Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସାଂସଦମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ

ଖୋର୍ଦ୍ଧା: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ/ସମ୍ମାନୀୟା ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ଚନ୍ଦ୍ରାଣୀ ମୁର୍ମୁ, ମଞ୍ଜୁଲତା ମଣ୍ଡଳ, ପ୍ରମିଳା ବିଶୋଇ, ରାମ ମୋହନ ନାଇଡୁ କାଞ୍ଜିରାପୁ, ମୁଜିବୁଲ୍ଲା ଖାଁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ। ଏହା ବ୍ୟତୀତ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଶର୍ମିଷ୍ଠା ସେଠୀ ଏବଂ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପ୍ରତିନିଧିମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ ଏସ ବଜ୍ଵା ଏହି ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ଓ ସେମାନଙ୍କର ପ୍ରତିନିଧି ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା। ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କାଇପଦର ଷ୍ଟେସନ ୟାର୍ଡରେ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବା ନିୟନ୍ତ୍ରିତ

 ଭୁବନେଶ୍ଵର: ଆଜି ଅପରାହ୍ନ ପ୍ରାୟ 02 ଘ.25 ମି. ସମୟରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଖୋର୍ଦ୍ଧା ରୋଡ଼ ଓ କାଇପଦର ମଧ୍ୟରେ କାଇପଦର ଷ୍ଟେସନ ୟାର୍ଡ଼ ଠାରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଯୋଗୁଁ ଟ୍ରେନ୍ ସେବାଗୁଡିକ ନିୟନ୍ତ୍ରଣ କରାଯାଇଥିଲା। କାଇପଦର ରୋଡରୁ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ପ୍ୟାନେଲ ରେଳ ନେଇ ଆସୁଥିବା ପଣ୍ୟବାହୀ ଟ୍ରେନ କ୍ରସିଂ ଦେଇ ଯାଉଥିବା ବେଳେ ପଛ ଟ୍ରଲି ଖସିପଡିଥିଲା ଯାହାଦ୍ୱାରା ଉଭୟ ମାର୍ଗ ଅବରୋଧିତ ହୋଇଯାଇଥିଲା।

ନିୟନ୍ତ୍ରିତ ହୋଇଥିବା ଟ୍ରେନ:

A: ଅପରାହ୍ନ 3ଘ.25ମି.ରେ ଭୁବନେଶ୍ୱର ଛାଡିବାକୁ 11020 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରଣ ହୋଇଥିଲା।

B: 12703 ହାଓଡ଼ା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ ଭୁବନେଶ୍ୱରରେ ନିୟନ୍ତ୍ରିତ ଥିଲା।

