Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଘରେ ଲଗାନ୍ତୁ ଏହିସବୁ ଗଛ, ରହିବ ନାହିଁ ଅର୍ଥର ଅଭାବ

ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ।

ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ।

ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ କରିଥା’ନ୍ତି। ସେହିପରି ତୁଳସୀର ଉପକାରୀ ଗୁଣ ଅନନ୍ୟ। ତୁଳସୀ ଗଛ ଘରେ ଲଗାଇବା ଦ୍ବାରା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ସେହିପରି ରବିବାର ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

ସେହିପରି ମନି ପ୍ଲାଣ୍ଟ ମଧ୍ୟ ଅତ୍ୟନ୍ତ ଶୁଭ। ଏହି ଗଛ ଲଗାଇବା ଦ୍ବାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ହଦଳୀ ଗଛ ମଧ୍ୟ ବେଶ୍‌ ଶୁଭଦାୟକ।

ଯଦି ଆପଣ କିଚେନ୍‌ ଗାର୍ଡେନ୍‌ କରିବାକୁ ଚାହୁଁଛନ୍ତି ତେବେ ଆପଣ ଧନିଆ, ପାଳଙ୍ଗ ପରି ଗଛଗୁଡିକୁ ଲଗାନ୍ତୁ। ଏହା ରୋଷେଇରେ ସାହାଯ୍ୟ କରିବା ସହିତ ଏହି ଗଛଗୁଡିକ ବାସ୍ତୁ ଦୃଷ୍ଟିରୁ ବହୁତ ଶୁଭ ହୋଇଥାଏ।

ତେବେ ଘରେ କୌଣସି ପ୍ରକାରର କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। ସେହିପରି ଯେଉଁ ଗଛର ଛାଲକୁ କାଟିଲେ ଧଳା ଧଳା ପଦାର୍ଥ ବାହାରିଥାଏ, ସେପରି ଗଛ ଲଗାନ୍ତୁ ନାହିଁ। ଏପରି ଗଛ ଲଗାଇଲେ ଘରେ ନକାରାତ୍ମକ ଶକ୍ତିସୃଷ୍ଟି ହୋଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ସାବଧାନ !!! ଆପଣ ଘରେ ଏହି ସବୁ ଗଛ ରଖନ୍ତୁ ନାହିଁ, ପରିବାର ଭିତରେ ଦେଖାଯିବ ସବୁ ବିଭ୍ରାଟ

ଭୁବନେଶ୍ବର: ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ।

କୋଳି ଗଛ

ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ ଯେଉଁ ଘରେ ଏକ କୋଳି ଗଛ ଅଛି, ସେଠାରେ ମା ଲକ୍ଷ୍ମୀଙ୍କ ବାସ କରନ୍ତି ନାହିଁ।

ଖଜୁରୀ ଗଛ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଖଜୁରୀ ଗଛ ଲଗାନ୍ତୁ ନାହିଁ। ଖଜୁରୀ ଗଛ ଲଗାଇବା ଦ୍ୱାରା ଦାରିଦ୍ର୍ୟତା ଆଣିଥାଏ। ଆପଣଙ୍କର ଆର୍ଥିକ ଅସୁବିଧା ଘରେ ଲାଗି ରହିଥାଏ। ଏହା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

ବାଉଁଶ ଗଛ

ବାଉଁଶ ଗଛ ବହୁତ ଉପଯୋଗୀ, ହେଲେ ବାସ୍ତୁ ବିଜ୍ଞାନ ଅନୁଯାୟୀ, ବାଉଁଶ ଗଛ କେବେ ଘରେ ଲଗାଯିବା ଉଚିତ୍ ନୁହେଁ। ବାଉଁଶ ଗଛ ମଧ୍ୟ ଘରେ ଅସୁବିଧା ଆଣିଥାଏ। ହିନ୍ଦୁ ଧର୍ମରେ ବାଉଁଶକୁ ମୃତ୍ୟୁ ସମୟରେ ବ୍ୟବହାର କରାଯାଇଥାଏ।

ବୋନସାଇ ଉଦ୍ଭିଦ

ପ୍ରାୟତଃ ଲୋକମାନେ ଘରର ସାଜସଜ୍ଜାରେ ବନସାଇ ଉଦ୍ଭିଦ ବ୍ୟବହାର କରନ୍ତି। ହେଲେ ବାସ୍ତୁ ଶାସ୍ତ୍ରବିତଙ୍କ ଅନୁସାରେ ଏହା ଠିକ ନୁହେଁ। କାରଣ ଏହା ଦ୍ବାରା ଘରେ ବହୁ ଅଶାନ୍ତି ସୃଷ୍ଟି ହୋଇଥାଏ।  ପରିବାର ସଦସ୍ୟଙ୍କ ମଧ୍ୟରେ କଳି ଝଗଡା ମଧ୍ୟ ସୃଷ୍ଟି ହୋଇଥାଏ।

ତେନ୍ତୁଳି ଗଛ

ବାସ୍ତୁ ବିଜ୍ଞାନ ଅନୁଯାୟୀ, ଘରେ ତେନ୍ତୁଳି ଗଛ ଲଗାଇବା ଦ୍ବାରା ଲୋକଙ୍କ ମଧ୍ୟରେ ଦୁଃଖ ଦାରିଦ୍ରତା ସୃଷ୍ଟି କରିଥାଏ। ଏହା ସହିତ ତେନ୍ତୁଳି ଗଛ ଘରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ଏହା ସହିତ ଏହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଣେଷ ପୂଜା ଉପଲକ୍ଷେ ପରିବେଶ ସଚେତନତା କଲେ ଶ୍ରୀମୟୀ ମିଶ୍ର, କହିଲେ..

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ଏହି ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ପ୍ରଭୃ ଗଣେଷଙ୍କ ପୂଜା ଚାଲିଛି। ହେଲେ ଏହି ପୂଜା ପୂର୍ବରୁ ଏକ ନୂଆ କଥା କରି ଦେଖାଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ଗଣେଷ ପୂଜାର ଗୋଟିଏ ଦିନ ପୂର୍ବରୁ ପରିବେଷ ସଚେତନତା ପାଇଁ ଆରମ୍ଭ କରିଛନ୍ତି କାମ।

ଶ୍ରୀମୟୀ ବିଭିନ୍ନ ସ୍ଥାନରେ ଗଛ ଲଗାଇ ଲୋକଙ୍କୁ ଏ ନେଇ ସଚେତନତା ସୃଷ୍ଟି କରିବାକୁ ଚେଷ୍ଠା କରିଛନ୍ତି। ସେ ଏ ନେଇ ପ୍ରଖ୍ୟାତ ବ୍ୟକ୍ତିତ୍ବ ଇଭ୍ରେଟ ମାମୋଟଙ୍କ ଏକ ସ୍ଲୋଗାନକୁ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି। ତାହା ହେଲା “We can learn a lot from trees: they’re always grounded but never stop reaching heavenward.” – Everett Mamor. ଅର୍ଥାତ ଗଛ ଭୂମିରେ ନିଜର ସ୍ଥିତି ସୁଦୃଢ କରିଥିଲେ ମଧ୍ୟ ଆକାଶକୁ ଛୁଇଁବାରେ କେବେ ବନ୍ଦ କରେ ନାହିଁ।

ଶ୍ରୀମୟୀଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ଘରେ ଲଗାନ୍ତୁ ଏହିସବୁ ଗଛ, ସର୍ବଦା ରହିବ ଲକ୍ଷ୍ମୀଙ୍କ କୃପା