Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ 608 ସୁସ୍ଥ, ଗଞ୍ଜାମରୁ ସର୍ବାଧିକ 279, ଜାଣନ୍ତୁ ଅନ୍ୟ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର,ଆଜି ରାଜ୍ୟରେ ମୋଟ 608 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 279 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁରରୁ 84, ଖୋର୍ଦ୍ଧାରୁ 50, କଟକରୁ 42, କେନ୍ଦୁଝରରୁ 23, ମାଲକାନଗିରିରୁ 21, ପୁରୀ ଓ ସୁନ୍ଦରଗଡ଼ରୁ 15 ଲେଖାଏଁ, ମୟୂରଭଂଜରୁ 12, ବରଗଡ଼ରୁ 11, କୋରାପୁଟରୁ 9, କନ୍ଧମାଳରୁ 8, ଜଗତସିଂହପୁରରୁ 7 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ,ବାଲେଶ୍ବର ଓ ନବରଙ୍ଗପୁରରୁ 6 ଲେଖାଏଁ, ଭଦ୍ରକରୁ 5, ଗଜପତିରୁ 3, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ 2 ଲେଖାଏଁ ଓ ଢେଙ୍କାନାଳରୁ ଜଣେ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଯାବତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା 11 ହଜାର 938ରେ ପହଞ୍ଚିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଗଂଜାମ ଜିଲ୍ଲାରୁ 56 ପଜେଟିଭ ଚିହ୍ନଟ, ସେମାନଙ୍କ ମଧ୍ୟରୁ 13 ଜଣ କରୋନା ଯୋଦ୍ଧା ବୋଲି ଜିଲ୍ଲାପାଳଙ୍କ ସୂଚନା

ବ୍ରହ୍ମପୁର, ଆଜି ଗଂଜାମ ଜିଲ୍ଲାରୁ ପୁଣି ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଜି ଜିଲ୍ଲାରୁ ମୋଟ 56 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ 13 ଜଣ କରୋନା ଯୋଦ୍ଧା ଅଛନ୍ତି ବୋଲି ଜଣାପଡିଛି।ଏମାନଙ୍କ ମଧ୍ୟରୁ ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ପୁରୀ, ସୋରଡ଼ା ଓ ରଙ୍ଗେଇଲୁଣ୍ଡାର ଜଣେ ଲେଖାଏଁ ଅଛନ୍ତି। ଏହାଛଡ଼ା ଦୁଇଜଣ ପୋଲସରା ବ୍ଲକର ଏବଂ ୫ଜଣ ବ୍ରହ୍ମପୁର ମହାନଗର ନିଗମର ଅଛନ୍ତି। ପୂର୍ବରୁ ଗଂଜାମ ଜିଲ୍ଲାରୁ କରୋନା ଯୋଦ୍ଧା ପଜେଟିଭ ଚିହ୍ନଟ ହୋଇଥିଲେ। ସେଥିପାଇଁ ଜିଲ୍ଲା ତରଫରୁ କରୋନା ଯୋଦ୍ଧାଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି।