Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତ ଯୋଡୋ ଯାତ୍ରା ଶେଷ କରି ଦିଲ୍ଲୀ ଫେରିଲେ ରାହୁଲ ଗାନ୍ଧୀ, ମା’ଙ୍କୁ ଭେଟିବା ପାଇଁ ଯିବେ ହସ୍ପିଟାଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କୁ ଗତକାଲି ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ ତାଙ୍କ ସହିତ ଡାକ୍ତରଖାନା ଯାଇଥିଲେ। ବର୍ତ୍ତମାନ ଆଜି ଭାରତ ଯୋଡୋ ଯାତ୍ରା ପରେ ରାହୁଲ ଗାନ୍ଧୀ ତାଙ୍କ ମା ସୋନିଆ ଗାନ୍ଧୀଙ୍କୁ ଦେଖିବା ପାଇଁ ଦିଲ୍ଲୀ ଫେରିଛନ୍ତି। ଭାଇରାଲ୍ ଶ୍ଵାସକ୍ରିୟା ସଂକ୍ରମଣ ହେତୁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଡାକ୍ତରଖାନାର ପରିଚାଳନା ବୋର୍ଡର ମୁଖ୍ୟ ଡା ଅଜୟ ସ୍ଵରୂପ ବୁଧବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ, ସୋନିଆ ଗାନ୍ଧୀଜୀଙ୍କୁ ଆଜି ଆମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡା ଅରୁପ ବସୁ ଏବଂ ତାଙ୍କ ଦଳର ତତ୍ତ୍ବାବଧାନରେ ତାଙ୍କୁ ‘ଚେଷ୍ଟ ମେଡିସିନ୍’ ବିଭାଗରେ ଭର୍ତ୍ତି କରାଯାଇଛି। ଭାଇରାଲ ଶ୍ଵାସକ୍ରିୟା ସଂକ୍ରମଣ ପାଇଁ ସୋନିଆ ଗାନ୍ଧୀଙ୍କ ଚିକିତ୍ସା କରାଯାଉଥିବା ସେ ସୂଚନା ଦେଇଛନ୍ତି।

ମଙ୍ଗଳବାରଠାରୁ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା, ଏହି କାରଣରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶର ‘ଭାରତ ଯୋଡୋ ଯାତ୍ରା’ରେ ସାତ କିଲୋମିଟର ଚାଲିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଥିଲେ। ଗୁରୁବାର ରାତିରେ ଶ୍ୟାମଲି (ଉତ୍ତରପ୍ରଦେଶ) ର ଆଲାମ ଗ୍ରାମରେ ରାତି ବିଶ୍ରାମ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ସକାଳ ୬ ଟାରେ ପୁଣି ଆରମ୍ଭ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ସଂକ୍ରମିତ ସୋନିଆ ଗାନ୍ଧୀଙ୍କ ବିଗିଡିଲା ସ୍ୱାସ୍ଥ୍ୟ, ଗଙ୍ଗାରାମ ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କୁ ଦିଲ୍ଲୀର ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଏହି ସୂଚନା ଦେଇଛନ୍ତି। ଏହା କୁହାଯାଇଛି ଯେ କରୋନା (COVID-19) ପରେ ସେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି, କିନ୍ତୁ ତାଙ୍କୁ ଡାକ୍ତରଖାନାରେ ନଜର ରଖାଯାଇଛି।