C. 12868 ପଣ୍ଡିଚେରୀ-ହାଓଡ଼ା ସୁପର ଫାଷ୍ଟ କାଳୁପଡାଘାଟ ରେ ନିୟନ୍ତ୍ରିତ ଥିଲା।

D. 12840 ଚେନ୍ନାଇ-ହାଓଡ଼ା ମେଲ୍ ୧କହିଲିକ ଷ୍ଟେସନ ଠାରେ ନିୟନ୍ତ୍ରିତ ଥିଲା।

E. 22826 ଚେନ୍ନାଇ-ଶାଲୀମାର ଏକ୍ସପ୍ରେସ ଖଲିକୋଟ ଠାରେ ନିୟନ୍ତ୍ରିତ ଥିଲା।

F. 12897 ପଣ୍ଡିଚେରୀ-ଭୁବନେଶ୍ୱର ସୁପରଫାଷ୍ଟ ବ୍ରହ୍ମପୁରରେ ନିୟନ୍ତ୍ରିତ ଥିଲା।

G.18417 ପୁରୀ-ଗୁଣୁପୁର ସ୍ପେଶାଲ୍ ଖୋର୍ଦ୍ଧା ରୋଡ୍ ଠାରେ ନିୟନ୍ତ୍ରିତ ଥିଲା।

ଏହି ଦୁର୍ଘଟଣାଗ୍ରସ୍ତ ହେତୁ କାହାରି ମୃତ୍ୟୁ କିମ୍ବା ଆଘାତ ହୋଇନାହିଁ। ଆକ୍ସିଡେଣ୍ଟ ରିଲିଫ୍ ଟ୍ରେନ୍ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆସି ଟ୍ରେନର ଆଗ ଭାଗକୁ ପ୍ରଥମେ ଅଲଗା କରିଥିଲା ଏବଂ ପୁନର୍ବାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳ କର୍ମଚାରୀ ଓ ଅଧିକାରୀମାନଙ୍କ କଠିନ ପରିଶ୍ରମ ଯୋଗୁଁ ରେଳ ଧାରଣା ମରାମତି କାର୍ଯ୍ୟ ପ୍ରାୟ ଦୁଇଘଣ୍ଟା ମଧ୍ୟରେ ଶେଷ କରାଯାଇ ପାରିଥିଲା। ଟ୍ରେନ୍ ସେବାଗୁଡିକ ବର୍ତ୍ତମାନ ସ୍ୱାଭାବିକ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅନୁଗୁଳ-ସୁକିନ୍ଦା ରେଳ ଲାଇନରେ ପଣ୍ୟ ଦ୍ରବ୍ୟ ପରିବହନ ପାଇଁ ମିଳିଲା ସ୍ୱୀକୃତି

ଭୁବନେଶ୍ବର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ-ସୁକିନ୍ଦା ନୂତନ ରେଳ ମାର୍ଗରେ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଓ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟସ୍ଥ ବାଘୁଆପାଳ ଷ୍ଟେସନ ମଧ୍ୟରେ 92.825 କିଲୋମିଟର ଦୈର୍ଘ୍ୟ ବ୍ରଡ ଗେଜ୍ ସିଙ୍ଗଲ ବିଦ୍ୟୁତକରଣ ରେଳ ଲାଇନ ସେକ୍ସନରେ ପଣ୍ୟ ପରିବହନ ପାଇଁ ଅନୁମତି ଦିଆଯାଇଛି।  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ଅନୁଗୁଳ ସୁକିନ୍ଦା ରେଳ ଲାଇନ ଲିମିଟେଡ଼ ଓ ରେଳ ବିକାଶ ନିଗମ ଲିମିଟେଡ଼ କୁ ଅଭିନନ୍ଦନ ଜଣାଇଛନ୍ତି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଏକ ସିନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ (ଏସଏଜି) କମିଟି ଗଠନ କରାଯାଇ ସମସ୍ତ ନିରାପତ୍ତା ଓ ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଦିଗ ସମ୍ବନ୍ଧରେ ରିପୋର୍ଟ ଦେବାକୁ କହିଥିଲେ ଯେଉଁଥିରେ ରେଳପଥର ମୁଖ୍ୟ ନିରାପତ୍ତା ଅଧିକାରୀ (ସିଏସଓ), ମୁଖ୍ୟ ଟ୍ରାକ ଇଞ୍ଜିନିୟର (ସିଟିଇ), ମୁଖ୍ୟ ବୈଦ୍ୟୁତିକ ବିତରଣ ଇଞ୍ଜିନିୟର ଏବଂ ରେଳ ବିକାଶ ନିଗମ ଲିମିଟେଡ୍ ର ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର ମନୋନୀତ ହୋଇଥିଲେ। ଏହି ଏସଏଜି କମିଟି ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଫେବୃୟାରୀ ମାସ 21 ତାରିଖ ଦିନ 92.825 କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନ୍କୁ ନୀରିକ୍ଷଣ କରି 23 ଫେବୃଆରୀ 2023 ରେ ସେମାନଙ୍କର ଯାଞ୍ଚ ରିପୋର୍ଟ ଦାଖଲ କରିଥିଲେ।

ଏହାପୂର୍ବରୁ ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ବୁଢାପଙ୍କ ଏବଂ ବାଘୁଆପାଳ ଷ୍ଟେସନ ୟାର୍ଡ ଯାଞ୍ଚ କରି ଷ୍ଟେସନ ୟାର୍ଡର ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥିଲେ ଯାହା ବର୍ତ୍ତମାନ ପଣ୍ୟ ବାହୀ ଟ୍ରେନ୍ ଚଳାଇବା ପାଇଁ ସମସ୍ତ ନିରାପତ୍ତା ଦୃଷ୍ଟିକୋଣ ଅନୁଧ୍ୟାନ କରାଯାଇଛି।

ଏସଏଜି କମିଟିର ଯାଞ୍ଚ ରିପୋର୍ଟର ଅନୁପାଳନ ଉପରେ ଆଧାର କରି ଏବଂ ବିଭିନ୍ନ ଡକ୍ୟୁମେଣ୍ଟ / ସାର୍ଟିଫିକେଟ୍ ତର୍ଜମା କରାଯାଇ ରେଳବାଇ ବୋର୍ଡ ଦ୍ୱାରା ଦିଆଯାଇଥିବା କ୍ଷମତା ଅନୁଯାୟୀ ମହାପ୍ରବନ୍ଧକ ନୂତନ ବ୍ରୋଡ ଗେଜ୍ ଏଲେକ୍ଟ୍ରିଫାଏଡ ସିଙ୍ଗଲ୍ ଲାଇନ୍ ସେକ୍ସନ୍ ରେ ପଣ୍ୟବାହୀ ଟ୍ରେନ ଚଳାଚଳ ପାଇଁ ବଳବତ୍ତର ଥିବା ସମସ୍ତ ସ୍ଥାୟୀ ତଥା ଅସ୍ଥାୟୀ ଗତିର ପ୍ରତିବନ୍ଧକ ଅନୁଯାୟୀ ଅନୁମତି ଦେଇଛନ୍ତି ଯାହାର ସର୍ବାଧିକ ଅନୁମତିପ୍ରାପ୍ତ ବେଗ 65 କିଲୋମିଟର ଅଟେ। ସ୍ଥାୟୀ ତଥା ଅସ୍ଥାୟୀ ଗତିର ପ୍ରତିବନ୍ଧକ ସମୟ ସମୟରେ ଲାଗୁ ହୋଇପାରେ।

ଅନୁଗୁଳ-ସୁକିନ୍ଦା ରେଲୱେ ଲିମିଟେଡ୍ (ASRL), 20 ଫେବୃଆରୀ 2009 ରେ ରେଳ ମନ୍ତ୍ରଣାଳୟ ଦ୍ୱାରା ରେଳ ବିକାଶ ନିଗମ ଲିମିଟେଡ୍ (RVNL) ମାଧ୍ୟମରେ ବୁଢାପଙ୍କ ଷ୍ଟେସନ (ଅନୁଗୁଳ) ଓ ବାଗୁଆପାଳ ଷ୍ଟେସନ୍ (ସୁକିନ୍ଦା) ମଧ୍ୟରେ ସିଙ୍ଗଲ ରେଳ ଲାଇନ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ଏସପିଭି ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୂତନ ରେଳ ଲାଇନ ଓଡ଼ିଶାର ଲୁହାପଥର ସମୃଦ୍ଧ ଅଞ୍ଚଳ (ଜୋଡା-ବଡ଼ବିଲ) ଓ ଅନୁଗୁଳ ଅଞ୍ଚଳରେ ଥିବା ଇସ୍ପାତ ଏବଂ ସ୍ପଞ୍ଜ ଲୁହା ଶିଳ୍ପ ମଧ୍ୟରେ ସିଧାସଳଖ ଲିଙ୍କ ଯୋଗାଇବ। ଏହା ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ତାଳଚେର କୋଇଲା ଖଣି ବେଲ୍ଟ ମଧ୍ୟରେ ଦୂରତ୍ୱ ହ୍ରାସ କରିବ ଏବଂ ଯାତାୟାତ ମୁକ୍ତ ବିକଳ୍ପ ମାର୍ଗ ଯୋଗାଇବ। ଏହା ମଧ୍ୟ ଅନୁଗୁଳ ଅଞ୍ଚଳର ଇସ୍ପାତ କାରଖାନା, ନାଲକୋ ଏବଂ ଓଡିଶାର କଳିଙ୍ଗନଗର ଅଞ୍ଚଳରେ ଅବସ୍ଥିତ ଇଣ୍ଡଷ୍ଟ୍ରିଜ୍ କ୍ଲଷ୍ଟରର ନିକଟବର୍ତ୍ତୀ ହେବ। କଳିଙ୍ଗନଗର କମ୍ପ୍ଲେକ୍ସରୁ ମୁମ୍ବାଇ ଏବଂ ଦିଲ୍ଲୀର ତାଲଚର-ସମ୍ବଲପୁର-ଝାରସୁଗୁଡା ଦେଇ ଇସ୍ପାତ କାରଖାନାର ଫିନିଷଡ଼ ଉତ୍ପାଦ ପଠାଇବା ମଧ୍ୟ ଖଡ଼ଗ୍ପୁର ଦେଇ ଯାଉଥିବା ମାର୍ଗ ତୁଳନାରେ ନୂତନ ଆଲାଇନମେଣ୍ଟ ଏବଂ ସହଜ ହେବ।

ରେଳ ମନ୍ତ୍ରଣାଳୟ ଏବଂ ASRL ମଧ୍ୟରେ 14 ମଇ 2010 ରେ ସ୍ୱାକ୍ଷରିତ ହୋଇଥିବା କନ୍ସେସନ ଚୁକ୍ତିରେ ଧାର୍ଯ୍ୟ କରାଯାଇଥିବା ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ ମାଧ୍ୟମରେ ଏହି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରାଯାଉଛି। ଏହି ପ୍ରକଳ୍ପ ପାଇଁ ପାଣ୍ଠି ଢାଞ୍ଚା ଷ୍ଟେକ-ହୋଲ୍ଡରଙ୍କ ଇକ୍ୱିଟି-ଅଂଶଗ୍ରହଣ ଏବଂ ବଜାରରୁ ଉଠାଯାଇଥିବା ଋଣ ମାଧ୍ୟମରେ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ଭୁବନେଶ୍ୱର ଓ ପୁରୀ ଷ୍ଟେସନ ନିରୀକ୍ଷଣ କରିବା ସହିତ ପୁରୀ ଷ୍ଟେସନ ନିକଟସ୍ଥ ଟ୍ରେନ୍ କୋଚ୍ ରକ୍ଷଣାବେକ୍ଷଣ ଡିପୋ ଯାଞ୍ଚ କରିଛନ୍ତି। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ କୋଚରେ ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକର ମଧ୍ୟ ଏହାରୀ ଶର୍ମା ଯାଞ୍ଚ କରିଛନ୍ତି।

ଶ୍ରୀ ଶର୍ମା ଭୁବନେଶ୍ୱର ଷ୍ଟେସନ ପରିଦର୍ଶନ କରି ଚାଲୁ ରହିଥିବା ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାର୍ଯ୍ୟ ସମୀକ୍ଷା କରିଥିଲେ। ଭୁବନେଶ୍ୱର ଠାରେ ଅତି ସୁନ୍ଦର ଷ୍ଟେସନ ବିଲଡିଂ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ଥିବାବେଳେ ଅନୁସଙ୍ଗିକ ଯାତ୍ରୀ ସୁବିଧା ଓ ପରିସେବା ସ୍ଥାନ ପାଇବ। ପୁରୀ ରେଳ ଷ୍ଟେସନର ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଏବଂ ଆଧୁନିକ ଯାତ୍ରୀ ସୁବିଧା ସହିତ ପୁନଃ ବିକାଶ ପାଇଁ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ନିର୍ମାଣ କାର୍ଯ୍ୟ କରାଇବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚମାନର ଯାତ୍ରୀ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଶର୍ମା ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ କୋଚର ସ୍ୱଚ୍ଛତା ବଜାୟ ରଖିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଟ୍ ଲାଇନ୍ ଯାଞ୍ଚ କରିବା ସମୟରେ ଶ୍ରୀ ସୁନକର କୋଚ୍ ଗୁଡିକର ସଫେଇ କାର୍ଯ୍ୟ, ଚାର୍ଜିଂ, ପାଣି ଭରିବା ସହିତ କୋଚ୍ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିବା ସହ ଟ୍ରେନ ରେକ୍ ର ପ୍ରତ୍ୟେକ କୋଚ୍ ଗୁଡିକର ସହଜ ସୁବିଧା ଯୋଗାଇବା ପାଇଁ ଆବଶ୍ୟକୀୟ ସୁବିଧା ପ୍ରଦାନ କରିବାକୁ କହିଛନ୍ତି।

ଯାତ୍ରୀ କୋଚଗୁଡିକର ପ୍ରାଥମିକ ରକ୍ଷଣାବେକ୍ଷଣ ପାଇଁ ପିଟ୍ ଲାଇନ୍ ହେଉଛି ପ୍ରମୁଖ ଭିତ୍ତିଭୂମି ସୁବିଧା। ପ୍ରତ୍ୟେକ ନିର୍ଦ୍ଧାରିତ ଯାତ୍ରା ପରେ, ଅଣ୍ଡର-ଗିଅର ପରୀକ୍ଷା, ବ୍ରେକିଂ ସିଷ୍ଟମ ଯାଞ୍ଚ, ବୈଦ୍ୟୁତିକ ରକ୍ଷଣାବେକ୍ଷଣ, ସଫେଇ କରିବା, କୋଚର ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଅଂଶ ଧୋଇବା, କୋଚ୍‌ ଗୁଡିକ ମଧ୍ୟରେ ଯାତ୍ରୀ ପରିସେବା ଗୁଡିକର ଫିଟିଙ୍ଗ ଏବଂ ଜଳ ଭରିବା ଯାଞ୍ଚ କରାଯାଇଥାଏ।

ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିବା ଯାତ୍ରୀ ପରିସେବା ମୁଖ୍ୟତ ଯାତ୍ରୀମାନଙ୍କ ପାଇଁ ବିଶେଷକରି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଅଛି।

ଗତ ବର୍ଷ ରଥ ଯାତ୍ରା ସମୟରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ଭିତ୍ତିଭୂମି ସୁବିଧା ସହିତ ଯାତ୍ରୀ ପରିସେବା ତଥା ସୁବିଧା ନିରୀକ୍ଷଣ କରିଥିଲେ।

ତେଣୁ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ପରିଦର୍ଶନ ପୁରୀରେ ସର୍ବୋତ୍ତମ ସୁବିଧା ଏବଂ ଯାତ୍ରୀମାନଙ୍କ ଆରାମ ପାଇଁ ସୁବିଧା ପ୍ରଦାନ କରାଯାଉଥିବା ପରିସେବା ଗୁଡିକର ଅଗ୍ରଗତି ଦିଗରେ ପୂର୍ବ ତଟ ରେଳପଥର ନିରନ୍ତର ପ୍ରୟାସକୁ ପରିପୂର୍ଣ୍ଣ କରିବା କ୍ଷେତ୍ରରେ ଏକ ମହତ କାର୍ଯ୍ୟ ଅଟେ।

ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ଶ୍ରୀ ଶର୍ମାଙ୍କୁ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ 

ଭୁବନେଶ୍ଵର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ସୁଲତା ଦେଓ, ପ୍ରମିଳା ବିଶୋଇ, ଶର୍ମିଷ୍ଠା ସେଠୀ, ମୁଜିବୁଲ୍ଲା ଖାଁ, ରାମ ମୋହନ ନାଇଡୁ କାଞ୍ଜିରାପପୁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଂକେଶ ରାୟ ଏହି ବୈଠକରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା।

ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ (କେନ୍ଦୁଝରଗଡ଼)- ଯଖପୁରା ରେଳମାର୍ଗ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ୱର: ପୂର୍ବ ତଟ ଏବଂ ଦକ୍ଷିଣପୂର୍ବ ରେଳପଥ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ଦ୍ୱାରା ଆଜି ନୟାଗଡ଼ (କେନ୍ଦୁଝର)-ଯଖପୁରା ରେଳମାର୍ଗର ବାର୍ଷିକ ନୀରିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରବନ୍ଧକ ରିଂକେଶ ରାୟଙ୍କ ସହିତ ମୁକ୍ଷ୍ୟାଳୟ ତଥା ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ମହାପ୍ରବନ୍ଧକ ବିଭିନ୍ନ ଷ୍ଟେସନ, ରେଳ କଲୋନୀ, ବ୍ରିଜ, ଲେଭଲ କ୍ରସିଂ ଗେଟ, ରନିଂ ରୁମ୍‌, ଦୁର୍ଘଟଣା ରିଲିଫ୍ ଟ୍ରେନ୍‌, ଦୁର୍ଘଟଣା ରିଲିଫ୍ ମେଡିକାଲ୍ ଉପକରଣ, ରେଲୱେ ହସ୍‌ପିଟାଲ୍ ସହିତ ଅନ୍ୟାନ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଯାଞ୍ଚ୍ କାର୍ଯ୍ୟ କରିଥିଲେ।

ସେ ଏହି ଗସ୍ତ ସମୟରେ ସମସ୍ତ ରେଳ ଭିତିଭୂମିକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ ଓ ରେଳ ସେବାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ଥିବା ବିଷୟ ଉପରେ ଧ୍ୟାନ ଦେବାପାଇଁ ଉପସ୍ଥିତ ରେଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମହାପ୍ରବନ୍ଧକ ଏହି ରେଳ ମାର୍ଗରେ କେନ୍ଦୁଝରଗଡ଼ ଓ ହରିଚନ୍ଦନପୁର ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ରହି ଭିନ୍ନଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ସେ ମଧ୍ୟ ବିଭିନ୍ନ ନିରାପତ୍ତା ବିଷୟ ଯଥା ଟ୍ରାକ୍‌, ଲେଭଲ କ୍ରସିଂ, ବ୍ରିଜ, ପଏଣ୍ଟ ଓ କ୍ରସିଂକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ। ଏହି ଅବସରରେ ସେ କର୍ମଚାରୀ ବାସଗୃହ, ପିଲାମାନଙ୍କ ପାଇଁ ଚିତ୍ତବିନୋଦନ ପାର୍କ ଇତ୍ୟାଦି ଉଦ୍‌ଘାଟନ କରିଥିଲେ।

ସୁଶ୍ରୀ ଯୋଶୀ ତାଙ୍କର ଏହି ବାର୍ଷିକ ଗସ୍ତ ସମୟରେ ଯାତ୍ରୀ ସୁବିଧା ଯଥା ପ୍ଲାଟଫର୍ମ, ବୁକିଂ ଅଫିସ୍‌, ଅପେକ୍ଷା ହଲ୍‌, ଭିଆଇପି ଲାଉଞ୍ଜ ଇତ୍ୟାଦିର ସମୀକ୍ଷା କରିଥିଲେ ଓ କର୍ମଚାରୀମାନଙ୍କୁ ଏହା ଉପରେ କ୍ରମାଗତ ଭାବରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ ବିଭିନ୍ନ ଷ୍ଟେସନରେ ଲୋକମାନଙ୍କୁ ଭେଟିଥିଲେ ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ଅଭିଯୋଗ ଏବଂ ପରାମର୍ଶକୁ ଗ୍ରହଣ କରିଥିଲେ।

ଅପରାହ୍ନରେ ଶ୍ରୀମତୀ ଯୋଶୀ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଭୁବନେଶ୍ୱର ନୂତନ ଷ୍ଟେସନକୁ ସଡକ ଯୋଗାଯୋଗ ସହିତ ଅନ୍ୟାନ୍ୟ ନିରାପତ୍ତା ଏବଂ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତୀୟ ରେଳବାଇରେ ଫ୍ରେଟ୍ ଲୋଡିଂରେ ଶୀର୍ଷ ସ୍ଥାନ ହାସଲ କଲା ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ

ଭୁବନେଶ୍ବର, କୋଭିଡ-୧୯ର ଦ୍ଵିତୀୟ ଲହର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଜୁନ୍ ୨୦୨୧ ମସିହାରେ ମାଲ ପରିବହନରେ ଭାରତୀୟ ରେଳବାଇ ରେ ଶୀର୍ଷ ସ୍ଥାନ ହାସଲ କରିଛି। ଜୁନ୍ -୨୦୨୧ ରେ ଏହି ମଣ୍ଡଳ ୧୨.୭୪ ମିଲିୟନ୍ ଟନ୍ ମାଲ ପରିବହନ କରିଛି, ଯାହା ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସମୁଦାୟ ମାଲ ପରିବହନ ଲୋଡିଂ ଅର୍ଥାତ୍ ୧୧୨.୬୬ ମିଲିୟନ୍ ଟନ୍ ର ୧୧% ଏବଂ ପୂର୍ବ ତଟ ରେଳ ଜୋନ୍ ଦ୍ୱାରା ପରିଚାଳିତ ମୋଟ ୧୯.୧୧ ମିଲିୟନ୍ ଟନ୍ ଲୋଡିଙ୍ଗର ୬୭% ।

