Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ଦଶ ଦିନ ପାଇଁ ଗଂଜାମରେ ସାଧାରଣ ଲୋକଙ୍କ ନିମନ୍ତେ ସରକାରୀ କାର୍ଯ୍ୟାଳୟ ବନ୍ଦ

ଗଂଜାମ : ଗଂଜାମ ଜିଲ୍ଲାରେ ଆଜିଠାରୁ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଆଜିଠାରୁ ଜିଲ୍ଲାରେ ଆଗାମୀ 10 ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟାଳୟ ସର୍ବସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଂଜାମରେ ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ରାଜ୍ୟର ଅଧିକାଂଶ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି । ଆଜି ଜିଲ୍ଲାରେ 75 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପି ସାରିଛି । ସେହିପରି ଜିଲ୍ଲାରେ ସର୍ବାଧିକ 8 ଜଣଙ୍କର ମୃ୍ତ୍ୟୁ ଘଟିଛି ।