟିକେଟ ଦେବି ବୋଲି ମୋତେ ରୋକଠୋକ କହିଥିଲେ। ମୁଁ ସେତିକି ଦେଇପାରିଲି ନାହିଁ ବୋଲି ମୋର ଟିକେଟ କଟିଲା ବୋଲି କାଳୁ କହିଛନ୍ତି।

ଏଥର ଖୋର୍ଦ୍ଧାରେ ସ୍ବାଭିମାନ ପାଇଁ ଲଢେଇ ହେବ। ଅପରାଜିତାଙ୍କୁ ତୀବ୍ର ବିରୋଧ କରାଯିବ। ସେ ଏଥର ବିହାର ଯିବା ନିଶ୍ଚିତ ବୋଲି କାଳୁ ଖଣ୍ଡାୟତରାୟ ତାଙ୍କ କର୍ମିମାନଙ୍କୁ କହିଛନ୍ତି। ଖୁବ ଶିଘ୍ର କର୍ମିମାନଙ୍କ ସହିତ ଆଲୋଚନା କରି ପରବର୍ତ୍ତି ପଦକ୍ଷେପ ଉପରେ ନିଷ୍ପତି ନିଆଯିବ ବୋଲି କାଳୁ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଭୁବନେଶ୍ବର ରାଜନୀତି ସରଗରମ ହେବାରେ ଲାଗିଛି।

 

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରସନ୍ନ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ, ଚିଲିକା ନା ଖୋର୍ଦ୍ଧା ??

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ଜଣେ ପୁରୁଖା ନେତା ପ୍ରସନ୍ନ ପାଟ୍ଟଶାଣୀ ଚର୍ଚ୍ଚାରେ ଅଛନ୍ତି। କାରଣ ସେ ଦୁଇଥର ନବୀନ ନିବାସ ଆସି ଦଳିୟ ନେତାଙ୍କ ସହିତ ଆଲୋଚନା କରି ଫେରିଛନ୍ତି। ରବିବାର ଦିନ ନବୀନ ନିବାସ ଆସି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିଛନ୍ତି।

ଦୁଇ ଥର ଆସି ଦେଖା ହେବା ପରେ ସ୍ବାଭାବିକ ଭାବେ ଶ୍ରୀ ପାଟ୍ଟଶାଣୀ କେଉଁଠାରୁ ଛିଡା ହେବେ ସେ ନେଇ ଆଲୋଚନା ଚାଲିଛି। ତେବେ ରବିବାର ସାକ୍ଷାତରେ ସେ କୁଆଡେ ଖୋର୍ଦ୍ଧା ଆସନରେ ଛିଡା ହେବା ପାଇଁ ଆଗ୍ରହୀ ଅଛନ୍ତି ବୋଲି ଦଳକୁ ଜଣାଇଛନ୍ତି। କାରଣ ସେ ପୂର୍ବରୁ ଏହି ଖୋର୍ଦ୍ଧା ବିଧାନସଭା ଆସନରୁ ଚାରି ଥର ବିଧାୟକ ହୋଇ ନିର୍ବାଚିତ ହୋଇଛନ୍ତି। ସେ 1980 ରୁ 1998 ପର୍ଯ୍ୟନ୍ତ ଲଗାତର ଖୋର୍ଦ୍ଧା ବିଧାୟକ ଥିଲେ। ତେଣୁ ବିଜେଡି ତାଙ୍କୁ ଖୋର୍ଦ୍ଧାରୁ ପୁଣି ଥରେ ଛିଡା କରୁ ବୋଲି ସେ ଆଶା କରିଛନ୍ତି।

କିଛିଦିନ ତଳେ ବିଜେଡି ଯେତେବେଳ ପୁରୀ ଲୋକସଭା ପାଇଁ ସମୀକ୍ଷା କରିଥିଲା ସେତେବେଳେ ଶ୍ରୀ ପାଟ୍ଟଶାଣୀ ନବୀନ ନିବାସରେ ଉପସ୍ଥିତ ଥିଲେ। ସେତେବେଳେ ତାଙ୍କୁ କୁଆଡେ ଚିଲିକାରେ ଛିଡା ହେବା ପାଇଁ ସଙ୍କେତ ଦିଆଯାଇଥିଲା। ତେବେ ଏହି ଖବର ଜଣାପଡିବା ପରେ ଚିଲିକାର ବିଜେଡି କର୍ମି ଏହାକୁ ତୀବ୍ର ବିରୋଧ କରିଥିଲେ। କାରଣ ଶ୍ରୀ ପାଟ୍ଟଶାଣୀଙ୍କ ଚିଲିକା ନିର୍ବାଚନ ମଣ୍ଡଳୀରେ ଜନ୍ମସ୍ଥାନ ହୋଇଥିଲେ ମଧ୍ୟ ତାଙ୍କର ଲୋକସଂପର୍କ ନାହିଁ।

ଚିଲିକାରୁ ପ୍ରବଳ ବିରୋଧ ହେବା ପରେ ଏବେ ଖୋର୍ଦ୍ଧା ବିଧାନସଭା ପାଇଁ ସେ ଆଶାୟୀ ହୋଇପଡିଛନ୍ତି। ବିଜେଡି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ସେଥିପାଇଁ ସେ ଚିଲିକାରୁ ନିରାଶ ହେବା ପରେ ଏବେ ଖୋର୍ଦ୍ଧା ଆସନ ଉପରେ ଆଖି ପକାଇଛନ୍ତି। କାରଣ ଖୋର୍ଦ୍ଧା ଆସନ ପାଇଁ ବିଜେଡିର ଏ ପର୍ଯ୍ୟନ୍ତ ଗଣିତ ଛିଣ୍ଡୁ ନାହିଁ। ଏହି କଳି ଭିତରେ ଶ୍ରୀ ପାଟ୍ଟଶାଣୀ ଏହି ଆସନ ମାରି ନେବେ ବୋଲି ଆଶା କରିଛନ୍ତି।