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଗତ ବର୍ଷ ତୁଳନାରେ ଅର୍ଥାତ୍ ଜୁନ୍ ୨୦୨୦ ରେ ୨.୫୨ ମିଲିୟନ୍ ଟନ୍ ଲୋଡିଂକୁ ଅତିକ୍ରମ କରିଛି। ଜୁନ୍ ୨୦୨୧ ରେ, ତାଳଚେର, ପାରାଦୀପ, ଧାମରା, ନୟାଗଡ଼, ମେରାମଣ୍ଡଳି, ସୁକିନ୍ଦା, ବୁଢାପଙ୍କ ଇତ୍ୟାଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ମଣ୍ଡଳ ଦ୍ଵାରା ଦୈନିକ ହାରାହାରି ୧୧୫ ରେକ୍ ମାଲ ପରିବହନ କରାଯାଇଥିଲା। ବିଭିନ୍ନ ପାୱାର ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଇଣ୍ଡଷ୍ଟ୍ରିଜ୍ ପାଇଁ ବିଭିନ୍ନ ଦ୍ରବ୍ୟ ଯଥା କୋଇଲା, ଲୁହାପଥର, ସାର, ପେଟ୍ରୋଲିୟମ ପଦାର୍ଥ କଞ୍ଚାମାଲ ଇତ୍ୟାଦି ପରିବହନ କରାଯାଇଛି।

ଜୁନ୍ ୨୦୨୧ ମସିହାରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଜିନ୍ଦଲ ସାଇଡିଙ୍ଗ, ସୁକିନ୍ଦା ଠାରୁ ୩୭ ଟି ଏବଂ ନାଲକୋ ସାଇଡିପ୍ସ, ବୁଢାପଙ୍କ ଠାରୁ, ୧୧ ଟି ରେକ୍ ଲୋଡ୍ କରି, ସର୍ବଶ୍ରେଷ୍ଠ ଲୋଡିଂ ପଞ୍ଜିକରଣ କରିଛି।ଏହା ବ୍ୟତୀତ, ଡିଭିଜନ୍ ଜୁନ୍ ୨୦୨୧ ରେ ଜଗନ୍ନାଥପୁର ଗୁଡସ୍ ସେଡରେ ୩୨ ଟି ରେକ୍ ଅନଲୋଡ୍ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି। କୋଭିଡ-୧୯ ର ଦ୍ଵିତୀୟ ଲହରରେ ବୃଦ୍ଧି ଯୋଗୁଁ ପ୍ରତିକୁଳ ଅବସ୍ଥା ଏବଂ କମ୍ କାଯ୍ୟଶକ୍ତି ସତ୍ତ୍ୱେ ଏହା ହାସଲ କରାଯାଇଛି।

କୋଭିଡ-୧୯ ର ଦ୍ୱିତୀୟ ଲହର ସମୟରେ ଡିଭିଜନ୍ ୨୭୯୯ ଟନ୍ ତରଳ ମେଡିକାଲ୍ ଅମ୍ଳଜାନକୁ ନିଜ ଅଧୀନରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ବିଭିନ୍ନ ରାଜ୍ୟକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପଯ୍ୟାପ୍ତ ଅମ୍ଳଜାନ ପରିବହନ କରିଛି।

ପୂର୍ବ ତଟ ରେଳବାଇ ର ଜେନେରାଲ୍ ମ୍ୟାନେଜର ବିଦ୍ୟା ଭୂଷଣଙ୍କ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶଶି କାନ୍ତ ସିଂହଙ୍କ ଉତ୍ତମ ମାର୍ଗଦର୍ଶନ ଏହି ପ୍ରଦର୍ଶନକୁ ସମ୍ଭବ କରିପାରିଛି। ସକରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାଧାରା ଏହି ଡିଭିଜନର ଚିହ୍ନ ଅଟେ। ଡିଭିଜନର ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ଲୋଡିଂ ପାଇଁ ନୂତନ ପନ୍ଥା ଆକର୍ଷିତ କରିବାରେ ଏକ ପ୍ରମୁଖ ସ୍ଥାନ ପାଲଟିଛି।