Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

Breaking News: ଏଣିକି ଶିବ ମନ୍ଦିରରେ ଗଂଜେଇ ବ୍ୟବହାର ମନା, ସଂସ୍କୃତି ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: ଏଣିକି ଭକ୍ତମାନେ ଶିବ ମନ୍ଦିରରେ ଗଂଜେଇ ଟାଣିପାରିବେ କି ବ୍ୟବହାର କରିପାରିବେ ନାହିଁ। ଯଦି କିଏ ଏମିତି କାମ କରେ ତେବେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ। ଏ ନେଇ ଆଜି ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଚିଠି କରିଛି। ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଦସ୍ତଖତରେ ସବୁ ଜିଲ୍ଲାପାଳ, ଏସପିଙ୍କୁ ଏହି ଚିଠି କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଶୈବ୍ୟପିଠରେ ଗଂଜେଇ ବ୍ୟବହାର ନିଷେଧ ସଂପର୍କରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏ ନେଇ ଅନ୍ତ ବଳିଆ ଟ୍ରଷ୍ଟ ତରଫରୁ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ପୂଜ୍ୟପୂଜକ ବଳିଆଙ୍କ ଅନୁରୋଧ କ୍ରମେ ସଂସ୍କତି ବିଭାଗ ମନ୍ତ୍ରୀ ଏ ନେଇ ନିଷ୍ପତି ଗ୍ରହଣ କରିଛନ୍ତି। ସେହି ଅନୁସାରେ ଜିଲ୍ଲାପାଳ ଏବଂ ଏସପି ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ।

Categories
ଅପରାଧ ଆଜିର ଖବର

ବିପୁଳ ପରିମାଣର ଗଂଜେଇ ଜବତ କଲା ପୋଲିସ, ଛତିଶଗଡର ଚୋରା ବେପାରୀ ଗିରଫ

କଣ୍ଟାମାଳ: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ପୋଲିସ ଗତକାଲି ବିପୁଳ ପରିମାଣର ଗଂଜେଇ ଜବତ କରିଛି। ଏକ ଡଷ୍ଟର ଏସୟୁଭି ଗାଡିରେ ଏହି ଗଂଜେଇ ଚାଳଣ ବେଳେ ଧରାପଡିଛି।ପୋଲି୍ସ ଏହି ଗଂଜେଇକୁ ଜବତ କରି ଓଜନ କରିବା ପରେ ଏହା 54 କେଜି ବୋଲି ଜଣାପଡିଥିଲା।

ତେବେ ଏହି ଗଂଜେଇ ନେଇ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଦୁଇଜଣ ଛତିଶଗଡ ଏବଂ ମଧ୍ୟ ପ୍ରଦେଶର ବୋଲି ଜଣାପଡିଛି। ଫଳରେ ଏହି ଚୋରା ଚାଲାଣରେ ଅନ୍ତଃରାଜ୍ୟ ଚୋରା ବେପାରୀଙ୍କ ହାତ ରହିଥିବା ସ୍ପଷ୍ଟ ହୋଇଛି। ତେବେ ସ୍ଥାନୀୟ ଅଞ୍ଚଳରୁ କେଉଁମାନେ ଏହି ଗଂଜେଇ ଯୋଗାଇଥିଲେ ତାହାର ଅନୁସନ୍ଧାନ ପୋଲି କରୁଛି।

Categories
ଆଜିର ଖବର ଆଞ୍ଚଳିକ

ଦୁଇ କ୍ବଣ୍ଟାଲ ଗଂଜେଇ ଜବତ କଲା ମାଲକାନାଗିରି ପୋଲିସ, ଆଠ ଗିରଫ

ମାଲାକାନାଗିରି, ଗତକାଲି ମାଲକାନାଗିରି ରାତିରେ ପୋଲିସ ଏକ ବଡ ଗଂଜେଇ ବେପାରୀଙ୍କ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ଦୁଇ କ୍ବଣ୍ଟା 76 କେଜି ଗଂଜେଇ ଜବତ କରାଯାଇଛି। ରାତିରେ 8 ଜଣ ଦୁଇଟି କାର ଏବଂ ଗୋଟିଏ ମୋଟର ସାଇକେଲରେ ଗଂଜେଇ ନେଇ ଯାଉଥିଲେ। ପୋଲିସ ପାଖରେ ଖବର ପହଁଚିବା ପରେ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା।
ଫଳରେ ମୋଟୁ ପୋଲିସ ଷ୍ଟେସନର ଇନସ୍ପେକ୍ଟର ଏସ କ ସାହୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଗଲା। ଏଥିରେ ମୋଟୁ ପୋଲିସ ଷ୍ଟେସନର ଏସଆଇ ଏନ ପି ବାତ୍ରା ଏବଂ ଆର କେ ସେଠୀ ସାମିଲ ହେଲେ। ଯୋଜନା ମୁତାବକ ସେମାନଙ୍କୁ ଧରାଯିବା ସହିତ ସମସ୍ତ ଗଂଜେଇ ଜବତ କରାଯାଇଛି। ଏଥିସହିତ ଏହି ମାମଲାରେ ଆଠ ଜଣଙ୍କୁ ପୋଲିସ ଗିରଫ କରିବା ସହ ଗାଡି ମଧ୍ୟ ଜବତ କରିଛି।