Categories
ଆଜିର ଖବର ଜାତୀୟ ଖବର

ଗଙ୍ଗା ନଦୀରେ ଭାସୁଛି ମୃତ ଦେହ: ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଏବେ ଗାଁ ମୁହାଁ ହୋଇଛି। ଏହାଦ୍ବାରା ବର୍ତ୍ତମାନ ଗାଁର ପରିସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି।

ତେବେ ଉତ୍ତରପ୍ରଦେଶ ଏବଂ ବିହାରରେ ମୃତ ଦେହ ସ୍ମଶାନ ବଦଳରେ ନଦୀରେ ଭାସୁଥିବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ସଂକ୍ରମଣ ଅଧିକ ବ୍ୟାପିବା ନେଇ ସମ୍ଭାବନା ଦେଖାଯାଇଛି। ଏଭଳି କିଛି ମୃତ ଦେହ ଗଙ୍ଗା ନଦୀରେ ଭାସୁଥିବାର ଦେଖିବାକୁ ମିଳିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱାତ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସେଖାୱାତ କହିଛନ୍ତି ଯେ, ଗଙ୍ଗା ନଦୀରେ ଏଭଳି ଶବ ଭାସିବା ଦୁର୍ଭାଗ୍ୟଜନକ। ଏହା ଉପରେ ତୁରନ୍ତ ବିଚାର କରି କିଛି ପଦକ୍ଷେପ ନେବା ଆବଶ୍ୟକ। ମା’ ଗଙ୍ଗାର ନିର୍ମଳତା ଉପରେ ମୋଦୀ ସରକାରଙ୍କ ପ୍ରତିବଦ୍ଧତା ରହିଛି। ତେବେ ଏହି ଘଟଣା ଉପରେ ତୁରନ୍ତ ସଜ୍ଞାନ ନେବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି।